ମନୋରଞ୍ଜନ

"ଭଲ ଝିଅର ଛବି ଏକ ଛଳନା..." ଦୀପିକା ପାଦୁକୋନଙ୍କୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟ ଉପରେ ସ୍ପଷ୍ଟୀକରଣ ଦେଲେ ନିର୍ଦ୍ଦେଶକ ଇମତିଆଜ୍ ଅଲୀ
ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ

ନାବାଳକ ଟ୍ରାକ୍ଟର ଚାଳକକୁ ୫୭ ହଜାର ୫୦୦ ଟଙ୍କା ଜରିମାନା

The Sakala Picture
Published On

ବାଲେଶ୍ଵର : ବାଲେଶ୍ଵର ସହର ଉପକଣ୍ଠସ୍ଥ ଆଜିମାବାଦ ଠାରେ ଆଜି ଅପରାହ୍ନରେ ଏକ ମାଟି ବୋଝେଇ ଟ୍ରାକ୍ଟର ଉପରେ ଚଢ଼ାଉ କରାଯାଇ ୫୭ ହଜାର ୫୦୦ ଟଙ୍କାର ଜୋରିମାନା କରାଯାଇଛି। ଓଡି୦୧ଏଏ୬୬୫୯ ନମ୍ବରର ଏକ ଟ୍ରାକ୍ଟର ରେ ମାଟି ପରିବହନ ହେଉଥିବା ବେଳେ ବାଲେଶ୍ବର ଆଞ୍ଚଳିକ ପରିବହନ ଅଧିକାରୀ ରଶ୍ମି ରଞ୍ଜିତ ଦଳବେହେରା ଙ୍କ ନିର୍ଦ୍ଦେଶରେ ଏକ ଟିମ୍ ଚଢାଉ ଆଜିମାବାଦ ନିକଟରେ ଚଢ଼ାଉ କରିଥିଲେ। ତେବେ ଚଢ଼ାଉ ସମୟରେ ଏହି ଟ୍ରାକ୍ଟରଟି କୃଷି କାର୍ଯ୍ୟ ପାଇଁ […]

ବାଲେଶ୍ଵର : ବାଲେଶ୍ଵର ସହର ଉପକଣ୍ଠସ୍ଥ ଆଜିମାବାଦ ଠାରେ ଆଜି ଅପରାହ୍ନରେ ଏକ ମାଟି ବୋଝେଇ ଟ୍ରାକ୍ଟର ଉପରେ ଚଢ଼ାଉ କରାଯାଇ ୫୭ ହଜାର ୫୦୦ ଟଙ୍କାର ଜୋରିମାନା କରାଯାଇଛି। ଓଡି୦୧ଏଏ୬୬୫୯ ନମ୍ବରର ଏକ ଟ୍ରାକ୍ଟର ରେ ମାଟି ପରିବହନ ହେଉଥିବା ବେଳେ ବାଲେଶ୍ବର ଆଞ୍ଚଳିକ ପରିବହନ ଅଧିକାରୀ ରଶ୍ମି ରଞ୍ଜିତ ଦଳବେହେରା ଙ୍କ ନିର୍ଦ୍ଦେଶରେ ଏକ ଟିମ୍ ଚଢାଉ ଆଜିମାବାଦ ନିକଟରେ ଚଢ଼ାଉ କରିଥିଲେ। ତେବେ ଚଢ଼ାଉ ସମୟରେ ଏହି ଟ୍ରାକ୍ଟରଟି କୃଷି କାର୍ଯ୍ୟ ପାଇଁ ପଞ୍ଜିକୃତ କରାଯାଇଥିବା ବେଳେ ତାହାକୁ ମାଲ ପରିବହନ ସେ ବି ପୁଣି ବ୍ୟବସାୟୀକ କାମରେ ଲଗାଇବା, ଟ୍ରାକ୍ଟରର ଚାଳକଙ୍କ ନାମରେ ଲାଇସେନ୍ସ ନଥାଇ ଗାଡ଼ି ଚାଳନା କରିବା ଓ ଟ୍ରାକ୍ଟରକୁ ଚାଳନା କରୁଥିବା ଚାଳକ ଜଣକ ୧୭ ବର୍ଷର ନାବାଳକ ହୋଇଥିବାରୁ ଏହାକୁ ଜବତ କରାଯାଇ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ କୁ ଅଣାଯିବା ସହ ମାଲିକଙ୍କୁ ୫୭୫୦୦ ଟଙ୍କା ଜୋରିମାନା କରାଯାଇଛି।

ଆହୁରି ପଢ଼ନ୍ତୁ: ITR ଚାନ୍ଦିପୁରରେ 'ସୂର୍ଯ୍ୟାସ୍ତ୍ର' ରକେଟ୍‌ର ସଫଳ ପରୀକ୍ଷଣ, ଲକ୍ଷ୍ୟଭେଦ କ୍ଷମତା ୧୫୦ରୁ ୩୦୦

ସେହିପରି ଟ୍ରାକ୍ଟର ରେ ମାଟି ପରିବହନ ହେଉଥିବାରୁ ଅତିରିକ୍ତ ତହସିଲଦାର ଅତନୁ ପ୍ରଧାନ ଆରଟିଓଙ୍କ କାର୍ଯ୍ୟାଳୟରେ ପହଞ୍ଚି ଟ୍ରାକ୍ଟର କୁ ଯାଞ୍ଚ କରିଛନ୍ତି।ବିନା ପରମିଟରେ ମାଟି ପରିବହନ ହେଉଥିବାରୁ ରାଜସ୍ବ ବିଭାଗ ତରଫରୁ ମଧ୍ୟ ଜୋରିମାନା ଆଦାୟ କରାଯିବ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ ଟ୍ରାକ୍ଟର ରେ ବ୍ୟବହାର ହେଉଥିବା ତେଲ ଅପମିଶ୍ରଣ ସମ୍ପର୍କରେ ଯଦି ଯାଞ୍ଚ ସମୟରେ ଜଣାପଡେ ତେବେ ସେଥିପାଇଁ ମଧ୍ୟ ଜୋରିମାନା ଆଦାୟ ହେବ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ଓଡିଶାରେ ଅପରାଧ ଉପରମୁହାଁ, କୋମାରେ ପୋଲିସ: ବିଜେଡି

16 Mar 2021 By The Sakala

ନାବାଳକ ଟ୍ରାକ୍ଟର ଚାଳକକୁ ୫୭ ହଜାର ୫୦୦ ଟଙ୍କା ଜରିମାନା

ବାଲେଶ୍ଵର : ବାଲେଶ୍ଵର ସହର ଉପକଣ୍ଠସ୍ଥ ଆଜିମାବାଦ ଠାରେ ଆଜି ଅପରାହ୍ନରେ ଏକ ମାଟି ବୋଝେଇ ଟ୍ରାକ୍ଟର ଉପରେ ଚଢ଼ାଉ କରାଯାଇ ୫୭ ହଜାର ୫୦୦ ଟଙ୍କାର ଜୋରିମାନା କରାଯାଇଛି। ଓଡି୦୧ଏଏ୬୬୫୯ ନମ୍ବରର ଏକ ଟ୍ରାକ୍ଟର ରେ ମାଟି ପରିବହନ ହେଉଥିବା ବେଳେ ବାଲେଶ୍ବର ଆଞ୍ଚଳିକ ପରିବହନ ଅଧିକାରୀ ରଶ୍ମି ରଞ୍ଜିତ ଦଳବେହେରା ଙ୍କ ନିର୍ଦ୍ଦେଶରେ ଏକ ଟିମ୍ ଚଢାଉ ଆଜିମାବାଦ ନିକଟରେ ଚଢ଼ାଉ କରିଥିଲେ। ତେବେ ଚଢ଼ାଉ ସମୟରେ ଏହି ଟ୍ରାକ୍ଟରଟି କୃଷି କାର୍ଯ୍ୟ ପାଇଁ ପଞ୍ଜିକୃତ କରାଯାଇଥିବା ବେଳେ ତାହାକୁ ମାଲ ପରିବହନ ସେ ବି ପୁଣି ବ୍ୟବସାୟୀକ କାମରେ ଲଗାଇବା, ଟ୍ରାକ୍ଟରର ଚାଳକଙ୍କ ନାମରେ ଲାଇସେନ୍ସ ନଥାଇ ଗାଡ଼ି ଚାଳନା କରିବା ଓ ଟ୍ରାକ୍ଟରକୁ ଚାଳନା କରୁଥିବା ଚାଳକ ଜଣକ ୧୭ ବର୍ଷର ନାବାଳକ ହୋଇଥିବାରୁ ଏହାକୁ ଜବତ କରାଯାଇ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ କୁ ଅଣାଯିବା ସହ ମାଲିକଙ୍କୁ ୫୭୫୦୦ ଟଙ୍କା ଜୋରିମାନା କରାଯାଇଛି।

ସେହିପରି ଟ୍ରାକ୍ଟର ରେ ମାଟି ପରିବହନ ହେଉଥିବାରୁ ଅତିରିକ୍ତ ତହସିଲଦାର ଅତନୁ ପ୍ରଧାନ ଆରଟିଓଙ୍କ କାର୍ଯ୍ୟାଳୟରେ ପହଞ୍ଚି ଟ୍ରାକ୍ଟର କୁ ଯାଞ୍ଚ କରିଛନ୍ତି।ବିନା ପରମିଟରେ ମାଟି ପରିବହନ ହେଉଥିବାରୁ ରାଜସ୍ବ ବିଭାଗ ତରଫରୁ ମଧ୍ୟ ଜୋରିମାନା ଆଦାୟ କରାଯିବ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ ଟ୍ରାକ୍ଟର ରେ ବ୍ୟବହାର ହେଉଥିବା ତେଲ ଅପମିଶ୍ରଣ ସମ୍ପର୍କରେ ଯଦି ଯାଞ୍ଚ ସମୟରେ ଜଣାପଡେ ତେବେ ସେଥିପାଇଁ ମଧ୍ୟ ଜୋରିମାନା ଆଦାୟ ହେବ ବୋଲି କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର