ଆଇଟିଆଇ ଛାତ୍ରଙ୍କ ଉଦ୍ଭାବନ: ଡ୍ରୋନ୍‌ ଦେବ ଖଣି ସର୍ବେକ୍ଷଣ ତଥ୍ୟ

The Sakala Picture
Published On

କଟକ : ଏବେ ମନୁଷ୍ୟ ପରିବର୍ତ୍ତେ ଡ୍ରୋନ ମାଧ୍ୟମରେ ବିଭିନ୍ନ ଖଣି ଅଞ୍ଚଳରେ ସର୍ବେକ୍ଷଣ କାର୍ଯ୍ୟ ହୋଇପାରିବ। ଖଣି ଅଞ୍ଚଳରେ ମାଟିର ସ୍ତର ଏବଂ ସ୍ଥିତି ଓ କେତେ ଖଣିଜ ପଦାର୍ଥ ଖୋଳା ଯାଉଛି ତାହା ଡ୍ରୋନ ସାହାଯ୍ୟରେ ମପାଯିବ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହାକୁ ମଧ୍ୟ ବ୍ୟବହାର କରାଯାଇପାରିବ। କେଉଁ ଅଞ୍ଚଳରେ ବନ୍ୟା ବାତ୍ୟାର କିଭଳି ସ୍ଥିତି ରହିଛି ତାହାର ସମସ୍ତ ତଥ୍ୟ ଡ୍ରୋନ ମାଧ୍ୟମରେ ମିଳିପାରିବ। ଏଭଳି ଏକ ଡ୍ରୋନ ନିର୍ମାଣ କରୁଛନ୍ତି କଟକ […]

କଟକ : ଏବେ ମନୁଷ୍ୟ ପରିବର୍ତ୍ତେ ଡ୍ରୋନ ମାଧ୍ୟମରେ ବିଭିନ୍ନ ଖଣି ଅଞ୍ଚଳରେ ସର୍ବେକ୍ଷଣ କାର୍ଯ୍ୟ ହୋଇପାରିବ। ଖଣି ଅଞ୍ଚଳରେ ମାଟିର ସ୍ତର ଏବଂ ସ୍ଥିତି ଓ କେତେ ଖଣିଜ ପଦାର୍ଥ ଖୋଳା ଯାଉଛି ତାହା ଡ୍ରୋନ ସାହାଯ୍ୟରେ ମପାଯିବ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହାକୁ ମଧ୍ୟ ବ୍ୟବହାର କରାଯାଇପାରିବ। କେଉଁ ଅଞ୍ଚଳରେ ବନ୍ୟା ବାତ୍ୟାର କିଭଳି ସ୍ଥିତି ରହିଛି ତାହାର ସମସ୍ତ ତଥ୍ୟ ଡ୍ରୋନ ମାଧ୍ୟମରେ ମିଳିପାରିବ। ଏଭଳି ଏକ ଡ୍ରୋନ ନିର୍ମାଣ କରୁଛନ୍ତି କଟକ ଖୁପରିଆସ୍ଥିତ ସରକାରୀ ଆଇଟିଆଇ ଛାତ୍ର ଏବଂ ଶିକ୍ଷକ। ଅତ୍ୟାଧୁନିକ ଡ୍ରୋନ ଆକାଶମାର୍ଗରେ ନିରବଚ୍ଛିନ୍ନ ଭାବରେ ପ୍ରାୟ ୩ଘଣ୍ଟା ଧରି ଉଡିପାରିବ। ଏହାର ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗୋଟିଏ ସପ୍ତାହ ପରେ ଏହା ଓଡ଼ିଶା ଖଣି ନିଗମ(ଓଏମସି)ର ସର୍ବେକ୍ଷଣ କ୍ଷେତ୍ରରେ ବ୍ୟବହାର କରାଯିବ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଝାରପଡ଼ା ଜେଲ୍‌ରେ ୭ କଏଦୀ ଅସୁସ୍ଥ, ଏକାସାଙ୍ଗରେ ଅସୁସ୍ଥ ହେବାକୁ ନେଇ ପ୍ରଶ୍ନବାଚୀ...

ଖପୁରିଆ ଆଇଟିଆଇ ଏବଂ ଆଇଜି ଡ୍ରୋନ ନାମକ ଏକ ସଂସ୍ଥା ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷର ହୋଇଛି। ଡ୍ରୋନ ନିର୍ମାଣ କ୍ଷେତ୍ରରେ ଅତ୍ୟାଧୁନିକ ଟେକ୍ନୋଲୋଜି ଏବଂ ଜ୍ଞାନକୌଶଳକୁ ବ୍ୟବହାର କରି ଛାତ୍ରମାନଙ୍କୁ ତାଲିମ ପ୍ରଦାନ କରାଯାଉଛି। ଗତ କିଛି ଦିନ ପୂର୍ବରୁ ଛାତ୍ର ଏବଂ ପ୍ରଶିକ୍ଷକମାନେ ଏକ ଡ୍ରୋନ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଏହାକୁ ଖଣି ସର୍ବେକ୍ଷଣ କ୍ଷେତ୍ରରେ ବ୍ୟବହାର କରାଯିବା ପାଇଁ ନିର୍ମାଣ କରାଯାଇଛି। ଏଥିରେ ବିିଭିନ୍ନ ପ୍ରକାରର ସେନସର ଲଗାଯାଇଛି ଏବଂ ହାଇ ରିଜୋଲେସନ ଆରଜିବି କ୍ୟାମେରା ଖଞ୍ଚା ଯାଇଛି। ସେନସର ମାଧ୍ୟମରେ ମାଟି ଉପରେ କଣ ସ୍ଥିତି ରହିଛି ତାହାର ସମ୍ପୂର୍ଣ୍ଣ ତଥ୍ୟ ମିଳିପାରିବ। କ୍ୟାମେରା ଦ୍ୱାରା ବିଭିନ୍ନ କୋଣରୁ ଠିକ୍‍ ଭାବେ ଫଟୋ ଉଠାଯାଇପାରିବ। ଯାହା ଫଳରେ ସର୍ବେକ୍ଷଣ କ୍ଷେତ୍ରରେ ସଠିକ ତଥ୍ୟ ମିଳିବା ସହ ଚୂଡାନ୍ତ ନିଷ୍ପତ୍ତି ନିଆଯାଇପାରିବ।

ଆହୁରି ପଢ଼ନ୍ତୁ: ଚାକିରି ଅପେକ୍ଷାରେ ମେଧାବୀ, ଅବସରପ୍ରାପ୍ତଙ୍କୁ ପୁନଃ ନିଯୁକ୍ତି; ସରକାରଙ୍କୁ ଘେରିଲା ଛାତ୍ର ବିଜେଡି

29 Apr 2021 By The Sakala

ଆଇଟିଆଇ ଛାତ୍ରଙ୍କ ଉଦ୍ଭାବନ: ଡ୍ରୋନ୍‌ ଦେବ ଖଣି ସର୍ବେକ୍ଷଣ ତଥ୍ୟ

କଟକ : ଏବେ ମନୁଷ୍ୟ ପରିବର୍ତ୍ତେ ଡ୍ରୋନ ମାଧ୍ୟମରେ ବିଭିନ୍ନ ଖଣି ଅଞ୍ଚଳରେ ସର୍ବେକ୍ଷଣ କାର୍ଯ୍ୟ ହୋଇପାରିବ। ଖଣି ଅଞ୍ଚଳରେ ମାଟିର ସ୍ତର ଏବଂ ସ୍ଥିତି ଓ କେତେ ଖଣିଜ ପଦାର୍ଥ ଖୋଳା ଯାଉଛି ତାହା ଡ୍ରୋନ ସାହାଯ୍ୟରେ ମପାଯିବ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହାକୁ ମଧ୍ୟ ବ୍ୟବହାର କରାଯାଇପାରିବ। କେଉଁ ଅଞ୍ଚଳରେ ବନ୍ୟା ବାତ୍ୟାର କିଭଳି ସ୍ଥିତି ରହିଛି ତାହାର ସମସ୍ତ ତଥ୍ୟ ଡ୍ରୋନ ମାଧ୍ୟମରେ ମିଳିପାରିବ। ଏଭଳି ଏକ ଡ୍ରୋନ ନିର୍ମାଣ କରୁଛନ୍ତି କଟକ ଖୁପରିଆସ୍ଥିତ ସରକାରୀ ଆଇଟିଆଇ ଛାତ୍ର ଏବଂ ଶିକ୍ଷକ। ଅତ୍ୟାଧୁନିକ ଡ୍ରୋନ ଆକାଶମାର୍ଗରେ ନିରବଚ୍ଛିନ୍ନ ଭାବରେ ପ୍ରାୟ ୩ଘଣ୍ଟା ଧରି ଉଡିପାରିବ। ଏହାର ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗୋଟିଏ ସପ୍ତାହ ପରେ ଏହା ଓଡ଼ିଶା ଖଣି ନିଗମ(ଓଏମସି)ର ସର୍ବେକ୍ଷଣ କ୍ଷେତ୍ରରେ ବ୍ୟବହାର କରାଯିବ ବୋଲି ଜଣାପଡ଼ିଛି।

ଖପୁରିଆ ଆଇଟିଆଇ ଏବଂ ଆଇଜି ଡ୍ରୋନ ନାମକ ଏକ ସଂସ୍ଥା ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷର ହୋଇଛି। ଡ୍ରୋନ ନିର୍ମାଣ କ୍ଷେତ୍ରରେ ଅତ୍ୟାଧୁନିକ ଟେକ୍ନୋଲୋଜି ଏବଂ ଜ୍ଞାନକୌଶଳକୁ ବ୍ୟବହାର କରି ଛାତ୍ରମାନଙ୍କୁ ତାଲିମ ପ୍ରଦାନ କରାଯାଉଛି। ଗତ କିଛି ଦିନ ପୂର୍ବରୁ ଛାତ୍ର ଏବଂ ପ୍ରଶିକ୍ଷକମାନେ ଏକ ଡ୍ରୋନ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଏହାକୁ ଖଣି ସର୍ବେକ୍ଷଣ କ୍ଷେତ୍ରରେ ବ୍ୟବହାର କରାଯିବା ପାଇଁ ନିର୍ମାଣ କରାଯାଇଛି। ଏଥିରେ ବିିଭିନ୍ନ ପ୍ରକାରର ସେନସର ଲଗାଯାଇଛି ଏବଂ ହାଇ ରିଜୋଲେସନ ଆରଜିବି କ୍ୟାମେରା ଖଞ୍ଚା ଯାଇଛି। ସେନସର ମାଧ୍ୟମରେ ମାଟି ଉପରେ କଣ ସ୍ଥିତି ରହିଛି ତାହାର ସମ୍ପୂର୍ଣ୍ଣ ତଥ୍ୟ ମିଳିପାରିବ। କ୍ୟାମେରା ଦ୍ୱାରା ବିଭିନ୍ନ କୋଣରୁ ଠିକ୍‍ ଭାବେ ଫଟୋ ଉଠାଯାଇପାରିବ। ଯାହା ଫଳରେ ସର୍ବେକ୍ଷଣ କ୍ଷେତ୍ରରେ ସଠିକ ତଥ୍ୟ ମିଳିବା ସହ ଚୂଡାନ୍ତ ନିଷ୍ପତ୍ତି ନିଆଯାଇପାରିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର