ବଢିବ ତାତି: ଦ୍ୱିତୀୟ ସପ୍ତାହରେ ୪୦ ଡେଇଁବ ପାରା

The Sakala Picture
Published On

ଭୁବନେଶ୍ୱର: ମାର୍ଚ୍ଚ ଦ୍ୱିତୀୟ ସପ୍ତାହରୁ ଗରମର ପ୍ରକୋପ ବୃଦ୍ଧି ହେବ। ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ। ଆଗକୁ ଖରାର ପ୍ରକୋପ ଟାଣ ହେବା ସହିତ ତାପମାତ୍ରାରେ ବୃଦ୍ଧି ଘଟିବ। ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶା ସବୁଠାରୁ ଅଧିକ ଉତ୍ତପ୍ତ ହେବ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି ଘଟିଛି। ଟିଟଲାଗଡ଼଼ରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ମୋଟ୍‍ ୧୦ […]

ଭୁବନେଶ୍ୱର: ମାର୍ଚ୍ଚ ଦ୍ୱିତୀୟ ସପ୍ତାହରୁ ଗରମର ପ୍ରକୋପ ବୃଦ୍ଧି ହେବ। ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ। ଆଗକୁ ଖରାର ପ୍ରକୋପ ଟାଣ ହେବା ସହିତ ତାପମାତ୍ରାରେ ବୃଦ୍ଧି ଘଟିବ। ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶା ସବୁଠାରୁ ଅଧିକ ଉତ୍ତପ୍ତ ହେବ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି ଘଟିଛି। ଟିଟଲାଗଡ଼଼ରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ମୋଟ୍‍ ୧୦ ଟି ସହରରେ ତାପମାତ୍ରା ୩୫ ଡିଗ୍ରୀ ପାର୍‍ କରିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବାର ଥିବା ବେଳେ ଦ୍ୱିତୀୟ ସପ୍ତାହରୁ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ଭାରସାମ୍ୟ ହରାଇ ଓଲଟିଲା ଡିଜେ ଗାଡ଼ି: ଜଣଙ୍କର ମୃତ୍ୟୁ, ୧୦ରୁ ଊର୍ଦ୍ଧ୍ୱ ଆହତ

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ। ଏହାସହିତ ତାପମାତ୍ରାରେ ମଧ୍ୟ ବୃଦ୍ଧି ଘଟିବ। ଆଭ୍ୟନ୍ତରୀଣ ଦକ୍ଷିଣ ସବୁଠାରୁ ଅଧିକ ଉତ୍ତପ୍ତ ହେବାବାକୁ ଥିବା ବେଳେ ମାର୍ଚ୍ଚ ୭-୧୨ ଭିତରେ ଗରମ ଦୃତ ଗତିରେ ବୃଦ୍ଧି ହେବ। ଉପକୂଳ ଡିଲ୍ଲାରେ ମାର୍ଚ୍ଚ ୬ ପର୍ଯ୍ୟନ୍ତ (୨ ଡିଗ୍ରୀ) ବଢ଼଼ିବାକୁ ଥିବା ବେଳେ ୭ରୁ ୧୨ ଭିତରେ ପ୍ରାୟ ୩ ଡିଗ୍ରୀ ସେଲସିୟସରୁ ଅଧିକ ବଢ଼଼ିବ। ଅନୁଗୁଳ ସମେତ କେନ୍ଦ୍ରୀୟ ଓଡ଼ିଶା ଓ ଆଭ୍ୟନ୍ତରୀଣ ଦକ୍ଷିଣରେ ୭-୧୨ ଭିତରେ ପ୍ରାୟ ୪ ଡିଗ୍ରୀ ସେଲସିୟସରୁ ଅଧିକ ବଢ଼଼ିବାକୁ ଥିବା ବେଳେ ଆଭ୍ୟନ୍ତରୀଣ ଉତ୍ତରରେ ୩ ଡିଗ୍ରୀରୁ ଅଧିକ ବଢ଼଼ିବାର ସମ୍ଭାବନା ରହିଛି ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। ସେହିପରି ୧୧ ବା ୧୨ ତାରିଖରେ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୮.୫ ଡିଗ୍ରୀ ସେଲସିୟସ, ଅନୁଗୁଳ, ତାଳଚେର, ସୋନପୁର, ବଲାଙ୍ଗୀର, ଭାବନୀପାଟଣା, ଟିଟଲାଗଡ଼଼, ବାଲିମେଳାରେ ୩୯ ଡିଗ୍ରୀରୁ ଅଧିକ ଏବଂ ଝାରସୁଗୁରେ ୩୭.୫, ଚାନ୍ଦବାଲିରେ ୩୭ ଡିଗ୍ରୀ ହୋଇପାରେ। ହୁଏତ କେତେକ ସ୍ଥାନରେ ପାରଦ ୪୦ ଡିଗ୍ରୀ ଛୁଇଁପାରେ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। ଭୁବନେଶ୍ୱର ସମେତ ଉପକୂଳରେ ସର୍ବନିମ୍ନ ତାପମାତ୍ରା ସାମାନ୍ୟ ବଢ଼଼ିବା ହେତୁ ଦିନରେ ଗରମ ଓ ରାତିରେ ସାମାନ୍ୟ ଥଣ୍ଡା ଅନୁଭୂତ ହେବ। କୁହୁଡ଼ଡ଼ି ଚାଲୁ ରହିବାକୁ ଥିବା ସହ ଆଭ୍ୟନ୍ତରୀଣ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ବଢ଼଼ିପାରେ ବୋଲି ପ୍ରଫେସର ପଶୁପାଳକ ସୂଚନା ଦେଇଛନ୍ତି। ଗତ ୨୪ ଘଣ୍ଟାରେ ଛତ୍ରପୁରରେ ତାମପାତ୍ରା ୩ ଡିଗ୍ରୀ ବଢ଼଼ିଥିବା ବେଳେ ଭଦ୍ରକ, ଟିଟଲାଗଡ଼଼ ଓ ମଲାକାନଗିରିରେ ୧ ଡିଗ୍ରୀ ଲେଖାଏଁ ତାପମାତ୍ରା ବୃଦ୍ଧି ପାଇଛି ବୋଲି ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଡ. ସଞ୍ଜୀବ ଦ୍ୱିବେଦୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ସୁଦୃଶ୍ୟ ଲଘୁଚାପ, ଆଜି ନେବ ଅବପାତର ରୂପ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର