ବିବାହ ପରେ ଶାଶୁଘରକୁ ଯିବା ବାଟରେ ପ୍ରେମିକ ସହ ଛୁ’ ମାରିଲା କନ୍ୟା, ସାନଭଉଣୀକୁ ବିବାହ କଲା ବର

The Sakala Picture
Published On

ବ୍ରଜରାଜନଗର: ବ୍ରଜରାଜନଗର ଥାନା ଗାନ୍ଧିଛକ ଫାଣ୍ଡି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।  ବିବାହ ପରେ ବର କନ୍ୟା ଶାଶୁଘରକୁ ଯିବା ବାଟରେ ବାନ୍ତି ଲାଗୁଚି କହି କାରରୁ ଓହ୍ଲାଇ ପ୍ରେମିକ ସହ ଫେରାର ମାରିଛି କନ୍ୟା। ପରେ କନ୍ୟାର ସାନ ଭଉଣୀଙ୍କ ସହିତ ବିବାହ କଲା ବର। କନ୍ୟା ଫେରାର ନେଇ ଗାନ୍ଧିଛକ ଫାଣ୍ଡିରେ କନ୍ୟାର କାକା ପକ୍ଷରୁ ଏକ ନିଖୋଜ ମାମଲା ରୁଜୁ କରାଯାଇଛି। ଗାନ୍ଧିଛକ ଫାଣ୍ଡି ଅଞ୍ଚଳରେ ଜଣେ କନ୍ୟା ନିଜ […]

ବ୍ରଜରାଜନଗର: ବ୍ରଜରାଜନଗର ଥାନା ଗାନ୍ଧିଛକ ଫାଣ୍ଡି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।  ବିବାହ ପରେ ବର କନ୍ୟା ଶାଶୁଘରକୁ ଯିବା ବାଟରେ ବାନ୍ତି ଲାଗୁଚି କହି କାରରୁ ଓହ୍ଲାଇ ପ୍ରେମିକ ସହ ଫେରାର ମାରିଛି କନ୍ୟା। ପରେ କନ୍ୟାର ସାନ ଭଉଣୀଙ୍କ ସହିତ ବିବାହ କଲା ବର। କନ୍ୟା ଫେରାର ନେଇ ଗାନ୍ଧିଛକ ଫାଣ୍ଡିରେ କନ୍ୟାର କାକା ପକ୍ଷରୁ ଏକ ନିଖୋଜ ମାମଲା ରୁଜୁ କରାଯାଇଛି। ଗାନ୍ଧିଛକ ଫାଣ୍ଡି ଅଞ୍ଚଳରେ ଜଣେ କନ୍ୟା ନିଜ ପ୍ରେମିକ ସହିତ ଫେରାର ମାରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

ସୂଚନା ଅନୁଯାୟୀ, ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅଞ୍ଚଳରେ ବିବାହ ସରିବା ପରେ ବର କନ୍ୟା ଶାଶୁଘରକୁ ଯିବା ବାଟରେ ବାନ୍ତି ଲାଗୁଚି କହି କାରରୁ ଓହ୍ଲାଇ ପ୍ରେମିକ ସହ ଫେରାର ମାରିଲା କନ୍ୟା। ପରେ ବରପକ୍ଷ ଓ କନ୍ୟାପକ୍ଷର ସହମତିରେ କନ୍ୟାର ସାନଭଉଣୀକୁ ପୁଣି ବିବାହ କରି ବରଘରକୁ ଫେରିଥିବା ଜଣାଯାଇଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ଗାନ୍ଧିଛକ ଫାଣ୍ଡି ଅଞ୍ଚଳର ଜଣେ ଯୁବତୀଙ୍କ ବିବାହ ସୁନ୍ଦରଗଡ଼ ଜିଲ୍ଲାର ଜଣେ ବରପାତ୍ରଙ୍କର ସହିତ ହୋଇଥିଲା। ଶନିବାର ବର କନ୍ୟା ଘରେ ପହଞ୍ଚିଥିଲେ। ଧାର୍ଯ୍ୟ ସମୟରେ ବିବାହ ପାଣିଗ୍ରହଣ ସରିବା ସହ ବରଯାତ୍ରୀ ମଧ୍ୟ ଭଲରେ ଭୋଜି ଖାଇଥିଲେ। ରାତି ୧୦.୩୦ମି.ରେ ପରିବାର ଲୋକ ବରକନ୍ୟାଙ୍କୁ ଅଶ୍ରୁଳ ବିଦାୟ ଦେଇଥିଲେ। ବରକନ୍ୟା ଗାଡ଼ି ଗାଁ ମୁଣ୍ଡରେ ପହଞ୍ଚିବା ପରେ କନ୍ୟା ବାନ୍ତି ଲାଗୁଚି କହି ଗାଡ଼ିରୁ ଓହ୍ଲାଇ ଯାଇଥିଲେ। କନ୍ୟା ଟିକେ ଆଗକୁ ଯାଇ ବାନ୍ତି କରିବା ଅଭିନୟ କରିବା ସମୟରେ ଆଗରେ ବାଇକ୍‌ ଧରି ପ୍ରସ୍ତୁତ ଥିବା ପ୍ରେମିକ ସହ ଫେରାର ହୋଇଯାଇଥିଲେ କନ୍ୟା। କନ୍ୟା ଫେରାର ହେବା ଜାଣିବାପରେ ବର ପକ୍ଷ ଚିନ୍ତାରେ ପଡ଼ି ଯାଇଥିଲେ। ଲୋକଲଜ୍ଜା ଓ ନିଜ ପରିବାର ସମ୍ମାନ ରକ୍ଷା ଉଦ୍ଦେଶ୍ୟରେ ସେମାନେ କନ୍ୟାର ଗ୍ରାମକୁ ଫେରି ଉଭୟ ପରିବାର ଆଲୋଚନା କରିଥିଲେ। ଶେ‌ଷରେ ପୁଣି କନ୍ୟାର ସାନଭଉଣୀ ସହ ନିରାଡ଼ମ୍ବର ବିବାହ ହୋଇଥିଲା ବରର। ତେବେ କନ୍ୟାର କାକା ପକ୍ଷରୁ ଏନେଇ ଫାଣ୍ଡିରେ ଏକ ନିଖୋଜ ମାମଲା ରୁଜୁ ହୋଇଥିବା ଗାନ୍ଧିଛକ ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ବାଲ୍ୟ ବିବାହ ପାଇଁ ବଢ଼ୁଛି କିଶୋରୀ ମାତୃତ୍ୱ, ଶିକ୍ଷାରେ ପ୍ରତିବନ୍ଧକ ସାଜୁଛି ଇଲୋପମେଣ୍ଟ

27 Feb 2023 By The Sakala

ବିବାହ ପରେ ଶାଶୁଘରକୁ ଯିବା ବାଟରେ ପ୍ରେମିକ ସହ ଛୁ’ ମାରିଲା କନ୍ୟା, ସାନଭଉଣୀକୁ ବିବାହ କଲା ବର

ବ୍ରଜରାଜନଗର: ବ୍ରଜରାଜନଗର ଥାନା ଗାନ୍ଧିଛକ ଫାଣ୍ଡି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।  ବିବାହ ପରେ ବର କନ୍ୟା ଶାଶୁଘରକୁ ଯିବା ବାଟରେ ବାନ୍ତି ଲାଗୁଚି କହି କାରରୁ ଓହ୍ଲାଇ ପ୍ରେମିକ ସହ ଫେରାର ମାରିଛି କନ୍ୟା। ପରେ କନ୍ୟାର ସାନ ଭଉଣୀଙ୍କ ସହିତ ବିବାହ କଲା ବର। କନ୍ୟା ଫେରାର ନେଇ ଗାନ୍ଧିଛକ ଫାଣ୍ଡିରେ କନ୍ୟାର କାକା ପକ୍ଷରୁ ଏକ ନିଖୋଜ ମାମଲା ରୁଜୁ କରାଯାଇଛି। ଗାନ୍ଧିଛକ ଫାଣ୍ଡି ଅଞ୍ଚଳରେ ଜଣେ କନ୍ୟା ନିଜ ପ୍ରେମିକ ସହିତ ଫେରାର ମାରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁଯାୟୀ, ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅଞ୍ଚଳରେ ବିବାହ ସରିବା ପରେ ବର କନ୍ୟା ଶାଶୁଘରକୁ ଯିବା ବାଟରେ ବାନ୍ତି ଲାଗୁଚି କହି କାରରୁ ଓହ୍ଲାଇ ପ୍ରେମିକ ସହ ଫେରାର ମାରିଲା କନ୍ୟା। ପରେ ବରପକ୍ଷ ଓ କନ୍ୟାପକ୍ଷର ସହମତିରେ କନ୍ୟାର ସାନଭଉଣୀକୁ ପୁଣି ବିବାହ କରି ବରଘରକୁ ଫେରିଥିବା ଜଣାଯାଇଛି।

ଗାନ୍ଧିଛକ ଫାଣ୍ଡି ଅଞ୍ଚଳର ଜଣେ ଯୁବତୀଙ୍କ ବିବାହ ସୁନ୍ଦରଗଡ଼ ଜିଲ୍ଲାର ଜଣେ ବରପାତ୍ରଙ୍କର ସହିତ ହୋଇଥିଲା। ଶନିବାର ବର କନ୍ୟା ଘରେ ପହଞ୍ଚିଥିଲେ। ଧାର୍ଯ୍ୟ ସମୟରେ ବିବାହ ପାଣିଗ୍ରହଣ ସରିବା ସହ ବରଯାତ୍ରୀ ମଧ୍ୟ ଭଲରେ ଭୋଜି ଖାଇଥିଲେ। ରାତି ୧୦.୩୦ମି.ରେ ପରିବାର ଲୋକ ବରକନ୍ୟାଙ୍କୁ ଅଶ୍ରୁଳ ବିଦାୟ ଦେଇଥିଲେ। ବରକନ୍ୟା ଗାଡ଼ି ଗାଁ ମୁଣ୍ଡରେ ପହଞ୍ଚିବା ପରେ କନ୍ୟା ବାନ୍ତି ଲାଗୁଚି କହି ଗାଡ଼ିରୁ ଓହ୍ଲାଇ ଯାଇଥିଲେ। କନ୍ୟା ଟିକେ ଆଗକୁ ଯାଇ ବାନ୍ତି କରିବା ଅଭିନୟ କରିବା ସମୟରେ ଆଗରେ ବାଇକ୍‌ ଧରି ପ୍ରସ୍ତୁତ ଥିବା ପ୍ରେମିକ ସହ ଫେରାର ହୋଇଯାଇଥିଲେ କନ୍ୟା। କନ୍ୟା ଫେରାର ହେବା ଜାଣିବାପରେ ବର ପକ୍ଷ ଚିନ୍ତାରେ ପଡ଼ି ଯାଇଥିଲେ। ଲୋକଲଜ୍ଜା ଓ ନିଜ ପରିବାର ସମ୍ମାନ ରକ୍ଷା ଉଦ୍ଦେଶ୍ୟରେ ସେମାନେ କନ୍ୟାର ଗ୍ରାମକୁ ଫେରି ଉଭୟ ପରିବାର ଆଲୋଚନା କରିଥିଲେ। ଶେ‌ଷରେ ପୁଣି କନ୍ୟାର ସାନଭଉଣୀ ସହ ନିରାଡ଼ମ୍ବର ବିବାହ ହୋଇଥିଲା ବରର। ତେବେ କନ୍ୟାର କାକା ପକ୍ଷରୁ ଏନେଇ ଫାଣ୍ଡିରେ ଏକ ନିଖୋଜ ମାମଲା ରୁଜୁ ହୋଇଥିବା ଗାନ୍ଧିଛକ ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି।

https://www.thesakala.in/latest-odisha-news/jharsuguda-news/after-marriage-on-the-way-to-the-in-laws-house-the-girl-ran-away-with-her-boyfriend/article-19358
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର