ଜଳଦ ତ୍ରିପାଠୀ ହେଲେ ରାଜ୍ୟ ମୁଖ୍ୟ ସୂଚନା କମିଶନର, ଜଳଦଙ୍କ ନାଁରେ ମୋହର ମାରିଲେ ରାଜ୍ୟପାଳ

The Sakala Picture
Published On

ଭୁବନେଶ୍ବର : ତାମିଲନାଡୁର ପୂର୍ବତନ ପୁଲିସ ଡିଜି ତଥା ଓଡିଆ ଆଇପିଏସ ଜଳଦ କୁମାର ତ୍ରିପାଠୀ ରାଜ୍ୟ ମୁଖ୍ୟ ସୂଚନା କମିସନର ହୋଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶ ଲାଲ ତାଙ୍କୁ ନିଯୁକ୍ତି ଦେଇଛନ୍ତି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଭର୍ଚୁଆଲ ବୈଠକରେ ଶ୍ରୀ ତ୍ରିପାଠୀଙ୍କ ନାମ ଚୂଡ଼ାନ୍ତ ହେବା ପରେ ରାଜ୍ୟପାଳଙ୍କ ଅନୁମୋଦନ ନିମନ୍ତେ ପଠାଯାଇଥିଲା। ରାଜ୍ୟପାଳଙ୍କ ଅନୁମୋଦନ ପରେ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି […]

ଭୁବନେଶ୍ବର : ତାମିଲନାଡୁର ପୂର୍ବତନ ପୁଲିସ ଡିଜି ତଥା ଓଡିଆ ଆଇପିଏସ ଜଳଦ କୁମାର ତ୍ରିପାଠୀ ରାଜ୍ୟ ମୁଖ୍ୟ ସୂଚନା କମିସନର ହୋଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶ ଲାଲ ତାଙ୍କୁ ନିଯୁକ୍ତି ଦେଇଛନ୍ତି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଭର୍ଚୁଆଲ ବୈଠକରେ ଶ୍ରୀ ତ୍ରିପାଠୀଙ୍କ ନାମ ଚୂଡ଼ାନ୍ତ ହେବା ପରେ ରାଜ୍ୟପାଳଙ୍କ ଅନୁମୋଦନ ନିମନ୍ତେ ପଠାଯାଇଥିଲା। ରାଜ୍ୟପାଳଙ୍କ ଅନୁମୋଦନ ପରେ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜଭବନରେ ରାଜ୍ୟପାଳ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ବୋଲି ଜଣାପଡିଛି ।

ଆହୁରି ପଢ଼ନ୍ତୁ: ଯୋଗାଣ ବିଭାଗ ଖର୍ଚ୍ଚ ଦାବି ଆଲୋଚନାରେ ବର୍ଷିଲା ବିଜେଡି: ଚାଷୀଙ୍କ ମନର ନିଆଁରେ ସରକାର ଜଳିଯିବେ

ଦୁଇ ଦିନ ତଳେ ମୁଖ୍ୟ ସୂଚନା କମିଶନର ନିଯୁକ୍ତି ନେଇ ବୈଠକ ବସିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଚୟନ କମିଟି ବୈଠକରେ ଜଳଦଙ୍କ ନା ଉପରେ ମୋହର ବାଜିଥିଲା । ତାଙ୍କ ନିଯୁକ୍ତିରେ ରାଜ୍ୟପାଳଙ୍କ ଅନୁମୋଦନ କରିବା ପରେ ଆଜି ଏନେଇ ଘୋଷଣା ହୋଇଛି । ଅଗଷ୍ଟ ୧୫ ରେ ମୁଖ୍ୟ ସୂଚନା କମିଶନର ଥିବା ସୁନୀଲ ମିଶ୍ର ଅବସର ନେବା ପରେ ଏହି ପଦବୀ ଖାଲି ପଡିଥିଲା ।୧୯୮୫ ମସିହା ତାମିଲନାଡୁ କ୍ୟାଡର ଓଡିଆ ଆଇପିଏସ ହେଉଛନ୍ତି ଜଳଦ କୁମାର ତ୍ରିପାଠୀ । ଗତ ଜୁନ ୩୦ ରେ ସେ ପୁଲିସ ମହାନିର୍ଦ୍ଦେଶକ ପଦରୁ ଅବସର ନେଇଛନ୍ତି ।

ଆହୁରି ପଢ଼ନ୍ତୁ: ପାନୀୟ ଜଳ ଯୋଗାଣକୁ ନେଇ ଗୃହରେ ହଙ୍ଗାମା, ଶାସକ-ବିରୋଧୀ ମୁହାଁମୁହିଁ

ଆହୁରି ପଢ଼ନ୍ତୁ: କରୁର ଦଳାଚକଟା ମାମଲା: ଅଭିନେତା ତଥା TVK ମୁଖ୍ୟ ବିଜୟଙ୍କୁ ସିବିଆଇ ସମନ

କଟକରେ ଜନ୍ମିତ ଜଳଦ ତାମିଲନାଡୁରେ ଅନେକ ଗୁରୁତ୍ବପୂର୍ଣ୍ଣ ପଦ ପଦବୀରେ ରହି ସଫଳତାର ସହ ଦାୟିତ୍ବ ତୁଳାଇଛନ୍ତି । ନିଜ କାର୍ଯ୍ୟକାଳ ମଧ୍ୟରେ ତାମିଲନାଡୁର ଦକ୍ଷିଣ ଜୋନ ଆଇଜିପି, କ୍ରାଇମବ୍ରାଞ୍ଚ, ଭଳି ପଦବୀରେ କାମ କରିଛନ୍ତି । ଲୋକସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୦୮ ରେ ପ୍ରଧାନମନ୍ତ୍ରୀ ଆୱାର୍ଡରେ ସମ୍ମାନୀତ ହୋଇଛନ୍ତି ଏହି ଓଡିଆ ଅବସରପ୍ରାପ୍ତ ଆଇପିଏସ ଅଫିସର ।୧୯୮୫ ମସିହା ତାମିଲନାଡୁ କ୍ୟାଡର ଓଡିଆ ଆଇପିଏସ ହେଉଛନ୍ତି ଜଳଦ କୁମାର ତ୍ରିପାଠୀ । ଗତ ଜୁନ ୩୦ ରେ ସେ ତାମିଲନାଡୁ ପୁଲିସ ମହାନିର୍ଦ୍ଦେଶକ ପଦରୁ ଅବସର ନେଇଛନ୍ତି ।

23 Sep 2021 By The Sakala

ଜଳଦ ତ୍ରିପାଠୀ ହେଲେ ରାଜ୍ୟ ମୁଖ୍ୟ ସୂଚନା କମିଶନର, ଜଳଦଙ୍କ ନାଁରେ ମୋହର ମାରିଲେ ରାଜ୍ୟପାଳ

ଭୁବନେଶ୍ବର : ତାମିଲନାଡୁର ପୂର୍ବତନ ପୁଲିସ ଡିଜି ତଥା ଓଡିଆ ଆଇପିଏସ ଜଳଦ କୁମାର ତ୍ରିପାଠୀ ରାଜ୍ୟ ମୁଖ୍ୟ ସୂଚନା କମିସନର ହୋଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶ ଲାଲ ତାଙ୍କୁ ନିଯୁକ୍ତି ଦେଇଛନ୍ତି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଭର୍ଚୁଆଲ ବୈଠକରେ ଶ୍ରୀ ତ୍ରିପାଠୀଙ୍କ ନାମ ଚୂଡ଼ାନ୍ତ ହେବା ପରେ ରାଜ୍ୟପାଳଙ୍କ ଅନୁମୋଦନ ନିମନ୍ତେ ପଠାଯାଇଥିଲା। ରାଜ୍ୟପାଳଙ୍କ ଅନୁମୋଦନ ପରେ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜଭବନରେ ରାଜ୍ୟପାଳ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ବୋଲି ଜଣାପଡିଛି ।

ଦୁଇ ଦିନ ତଳେ ମୁଖ୍ୟ ସୂଚନା କମିଶନର ନିଯୁକ୍ତି ନେଇ ବୈଠକ ବସିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଚୟନ କମିଟି ବୈଠକରେ ଜଳଦଙ୍କ ନା ଉପରେ ମୋହର ବାଜିଥିଲା । ତାଙ୍କ ନିଯୁକ୍ତିରେ ରାଜ୍ୟପାଳଙ୍କ ଅନୁମୋଦନ କରିବା ପରେ ଆଜି ଏନେଇ ଘୋଷଣା ହୋଇଛି । ଅଗଷ୍ଟ ୧୫ ରେ ମୁଖ୍ୟ ସୂଚନା କମିଶନର ଥିବା ସୁନୀଲ ମିଶ୍ର ଅବସର ନେବା ପରେ ଏହି ପଦବୀ ଖାଲି ପଡିଥିଲା ।୧୯୮୫ ମସିହା ତାମିଲନାଡୁ କ୍ୟାଡର ଓଡିଆ ଆଇପିଏସ ହେଉଛନ୍ତି ଜଳଦ କୁମାର ତ୍ରିପାଠୀ । ଗତ ଜୁନ ୩୦ ରେ ସେ ପୁଲିସ ମହାନିର୍ଦ୍ଦେଶକ ପଦରୁ ଅବସର ନେଇଛନ୍ତି ।

କଟକରେ ଜନ୍ମିତ ଜଳଦ ତାମିଲନାଡୁରେ ଅନେକ ଗୁରୁତ୍ବପୂର୍ଣ୍ଣ ପଦ ପଦବୀରେ ରହି ସଫଳତାର ସହ ଦାୟିତ୍ବ ତୁଳାଇଛନ୍ତି । ନିଜ କାର୍ଯ୍ୟକାଳ ମଧ୍ୟରେ ତାମିଲନାଡୁର ଦକ୍ଷିଣ ଜୋନ ଆଇଜିପି, କ୍ରାଇମବ୍ରାଞ୍ଚ, ଭଳି ପଦବୀରେ କାମ କରିଛନ୍ତି । ଲୋକସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୦୮ ରେ ପ୍ରଧାନମନ୍ତ୍ରୀ ଆୱାର୍ଡରେ ସମ୍ମାନୀତ ହୋଇଛନ୍ତି ଏହି ଓଡିଆ ଅବସରପ୍ରାପ୍ତ ଆଇପିଏସ ଅଫିସର ।୧୯୮୫ ମସିହା ତାମିଲନାଡୁ କ୍ୟାଡର ଓଡିଆ ଆଇପିଏସ ହେଉଛନ୍ତି ଜଳଦ କୁମାର ତ୍ରିପାଠୀ । ଗତ ଜୁନ ୩୦ ରେ ସେ ତାମିଲନାଡୁ ପୁଲିସ ମହାନିର୍ଦ୍ଦେଶକ ପଦରୁ ଅବସର ନେଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର