ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଲେ କଳିକେଶ ସିଂହଦେଓ

Madhusudan Das Picture
Published On

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଲେ କଳିକେଶ ସିଂହଦେଓ। ସାକ୍ଷାତ ପରେ ପ୍ରତିକ୍ରିୟା ଦେଇ କଳିକେଶ କହିଛନ୍ତି ଯେ, ନବୀନଙ୍କ ପରେ କୌଣସି ଲିଡରଶିପର ପ୍ରଶ୍ନ ଉଠୁନି। ଦ୍ୱିତୀୟ ନେତୃତ୍ୱର କୌଣସି ପ୍ରଶ୍ନ ଉଠୁନି ବୋଲି କହିଛନ୍ତି କଳିକେଶ। ନବୀନଙ୍କୁ ଭେଟିବାକୁ ସେ ସମୟ ମାଗିଥିଲେ। ତେଣୁ ସେ ଆଜି ନବୀନଙ୍କୁ ଭେଟିଛନ୍ତି। 

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ପାଳନ ହେବ ଶ୍ରୀରାମ ଜନ୍ମ ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ନବୀନଙ୍କ ସହ ପୂରା ବିଜୁ ଜନତା ଦଳ ରହିଛି। ଦଳ ଯାହା ଦାୟିତ୍ୱ ଦେଇଛି ତାହାକୁ ସୂଚାର ରୂପେ ପାଳନ କରୁଛି ବୋଲି କହିଛନ୍ତି କଳିକେଶ। ବହୁତ ଦିନ ହେଲା ନବୀନ ବାବୁଙ୍କୁ ଭେଟି ନଥିଲି, ଆଜି ଭେଟିଲି। ବଲାଙ୍ଗୀର ଜିଲ୍ଲାରେ ସାଂଗଠନିକ ସ୍ଥିତି ଉପରେ ଆଲୋଚନା ହୋଇଛି। ବଲାଙ୍ଗୀର ଜିଲ୍ଲାର ଚାଷୀଙ୍କ ସମସ୍ୟା ବିଷୟରେ ଆଲୋଚନା କରାଯାଇଛି। କୌଣସି ପ୍ରକାର ନିର୍ଦ୍ଦିଷ୍ଟ ବିଷୟରେ ଆଲୋଚନା ହୋଇନାହିଁ ବୋଲି କହିଛନ୍ତି କଳିକେଶ। ରାଜ୍ୟରେ ଯେଉଁ ସ୍ଥିତି ରହିଛି ନବୀନ ପୁଣି ମୁଖ୍ୟମନ୍ତ୍ରୀ ହେଲେ ସୁଧୁରିବ ବୋଲି ସେ କହିଛନ୍ତି। ୨୪ ବର୍ଷ ଧରି ରାଜ୍ୟକୁ ଗୋଲ୍ଡେନ୍ ପିରିୟଡ୍ ଦେଇଛନ୍ତି ନବୀନ। ସେହିପରି ଦଳ ଯାହା ଦାୟିତ୍ୱ ଦେବ ତାହା ତୁଲାଇବି ବୋଲି କହିଛନ୍ତି କଳିକେଶ।

ଆହୁରି ପଢ଼ନ୍ତୁ: ‎ଗ୍ରୀଷ୍ମକାଳୀନ ଜାତୀୟ ସେବା ଶିବିର

31 Jan 2026 By Madhusudan Das

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଲେ କଳିକେଶ ସିଂହଦେଓ

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଲେ କଳିକେଶ ସିଂହଦେଓ। ସାକ୍ଷାତ ପରେ ପ୍ରତିକ୍ରିୟା ଦେଇ କଳିକେଶ କହିଛନ୍ତି ଯେ, ନବୀନଙ୍କ ପରେ କୌଣସି ଲିଡରଶିପର ପ୍ରଶ୍ନ ଉଠୁନି। ଦ୍ୱିତୀୟ ନେତୃତ୍ୱର କୌଣସି ପ୍ରଶ୍ନ ଉଠୁନି ବୋଲି କହିଛନ୍ତି କଳିକେଶ। ନବୀନଙ୍କୁ ଭେଟିବାକୁ ସେ ସମୟ ମାଗିଥିଲେ। ତେଣୁ ସେ ଆଜି ନବୀନଙ୍କୁ ଭେଟିଛନ୍ତି। 

ନବୀନଙ୍କ ସହ ପୂରା ବିଜୁ ଜନତା ଦଳ ରହିଛି। ଦଳ ଯାହା ଦାୟିତ୍ୱ ଦେଇଛି ତାହାକୁ ସୂଚାର ରୂପେ ପାଳନ କରୁଛି ବୋଲି କହିଛନ୍ତି କଳିକେଶ। ବହୁତ ଦିନ ହେଲା ନବୀନ ବାବୁଙ୍କୁ ଭେଟି ନଥିଲି, ଆଜି ଭେଟିଲି। ବଲାଙ୍ଗୀର ଜିଲ୍ଲାରେ ସାଂଗଠନିକ ସ୍ଥିତି ଉପରେ ଆଲୋଚନା ହୋଇଛି। ବଲାଙ୍ଗୀର ଜିଲ୍ଲାର ଚାଷୀଙ୍କ ସମସ୍ୟା ବିଷୟରେ ଆଲୋଚନା କରାଯାଇଛି। କୌଣସି ପ୍ରକାର ନିର୍ଦ୍ଦିଷ୍ଟ ବିଷୟରେ ଆଲୋଚନା ହୋଇନାହିଁ ବୋଲି କହିଛନ୍ତି କଳିକେଶ। ରାଜ୍ୟରେ ଯେଉଁ ସ୍ଥିତି ରହିଛି ନବୀନ ପୁଣି ମୁଖ୍ୟମନ୍ତ୍ରୀ ହେଲେ ସୁଧୁରିବ ବୋଲି ସେ କହିଛନ୍ତି। ୨୪ ବର୍ଷ ଧରି ରାଜ୍ୟକୁ ଗୋଲ୍ଡେନ୍ ପିରିୟଡ୍ ଦେଇଛନ୍ତି ନବୀନ। ସେହିପରି ଦଳ ଯାହା ଦାୟିତ୍ୱ ଦେବ ତାହା ତୁଲାଇବି ବୋଲି କହିଛନ୍ତି କଳିକେଶ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର