ମା’ ତାରିଣୀଙ୍କ ଦର୍ଶନ ପାଇଁ ଯିବା ସମୟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୨ ମୃତ, ୫ ଆହତ

The Sakala Picture
Published On

ଯାଜପୁର: ଅଧାରେ ରହିଗଲା ମା’ତାରିଣୀଙ୍କ ଦର୍ଶନ । ତାରିଣୀଙ୍କ ଦର୍ଶନ ପାଇଁ ଯିବାବେଳେ ଅଧାବାଟରେ ହେଲା ମର୍ମନ୍ତୁଦ ସଡକ ଦୁର୍ଘଟଣା । ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥର କୁଆଖିଆ ଥାନା ମୂଳାପାଳ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା। ଟ୍ରକ ପଛରେ ଧକ୍କା ଦେଲା କାର। ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ ଜଣ ଆହତ ହୋଇଛନ୍ତି। ମୃତକ ଦ୍ୱୟ ଜଗତସିଂହପୁର ଜିଲ୍ଲା ଏରସମା ଅଞ୍ଚଳର ବିଶ୍ୱଜିତ୍ ମାଇତି ଓ ଦିପ୍ତପ୍ରଭା ପଣ୍ଡା ବୋଲି […]

ଯାଜପୁର: ଅଧାରେ ରହିଗଲା ମା’ତାରିଣୀଙ୍କ ଦର୍ଶନ । ତାରିଣୀଙ୍କ ଦର୍ଶନ ପାଇଁ ଯିବାବେଳେ ଅଧାବାଟରେ ହେଲା ମର୍ମନ୍ତୁଦ ସଡକ ଦୁର୍ଘଟଣା । ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥର କୁଆଖିଆ ଥାନା ମୂଳାପାଳ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା। ଟ୍ରକ ପଛରେ ଧକ୍କା ଦେଲା କାର। ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ ଜଣ ଆହତ ହୋଇଛନ୍ତି। ମୃତକ ଦ୍ୱୟ ଜଗତସିଂହପୁର ଜିଲ୍ଲା ଏରସମା ଅଞ୍ଚଳର ବିଶ୍ୱଜିତ୍ ମାଇତି ଓ ଦିପ୍ତପ୍ରଭା ପଣ୍ଡା ବୋଲି ଜଣାପଡିଛି।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଚାପରେ ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଥିଲା: ବିଜେଡି

ସୂଚନା ଅନୁସାରେ, ତାରିଣୀ ଦର୍ଶନ ପାଇଁ ଯିବା ସମୟରେ ଆଜି ଭୋରୁ ଘଟିଛି ଏହି ଦୁର୍ଘଟଣା। ତେବେ କୁହୁଡି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ଏରସମା ଅଞ୍ଚଳର ୭ ଜଣ ବ୍ୟକ୍ତି ଏକ କାର ଯୋଗେ ଘଟଗାଁ ପୀଠକୁ ତାରିଣୀ ଦର୍ଶନ କରିବା ପାଇଁ ବାହାରିଥିଲେ। ତେବେ ଘଟଗାଁ ଯିବା ସମୟରେ ୧୬ ନଂ ଜାତୀୟ ରାଜପଥର ମୂଳାପାଳ ଛକ ନିକଟରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରକ୍ କୁ ତାଙ୍କ କାର ପଛପଟୁ ଧକ୍କା ଦେଇଥିଲା। ଫଳରେ ଦୁଇ ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଖବର ପାଇ ପୋଲିସ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଧର୍ମଶାଳା ଡ଼ାକ୍ତରଖାନାକୁ ପଠାଇଛି। ଏଥିସହିତ ପୋଲିସ ଘଟଣାର ତଦନ୍ତ ଚଳାଇଥିବା ବେଳେ ଘନ କୁହୁଡି ଦୁର୍ଘଟଣାର କାରଣ ବୋଲି ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି।

ଆହୁରି ପଢ଼ନ୍ତୁ: ୧୪ରେ ଆସୁଛି ଆଉ ଏକ ଲଘୁଚାପ ! ସେପ୍ଟେମ୍ବର ୮ରୁ ରାଜ୍ୟରେ ପୁଣି ବଢିବ ବର୍ଷା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର