ବିଜୁ ବାବୁଙ୍କୁ ଅପମାନ: କଟକରେ ବିଜେଡିର ଗର୍ଜନ, ନିଶିକାନ୍ତଙ୍କ କୁଶପୁତ୍ତଳିକାକୁ ପଠାଗଲା ହସ୍ପିଟାଲ

Madhusudan Das Picture
Published On

କଟକ: ଓଡ଼ିଶାର ବରପୁତ୍ର ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଅପମାନଜନକ ମନ୍ତବ୍ୟକୁ ନେଇ ଆଜି କଟକ ସହରରେ ପ୍ରବଳ ଜନ ଅସନ୍ତୋଷ ଦେଖିବାକୁ ମିଳିଛି। ବଜେଟ୍‌‌ ଅଧିବେଶନ ସମୟରେ ବିଜୁ ବାବୁଙ୍କୁ ଆମେରିକାର ଗୁପ୍ତଚର ସଂସ୍ଥା ‘ସିଆଇଏ’ର ଏଜେଣ୍ଟ କହି ସାଂସଦ ଶ୍ରୀ ଦୁବେ ସାରା ଓଡ଼ିଶାବାସୀଙ୍କ ସ୍ୱାଭିମାନକୁ ଆଘାତ ଦେଇଥିବା ଅଭିଯୋଗ କରି ବିଜୁ ଜନତା ଦଳ ବାରବାଟୀ-କଟକ ପକ୍ଷରୁ ଏକ ବିଶାଳ ପ୍ରତିବାଦ ସଭା ଆୟୋଜିତ ହୋଇଯାଇଛି। ଆଜି ସକାଳ ୯ ଘଟିକା ସମୟରେ କଟକ ମେୟର ଶ୍ରୀ ସୁବାସ ସିଂହଙ୍କ ନେତୃତ୍ୱରେ ବିଜୁ ପଟ୍ଟନାୟକ ଛକସ୍ଥିତ ‘ଆନନ୍ଦ ଭବନ’ ସମ୍ମୁଖରେ ଶତାଧିକ କର୍ମୀ ଏକଜୁଟ ହୋଇଥିଲେ। ସାଂସଦ ନିଶିକାନ୍ତ ଦୁବେଙ୍କ ମାନସିକ ସ୍ଥିତି ଖରାପ ହୋଇଯାଇଛି ବୋଲି ଦର୍ଶାଇ, ଦଳ ପକ୍ଷରୁ ତାଙ୍କର ଏକ କୁଶପୁତ୍ତଳିକାକୁ ଆମ୍ୱୁଲାନ୍ସ ଯୋଗେ ମାନସିକ ଚିକିତ୍ସାଳୟକୁ ପଠାଯାଇଥିଲା। ଏହି ଅଭିନବ ପ୍ରତିବାଦ ସହରରେ ଚର୍ଚ୍ଚାର ବିଷୟ ପାଲଟିଥିଲା। 

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଚାପରେ ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଥିଲା: ବିଜେଡି

ଏହି ପ୍ରତିବାଦ ସଭାରେ କେବଳ ବିଜେଡି ନୁହେଁ, ବରଂ ଅନ୍ୟ ଦଳର ନେତାମାନେ ମଧ୍ୟ ସାମିଲ ହୋଇ ବିଜୁ ବାବୁଙ୍କ ପ୍ରତି ରହିଥିବା ସମ୍ମାନର ପରିଚୟ ଦେଇଥିଲେ। ମେୟରଙ୍କ ସମେତ ପୂର୍ବତନ ମନ୍ତ୍ରୀ ଶଶିଭୂଷଣ ବେହେରା, ଡେପୁଟି ମେୟର ଦମୟନ୍ତୀ ମାଝୀ, ବିଜେଡି ଜିଲ୍ଲା ସଭାପତି ପ୍ରଫୁଲ୍ଲ ସିଂହ ଓ ମହିଳା ସଭାପତି ଅନିତା ବେହେରା ଉପସ୍ଥିତ ଥିଲେ। ଏଥିସହ ସିପିଆଇ(ଏମ୍‌‌) ଜିଲ୍ଲା ସମ୍ପାଦକ ବଦ୍ରିନାରାୟଣ ଦାସ, ସିପିଆଇ ଜିଲ୍ଲା ସମ୍ପାଦକ ଅମରେନ୍ଦ୍ର ମହାନ୍ତି ଏବଂ କଂଗ୍ରେସ ନେତା ତଥା କର୍ପୋରେଟର ଜେ. କାମେଶ୍ୱର ରାଓ ପ୍ରମୁଖ ଯୋଗଦେଇ ସାଂସଦଙ୍କ ମନ୍ତବ୍ୟକୁ ତୀବ୍ର ନିନ୍ଦା କରିଥିଲେ। କାର୍ଯ୍ୟକ୍ରମରେ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପ୍ରଦୀପ ରାଉତ, ଏ. ଶ୍ରୀଦେବୀ, ମୋନାଲିସା ଦାସ, ରାଜ୍ୟ କମିଟି ସଦସ୍ୟ ପ୍ରକାଶ ସିଂ, ନନ୍ଦଲାଲ ସିଂ, ଏକ୍ରାମ ହୁସେନଙ୍କ ସମେତ ବହୁ କର୍ପୋରେଟର, ଆଇନଜୀବୀ ଓ ଶତାଧିକ କର୍ମୀ ସାମିଲ ହୋଇଥିଲେ। ବିଜୁ ବାବୁ କେବଳ ଓଡ଼ିଶାର ନୁହେଁ ବରଂ ଜଣେ ଆନ୍ତର୍ଜାତୀୟସ୍ତରର ଜନନାୟକ ଥିଲେ। ତାଙ୍କ ପ୍ରତି ଏଭଳି ହୀନ ମନ୍ତବ୍ୟ ବିଜେପିର ଓଡ଼ିଶା-ବିରୋଧୀ ମନୋଭାବକୁ ପଦାରେ ପକାଇଛି ବୋଲି ମେୟର ଶ୍ରୀ ସିଂହ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଲିଙ୍ଗରାଜ ଥାନା ପୋଲିସ, ହତ୍ୟା ଅଭିଯୁକ୍ତର ଘରେ ଚାଲିଲା ବୁଲଡୋଜର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର