ସାମାନ୍ୟ ବଚସାକୁ କେନ୍ଦ୍ର କରି ଜ୍ୱାଇଁକୁ କୋଦାଳରେ ପିଟିପିଟି ହତ୍ୟା କଲେ ଶ୍ୱଶୁର ଘର ଲୋକେ !

Madhusudan Das Picture
Published On

ବଲାଙ୍ଗୀର: ଜ୍ୱାଇଁକୁ କୋଦାଳରେ ପିଟିପିଟି ହତ୍ୟା କଲେ ଶ୍ୱଶୁର ଘର ଲୋକେ । ବଚସା ପରେ ଜ୍ୱାଇଁକୁ ଶ୍ୱଶୁର ଘର ଲୋକେ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ବଲାଙ୍ଗୀର ଜିଲ୍ଲା ତୁଳସୀ ନଗରପଡ଼ାରେ ଘଟିଛି ଏପରି ଏକ ହତ୍ୟାକାଣ୍ଡ । ମୃତ ବ୍ୟକ୍ତିଙ୍କ ନାଁ ଯଦୁମଣି ବଗର୍ତ୍ତୀ। ସେ କିଛି ଦିନ ହେବ ଶ୍ୱଶୁର ଘରେ ରହୁଥିଲେ। 

ଆହୁରି ପଢ଼ନ୍ତୁ: ତାତିରୁ ଆଶ୍ବସ୍ତି ଦେଲା କାଳବୈଶାଖୀ: ଭୁବନେଶ୍ୱରରେ ପବନ-ଘଡଘଡି ସହ କୁଆପଥର ବର୍ଷା

ସୂଚନା ଅନୁସାରେ ଗତକାଲି ରାତିରେ କୌଣସି କାରଣକୁ ନେଇ ଯଦୁମଣି ଶାଳକଙ୍କ ପୁଅ ସହିତ ବଚସା ହୋଇଥିଲା। ପାରିବାରିକ ଗଣ୍ଡଗୋଳ ପରେ କୋଦାଳରେ ପିଟି ପିଟି ଯଦୁମଣିକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମଭୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା l ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି l ତେବେ ହତ୍ୟାକାଣ୍ଡରେ କେତେ ଜଣ ସମ୍ପୃକ୍ତ ଅଛନ୍ତି ତାହା ଜଣାପଡ଼ିନାହିଁ। ଟାଉନ ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ହତ୍ୟାର କାରଣ ଜଣା ପଡ଼ିନାହିଁ ।

ଆହୁରି ପଢ଼ନ୍ତୁ: ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ପପୁ ମଲ୍ଲିକ ଆହତ, ୩ ପୋଲିସ କର୍ମଚାରୀ ବି ଆହତ

21 Jan 2026 By Madhusudan Das

ସାମାନ୍ୟ ବଚସାକୁ କେନ୍ଦ୍ର କରି ଜ୍ୱାଇଁକୁ କୋଦାଳରେ ପିଟିପିଟି ହତ୍ୟା କଲେ ଶ୍ୱଶୁର ଘର ଲୋକେ !

ବଲାଙ୍ଗୀର: ଜ୍ୱାଇଁକୁ କୋଦାଳରେ ପିଟିପିଟି ହତ୍ୟା କଲେ ଶ୍ୱଶୁର ଘର ଲୋକେ । ବଚସା ପରେ ଜ୍ୱାଇଁକୁ ଶ୍ୱଶୁର ଘର ଲୋକେ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ବଲାଙ୍ଗୀର ଜିଲ୍ଲା ତୁଳସୀ ନଗରପଡ଼ାରେ ଘଟିଛି ଏପରି ଏକ ହତ୍ୟାକାଣ୍ଡ । ମୃତ ବ୍ୟକ୍ତିଙ୍କ ନାଁ ଯଦୁମଣି ବଗର୍ତ୍ତୀ। ସେ କିଛି ଦିନ ହେବ ଶ୍ୱଶୁର ଘରେ ରହୁଥିଲେ। 

ସୂଚନା ଅନୁସାରେ ଗତକାଲି ରାତିରେ କୌଣସି କାରଣକୁ ନେଇ ଯଦୁମଣି ଶାଳକଙ୍କ ପୁଅ ସହିତ ବଚସା ହୋଇଥିଲା। ପାରିବାରିକ ଗଣ୍ଡଗୋଳ ପରେ କୋଦାଳରେ ପିଟି ପିଟି ଯଦୁମଣିକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମଭୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା l ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି l ତେବେ ହତ୍ୟାକାଣ୍ଡରେ କେତେ ଜଣ ସମ୍ପୃକ୍ତ ଅଛନ୍ତି ତାହା ଜଣାପଡ଼ିନାହିଁ। ଟାଉନ ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ହତ୍ୟାର କାରଣ ଜଣା ପଡ଼ିନାହିଁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର