ଟିକା ନେବାକୁ ଯାଇଥିଲେ, ଚୋର କଳାକନା ବୁଲାଇଦେଲେ

The Sakala Picture
Published On

ତମାଣ୍ଡୋ ଥାନା ଅଞ୍ଚଳରେ ମାତିଲେ ଚୋର | ଘର ଭିତରୁ ଦିନ ଦ୍ବିପହରରେ ଲୁଟି ନେଲେ ଲକ୍ଷାଧ୍ଵକ ଟଙ୍କାର ସୁନା ଅଳଙ୍କାର। ମିଳିଥିବା ଖବର ଅନୁଯାୟୀ, କଳିଙ୍ଗ ବିହାର କେ-୪ ଏଲଆଇଜି ପ୍ଲଟ ନଂ ୧୯୬ ରେ ରହୁଥିବା ସସ୍ମିତା ମହାପାତ୍ର ଗତକାଲି ଅପରାହ୍ନ ୩ ଟା ବେଳେ ନିଜ ଘର ତାଲା ପକାଇବା ସହ ଝିଅକୁ ପଡ଼ିଶା ଘରେ ଛାଡି କରୋନା ଟିକା ନେବାକୁ ଯାଇଥିଲେ। ୪ ଟା ୧୫ ରେ ଫେରିଲା ବେଳକୁ ଦେଖନ୍ତି […]

ତମାଣ୍ଡୋ ଥାନା ଅଞ୍ଚଳରେ ମାତିଲେ ଚୋର | ଘର ଭିତରୁ ଦିନ ଦ୍ବିପହରରେ ଲୁଟି ନେଲେ ଲକ୍ଷାଧ୍ଵକ ଟଙ୍କାର ସୁନା ଅଳଙ୍କାର। ମିଳିଥିବା ଖବର ଅନୁଯାୟୀ, କଳିଙ୍ଗ ବିହାର କେ-୪ ଏଲଆଇଜି ପ୍ଲଟ ନଂ ୧୯୬ ରେ ରହୁଥିବା ସସ୍ମିତା ମହାପାତ୍ର ଗତକାଲି ଅପରାହ୍ନ ୩ ଟା ବେଳେ ନିଜ ଘର ତାଲା ପକାଇବା ସହ ଝିଅକୁ ପଡ଼ିଶା ଘରେ ଛାଡି କରୋନା ଟିକା ନେବାକୁ ଯାଇଥିଲେ। ୪ ଟା ୧୫ ରେ ଫେରିଲା ବେଳକୁ ଦେଖନ୍ତି ଯେ ତାଙ୍କ ଘର ତାଲା ଭାଙ୍ଗିଛି ଓ କବାଟ ଖୋଲା ଅଛି।

ଆହୁରି ପଢ଼ନ୍ତୁ: ବାଲିଅନ୍ତାରେ ପୁଣି ବର୍ବରତା ! ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଲୁହା ରଡ୍‌ରେ ପିଟିପିଟି ହତ୍ୟା

ଘର ଆଲମିରା ଲକର ଭାଙ୍ଗି ସେଥ୍‌ରେ ଥିବା ଏକ ଗହଣା ବ୍ୟାଗକୁ କେହି ଦୁର୍ବୃତ୍ତ ଚୋରି କରି ନେଇଛନ୍ତି। ଚୋରି ବ୍ୟାଗରେ ୪ ଟି ସୁନା ହାର, ୩ ଟି ସୁନା ଚେନ, ସୁନା ଚୁଡ଼ି ୪ ପଟ, ସୁନା ଶଙ୍ଖା ୪ ପଟ, ୩ ଟି ସୁନା ଲକେଟ୍, କାନ ର୨ ହଳ, ବ୍ରେସଲେଟ ଓ ରୁପା ପାଉଁଜି ରହିଥିଲା। ଚୋରି ଅଳଙ୍କାରର ଆନୁମାନିକ ମୂଲ୍ୟ ୧୦ ଲକ୍ଷରୁ ଉର୍ଦ୍ଧ୍ବ ହେବ। ଏନେଇ ସସ୍ମିତା ମହାପାତ୍ର ତମାଣ୍ଡୋ ଥାନାରେ ଲିଖତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଲୁଟେରାଙ୍କ ପତ୍ତା ପାଇପାରି ନାହିଁ ।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ: RBI ପ୍ରକଳ୍ପର କରିବେ ଉଦଘାଟନ, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର