ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ରମାଦେବୀ ଚୌଧୁରୀଙ୍କ ସ୍ମୃତିରେ…

The Sakala Picture
Published On

ସେବା, ତ୍ୟାଗ ଓ ସଂଗ୍ରାମର ପ୍ରତିଭୂ ମାଆ ରମାଦେବୀ ଚୌଧୁରୀ କେବଳ ଓଡିଶାର ନୁହଁ ସମଗ୍ର ଦେଶର ଗର୍ବ ଓ ଗୌରବ। ତାଙ୍କୁ ଓଡ଼ିଶାର ପ୍ରତ୍ୟେକଟି ମଣିଷ ମା’ ରମାଦେବୀ ହିସାବରେ ଜାଣନ୍ତି। ସ୍ୱାଧୀନତା ପରେ ରମାଦେବୀ ସନ୍ଥ ବିନୋବା ଭାବେଙ୍କ ଭୂଦାନ ଆନ୍ଦୋଳନ ଓ ଗ୍ରାମଦାନ ଆନ୍ଦୋଳନରେ ନିଜକୁ ଉତ୍ସର୍ଗ କରି ଦେଇଥିଲେ। ୧୮୯୯ ମସିହା ଡିସେମ୍ବର ୩ ତାରିଖରେ କଟକ ନିକଟସ୍ଥ ସତ୍ୟଭାମାପୁର ଗ୍ରାମରେ ବସନ୍ତ କୁମାରୀ ଦେବୀ ଏବଂ ଗୋପାଳ ବଲ୍ଲଭ ଦାସଙ୍କ […]

ସେବା, ତ୍ୟାଗ ଓ ସଂଗ୍ରାମର ପ୍ରତିଭୂ ମାଆ ରମାଦେବୀ ଚୌଧୁରୀ କେବଳ ଓଡିଶାର ନୁହଁ ସମଗ୍ର ଦେଶର ଗର୍ବ ଓ ଗୌରବ। ତାଙ୍କୁ ଓଡ଼ିଶାର ପ୍ରତ୍ୟେକଟି ମଣିଷ ମା’ ରମାଦେବୀ ହିସାବରେ ଜାଣନ୍ତି। ସ୍ୱାଧୀନତା ପରେ ରମାଦେବୀ ସନ୍ଥ ବିନୋବା ଭାବେଙ୍କ ଭୂଦାନ ଆନ୍ଦୋଳନ ଓ ଗ୍ରାମଦାନ ଆନ୍ଦୋଳନରେ ନିଜକୁ ଉତ୍ସର୍ଗ କରି ଦେଇଥିଲେ। ୧୮୯୯ ମସିହା ଡିସେମ୍ବର ୩ ତାରିଖରେ କଟକ ନିକଟସ୍ଥ ସତ୍ୟଭାମାପୁର ଗ୍ରାମରେ ବସନ୍ତ କୁମାରୀ ଦେବୀ ଏବଂ ଗୋପାଳ ବଲ୍ଲଭ ଦାସଙ୍କ ଔରସରୁ ରମାଦେବୀ ଜନ୍ମଗ୍ରହଣ କରିଥିଲେ। ପିତାମାତା ଶ୍ରଦ୍ଧାରେ ତାଙ୍କୁ ‘‘ବେଲ” ବୋଲି ସମ୍ବୋଧନ କରୁଥିଲେ। ପିତା ଗୋପାଳ ବଲ୍ଲଭ ଦାସ ଡେପୁଟି କଲେକ୍ଟର ଥିଲେ। ରମାଦେବୀ ହେଉଛନ୍ତି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଝିଆରୀ। ସେତେବେଳେ କୌଣସି ବିଦ୍ୟାଳୟ ନ ଯାଇ ରମାଦେବୀ ଓଡିଆ, ସଂସ୍କୃତ, ହିନ୍ଦୀ, ବଙ୍ଗଳା ଭାଷାକୁ ଆୟତ୍ତ କରିଥିଲେ।
୧୯୧୪ ମସିହା ଅପ୍ରେଲ ମାସରେ ସ୍ୱାଧୀନତା ସଂଗ୍ରାମୀ ତଥା ସେତେବେଳର ଡେପୁଟି କଲେକ୍ଟର ଗୋପବନ୍ଧୁ ଚୌଧୁରୀଙ୍କୁ ବିବାହ କରିଥିଲେ। ପରେ ଗୋପବନ୍ଧୁ ଚାକିରି ଛାଡି ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଥିଲେ। ପରେପରେ ତାଙ୍କ ଅନୁଜ ନବକୃଷ୍ଣ ଚୌଧୁରୀ, ଭାତୃବଧୂ ମାଳତୀ ଚୌଧୁରୀ, ପୁତ୍ର ମନମୋହନ ଚୌଧୁରୀ, କନ୍ୟା ଅନ୍ନପୂର୍ଣ୍ଣା ଦେଶସେବାକୁ ଜୀବନର ବ୍ରତଭାବେ ଗ୍ରହଣ କରି ନେଇଥିଲେ।

୧୯୨୧ ମାର୍ଚ୍ଚ ମାସରେ କଟକର କାଠଯୋଡି ବାଲି ଓ ବିନୋଦ ବିହାରୀ ପରିସରରେ ମହତ୍ମା ଗାନ୍ଧୀ ଦୁଇଗୋଟି ସାଧାରଣ ସଭାରେ ଯୋଗ ଦେଇ ହରିଜନ, ଦଳିତମାନଙ୍କର ସୁରକ୍ଷା ଓ ସ୍ୱଦେଶୀ ଆନ୍ଦୋଳନର ଆବଶ୍ୟକତା ସମ୍ପର୍କରେ ବୁଝାଇଥିଲେ। ଗାନ୍ଧିଜୀ ନିଜ ଭାଷଣରେ ମହିଳାମାନଙ୍କୁ ଗହଣା ନ ପିନ୍ଧି ଦେଶସେବା ପାଇଁ ତାହାକୁ ଦାନ କରନ୍ତୁ ବୋଲି ବୁଝାଇଥିଲେ। ଉକ୍ତ ସଭାରେ ଉପସ୍ଥିତ ଥିବା ରମାଦେବୀ ଗାନ୍ଧିଜୀଙ୍କ ଭାଷଣରେ ପ୍ରଭାବିତ ହୋଇ ନିଜର ବହୁମୂଲ୍ୟ ୨୦୦ ଭରି ସ୍ୱର୍ଣ୍ଣ ଅଳଙ୍କାର ଓ ଅନେକ ମୂଲ୍ୟବାନ ଦ୍ରବ୍ୟ ସ୍ୱରାଜ ପାଣ୍ଠିକୁ ଦାନ କରିଥିଲେ। ସେ କସ୍ତା ଶାଢି ପିନ୍ଧିବା ଆରମ୍ଭ କରିବା ସହିତ ଓ ଖଦି ବସ୍ତ୍ର ଆଜୀବନ ପିନ୍ଧିବା ପାଇଁ ସଂକଳ୍ପ ନେଲେ। ସେ ଆଇନ୍ ଅମାନ୍ୟ ଆନ୍ଦୋଳନ,ଲବଣ ସତ୍ୟାଗ୍ରହ ଆଦି ସଂଗ୍ରାମରେ ଯୋଗଦେଇ ବହୁବାର କାରାବରଣ କରିଥିଲେ। ୧୯୮୫ ମସିହା ଆଜିର ଦିନରେ ଏହି ମହୀୟସୀ ନାରୀ ନେତ୍ରୀଙ୍କର ତିରୋଧାନ ହୋଇଥ଄ଲା।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ବନ୍ୟା ମୁକାବିଲାରେ ସରକାର ସମ୍ପୂର୍ଣ୍ଣ ବିଫଳ: ବିଜେଡି

22 Jul 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର