ଆଚାର୍ଯ୍ୟବିହାର ଫ୍ଲାଏଓଭର୍‌ରେ ବାଇକ୍‌ ସହ ଯୁବକ ଜୀଅନ୍ତା ଜଳିଯିବା ଘଟଣା, ମିଳିଲା ଯୁବକଙ୍କ ପରିଚୟ

The Sakala Picture
Published On

ଭୁବନେଶ୍ବର : ଭୁବନେଶ୍ୱର ଆଚାର୍ଯ୍ୟବିହାର ଫ୍ଲାଏ ଓଭରରେ ଅଘଟଣ । ୧୬ନମ୍ବର ଜାତୀୟ ରାଜପଥର ମହାରାଜା ହଲ୍‌ ନିକଟ ଆଚାର୍ଯ୍ୟବିହାର ଫ୍ଲାଏଓଭର୍‌‌‌ରେ ରବିବାର ବିଳମ୍ବିତ ରାତିରେ ବାଇକ୍‌ ସହ ଜଣେ ଯୁବକ ଜୀବନ୍ତ ଜଳିଯାଇ ମୃତ୍ୟୁବରଣ କରିଛନ୍ତି। କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ରବିବାର ରାତି ପ୍ରାୟ ୧୨ଟା ୧୫ ବେଳେ ଫ୍ଲାଏଓଭର୍‌ ଉପରେ ଜଣେ ଯୁବକ ବାଇକ୍‌ ଉପରେ ପଡ଼ିଥିବା ବେଳେ ବାଇକ୍‌ଟି ହୁତୁହୁତୁ ହୋଇ ଜଳୁଥିଲା। ଏହା ଦେଖି ଲୋକମାନେ ତାଙ୍କୁ ବାଇକ୍‌ ଉପରୁ […]

ଭୁବନେଶ୍ବର : ଭୁବନେଶ୍ୱର ଆଚାର୍ଯ୍ୟବିହାର ଫ୍ଲାଏ ଓଭରରେ ଅଘଟଣ । ୧୬ନମ୍ବର ଜାତୀୟ ରାଜପଥର ମହାରାଜା ହଲ୍‌ ନିକଟ ଆଚାର୍ଯ୍ୟବିହାର ଫ୍ଲାଏଓଭର୍‌‌‌ରେ ରବିବାର ବିଳମ୍ବିତ ରାତିରେ ବାଇକ୍‌ ସହ ଜଣେ ଯୁବକ ଜୀବନ୍ତ ଜଳିଯାଇ ମୃତ୍ୟୁବରଣ କରିଛନ୍ତି। କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ରବିବାର ରାତି ପ୍ରାୟ ୧୨ଟା ୧୫ ବେଳେ ଫ୍ଲାଏଓଭର୍‌ ଉପରେ ଜଣେ ଯୁବକ ବାଇକ୍‌ ଉପରେ ପଡ଼ିଥିବା ବେଳେ ବାଇକ୍‌ଟି ହୁତୁହୁତୁ ହୋଇ ଜଳୁଥିଲା। ଏହା ଦେଖି ଲୋକମାନେ ତାଙ୍କୁ ବାଇକ୍‌ ଉପରୁ ଘୋଷାଡ଼ି ଆଣିଥିଲେ। କିନ୍ତୁ ସେତେବେଳକୁ ଯୁବକଙ୍କ ମୃତ୍ୟୁ ହୋଇସାରିଥିଲା। ତାଙ୍କ ଶରୀରର ପାଖାପାଖି ୭୦ ପ୍ରତିଶତ ପୋଡ଼ି ଯାଇଥିଲା। ଏ ସଂପର୍କରେ ସେମାନେ ସହିଦନଗର ଥାନାକୁ ଖବର ଦେବା ପରେ ପୁଲିସ୍‌ ଓ ଦମକଳବାହିନୀ କିଛି ସମୟ ଭିତରେ ସେଠାରେ ପହଞ୍ଚି ଯାଇଥିଲେ। ଦମକଳବାହିନୀ ନିଆଁକୁ ଆୟତ୍ତ କରିବା ସହ ପୁଲିସ ସହାୟତାରେ ମୃତ ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା।

ଆହୁରି ପଢ଼ନ୍ତୁ: କଳାହାଣ୍ଡିର ୪୧ଟି ଗାଁରେ ୮୦୦ରୁ ଅଧିକ ଏକର ଜମିରେ ଜଳସେଚନ ସୁନିଶ୍ଚିତ କରିଛି ବେଦାନ୍ତ

ତେବେ ଯୁବକ ଜଣଙ୍କ ପରିଚୟ ମିଳିଛି। ମୃତ ଯୁବକ ଅମ୍ବିକା ପ୍ରସାଦ ପତି ବୋଲି ଜଣାପଡିଛି। ତାଙ୍କ ଘର ଜଗତସିଂହପୁର ଜିଲ୍ଲାରେ । ସେ ଭୁବନେଶ୍ବରରେ ମାର୍କେଟିଂ ଚାକିରୀ କରୁଥିଲେ। ସେ କେସୁରାରେ ଭଡାରେ ରୁହନ୍ତି। ଗତକାଲି ରାତିରେ ଚନ୍ଦ୍ରଶେଖରପୁର ରେ ଏକ ବାହାଘରକୁ ଯାଇଥିଲେ। ସେଠାରୁ ଭୋଜି ଖାଇ ରୁମକୁ ଫେରୁଥିଲେ ।

ଆହୁରି ପଢ଼ନ୍ତୁ: ମାଆ କୋଳକୁ ଫେରିଲା ନିଖୋଜ ୪ ମାସର ଶିଶୁପୁତ୍ର, ବାପା କରିଥିଲା ଅପହରଣ ନାଟକ

ଅପରପକ୍ଷେ, ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। କିଛି ଦୁର୍ବୃତ୍ତ ଯୁବକଙ୍କୁ ଅନ୍ୟତ୍ର ହତ୍ୟା କରି ଏଠାକୁ ଆଣିବା ପରେ ନିଛାଟିଆ ରାସ୍ତା ଦେଖି ଯୁବକଙ୍କୁ ବାଇକ୍‌ ଉପରେ ପକାଇ ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି। ପୁଲିସ୍‌ ସବୁ ଦିଗକୁ ଟିକିନିଖି ଯାଞ୍ଚ କରୁଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହି ମାମଲା ଅଧିକ ସ୍ପଷ୍ଟ ହେବ ବୋଲି ପୁଲିସ୍‌ କହିଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଥମୁନି ଗ୍ୟାସ ସଙ୍କଟ: ଲମ୍ବା ଧାଡ଼ିରେ ଉପଭୋକ୍ତା, ବଢ଼ୁଛି ସାଧାରଣ ଲୋକଙ୍କ ଯନ୍ତ୍ରଣା

27 Jun 2022 By The Sakala

ଆଚାର୍ଯ୍ୟବିହାର ଫ୍ଲାଏଓଭର୍‌ରେ ବାଇକ୍‌ ସହ ଯୁବକ ଜୀଅନ୍ତା ଜଳିଯିବା ଘଟଣା, ମିଳିଲା ଯୁବକଙ୍କ ପରିଚୟ

ଭୁବନେଶ୍ବର : ଭୁବନେଶ୍ୱର ଆଚାର୍ଯ୍ୟବିହାର ଫ୍ଲାଏ ଓଭରରେ ଅଘଟଣ । ୧୬ନମ୍ବର ଜାତୀୟ ରାଜପଥର ମହାରାଜା ହଲ୍‌ ନିକଟ ଆଚାର୍ଯ୍ୟବିହାର ଫ୍ଲାଏଓଭର୍‌‌‌ରେ ରବିବାର ବିଳମ୍ବିତ ରାତିରେ ବାଇକ୍‌ ସହ ଜଣେ ଯୁବକ ଜୀବନ୍ତ ଜଳିଯାଇ ମୃତ୍ୟୁବରଣ କରିଛନ୍ତି। କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ରବିବାର ରାତି ପ୍ରାୟ ୧୨ଟା ୧୫ ବେଳେ ଫ୍ଲାଏଓଭର୍‌ ଉପରେ ଜଣେ ଯୁବକ ବାଇକ୍‌ ଉପରେ ପଡ଼ିଥିବା ବେଳେ ବାଇକ୍‌ଟି ହୁତୁହୁତୁ ହୋଇ ଜଳୁଥିଲା। ଏହା ଦେଖି ଲୋକମାନେ ତାଙ୍କୁ ବାଇକ୍‌ ଉପରୁ ଘୋଷାଡ଼ି ଆଣିଥିଲେ। କିନ୍ତୁ ସେତେବେଳକୁ ଯୁବକଙ୍କ ମୃତ୍ୟୁ ହୋଇସାରିଥିଲା। ତାଙ୍କ ଶରୀରର ପାଖାପାଖି ୭୦ ପ୍ରତିଶତ ପୋଡ଼ି ଯାଇଥିଲା। ଏ ସଂପର୍କରେ ସେମାନେ ସହିଦନଗର ଥାନାକୁ ଖବର ଦେବା ପରେ ପୁଲିସ୍‌ ଓ ଦମକଳବାହିନୀ କିଛି ସମୟ ଭିତରେ ସେଠାରେ ପହଞ୍ଚି ଯାଇଥିଲେ। ଦମକଳବାହିନୀ ନିଆଁକୁ ଆୟତ୍ତ କରିବା ସହ ପୁଲିସ ସହାୟତାରେ ମୃତ ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା।

ତେବେ ଯୁବକ ଜଣଙ୍କ ପରିଚୟ ମିଳିଛି। ମୃତ ଯୁବକ ଅମ୍ବିକା ପ୍ରସାଦ ପତି ବୋଲି ଜଣାପଡିଛି। ତାଙ୍କ ଘର ଜଗତସିଂହପୁର ଜିଲ୍ଲାରେ । ସେ ଭୁବନେଶ୍ବରରେ ମାର୍କେଟିଂ ଚାକିରୀ କରୁଥିଲେ। ସେ କେସୁରାରେ ଭଡାରେ ରୁହନ୍ତି। ଗତକାଲି ରାତିରେ ଚନ୍ଦ୍ରଶେଖରପୁର ରେ ଏକ ବାହାଘରକୁ ଯାଇଥିଲେ। ସେଠାରୁ ଭୋଜି ଖାଇ ରୁମକୁ ଫେରୁଥିଲେ ।

ଅପରପକ୍ଷେ, ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। କିଛି ଦୁର୍ବୃତ୍ତ ଯୁବକଙ୍କୁ ଅନ୍ୟତ୍ର ହତ୍ୟା କରି ଏଠାକୁ ଆଣିବା ପରେ ନିଛାଟିଆ ରାସ୍ତା ଦେଖି ଯୁବକଙ୍କୁ ବାଇକ୍‌ ଉପରେ ପକାଇ ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି। ପୁଲିସ୍‌ ସବୁ ଦିଗକୁ ଟିକିନିଖି ଯାଞ୍ଚ କରୁଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହି ମାମଲା ଅଧିକ ସ୍ପଷ୍ଟ ହେବ ବୋଲି ପୁଲିସ୍‌ କହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର