ଏରସମା ଶିଆଳି ବେଳାଭୂମି ନିକଟରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ନେଇଗଲେ ଦୁବୃର୍ତ୍ତ

Madhusudan Das Picture
Published On

ଜଗତସିଂହପୁର: ଭାଙ୍ଗିଦେଲେ ବିଜୁ ପ୍ରତିମୂର୍ତ୍ତି । ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଶିଆଳୀ ବେଳାଭୂମିରେ ଥିବା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଏକ ପ୍ରତିମୂର୍ତ୍ତିକୁ ଦୁର୍ବୃତ୍ତମାନେ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ବୁଧବାର ବିଳମ୍ବିତ ରାତିରେ କିଛି ଅଜ୍ଞାତ ଦୁର୍ବୃତ୍ତ ଏହି କାଣ୍ଡ ଘଟାଇଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

ଗୁରୁବାର ସକାଳେ ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକେ ପ୍ରତିମୂର୍ତ୍ତିଟିକୁ ଭଙ୍ଗା ଅବସ୍ଥାରେ ଦେଖିବାକୁ ପାଇଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏଭଳି ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀରେ ଏପରି ନିନ୍ଦନୀୟ କାର୍ଯ୍ୟକୁ ଲୋକେ ଦୃଢ଼ ନିନ୍ଦା କରିବା ସହ ଦୋଷୀଙ୍କୁ ତୁରନ୍ତ ଚିହ୍ନଟ କରି ଗିରଫ କରିବାକୁ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

ଘଟଣାର ଖବର ପାଇବା ପରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରତିମୂର୍ତ୍ତି ଭଙ୍ଗାରୁଜା କରିଥିବା ଲୋକମାନଙ୍କୁ ଚିହ୍ନଟ କରିବା ପାଇଁ ପ୍ରୟାସ ଜାରି ରହିଛି। ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ରୋକିବା ପାଇଁ ଶିଆଳୀ ବେଳାଭୂମି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ସହ ରାତ୍ରିକାଳୀନ ପାଟ୍ରୋଲିଂ ବୃଦ୍ଧି କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ପ୍ରେମ ପାଇଁ ଘର ଛାଡ଼ିବା ପରେ ବିଷ ପିଇଦେଲେ ପ୍ରେମୀ ଯୁଗଳ: ନାବାଳିକା ମୃତ, ପ୍ରେମିକଙ୍କ ଅବସ୍ଥା ଗୁରୁତର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର