‘ମିଶନ ଶକ୍ତି’ ରୁ ରୋଜଗାରର ରାହା ପାଇଲେ ଆଦିବାସୀ ମହିଳା

The Sakala Picture
Published On

କେନ୍ଦୁଝର : ଲକ୍‌ଡାଉନରେ ବହୁ ଲୋକ ରୋଜଗାର ହରାଇଛନ୍ତି। କେମିତି ପରିବାର ଚଳାଇବେ, ସେ ଚିନ୍ତାରେ ଘାରି ହେଉଛନ୍ତି। ଏମିତି ଏକ ଅଭୂତପୂର୍ବ ସ୍ଥିତିରେ ବିକଳ୍ପ କେନ୍ଦ୍ର ରୋଜଗାରର ବାଟ ଖୋଜିବାରେ ସଫଳ ହୋଇଛନ୍ତି କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଗୁହାଳଡିହି ଗାଁର ଆଦିବାସୀ ମହିଳା | ମାଣ୍ଡିଆ ଚାଷ ସେମାନଙ୍କ ମୁହଁରେ ହସ ଫେରାଇଛି । ୧୦ ମହିଳା ଏକାଠି ହୋଇ ଏ ଚାଷ କରିବା ସହ ଲକ୍ଷାଧିକ ଟଙ୍କାର ରୋଜଗାର ଆଶା କରିଛନ୍ତି। ଏବେ […]

କେନ୍ଦୁଝର : ଲକ୍‌ଡାଉନରେ ବହୁ ଲୋକ ରୋଜଗାର ହରାଇଛନ୍ତି। କେମିତି ପରିବାର ଚଳାଇବେ, ସେ ଚିନ୍ତାରେ ଘାରି ହେଉଛନ୍ତି। ଏମିତି ଏକ ଅଭୂତପୂର୍ବ ସ୍ଥିତିରେ ବିକଳ୍ପ କେନ୍ଦ୍ର ରୋଜଗାରର ବାଟ ଖୋଜିବାରେ ସଫଳ ହୋଇଛନ୍ତି କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଗୁହାଳଡିହି ଗାଁର ଆଦିବାସୀ ମହିଳା | ମାଣ୍ଡିଆ ଚାଷ ସେମାନଙ୍କ ମୁହଁରେ ହସ ଫେରାଇଛି । ୧୦ ମହିଳା ଏକାଠି ହୋଇ ଏ ଚାଷ କରିବା ସହ ଲକ୍ଷାଧିକ ଟଙ୍କାର ରୋଜଗାର ଆଶା କରିଛନ୍ତି। ଏବେ ୭ ଏକର ଜମିରୁ ଚାଷ ଆରମ୍ଭ ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପୁଣି ବନ୍ୟା ସ୍ଥିତି: ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ବୈତରଣୀ, ଅନେକ ଗାଁ ଜଳମଗ୍ନ

ଲକ୍‌ଡାଉନରେ ବିକଳ୍ପ ଆୟର ସୁଯୋଗ କେନ୍ଦୁଝରରେ ମିଲେଟ ମିସନର ସଫଳତା ସେମାନେ ୧୦ ଜଣ ଅଛନ୍ତି। ଆଗକୁ ଅନ୍ୟମାନଙ୍କୁ ଏ ରାସ୍ତାରେ ଚାଲିବା ପାଇଁ ପ୍ରେରିତ କରିଛନ୍ତି। ନୂଆଗାଁ ପଞ୍ଚାୟତ ଗୁହାଳଡିହି ଗାଁର ବୁଢ଼ାବୁଢ଼ୀ ସ୍ଵୟଂ ସହାୟକ ଗୋଷ୍ଠୀର ୧୦ ମହିଳା ମାଣ୍ଡିଆ ଚାଷ କରି ଏବେ ଚର୍ଚ୍ଚାରେ। ସେମାନଙ୍କ ଗାଁର ପ୍ରାୟ ୭ ଏକର ପତିତଜମିରେ ମାଣ୍ଡିଆ ଚାଷ କରିଛନ୍ତି। ଭଲ ଫସଲ ହୋଇଛି। ମାତ୍ର ୧୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଏଥିରୁ ପ୍ରାୟ ଦେଢ଼ଲକ୍ଷ ଟଙ୍କା ରୋଜଗାର ହେବ। ମାତ୍ର ୯୦ ଦିନରେ ଏହି ଫସଲ ହେଉଥିବାରୁ ଏହି ଚାଷକୁ ନେଇ ସେମାନେ ଉତ୍ସାହ ଦେଖାଇଥିଲେ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ୫ ଓରାଙ୍ଗଓଟାନ ଛୁଆ ଉଦ୍ଧାର ଘଟଣା: ହଜାର ହଜାର କିଲୋମିଟର ଦୂରରୁ କିପରି ଆସିଲେ ଏହି ବିରଳ ବନ୍ୟଜନ୍ତୁ?

ସ୍ଵୟଂ ସହାୟକ ଗୋଷ୍ଠୀର ସଭାପତି ହେମନ୍ତୀ ମାଝୀଙ୍କ ନେତୃତ୍ବରେ ସରସ୍ଵତୀ ମାଝୀ, ମଉନାବତୀ ମାଝୀ, ଯଶୋବନ୍ତୀ ମାଝୀ, ସାଗି ମୁଣ୍ଡା, ନିମନ୍ତେ ମାଝୀ, ମାମା ହେମ୍ବ୍ରମ୍, ଫୁଲମଣୀ ମାଝୀ, ସୀତା ମୁଣ୍ଡା, ହେମନ୍ତ ମାଝୀ ସଘନ ପ୍ରଣାଳୀରେ ମାଣ୍ଡିଆ ବୁଣିଥିଲେ । ଆଉ ମାତ୍ର କେଇଟା ଦିନ ଭିତରେ ସେମାନେ ଅମଳ କରିବେ । ମାଣ୍ଡିଆ ଚାଷପାଇଁ ଓଡ଼ିଶା ମିଲେଟ ମିଶନ୍, ଜିଲ୍ଲା ଖଣିଜ ପାଣ୍ଠି, କୃଷି ବିଭାଗ ଓ ୱାସନର ମିଳିତ ସହଯୋଗରେ ଏହି ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ବୈଷୟିକ ଜ୍ଞାନ କୌଶଳ ପ୍ରଦାନ କରାଯାଉଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ଜନ୍ମକଲା ପୁଅକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ବାପା

ମାଣ୍ଡିଆ କ୍ଷୀର ଭଳି ଅଧିକ କ୍ୟାଲସିୟମ୍ ଓଡ଼ିଶା ଯୁକ୍ତ, କ୍ଷୁଦ୍ରଶସ୍ୟ ସ୍ବାସ୍ଥ୍ୟ ପାଇଁ ହିତକର, ଅଧ୍ଵ ଲୌହ ଯୁକ୍ତ, ଗ୍ଲୁଟିନ ଯୁକ୍ତ ତାରିଖ ଅଧିକ ତନ୍ତୁଯୁକ୍ତ ସ୍ଵଳ୍ପ ଗ୍ଲାଇସେମିକ୍, ଇଣ୍ଡେକ୍ଟ ଯୁକ୍ତ। ଏହି ଚାଷପାଇଁ ଆବଶ୍ୟକ ୪ କେଜି ୨୦୦ ଗ୍ରାମ ମଞ୍ଜି ସ୍ୱେଚ୍ଛାସେବୀ ସଂସ୍ଥା ଆଇଡିଏ ଯୋଗାଇ ଦେଇଛି। ମାଣ୍ଡିଆ ଏକର ପ୍ରତି ପାଖାପାଖି ୭ କ୍ୱିଣ୍ଟାଲ ଅମଳର ଆଶା କରାଯାଉଛି । ତେଣୁ ୭ ଏକର ଜମିରେ କରାଯାଇଥିବା ମାଣ୍ଡିଆ ଚାଷରୁ ମହିଳାମାନେ ପାଖାପାଖୁ ୪୯ କ୍ୱିଣ୍ଟାଲ ମାଣ୍ଡିଆ ଅମଳ କରିବେ ବୋଲି ଅନୁମାନ କରୁଛନ୍ତି ।

ମାଣ୍ଡିଆ ଅମଳ ପରେ ବିକ୍ରୟରେ କୌଣସି ଅସୁବିଧା ନହେବାକୁ ରାଜ୍ୟ ସରକାର ଟିଡିସିସି ମାଧ୍ୟମରେ କ୍ୱିଣ୍ଟାଲ ପ୍ରତି ୩୩୭୭ ଟଙ୍କା ଏସ୍ଏସ୍‌ ସ୍ଥିର କରିଛନ୍ତି । ଏଥ୍ ସହିତ ଓଡ଼ିଶା ସରକାରଙ୍କ ପକ୍ଷରୁ ମାଣ୍ଡିଆ ଚାଷପାଇଁ ଏକର ପ୍ରତି ୨ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର