ନିୟମ ମାନୁନାହାନ୍ତି ଘରୋଇ ସ୍କୁଲ: ଅଲଗା ପଢୁଛନ୍ତି ‘ଆର୍‌ଟିଇ’ ପିଲା, ମାନସିକ ନିର୍ଯାତନାର ଶିକାର ହେଉଛନ୍ତି ଛାତ୍ରଛାତ୍ରୀ

The Sakala Picture
Published On

ଭୁବନେଶ୍ୱର: ରାଜ୍ୟର ଘରୋଇ ସ୍କୁଲଗୁଡ଼ିକରେ ଶିକ୍ଷା ଅଧିକାର ଆଇନ(ଆର୍‌ଟିଇ)‌ ସିଟ୍‌ରେ ନାମ ଲେଖାଇଥିବା ଆର୍ଥିକ ଅନଗ୍ରସର ପିଲାଙ୍କୁ ସାଧାରଣ ଶ୍ରେଣୀଗୃହ ମନା। ସେମାନେ ସାଧାରଣ ପିଲାଙ୍କଠାରୁ ଅଲଗା ବସି ପାଠ ପଢ଼ୁଛନ୍ତି। ମାଗଣା‌ରେ ପଢ଼଼ୁଥିବାରୁ ସେମାନଙ୍କୁ ସାଧାରଣ ପିଲାଙ୍କ ଭଳି ସ୍ୱାଧୀନତା କିମ୍ବା ସୁବିଧା ସୁଯୋଗ ମିଳୁନାହିଁ ବୋଲି ଅଭିଭାବକମହଲରେ ଅଭିଯୋଗ ହୋଇଛି। ସିଟ୍‌‌ ଆଲଟ୍‌ମେଣ୍ଟ ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଉପରେ ସରକାରୀ ସ୍ତରରେ ତଦାରଖ କରାଯାଉ ନଥିବାରୁ ସ୍କୁଲ କର୍ତ୍ତୃପକ୍ଷ ପିଲାଙ୍କ ଉପରେ ଏପରି ଜୁଲୁମ୍‌ […]

ଭୁବନେଶ୍ୱର: ରାଜ୍ୟର ଘରୋଇ ସ୍କୁଲଗୁଡ଼ିକରେ ଶିକ୍ଷା ଅଧିକାର ଆଇନ(ଆର୍‌ଟିଇ)‌ ସିଟ୍‌ରେ ନାମ ଲେଖାଇଥିବା ଆର୍ଥିକ ଅନଗ୍ରସର ପିଲାଙ୍କୁ ସାଧାରଣ ଶ୍ରେଣୀଗୃହ ମନା। ସେମାନେ ସାଧାରଣ ପିଲାଙ୍କଠାରୁ ଅଲଗା ବସି ପାଠ ପଢ଼ୁଛନ୍ତି। ମାଗଣା‌ରେ ପଢ଼଼ୁଥିବାରୁ ସେମାନଙ୍କୁ ସାଧାରଣ ପିଲାଙ୍କ ଭଳି ସ୍ୱାଧୀନତା କିମ୍ବା ସୁବିଧା ସୁଯୋଗ ମିଳୁନାହିଁ ବୋଲି ଅଭିଭାବକମହଲରେ ଅଭିଯୋଗ ହୋଇଛି। ସିଟ୍‌‌ ଆଲଟ୍‌ମେଣ୍ଟ ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଉପରେ ସରକାରୀ ସ୍ତରରେ ତଦାରଖ କରାଯାଉ ନଥିବାରୁ ସ୍କୁଲ କର୍ତ୍ତୃପକ୍ଷ ପିଲାଙ୍କ ଉପରେ ଏପରି ଜୁଲୁମ୍‌ କରୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ଏଥର ରବିବାର ଘରେ ବନାନ୍ତୁ ହୋଟେଲ୍ ଷ୍ଟାଇଲ୍ 'ତନ୍ଦୁରୀ ଚିକେନ୍', ଜାଣନ୍ତୁ ସହଜ ରେସିପି

ଘରୋଇ ସ୍କୁଲର ୨୫ ପ୍ରତିଶତ ସିଟ୍‌ରେ ଆର୍ଥିକ ଅନଗ୍ରସର ପିଲା ପଢ଼ିବା ବ୍ୟବସ୍ଥାକୁ ରାଜ୍ୟ ସରକାର ସରଳୀକରଣ କରିବା ସହ ସ୍ୱତନ୍ତ୍ର ଆରଟିଇ ପୋର୍ଟାଲ୍‌‌ କାର୍ଯ୍ୟକ୍ଷମ କରିଛନ୍ତି। ବିଗତ ୨ ବର୍ଷ ହେବ, ଏହି ବର୍ଗର ଛାତ୍ରଛାତ୍ରୀ ଏହି ପୋର୍ଟାଲ ଯୋଗେ ନାମ ଲେଖାଉଥିବା ବେଳେ କିଛି ଘରୋଇ ସ୍କୁଲ ଏହି ନିୟମର ଅବମାନନା କରୁଥିଲେ। ତେଣୁ ସରକାରୀ ସ୍ତରରେ ନିୟମ କଡ଼ାକଡ଼ି କରାଯିବା ସହ ଘରୋଇ ସ୍କୁଲର ନାମଲେଖା ବିଭାଗ ସ୍ତରରେ ଯାଞ୍ଚ କରାଯାଇଥିଲା। ଯଦିଓ ସରକାରୀ ନିୟମ ମାନି ଚଳିତ ଶିକ୍ଷାବର୍ଷରୁ ଗରିବ ଶ୍ରେଣୀର ପିଲାମାନେ ନାମ ଲେଖାଇଛନ୍ତି, କିନ୍ତୁ ସ୍କୁଲରେ ସେମାନଙ୍କୁ ନାନା ପ୍ରକାର ମାନସିକ ନିର୍ଯାତନା ଦିଆଯାଉଛି ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ଲାଞ୍ଚ କାରବାରକୁ ନେଇ ସିବିଆଇ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କଲା ସିବିଆଇ

ମିଳିଥିବା ସୂଚନା ମୁତାବକ, ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର କେତୋଟି ଘରୋଇ ସ୍କୁଲରେ ଆଇରଟିଇ ସିଟ୍‌‌ରେ ନାମ ଲେଖାଇଥିବା ପିଲାଙ୍କୁ ସ୍କୁଲ କର୍ତ୍ତୃପକ୍ଷ ସାଧାରଣ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଶ୍ରେଣୀଗୃହରେ ପାଠ ପଢ଼ାଉ ନାହାନ୍ତି। ଶ୍ରେଣୀରୁ ସମ୍ପୃକ୍ତ ପିଲାଙ୍କୁ ଅଲଗା ବସାଇବା ସହ ସେମାନଙ୍କ ପାଠପଢ଼ା ଦାୟିତ୍ୱ ସ୍କୁଲ କର୍ତ୍ତୃପକ୍ଷ ଗ୍ରହଣ କରୁନାହାନ୍ତି। ଫଳରେ ପିଲାମାନେ ସ୍କୁଲ ଯାଉଛନ୍ତି ସତ, ହେଲେ ସ୍କୁଲରେ ସେମାନଙ୍କୁ ପାଠପଢ଼଼ା ଯାଉନଥିବା ଅଭିଯୋଗ ହେଉଛି। ଏନେଇ ଅଭିଭାବକମାନେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ, କମ୍‌‌ ଅର୍ଥରେ କିପରି ପାଠପଢ଼ା ହେବ ବୋଲି ପାଲଟା ପ୍ରଶ୍ନ କରୁଛନ୍ତି। ଏଥିପାଇଁ କିଛି ଆର୍ଥିକ ଅନଗ୍ରସର ବର୍ଗର ଅଭିଭାବକ ସେମାନଙ୍କ ପିଲାଙ୍କୁ ସ୍କୁଲ ଛାଡ଼ିବା ମଧ୍ୟ ବନ୍ଦ କରିଦେଲେଣି। ଏ ସମ୍ପର୍କରେ ଅଭିଭାବକ ମହାସଂଘର ସାଧାରଣ ସମ୍ପାଦକ ପ୍ରସନ୍ନ ବିଶୋୟୀ କହନ୍ତି, କିଛି ଘରୋଇ ସ୍କୁଲ ଏଭଳି ମନମୁଖୀ ଓ ବେଆଇନ କାମ କରୁଥିବା ସଂପର୍କରେ ଅଭିଭାବକଙ୍କଠାରୁ ଅଭିଯୋଗ ଆସିଥିଲା। ଆମେ ଏ ସମ୍ପର୍କରେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ତାଗିଦ୍‌‌ କରିଛୁ। ଏଭଳି କାର୍ଯ୍ୟରୁ ନିବୃତ୍ତ ନ ରହିଲେ, ଆଗାମୀ ଦିନରେ ମହାସଂଘ ଆନ୍ଦୋଳନକୁ ଓହ୍ଲାଇି ବୋଲି ଚେତାବନୀ ଦେଇଛୁ। ଅପରପକ୍ଷେ, ଗଣଶିକ୍ଷା ବିଭାଗର ଅଧିକାରୀଙ୍କ କହିବା ଅନୁଯାୟୀ, ଆମ ନିକଟକୁ ଏଭଳି ଅଭିଯୋଗ ଆସିନି। ଅଭିଯୋଗ ଆସିଲେ ସଂପୃକ୍ତ ସ୍କୁଲ ବିରୋଦରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଆହୁରି ପଢ଼ନ୍ତୁ: ଫେବୃଆରୀ ୧୭ରୁ ବିଧାନସଭା ଅଧିବେଶନ, ୨୦ରେ ହେବ ବଜେଟ ଉପସ୍ଥାପନ

ସୂଚନା ଥାଉକି, ଆର୍ଥିକ ଅନଗ୍ରସର ସିଟ୍‌‌ରେ ପଢ଼଼ୁଥିବା ପିଲାଙ୍କ ପାଇଁ ରାଜ୍ୟ ସରକାର ବର୍ଗ ଅନୁଯାୟୀ ବାର୍ଷିକ ସର୍ବାଧିକ ୨୫ ହଜାର ଟଙ୍କା ସ୍କୁଲକୁ ପ୍ରଦାନ କରୁଛନ୍ତି। ଏହି ଅର୍ଥ କମ୍‌‌ ଦର୍ଶାଇବା ସହ ଏହାକୁ ବୃଦ୍ଧି ପାଇଁ ଘରୋଇ ସ୍କୁଲଗୁଡ଼ିକ ଦାବି କରୁଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp