ନୂଆବର୍ଷ ପାଇଁ ଜଗତସିଂହପୁର ଜିଲ୍ଲାରେ ଲାଗୁ ହେଲା କଟକଣା, ୫ ଦିନ ବନ୍ଦ ରହିବ ଜିଲ୍ଲାର ସମସ୍ତ ମନ୍ଦିର ଓ ଧର୍ମାନୁଷ୍ଠାନ

The Sakala Picture
Published On

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାରେ ଲାଗୁହେଲା ନୂଆବର୍ଷ ପାଇଁ କଟକଣା। କୋଭିଡ ୧୯ କୁ ଦୃଷ୍ଟିରେ ରଖି ଜିଲ୍ଲାରେ କଟକଣା ଲାଗୁ କରିଛନ୍ତି ଜିଲ୍ଲା ପ୍ରଶାସନ। ରାଜ୍ୟରେ ଓମିକ୍ରନ ଚିହ୍ନଟ ସହ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଜଗତସିଂହପୁର  ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । କଟକଣା ଅନୁସାରେ ଡିସେମ୍ବର ୨୫,୨୬,୩୧ ଓ ଜାନୁଆରୀ ୧, ୨ରେ ଜିଲ୍ଲାର ସମସ୍ତ ମନ୍ଦିର ଓ ଧର୍ମାନୁଷ୍ଠାନ ବନ୍ଦ ରହିବ। ୨୫ରେ ଖ୍ରୀଷ୍ଟମାସ ଏବଂ ୧ରେ […]

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାରେ ଲାଗୁହେଲା ନୂଆବର୍ଷ ପାଇଁ କଟକଣା। କୋଭିଡ ୧୯ କୁ ଦୃଷ୍ଟିରେ ରଖି ଜିଲ୍ଲାରେ କଟକଣା ଲାଗୁ କରିଛନ୍ତି ଜିଲ୍ଲା ପ୍ରଶାସନ। ରାଜ୍ୟରେ ଓମିକ୍ରନ ଚିହ୍ନଟ ସହ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଜଗତସିଂହପୁର  ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । କଟକଣା ଅନୁସାରେ ଡିସେମ୍ବର ୨୫,୨୬,୩୧ ଓ ଜାନୁଆରୀ ୧, ୨ରେ ଜିଲ୍ଲାର ସମସ୍ତ ମନ୍ଦିର ଓ ଧର୍ମାନୁଷ୍ଠାନ ବନ୍ଦ ରହିବ। ୨୫ରେ ଖ୍ରୀଷ୍ଟମାସ ଏବଂ ୧ରେ ନୂଆ ବର୍ଷରେ ଜିଲ୍ଲାର ମନ୍ଦିର ଓ ଧର୍ମାନୁଷ୍ଠାନ ଗୁଡିକରେ ଭିଡ ହେବାର ସମ୍ଭାବନା ରହିଥିଲା। ଯାହା ପୂର୍ବରୁ ଜିଲ୍ଲା ପ୍ରଶାସନ କଟକଣା ଜାରି କରିଦେଇଛି।

ଆହୁରି ପଢ଼ନ୍ତୁ: ଅନ୍ଧାରୁଆରେ ଆହତ ଦନ୍ତାକୁ ନେଇ ଭୟ, ଜଙ୍ଗଲ ଛାଡ଼ି ଜନବସତି ନିକଟରେ ବୁଲୁଛି ହାତୀ

ଅନ୍ୟପଟେ ରାଜ୍ୟରେ ଆଜି ଆଉ ୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଦୁଇ ଓମିକ୍ରନ ଆକ୍ରାନ୍ତ ନାବାଳିକା । ଜଣଙ୍କ ବୟସ ୧୧ ଓ ଅନ୍ୟ ଜଣଙ୍କ ବୟସ ୧୫ ବର୍ଷ ବୋଲି ସୂଚନା ମିଳିଛି । ଦୁଇ ନାବାଳିକା ଭଉଣୀ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି । ପୂର୍ବରୁ ମଧ୍ୟ ଦୁଇ ଜଣ ଚିହ୍ନଟ ହୋଇଥିଲେ। ଜଣେ ଜଗତସିଂହପୁର ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣେ ଖୋର୍ଦ୍ଧା ଅଞ୍ଚଳର ଥିଲେ । ଉଭୟ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ନାଇଜେରିଆ ଓ ଅନ୍ୟ ଜଣେ କାତାରରୁ ଫେରିଥିଲେ।

ଆହୁରି ପଢ଼ନ୍ତୁ: ସମ୍ପତ୍ତି ଆଗରେ ସମ୍ପର୍କ ତୁଚ୍ଛ: ସାନଭାଇକୁ ଚାପଡରେ ହାଣିଲା ବଡଭାଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର