ଭୁବନେଶ୍ବର IIT ଛାତ୍ରୀଙ୍କ ଆତ୍ମହତ୍ୟା : ହଷ୍ଟେଲର ପଞ୍ଚମ ମହଲା ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା

The Sakala Picture
Published On

ଭୁବନେଶ୍ବର : ଆଇଆଇଟି ଭୁବନେଶ୍ୱର କ୍ୟାମ୍ପସରେ ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଛାତ୍ରୀଜଣଙ୍କ ହଷ୍ଟେଲର ପଞ୍ଚମ ମହଲା ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ରହିଛି। ମୃତ ଛାତ୍ରୀ ଜଣଙ୍କ ହେଉଛନ୍ତି କୃତ୍ତିକା ରାଜ। ତାଙ୍କ ଘର ଦିଲ୍ଲୀରେ ବୋଲି ଜଣାଯାଇଛି। ସେ ବି.ଟେକ୍ ତୃତୀୟ ବର୍ଷ ପଢ଼ୁଥିଲେ। ତେବେ ଗତକାଲି ରାତିରୁ ଏହି ଘଟଣା ନେଇ ସୂଚନା ପାଇବା ପରେ ଜଟଣୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା।  ଛାତ୍ରୀଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ […]

ଭୁବନେଶ୍ବର : ଆଇଆଇଟି ଭୁବନେଶ୍ୱର କ୍ୟାମ୍ପସରେ ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଛାତ୍ରୀଜଣଙ୍କ ହଷ୍ଟେଲର ପଞ୍ଚମ ମହଲା ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ରହିଛି। ମୃତ ଛାତ୍ରୀ ଜଣଙ୍କ ହେଉଛନ୍ତି କୃତ୍ତିକା ରାଜ। ତାଙ୍କ ଘର ଦିଲ୍ଲୀରେ ବୋଲି ଜଣାଯାଇଛି। ସେ ବି.ଟେକ୍ ତୃତୀୟ ବର୍ଷ ପଢ଼ୁଥିଲେ। ତେବେ ଗତକାଲି ରାତିରୁ ଏହି ଘଟଣା ନେଇ ସୂଚନା ପାଇବା ପରେ ଜଟଣୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା।  ଛାତ୍ରୀଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ କଲେଜ୍ ତରଫରୁ ଛାତ୍ରୀଙ୍କ ଅଭିଭାବକଙ୍କ ନିକଟକୁ ଖବର ଦିଆଯାଇଛି, ସେମାନେ ଆସିବା ପରେ ଶବ ବ୍ୟବଚ୍ଛେଦ କରାଯିବ।

ଆହୁରି ପଢ଼ନ୍ତୁ: ମନଗଢ଼ା ମନ୍ତବ୍ୟ ଦେଇ ଫସିଗଲେ ବିଜେପି ସାଂସଦ: ଭର୍ତ୍ତୃହରି ମହତାବଙ୍କୁ ବିଜେଡି ସାଂସଦଙ୍କ କଟୁ ଭର୍ତ୍ସନା

ମିଳିଥିବା ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଆଇଆଇଟି କ୍ୟାମ୍ପସ ଭିତରେ ଜୋରରେ ଶବ୍ଦ ହୋଇଥିଲା। ସିକ୍ୟୁରିଟି ଗାର୍ଡ ସହ ଅନ୍ୟ ଅଧିକାରୀ ଶବ୍ଧ ଶୁଣି ଧାଇଁବା ସହ ଦେଖିଥିଲେ କି ଛାତ୍ରୀ ଜଣଙ୍କ ତଳେ ପଡ଼ିଛନ୍ତି। ପରେ ତାଙ୍କୁ ତୁରନ୍ତ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଛାତ୍ରୀଙ୍କୁ ମୃତ ଘୋଷଣା କରିଥିଲେ। ଛାତ୍ରୀ ଜଣଙ୍କ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ରହିଛି।

ଆହୁରି ପଢ଼ନ୍ତୁ: ଅନୁଗୋଳ ଗଣଦୁଷ୍କର୍ମ ମାମଲା: ୪ ଅଭିଯୁକ୍ତଙ୍କୁ ୨୦ ବର୍ଷର ସଶ୍ରମ କାରାଦଣ୍ଡ ଶୁଣାଇଲେ ସ୍ୱତନ୍ତ୍ର କୋର୍ଟ

04 Sep 2024 By The Sakala

ଭୁବନେଶ୍ବର IIT ଛାତ୍ରୀଙ୍କ ଆତ୍ମହତ୍ୟା : ହଷ୍ଟେଲର ପଞ୍ଚମ ମହଲା ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା

ଭୁବନେଶ୍ବର : ଆଇଆଇଟି ଭୁବନେଶ୍ୱର କ୍ୟାମ୍ପସରେ ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଛାତ୍ରୀଜଣଙ୍କ ହଷ୍ଟେଲର ପଞ୍ଚମ ମହଲା ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ରହିଛି। ମୃତ ଛାତ୍ରୀ ଜଣଙ୍କ ହେଉଛନ୍ତି କୃତ୍ତିକା ରାଜ। ତାଙ୍କ ଘର ଦିଲ୍ଲୀରେ ବୋଲି ଜଣାଯାଇଛି। ସେ ବି.ଟେକ୍ ତୃତୀୟ ବର୍ଷ ପଢ଼ୁଥିଲେ। ତେବେ ଗତକାଲି ରାତିରୁ ଏହି ଘଟଣା ନେଇ ସୂଚନା ପାଇବା ପରେ ଜଟଣୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା।  ଛାତ୍ରୀଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ କଲେଜ୍ ତରଫରୁ ଛାତ୍ରୀଙ୍କ ଅଭିଭାବକଙ୍କ ନିକଟକୁ ଖବର ଦିଆଯାଇଛି, ସେମାନେ ଆସିବା ପରେ ଶବ ବ୍ୟବଚ୍ଛେଦ କରାଯିବ।

ମିଳିଥିବା ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଆଇଆଇଟି କ୍ୟାମ୍ପସ ଭିତରେ ଜୋରରେ ଶବ୍ଦ ହୋଇଥିଲା। ସିକ୍ୟୁରିଟି ଗାର୍ଡ ସହ ଅନ୍ୟ ଅଧିକାରୀ ଶବ୍ଧ ଶୁଣି ଧାଇଁବା ସହ ଦେଖିଥିଲେ କି ଛାତ୍ରୀ ଜଣଙ୍କ ତଳେ ପଡ଼ିଛନ୍ତି। ପରେ ତାଙ୍କୁ ତୁରନ୍ତ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଛାତ୍ରୀଙ୍କୁ ମୃତ ଘୋଷଣା କରିଥିଲେ। ଛାତ୍ରୀ ଜଣଙ୍କ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର