ଅଗଷ୍ଟ ୩୧ରୁ ଉତ୍‌‌କେଲା-ଭୁବନେଶ୍ବର ମଧ୍ୟରେ ଆରମ୍ଭ ହେବ ବିମାନ ସେବା

The Sakala Picture
Published On

ଭୁବନେଶ୍ୱର : ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଓଡ଼ିଶା ଆଉ ଏକ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛି। ଏକଦା ଭୋକର ଭୂଗୋଳ ଭାବେ ପରିଚିତ ଆଦିବାସୀ ଅଧ୍ୟଷିତ କଳାହାଣ୍ଡି ଜିଲ୍ଲାବାସୀ ବିମାନରେ ବସିବାର ସୁଯୋଗ ପାଇବେ। ଜିଲ୍ଲାର ଉତ୍‌‌କେଲା ବିମାନବନ୍ଦରରୁ ଆସନ୍ତା ୩୧ ତାରିଖରୁ ବିମାନ ଚଳାଚଳ ଆରମ୍ଭ ହେବ। ଏଥିପାଇଁ ବିଧିବଦ୍ଧ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ମାସ ୭ ତାରିଖରେ ଡାଇରେକ୍ଟର ଜେନେରାଲ ଅଫ୍‌‌ ସିଭିଲ୍‌‌ ଏଭିଏସନ୍‌‌ (ଡିଜିସିଏ) ପକ୍ଷରୁ ଉତ୍‌କେଲା ବିମାନବନ୍ଦରକୁ […]

ଭୁବନେଶ୍ୱର : ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଓଡ଼ିଶା ଆଉ ଏକ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛି। ଏକଦା ଭୋକର ଭୂଗୋଳ ଭାବେ ପରିଚିତ ଆଦିବାସୀ ଅଧ୍ୟଷିତ କଳାହାଣ୍ଡି ଜିଲ୍ଲାବାସୀ ବିମାନରେ ବସିବାର ସୁଯୋଗ ପାଇବେ। ଜିଲ୍ଲାର ଉତ୍‌‌କେଲା ବିମାନବନ୍ଦରରୁ ଆସନ୍ତା ୩୧ ତାରିଖରୁ ବିମାନ ଚଳାଚଳ ଆରମ୍ଭ ହେବ। ଏଥିପାଇଁ ବିଧିବଦ୍ଧ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ମାସ ୭ ତାରିଖରେ ଡାଇରେକ୍ଟର ଜେନେରାଲ ଅଫ୍‌‌ ସିଭିଲ୍‌‌ ଏଭିଏସନ୍‌‌ (ଡିଜିସିଏ) ପକ୍ଷରୁ ଉତ୍‌କେଲା ବିମାନବନ୍ଦରକୁ ୨-ବି ଲାଇସେନ୍ସ ପ୍ରଦାନ କରାଯାଇଛି।

ପ୍ରଥମେ ଉତ୍‌‌କେଲା-ଭୁବନେଶ୍ୱର ବିମାନ ଚଳାଚଳ ଆରମ୍ଭ ହେବ। ପରେ ଏହା ରାୟପୁରକୁ ସମ୍ପ୍ରସାରିତ ହେବ। ଏଥିପାଇଁ ଇଣ୍ଡିଆ ୱାନ୍‌‌ ଏୟାର ଏକ ୯ ଆସନ ବିଶିଷ୍ଟ ବିମାନ କ୍ରୟ କରି ପ୍ରସ୍ତୁତ ରଖିଛି। ଉତ୍‌‌କେଲା ବିମାନବନ୍ଦରର ସମ୍ପ୍ରସାରଣ ଏବଂ ପୁନଃନିର୍ମାଣ ପାଇଁ ରାଜ୍ୟ ସରକାର ଜମି ଯୋଗାଇ ଦେଇଛନ୍ତି। ଜମି ଅଧିଗ୍ରହଣ ସହିତ ରନୱେ ଓ ଟର୍ମିନାଲ କୋଠା ନିର୍ମାଣ ବାବଦରେ ରାଜ୍ୟ ସରକାର ୧୬୨ କୋଟି ଟଙ୍କା ବ୍ୟୟ କରିଛନ୍ତି। ନିର୍ମାଣ ଏବଂ ଅନ୍ୟ ଆନୁସଙ୍ଗିକ କାମ ଶେଷ ହୋଇଥିଲା ବେଳେ ଦୁଇ ମାସ ପୂର୍ବେ ବିମାନ ଚଳାଚଳ ଆରମ୍ଭ ହେବାର ଥିଲା। ତେବେ ଡିଜିସିଏ ଲାଇସେନ୍ସ ମିଳିନଥିବାରୁ ସମସ୍ୟା ଦେଖା ଦେଇଥିଲା। ଗତ ମାସରେ ଡିଜିସିଏର ଅଧିକାରୀ ଦଳ ଏହି ବିମାନବନ୍ଦର ପରିଦର୍ଶନ କରିଥିଲେ। ଏହାପରେ ଅଗଷ୍ଟ ୭ରେ ଡିଜିସିଏ ପକ୍ଷରୁ ଲାଇସେନ୍ସ ପ୍ରଦାନ କରାଯାଇଥିଲା।

ସମ୍ପ୍ରତି ଭୁବନେଶ୍ୱର ପରେ ଝାରସୁଗୁଡ଼ା, ଜୟପୁର, ରାଉରକେଲା, ରଙ୍ଗେଇଲୁଣ୍ଡା ପରେ ଉତ୍‌‌କେଲା ବିମାନବନ୍ଦର କାର୍ଯ୍ୟକ୍ଷମ ହେବାକୁ ଯାଉଛି। ତେବେ ରଙ୍ଗେଇଲୁଣ୍ଡାକୁ ଏପର୍ଯ୍ୟନ୍ତ ବିଧିବଦ୍ଧ ଲାଇସେନ୍ସ ମିଳି ନାହିଁ। ରାଜ୍ୟରେ ଦ୍ରୁତ ଶିଳ୍ପାୟନ ଓ ପର୍ଯ୍ୟଟନ କ୍ଷେତ୍ରର ବିକାଶ ଦୃଷ୍ଟିରୁ ବିମାନ ସେବାର ଗୁରୁତ୍ୱ ବୃଦ୍ଧି ପାଇଛି। ରାଜ୍ୟ ଭିତରେ ଓ ଆନ୍ତଃରାଜ୍ୟ ବିମାନ ଚଳାଚଳ ସହ ଅନ୍ତର୍ଜାତୀୟ ଉଡ଼ାଣକୁ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର। କୋରାପୁଟ ଏବଂ କଳାହାଣ୍ଡି ଜିଲ୍ଲାକୁ ପଡ଼ୋଶୀ ରାଜ୍ୟର ବାଣିଜ୍ୟିକ ପ୍ରବେଶ ପଥ ବୋଲି କୁହାଯାଏ। ବାଣିଜ୍ୟିକ ପରିବେଶ ତଥା ମାଓ ଆକ୍ରମଣ ଆଶଙ୍କା ଦୃଷ୍ଟିରୁ ସୁରକ୍ଷିତ ପରିବହନ ନିମନ୍ତେ ଜୟପୁର ଏବଂ ଉତ୍‌‌କେଲା ବେଶ୍‍ ଗୁରୁତ୍ୱବହନ କରିଥାଏ। ଏଠାରୁ ବିମାନ ସେବା ଆରମ୍ଭ ହେବା ନା କେବଳ ସ୍ଥାନୀୟ ଲୋକ ବରଂ ସମଗ୍ର ରାଜ୍ୟ ପାଇଁ ଉପାଦେୟ ସାବ୍ୟସ୍ତ ହେବ। ପୂର୍ବରୁ ଜୟପୁରରୁ ବିମାନ ସେବା ଆରମ୍ଭ ହୋଇଥିବା ବେଳେ ଏବେ ଉତ୍‌‌କେଲା ବିମାନ ବନ୍ଦରରୁ ବିମାନ ଉଡାଣ କରିବା କଳାହାଣ୍ଡି ଜିଲ୍ଲାବାସୀଙ୍କ ସହ ରାଜ୍ୟବାସୀଙ୍କ ପାଇଁ ଏକ ଖୁସି ଖବର। ଉତ୍‌‌କେଲାକୁ ବିମାନ ସଂଯୋଗ ଦ୍ୱାରା ପର୍ଯ୍ୟଟନ କ୍ଷେତ୍ର ବିଶେଷଭାବେ ଉପକୃତ ହେବ ବୋଲି କୁହାଯାଉଛି। ଅପରୂପ ସୌନ୍ଦର୍ଯ୍ୟରେ ଭରା କଳାହାଣ୍ଡି ଏବଂ ନିକଟସ୍ଥ ଜିଲ୍ଲାକୁ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବ। ଉଭୟ ଭୁବନେଶ୍ୱର ଏବଂ ରାୟପୁର ରୁଟ୍‌‌ରେ ଯାତ୍ରୀ ସଂଖ୍ୟା ସନ୍ତୋଷଜନକ ରହିବା ସମ୍ଭାବନା ଅଛି।

26 Aug 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର