ଜେଲ ପାଚେରୀ ଡେଇଁ ବିଚାରାଧୀନ କଏଦୀ ଚମ୍ପଟ

The Sakala Picture
Published On

ଜଗତସିଂହପୁର: ଜଗତସିଂହପୁର ଆଳିପିଙ୍ଗଳ ଜେଲରୁ ପାଚେରୀ ଡେଇଁ ଆଜି ଜଣେ ବିଚାରାଧୀନ କଏଦୀ ଚମ୍ପଟ ମାରିଥିବା ଜଣାପଡିଛି। ବିଚାରାଧୀନ କଏଦୀ ଜଣଙ୍କ ହେଉଛନ୍ତି ବାଲିକୁଦା ଥାନା ଗଦେଇଗିରି ଗ୍ରାମର ଜୀବନ ଜ୍ୟୋତି ସାହୁ। ସେ ଏକ ନାବାଳିକା ଅପହରଣ ମାମଲାରେ ୨୦୨୦ ଡିସେମ୍ବର ୩୦ରୁ ଜେଲରେ ଥିଲା ବୋଲି ଜେଲ ଅଧିକାରୀ କହିଛନ୍ତି। ଏହି ଘଟଣା ପରେ ଜେଲ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏହି ଘଟଣାରେ ପୁଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଆରମ୍ଭ […]

ଜଗତସିଂହପୁର: ଜଗତସିଂହପୁର ଆଳିପିଙ୍ଗଳ ଜେଲରୁ ପାଚେରୀ ଡେଇଁ ଆଜି ଜଣେ ବିଚାରାଧୀନ କଏଦୀ ଚମ୍ପଟ ମାରିଥିବା ଜଣାପଡିଛି। ବିଚାରାଧୀନ କଏଦୀ ଜଣଙ୍କ ହେଉଛନ୍ତି ବାଲିକୁଦା ଥାନା ଗଦେଇଗିରି ଗ୍ରାମର ଜୀବନ ଜ୍ୟୋତି ସାହୁ। ସେ ଏକ ନାବାଳିକା ଅପହରଣ ମାମଲାରେ ୨୦୨୦ ଡିସେମ୍ବର ୩୦ରୁ ଜେଲରେ ଥିଲା ବୋଲି ଜେଲ ଅଧିକାରୀ କହିଛନ୍ତି। ଏହି ଘଟଣା ପରେ ଜେଲ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏହି ଘଟଣାରେ ପୁଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଆରମ୍ଭ କରିଦେଇଥିବା ବେଳେ ପଡୋଶୀ ଜିଲ୍ଲା ଗୁଡିକୁ ସତର୍କ କରାଯାଇଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ସରିଥିଲା ନିର୍ବନ୍ଧ, ବିବାହର କିଛି ଦିନ ପୂର୍ବରୁ ଯୁବତୀଙ୍କୁ ବୀଭତ୍ସ ହତ୍ୟା

ପୁଲିସ ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ କଏଦୀ ଗଣାଯିବା ସମୟରେ ଜୀବନଜ୍ୟୋତି ଜେଲରେ ରହିଥିଲେ। ଅପରାହ୍ନରେ ଯେତେବେଳେ ପୁଣି ଥରେ କଏଦୀଙ୍କ ସଂଖ୍ୟା ଗଣାଯାଇଥିଲା, ସେଥିରେ ଜୀବନଜ୍ୟୋତି ନଥିବା ଜେଲ୍ କର୍ମଚାରୀ ଜାଣିବାକୁ ପାଇଥିଲେ। ସେମାନେ ଏନେଇ ତୁରନ୍ତ ଜେଲ୍ ମୁଖ୍ୟ ଶ୍ରୀ ଶୁକ୍ଳାଙ୍କୁ ଜଣାଇଥିଲେ। କୌଣସି ସମୟରେ ସେ ସୁଯୋଗ ଦେଇ ଜେଲ୍ କାନ୍ଥ ଡେଇଁ ଫେରାର ହୋଇଯାଇଥିବା ଜେଲ୍ କର୍ତ୍ତୃପକ୍ଷ ଅନୁମାନ କରୁଛନ୍ତି। ପୁଲିସ ବର୍ତ୍ତମାନ ସିସିଟିଭି ଯାଞ୍ଚ କରିବା ସହ ଜୀବନଜ୍ୟୋତିକୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ନିର୍ବନ୍ଧ ପରେ ଯୁବତୀଙ୍କୁ ହତ୍ୟା ଘଟଣା: ଜାମସେଦପୁରରୁ ଅଭିଯୁକ୍ତ ପ୍ରେମିକକୁ ଗିରଫ କଲା ପୋଲିସ

17 Apr 2022 By The Sakala

ଜେଲ ପାଚେରୀ ଡେଇଁ ବିଚାରାଧୀନ କଏଦୀ ଚମ୍ପଟ

ଜଗତସିଂହପୁର: ଜଗତସିଂହପୁର ଆଳିପିଙ୍ଗଳ ଜେଲରୁ ପାଚେରୀ ଡେଇଁ ଆଜି ଜଣେ ବିଚାରାଧୀନ କଏଦୀ ଚମ୍ପଟ ମାରିଥିବା ଜଣାପଡିଛି। ବିଚାରାଧୀନ କଏଦୀ ଜଣଙ୍କ ହେଉଛନ୍ତି ବାଲିକୁଦା ଥାନା ଗଦେଇଗିରି ଗ୍ରାମର ଜୀବନ ଜ୍ୟୋତି ସାହୁ। ସେ ଏକ ନାବାଳିକା ଅପହରଣ ମାମଲାରେ ୨୦୨୦ ଡିସେମ୍ବର ୩୦ରୁ ଜେଲରେ ଥିଲା ବୋଲି ଜେଲ ଅଧିକାରୀ କହିଛନ୍ତି। ଏହି ଘଟଣା ପରେ ଜେଲ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏହି ଘଟଣାରେ ପୁଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଆରମ୍ଭ କରିଦେଇଥିବା ବେଳେ ପଡୋଶୀ ଜିଲ୍ଲା ଗୁଡିକୁ ସତର୍କ କରାଯାଇଥିବା ଜଣାପଡିଛି।

ପୁଲିସ ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ କଏଦୀ ଗଣାଯିବା ସମୟରେ ଜୀବନଜ୍ୟୋତି ଜେଲରେ ରହିଥିଲେ। ଅପରାହ୍ନରେ ଯେତେବେଳେ ପୁଣି ଥରେ କଏଦୀଙ୍କ ସଂଖ୍ୟା ଗଣାଯାଇଥିଲା, ସେଥିରେ ଜୀବନଜ୍ୟୋତି ନଥିବା ଜେଲ୍ କର୍ମଚାରୀ ଜାଣିବାକୁ ପାଇଥିଲେ। ସେମାନେ ଏନେଇ ତୁରନ୍ତ ଜେଲ୍ ମୁଖ୍ୟ ଶ୍ରୀ ଶୁକ୍ଳାଙ୍କୁ ଜଣାଇଥିଲେ। କୌଣସି ସମୟରେ ସେ ସୁଯୋଗ ଦେଇ ଜେଲ୍ କାନ୍ଥ ଡେଇଁ ଫେରାର ହୋଇଯାଇଥିବା ଜେଲ୍ କର୍ତ୍ତୃପକ୍ଷ ଅନୁମାନ କରୁଛନ୍ତି। ପୁଲିସ ବର୍ତ୍ତମାନ ସିସିଟିଭି ଯାଞ୍ଚ କରିବା ସହ ଜୀବନଜ୍ୟୋତିକୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର