ଚାଲିଚାଲି ଯାଉଥିବା ବେଳେ ମାଡ଼ିଗଲା ଟ୍ରକ, ଦମ୍ପତି ମୃତ

The Sakala Picture
Published On

ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ମାଧପୁର ନିକଟରେ ଏକ ମିନି ଟ୍ରକ୍ ଧକ୍କାରେ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତ ଦମ୍ପତି ହେଉଛନ୍ତି ସ୍ଥାନୀୟ ଓଚିନ୍ଦା ତାଜପୁର ଗାଁର ପ୍ରଫୁଲ୍ଲ ଦାସ ଓ ତାଙ୍କ ପତ୍ନୀ। ସୂଚନା ଅନୁଯାୟୀ, ପ୍ରଫୁଲ୍ଲ ଓ ତାଙ୍କ ପତ୍ନୀ ଆଜି କୌଣସି କାର୍ଯ୍ଯରେ ଚାଲି ଚାଲି ବ୍ରଜନଗର ଯାଉଥିଲେ। ଏହି ସମୟରେ ସଠୀପୁର-ଯାଜପୁର ଟାଉନ ରାସ୍ତାର ମାଧପୁର ନିକଟରେ ପଛପଟୁ ଆସୁଥିବା ଏକ ମିନି ଟ୍ରକ ଭାରସାମ୍ୟ ହରାଇ ସେମାନଙ୍କୁ ପିଟି […]

ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ମାଧପୁର ନିକଟରେ ଏକ ମିନି ଟ୍ରକ୍ ଧକ୍କାରେ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତ ଦମ୍ପତି ହେଉଛନ୍ତି ସ୍ଥାନୀୟ ଓଚିନ୍ଦା ତାଜପୁର ଗାଁର ପ୍ରଫୁଲ୍ଲ ଦାସ ଓ ତାଙ୍କ ପତ୍ନୀ।

ସୂଚନା ଅନୁଯାୟୀ, ପ୍ରଫୁଲ୍ଲ ଓ ତାଙ୍କ ପତ୍ନୀ ଆଜି କୌଣସି କାର୍ଯ୍ଯରେ ଚାଲି ଚାଲି ବ୍ରଜନଗର ଯାଉଥିଲେ। ଏହି ସମୟରେ ସଠୀପୁର-ଯାଜପୁର ଟାଉନ ରାସ୍ତାର ମାଧପୁର ନିକଟରେ ପଛପଟୁ ଆସୁଥିବା ଏକ ମିନି ଟ୍ରକ ଭାରସାମ୍ୟ ହରାଇ ସେମାନଙ୍କୁ ପିଟି ଦେଇଥିଲା। ଘଟଣାସ୍ଥଳର ହିଁ ସେମାନଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ଟି ରାସ୍ତା ତଳକୁ ଓଲଟି ପଡ଼ିଥିବା ବେଳେ ଡ୍ରାଇଭର ଫେରାର ହୋଇଯାଇଛି। ଖବର ପାଇ ପାଣିକୋଇଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

08 Mar 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର