ନଦୀ ଭିତରେ କୁମ୍ଭୀର ସହ ଲଢେଇ କରି ଜୀବନ ବଞ୍ଚାଇଲେ ନାବାଳକ

The Sakala Picture
Published On

କେନ୍ଦ୍ରାପଡା/ପଟ୍ଟାମୁଣ୍ଡାଇ : କୁମ୍ଭୀର ସହ ଜଣେ ୧୩ ବର୍ଷର ନାବାଳକ ଲଢେଇ କରି ନିଜ ଜୀବନ ବଞ୍ଚାଇପାରିଛନ୍ତି । ନଦୀର ଅଥଳ ପାଣି ଭିତରେ କୁମ୍ଭୀରକୁ ବିଧା ଗୋଇଠା ଚାପୁଡ଼ା ମାରି ନିଜ ଜୀବନ ବଞ୍ଚାଇବା ନେଇ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ନାବାଳକ ଜଣଙ୍କ ନଦୀକୁ ଗାଧେଇବାକୁ ଯାଇଥିଲେ । ଗାଧୋଇବାବେଳେ କୁମ୍ଭୀର ଟାଣି ନେଇଥିଲା ।  ଅଥଳ ପାଣି ଭିତରେ କୁମ୍ଭୀର ସହ ସଂଘର୍ଷ କରି ନିଜ ଜୀବନକୁ ବଞ୍ଚାଇଛନ୍ତି ନାବାଳକ । […]

କେନ୍ଦ୍ରାପଡା/ପଟ୍ଟାମୁଣ୍ଡାଇ : କୁମ୍ଭୀର ସହ ଜଣେ ୧୩ ବର୍ଷର ନାବାଳକ ଲଢେଇ କରି ନିଜ ଜୀବନ ବଞ୍ଚାଇପାରିଛନ୍ତି । ନଦୀର ଅଥଳ ପାଣି ଭିତରେ କୁମ୍ଭୀରକୁ ବିଧା ଗୋଇଠା ଚାପୁଡ଼ା ମାରି ନିଜ ଜୀବନ ବଞ୍ଚାଇବା ନେଇ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ନାବାଳକ ଜଣଙ୍କ ନଦୀକୁ ଗାଧେଇବାକୁ ଯାଇଥିଲେ । ଗାଧୋଇବାବେଳେ କୁମ୍ଭୀର ଟାଣି ନେଇଥିଲା ।  ଅଥଳ ପାଣି ଭିତରେ କୁମ୍ଭୀର ସହ ସଂଘର୍ଷ କରି ନିଜ ଜୀବନକୁ ବଞ୍ଚାଇଛନ୍ତି ନାବାଳକ । ଏହିଭଳି ଏକ ଘଟଣା ପଟ୍ଟାମୁଣ୍ଡାଇ ବଲୁରିଆ ପଂଚାୟତ ଅରାଜି ଗାଁର ଓମ ପ୍ରକାଶ ସାହୁ (୧୩)ଙ୍କ ସହ ଦେଖିବାକୁ ମିଳିଛି ।
ଓମ ପ୍ରକାଶ ଆଜି ଦିନ ପ୍ରାୟ ୧ ଟା ବେଳେ କାଣି ନଦୀକୁ ଗାଧେଇବା ପାଇଁ ଯାଇଥିଲେ। ଗାଧୋଉଥିବା ବେଳେ ତାଙ୍କୁ ପ୍ରାୟ ୧୦ ଫୁଟ ଲମ୍ବର କୁମ୍ଭୀର ଟାଣି ନେଇଥିଲା। ନିକଟରେ ଗାଧୋଉଥିବା ଅନ୍ୟମାନେ କୁମ୍ଭୀର ଓମକୁ ଟାଣି ନେଉଥିବା ଦେଖି ଚିତ୍କାର କରିବା ସହ ପାଖରେ ଥିବା ଗାମୁଛା ଫୋଫଡ଼ି ଥିଲେ। କିନ୍ତୁ ପାଣି ଭିତରେ ନାବାଳକ ଓମ ଭୟ ନକରି  ମଣିଷ ଖିଆ କୁମ୍ଭୀରକୁ ଗୋଇଠା ମାରିବା ସହ ପ୍ରାୟ ୩୦ମିନିଟ ଧରି ଲଢେଇ କରିଥିଲେ। କୁମ୍ଭୀରକୁ ଦୃଢ ମୁକାବିଲା କରିବା ପରେ ଶେଷରେ ହାର ମାନି ଥିଲା ଶିକାରୀ କୁମ୍ଭୀର  ଆଉ ଜୀବନ ବଞ୍ଚାଇ ଥିଲେ ଓମ। ହେଲେ କୁମ୍ଭୀର ଆକ୍ରମଣରେ ସେ ଗୁରୁତର ହୋଇପଡିଥିଲେ। ନିକଟରେ ସାଙ୍ଗ ସାଥି ମାନେ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଥିଲେ। ଓମଙ୍କ ଦୁଇ ଗୋଡ଼ ଓ ଦୁଇ ହାତରେ କୁମ୍ଭୀର କାମୁଡ଼ାରେ ଗଭୀର ଭାବେ କ୍ଷତ ସୃଷ୍ଟି ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟ ପରେ ଅବସ୍ଥା ସଂକଟାପର୍ଣ୍ଣ ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

 

ଆହୁରି ପଢ଼ନ୍ତୁ: ଚିପଟ ନଦୀ ପୋଲ ତଳୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ପୁଲିସର ତଦନ୍ତ ଜାରି

ଏଇ ମାସକ ମଧ୍ୟରେ କୁମ୍ଭୀର ଆକ୍ରମଣରେ ଏହି ଅଞ୍ଚଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ତେବେ କେନ୍ଦ୍ରାପଡା ଜିଲ୍ଲା ଭିତରକନିକା ଜାତୀୟ ଉଦ୍ୟାନ  ପାର୍ଶ୍ୱବର୍ତ୍ତି ରାଜନଗର,ମହାକାଳପଡ଼ା, ପଟ୍ଟାମୁଣ୍ଡାଇ, ଅlଳି, ରାଜକନିକା  ନଦୀ ନାଳରେ  କୁମ୍ଭୀର ମାନଙ୍କ ବଂଶ ବୃଦ୍ଧି ପାଉଛି । ଯାହାଫଳରେ ନଦୀ ନାଳ ଗୁଡି଼କ ଉପରେ ନିର୍ଭର କରି ଚାଲୁଥିବା ଗାଁ ଗୁଡିକରେ କୁମ୍ଭୀର ଆତଙ୍କ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହା ସହ ଏବେ କୁମ୍ଭୀର ମାନଙ୍କ ପ୍ରଜନନ ଋତୁ ଚାଲିଥିବାରୁ ଏହି ସମୟରେ କୁମ୍ଭୀର ମାନେ ଅଧିକ ହିଂସ୍ର ରହିଥାନ୍ତି। ତେବେ ବାରମ୍ବାର ବନ ବିଭାଗକୁ ଅଭିଯୋଗ ହେଉଥିଲେ ମଧ୍ୟ ସେମାନଙ୍କ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନି । ବାରମ୍ବାର କୁମ୍ଭୀର ମଣିଷ ମଧ୍ୟରେ ଲଢେ଼ଇ ହୋଇ ଜୀବନ ହାନି ଘଟୁ ଥିଲେ ମଧ୍ୟ ସେଥି ପାଇଁ କେହି ଦୃଷ୍ଟି ଦେଉ ନଥିବା ଅଭିଯୋଗ ହୋଇଛି ।
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର