ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣା, ପି.ଏସ.ଓ. ଙ୍କୁ ବହିଷ୍କାର କଲେ ଏସପି

The Sakala Picture
Published On

ଝାରସୁଗୁଡ଼ା: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟାକାଣ୍ଡ ମାମଲାରେ ସୁରକ୍ଷା ବ୍ୟବସ୍ଥାରେ ଖିଲାପ ପାଇଁ ତାଙ୍କର ବ୍ୟକ୍ତିଗତ ସୁରକ୍ଷାକର୍ମୀ ମିତ୍ରଭାନୁ ଦେଓକୁ ଝାରସୁଗୁଡ଼ା ଆରକ୍ଷୀ ଅଧିକ୍ଷକ ସ୍ମିତ ପି ପରମାର ବହିଷ୍କୃତ କରିଛନ୍ତି। ଗଲା ସେପ୍ଟେମ୍ବର ୨୭ ତାରିଖରେ ଏହି ନିର୍ଦେଶ ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟରୁ ହୋଇଥିବା ବେଳେ ଏହାକୁ ଲୁଚାଇ ରଖାଯାଇଥିଲା। କେଉଁ ଉଦେଶ୍ୟରେ ଏହି ନିର୍ଦ୍ଦଶକୁ ଲୁଚାଇ ରଖାଯାଇଥିଲା, ତାକୁ ନେଇ ଏବେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। କାହିଁକି ନା […]

ଝାରସୁଗୁଡ଼ା: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟାକାଣ୍ଡ ମାମଲାରେ ସୁରକ୍ଷା ବ୍ୟବସ୍ଥାରେ ଖିଲାପ ପାଇଁ ତାଙ୍କର ବ୍ୟକ୍ତିଗତ ସୁରକ୍ଷାକର୍ମୀ ମିତ୍ରଭାନୁ ଦେଓକୁ ଝାରସୁଗୁଡ଼ା ଆରକ୍ଷୀ ଅଧିକ୍ଷକ ସ୍ମିତ ପି ପରମାର ବହିଷ୍କୃତ କରିଛନ୍ତି। ଗଲା ସେପ୍ଟେମ୍ବର ୨୭ ତାରିଖରେ ଏହି ନିର୍ଦେଶ ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟରୁ ହୋଇଥିବା ବେଳେ ଏହାକୁ ଲୁଚାଇ ରଖାଯାଇଥିଲା। କେଉଁ ଉଦେଶ୍ୟରେ ଏହି ନିର୍ଦ୍ଦଶକୁ ଲୁଚାଇ ରଖାଯାଇଥିଲା, ତାକୁ ନେଇ ଏବେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। କାହିଁକି ନା କୌଣସି ଛୋଟ ବଡ଼ ହତ୍ୟାକାଣ୍ଡ ହେଉଁ କିମ୍ବା ଚୋରି ମାମଲାରେ ପୁଲିସ ଧରିଥିବା ଅଭିଯୁକ୍ତଙ୍କୁ ଧରି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବଖାଣି ନିଜର ପ୍ରଶାଂସା ସାଉଁଟୁଛନ୍ତି ଝାରସୁଗୁଡ଼ା ପୋଲିସ। କିନ୍ତୁ ରାଜ୍ୟର ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣାରେ କର୍ତ୍ତବ୍ୟରେ ଅବହେଳା କରିଥିବା ଘଟଣାରେ ପୁଲିସ କର୍ମଚାରୀ ବା ମନ୍ତ୍ରୀଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କୁ ନିଳମ୍ବନ ପରେ ବହିଷ୍କାର କରିଥିବା ବେଳେ କ’ଣ ପାଇଁ ସମସ୍ତଙ୍କୁ ଅବଗତ କରାଗଲାନାହିଁ ବୋଲି ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।
ପ୍ରକାଶଯୋଗ୍ୟ, ୨୦୨୩ ଜାନୁୟାରୀ ୩୦ ତାରିଖ ଦିନ ନବ ଦାସଙ୍କୁ ବ୍ରଜରାଜନଗର ଥାନା ଅନ୍ତର୍ଗତ ଗାନ୍ଧୀଛକ ଠାରେ  ଗାନ୍ଧିଛକ ଫାଣ୍ଡିରେ କାର୍ଯ୍ୟରତ ପୁଲିସ ଏଏସ୍‌ଆଇ ଗୋପାଳ ଦାସ ଗୁଳି କରି ହତ୍ୟା କରିଥିଲେ। ସେହି ହତ୍ୟାକାଣ୍ଡ ପରେ ଝାରସୁଗୁଡ଼ାର ତତ୍କାଳୀନ ଏସପି ରାହୁଳ ଜୈନ, ବ୍ରଜରାଜନଗରର ତତ୍କାଳୀନ ଏସଡିପିଓ ଗୁପ୍ତେଶ୍ବର ଭୋଇ ଏବଂ ବ୍ରଜରାଜନଗର ଥାନାର ଇନସ୍ପେକ୍ଟର ପ୍ରଦ୍ୟୁମ୍ନ ସ୍ବାଇଁଙ୍କୁ ବଦଳି କରାଯାଇଥିଲା। ତା’ ସାଙ୍ଗକୁ ହତ୍ୟା ଘଟଣା ଦିନ ନବ ଦାସଙ୍କ ସାଥିରେ ଥିବା ପିଏସଓ ମିତ୍ରଭାନୁ ଦେଓଙ୍କୁ ନିଲମ୍ବିତ କରାଯାଇଥିଲା। କାରଣ ସେ ତାଙ୍କର ବ୍ୟକ୍ତିଗତ ସୁରକ୍ଷାକର୍ମୀ ହୋଇଥିବା ବେଳେ ସେ ତାଙ୍କ ପଛ ଗାଡ଼ିରେ ଥିଲେ। ସେ ଗାଡ଼ିରୁ ଆସି ମନ୍ତ୍ରୀ ବସିଥିବା କାର ଡୋର ଖୋଲିବା ବେଳକୁ ତାଙ୍କ ଦେହରେ ଗୁଳି ବାଜି ସାରିଥିଲା। ସେଥିପାଇଁ ଏବଂ କର୍ତ୍ତବ୍ୟରେ ଖିଲାପ କରିଥିବା ହେତୁ ତାଙ୍କୁ ସେ ସମୟରେ ନିଲମ୍ବିତ କରାଯାଇଥିଲା। ଗଲା ସେପ୍ଟେମ୍ବର ୨୭ ତାରିଖରେ ତାଙ୍କୁ ଝାରସୁଗୁଡ଼ା ଆରକ୍ଷୀ ଅଧିକ୍ଷକ ସ୍ମିତ ପି ପରମାର ସରକାରୀ ଚାକିରୀରୁ ବହିଷ୍କାର କରିଛନ୍ତି। ହେଲେ ଯେଉଁ ଅର୍ଡର କପି ବାହାର କରିଛନ୍ତି, ସେଥି‌େ‌ର ତାଙ୍କର ଦସ୍ତଖତ ରହିଥିବା ବେଳେ ତାଙ୍କର ଅଫିସିଆଲ ସିଲ ମଧ୍ୟ ରହିନାହିଁ। ଗଲା ୨୭ ତାରିଖ ଘଟଣାକୁ ଲୁଚାଇ ରଖାଯାଇଥିବା ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
03 Oct 2024 By The Sakala

https://www.thesakala.in/latest-odisha-news/jharsuguda-news/former-health-minister-nab-das-murder-case-p-s-o-expelled-sp/article-35611
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର