ଶିକ୍ଷିତଙ୍କ ପରିବାରରେ ହଜିଯାଉଛି ମାନବିକତା; ଗରିବ ପିଲାଙ୍କୁ ଘରେ କାମ କରାଇବାକୁ ଆଣି ଦେଉଛନ୍ତି ନିର୍ଯାତନା

The Sakala Picture
Published On

ଭୁବନେଶ୍ୱର: ଯେଉଁଠି ଅଧିକ ଶିକ୍ଷିତ ସେଠି ମାନବିକତା ହଜିଯାଉଛି। ବିଶେଷ କରି ଶିକ୍ଷିତ ପରିବାରରେ ନାବାଳିକାଙ୍କୁ କାମ କରାଇବାକୁ ଆଣି ନିର୍ଯାତନା ଦେଉଛନ୍ତି। ସେମାନଙ୍କୁ ଚେଙ୍କଠାରୁ ଆରମ୍ଭ କରି ମାଡ଼ ମାରୁଛନ୍ତି। ଖବର ପାଇ ଚାଇଲ୍ଡ ଲାଇନ୍‌‌ ଉଦ୍ଧାର କରି ଥାନାରେ ଅଭିଯୋଗ କଲେ ମଧ୍ୟ ପୁଲିସ ଠୋସ୍‌‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି। ଯେଉଁଥିପାଇଁ ଶିକ୍ଷିତଙ୍କ ପରିବାରରେ ନାବାଳିକାଙ୍କୁ ନିର୍ଯାତନା ଘଟଣା ବଢ଼଼ିବାରେ ଲାଗିଛି। ଗତ କିଛି ବର୍ଷ ହେବ ରାଜଧାନୀରେ ଏହା କ୍ରମାଗତ ଭାବେ ଦେଖିବାକୁ […]

ଭୁବନେଶ୍ୱର: ଯେଉଁଠି ଅଧିକ ଶିକ୍ଷିତ ସେଠି ମାନବିକତା ହଜିଯାଉଛି। ବିଶେଷ କରି ଶିକ୍ଷିତ ପରିବାରରେ ନାବାଳିକାଙ୍କୁ କାମ କରାଇବାକୁ ଆଣି ନିର୍ଯାତନା ଦେଉଛନ୍ତି। ସେମାନଙ୍କୁ ଚେଙ୍କଠାରୁ ଆରମ୍ଭ କରି ମାଡ଼ ମାରୁଛନ୍ତି। ଖବର ପାଇ ଚାଇଲ୍ଡ ଲାଇନ୍‌‌ ଉଦ୍ଧାର କରି ଥାନାରେ ଅଭିଯୋଗ କଲେ ମଧ୍ୟ ପୁଲିସ ଠୋସ୍‌‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି। ଯେଉଁଥିପାଇଁ ଶିକ୍ଷିତଙ୍କ ପରିବାରରେ ନାବାଳିକାଙ୍କୁ ନିର୍ଯାତନା ଘଟଣା ବଢ଼଼ିବାରେ ଲାଗିଛି। ଗତ କିଛି ବର୍ଷ ହେବ ରାଜଧାନୀରେ ଏହା କ୍ରମାଗତ ଭାବେ ଦେଖିବାକୁ ମିଳିଛି। ଗତ ଜୁନ୍‌‌ ୧୪ ତାରିଖରେ ଆଇଆର୍‌‌ସି ଭିଲେଜରେ ରହୁଥିବା ଜଣେ ପୂର୍ବତନ ଜିଲ୍ଲାପାଳଙ୍କ ଘରୁ ନାବାଳିକା ଉଦ୍ଧାର କରାଯାଇଥିଲା। ଘରୋଇ କାମ ପାଇଁ ୧୨ ବର୍ଷର ନାବାଳିକାକୁ ବ୍ରହ୍ମପୁରରୁ ଭୁବନେଶ୍ୱର ଅଣାଯାଇଥିଲା। ଖବର ପାଇ ଚାଇଲ୍ଡ ଲାଇନ୍‌‌ ତାଙ୍କୁ ଉଦ୍ଧାର କରିଥିଲା। ଏନେଇ ନୂଆପଲ୍ଲୀ ଥାନାରେ ପୁଲିସ ମାମଲା ରୁଜୁ କରିଥିଲେ ମଧ୍ୟ କିଛି ବି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିଲା। ପୁଲିସ ନିକଟରୁ ମିଳିଥିବା ତଥ୍ୟ ଅନୁସାରେ, ଗତ ୪ ବର୍ଷରେ ରାଜଧାନୀରୁ ପ୍ରାୟ ୧୫୦ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ସେଥିରୁ ପ୍ରାୟତଃ ୭୮ ଶିଶୁ ସରକାରୀ ଅଫିସରଙ୍କ ଘରୁ ଉଦ୍ଧାର ହୋଇଛନ୍ତି। ବଡ଼ କଥା ହେଲା କୌଣସି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ।

ଆହୁରି ପଢ଼ନ୍ତୁ: ମଦ ପିଇ ତହସିଲ ଅଫିସ ଆସିଥିଲେ ୩ କର୍ମଚାରୀ, ନିଲମ୍ୱନ କଲେ ଜିଲ୍ଲାପାଳ

ଡାକ୍ତରଙ୍କ ଘରେ ନିର୍ଯାତନାର ଶିକାର ନାବାଳିକା
୨୦୧୭ ନଭେମ୍ବର ୨ରେ ଖଣ୍ଡଗିରି ଥାନା ଅଞ୍ଚଳରେ ରହୁଥିବା ଜଣେ ଡାକ୍ତରଙ୍କ ଘରୁ ଜଣେ ନାବାଳିକାକୁ ଉଦ୍ଧାର କରାଯାଇଥିଲା। ନାବାଳିକାର ଘର ଝାଡ଼ଖଣ୍ଡ ହୋଇଥିବାବେଳେ ସେ ଡାକ୍ତରଙ୍କ ଘରେ ରହି କାମ କରୁଥିଲା। ଡାକ୍ତରଙ୍କ ଯାଅାଁଳା ଝିଅ ହୋଇଥିବାରୁ ତାଙ୍କର ସେବା କରିବାକୁ ସେ ନାବାଳିକାକୁ ରଖିଥିଲେ। ଯେଉଁଥିପାଇଁ କାମରେ ଅବହେଳା ହେଲେ ନାବାଳିକାକୁ ନିର୍ଯାତନା ଦିଆଯାଉଥିଲା। ସେହିପରି ଦୁଇ ବର୍ଷ ତଳେ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ରହୁଥିବା ଜଣେ ସରକାରୀ ବାବୁ ଘରୁ ମଧ୍ୟ ଜଣେ ନାବାଳିକାକୁ ଉଦ୍ଧାର କରାଯାଇଥିଲା। ଯାଜପୁର ଅଞ୍ଚଳର ଜଣେ ନାବାଳିକାକୁ ଅଫିସର ଜଣକ ତାଙ୍କ ଘରେ ରଖି କାମ କରାଉଥିଲେ। ଏପରିକି ତାଙ୍କ ସହ ଦୁଷ୍କର୍ମ ମଧ୍ୟ କରିଥିବା ଅଭିଯୋଗ ହୋଇଥିଲା। ଚାଇଲ୍ଡ ଲାଇନ୍‌‌ ଉଦ୍ଧାର କରିବା ପରେ ଚନ୍ଦ୍ରଶେଖରପୁର ଥାନାରେ ଏକ ମାମଲା ହୋଇଥିଲା।

ଶିଶୁ ସୁରକ୍ଷା ଅଧିକାରୀଙ୍କ ଘରେ ଶିଶୁ ନିର୍ଯାତନା
୨୦୧୮ ଜୁନ୍‌‌ ୧୮ ତାରିଖରେ ଶିଶୁ ସୁରକ୍ଷା ଅଧିକାରୀଙ୍କ ଘରୁ ନିର୍ଯାତିତ ନାବାଳିକାକୁ ଉଦ୍ଧାର କରାଯାଇଥିଲା। ଯିଏ ଶିଶୁଙ୍କୁ ସୁରକ୍ଷା ଦେବା କଥା ଉକ୍ତ ଅଧିକାରୀ ଜଣକ ନିର୍ଯାତନା ଦେଉଥିଲେ। ଝାଡୁ ମାରିବା ସହ ଘରର ଅଇଁଠା ବାସନ ସଫା କରିବାକୁ ଦିଆଯାଉଥିଲା। ଟିକିଏ ଭୁଲ୍‌‌ ହେଲେ ନାବାଳିକାକୁ ଦିଆଯାଉଥିଲା ଅକଥନୀୟ ନିର୍ଯାତନା। ନାବାଳିକାକୁ ପଟିଆ ଷ୍ଟେସନରୁ ଚାଇଲ୍ଡ ଲାଇନ୍‌‌ ସଦସ୍ୟ ଉଦ୍ଧାର କରିବା ପରେ ଶିଶୁ ସୁରକ୍ଷା ଅଧିକାରୀଙ୍କ ନାମରେ ଇନ୍‌‌ଫୋସିଟି ଥାନାରେ ମାମଲା ରୁଜୁ ହୋଇଥିଲା।

ଆଇନ୍‌‌ର ରକ୍ଷକ ଆଇନ୍‌‌କୁ ଫୁ’ କରୁଛନ୍ତି
ଯେଉଁମାନେ ରକ୍ଷକ ସାଜି ନାବାଳିକାଙ୍କୁ ସୁରକ୍ଷା କରିବା କଥା ସେମାନେ ଆଇନ୍‌‌କୁ ଦଳିମକଚି ଦେଉଛନ୍ତି। କାରଣ ସେମାନଙ୍କର ଆଇନକୁ ଡର ନାହିଁ। ସେମାନେ ନିଜର କ୍ଷମତାର ଦୁରୁପଯୋଗ କରି ମାମଲାକୁ ରଫାଦଫା କରି ଦେଉଛନ୍ତି। ଯାହାଫଳରେ ସେମାନେ ଗରିବ ଶ୍ରଣୀର ପରିବାରରୁ ନାବାଳିକାଙ୍କୁ ଘର କାମ କରାଇବା ଆଳରେ ଆଣି ନିର୍ଯାତନା ଦେଉଛନ୍ତି।

ମାମଲା ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ୍‌‌
ରାଜଧାନୀର ଏକାଧିକ ସରକାରୀ ବାବୁଙ୍କ ଘରୁ ନାବାଳିକା ଉଦ୍ଧାର କରାଯାଇଛି। ଚାଇଲ୍ଡ ଲାଇନ୍‌‌ରେ ଅଭିଯୋଗ କରିବା ପରେ ପୁଲିସ ବାଧ୍ୟ ହୋଇ ମାମଲା ରୁଜୁ କରୁଛି। କିନ୍ତୁ ସେମାନଙ୍କ ବିରୋଧରେ କିଛି ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ଯାହାଫଳରେ ରାଜଧାନୀରେ ନାବାଳିକାଙ୍କୁ ଘରେ ରଖି ନିର୍ଯାତନା ଦେବା ମାମଲା ବଢ଼଼ିବାରେ ଲାଗିଛି। ଏନେଇ ଚାଇଲ୍ଡ ଲାଇନ୍‌‌ର ନିର୍ଦ୍ଦେଶକ ବେଣୁଧର ସେନାପତି କହିଛନ୍ତି ଯେ, ସରକାରୀ ଅଫିସରଙ୍କର ପୁଲିସ କିଛି କରିପାରିବେ ନାହିଁ ବୋଲି ସେମାନେ ଜାଣିଛନ୍ତି। ତେଣୁ ଏଭଳି ଘଟଣା ବଢ଼଼ିବାରେ ଲାଗିଛି। ସେମାନେ ସବୁ ନିୟମ କାନୁନ୍‌‌ ଜାଣିଲେ ମଧ୍ୟ ନାବାଳିକାଙ୍କୁ ଘରେ ରଖି ନିର୍ଯାତନା ଦେଉଛନ୍ତି। ଏଭଳି କରୁଥିବା ବ୍ୟକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ କହିଛନ୍ତି।

15 Sep 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର