୧୫ ବର୍ଷରୁ କମ୍ ପିଲାଙ୍କୁ କରୋନା ହେଲେ କିପରି ଯତ୍ନ ନେବେ, କଣ ମେଡିସିନ୍‌ ଦେବେ? ପଢନ୍ତୁ କଣ କହୁଛନ୍ତି ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡକ୍ଟର ସୁନିଲ କୁମାର ଅଗ୍ରୱାଲ

The Sakala Picture
Published On

ଭୁବନେଶ୍ବର :ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା।  ଦେଶ ତଥା ରାଜ୍ୟ ସବୁଠି ଏବେ କରୋନା କାୟା ମେଲାଇ ଚାଲିଛି। କରୋନାର ପ୍ରକୋପ ଦେଖି ଟିକାକରଣକୁ ପ୍ରାଧ୍ୟାନ୍ୟ ଦିଆଯାଉଛି। ଦୁଇଟି ଡୋଜ୍ ଟିକା ପରେ ଏବେ ବୁଷ୍ଟର ଡୋଜ ଦିଆଯିବା ମଧ୍ୟ ଆରମ୍ଭ ହୋଇଛି। ୧୫ ବର୍ଷରୁ ଅଧିକ ବୟସର ପିଲାଙ୍କଠାରୁ ଆରମ୍ଭ କରି ପ୍ରତିଟି ନାଗରିକ ଟିକା ନେଉଛନ୍ତି । ହେଲେ ଏବେ ବି ଦେଶରେ ୧୫ ବର୍ଷରୁ କମ ବୟସର ପିଲାଙ୍କ ପାଇଁ ଟିକାକରଣ […]

ଭୁବନେଶ୍ବର :ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା।  ଦେଶ ତଥା ରାଜ୍ୟ ସବୁଠି ଏବେ କରୋନା କାୟା ମେଲାଇ ଚାଲିଛି। କରୋନାର ପ୍ରକୋପ ଦେଖି ଟିକାକରଣକୁ ପ୍ରାଧ୍ୟାନ୍ୟ ଦିଆଯାଉଛି। ଦୁଇଟି ଡୋଜ୍ ଟିକା ପରେ ଏବେ ବୁଷ୍ଟର ଡୋଜ ଦିଆଯିବା ମଧ୍ୟ ଆରମ୍ଭ ହୋଇଛି। ୧୫ ବର୍ଷରୁ ଅଧିକ ବୟସର ପିଲାଙ୍କଠାରୁ ଆରମ୍ଭ କରି ପ୍ରତିଟି ନାଗରିକ ଟିକା ନେଉଛନ୍ତି । ହେଲେ ଏବେ ବି ଦେଶରେ ୧୫ ବର୍ଷରୁ କମ ବୟସର ପିଲାଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇନାହିଁ । ଏପରି ସ୍ଥିତିରେ ପିଲାଙ୍କ ପାଇଁ କେଉଁ କେଉଁ ସମସ୍ୟା ଉପୁଜିପାରେ ଏବଂ କରୋନା ହେଲେ ପିଲାମାନେ ନିଜକୁ କେମିତି ସୁରକ୍ଷିତ ରଖିବେ ସେନେଇ ସୂଚନା ଦେଇଛନ୍ତି ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡକ୍ଟର ସୁନିଲ କୁମାର ଅଗ୍ରୱାଲ । ବୁଧବାର ରାଜ୍ୟ ସରକାରଙ୍କ କୋଭିଡ୍ ସଚେତନତା ସମ୍ପର୍କୀତ କାର୍ଯ୍ୟକ୍ରମରେ ସାମିଲ ହୋଇ ସେ ଏନେଇ ବିସ୍ତୃତ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଯାଞ୍ଚ ବେଳେ ଗାଡ଼ିରୁ ୮ ଲକ୍ଷ ୪୭ ହଜାର ଟଙ୍କାର ଫେକ୍ ନୋଟ୍ ଜବତ, ଦୁଇ ଗିରଫ

ଓମିକ୍ରନର ସଂକ୍ରମଣଶୀଳତା ବହୁ ଅଧିକ । କିନ୍ତୁ ଏହାର ପ୍ରଭାବ କମ୍ ରହିଛି । ପ୍ରଥମ ଓ ଦ୍ୱିତୀୟ ଲହରରେ ମୋଟ ୧୫ ପ୍ରତିଶତ ପିଲା କୋରୋନା ସଂକ୍ରମିତ ହୋଇଛନ୍ତି । ଏବେ ରାଜ୍ୟରେ ୧୦ରୁ ୨୦ ପ୍ରତିଶତ ପିଲା ସଂକ୍ରମିତ ହେଉଛନ୍ତି ।୧୦ ବର୍ଷ ଯାଏ ପିଲା ୫ ପ୍ରତିଶତ ଓ ୧୦ରୁ ୨୦ ବର୍ଷ ଯାଏଁ ୧୦ ପ୍ରତିଶତ ଆକ୍ରାନ୍ତ ହୋଇଛନ୍ତି । ୯୫ ପ୍ରତିଶତ ପିଲାଙ୍କର ଲକ୍ଷଣ ସାମାନ୍ୟ ରହିଛି । ଚାରି ପ୍ରତିଶତ ପିଲା କେବଳ ଡାକ୍ତରଖାନା ଆସିଛନ୍ତି । ମାତ୍ର ୧ ପ୍ରତିଶତ ପିଲାଙ୍କୁ ଆଡମିସନ କରିବାକୁ ପଡୁଛି ବୋଲି ରାଜ୍ୟ ସରକାରଙ୍କ କୋରୋନା ପ୍ରେସମିଟରେ ସୂଚନା ଦେଇଛନ୍ତି ଶିଶୁରୋଗ ବିଶେଷଜ୍ଞ ସୁନୀଲ ଅଗ୍ରୱାଲ୍।

ଆହୁରି ପଢ଼ନ୍ତୁ: ଆଜି ମହାନ୍ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ତିରୋଧାନ ଦିବସ

ଆହୁରି ପଢ଼ନ୍ତୁ: ଝାରସୁଗୁଡା ଏବଂ ସୁନ୍ଦରଗଡ଼ରେ ସୌର ଷ୍ଟ୍ରିଟ ଲାଇଟ ସହିତ ଗ୍ରାମୀଣ ସୁରକ୍ଷାକୁ ସୁଦୃଢ଼ କରିଛି ବେଦାନ୍ତ ଆଲୁମିନିୟମ

ତାଙ୍କ କହିବା ମୁତାବକ, ବର୍ତ୍ତମାନ ଓମିକ୍ରନ୍ ଯୋଗୁ ସଂକ୍ରମଣ ବୃଦ୍ଧି ପାଉଛି । ହେଲେ ଏହାର ଭୟାବହତା ଖୁବ୍ କମ୍ । ଲୋକମାନେ ବିଲକୁଲ୍ ଆତଙ୍କିତ ହୁଅନ୍ତୁ ନାହିଁ । ପିଲାମାନଙ୍କ କ୍ଷେତ୍ର କୋଭିଡ୍ ସଂକ୍ରମଣ ହେବାର ସମ୍ଭାବନା ଖୁବ କମ୍ ବୋଲି ଦେଖିବାକୁ ମିଳୁଛି ।ଅନ୍ୟପଟେ ପିଲାମାନଙ୍କ କ୍ଷେତ୍ରରେ କୋଭିଡର କି କି ଲକ୍ଷଣ ଦେଖିବାକୁ ମିଳୁଛି ପ୍ରଶ୍ନରେ ଉତ୍ତର ରଖି ସେ କହିଥିଲେ । କିଛି ପିଲାଙ୍କ କ୍ଷେତ୍ରରେ ଲକ୍ଷଣ ଆଦୌ ଦେଖିବାକୁ ମିଳୁନି । ଯେଉଁମାନଙ୍କର ଲକ୍ଷଣ ଦେଖିବାକୁ ମିଳୁଛି ସେମାନଙ୍କର ସଂଖ୍ୟା ବହୁତ କମ୍ । ତେବେ ଗତ କିଛି ଦିନ ହେଲା କୋଭିଡ୍ ସଂକ୍ରମିତ ପିଲାଙ୍କର ଝାଡା ହେଉଥିବା ଦେଖିବାକୁ ମିଳୁଛି । ତା ସହିତ କିଛି ପିଲାଙ୍କ ଜ୍ୱର ଓ ମୁଣ୍ଡବିନ୍ଧା ମଧ୍ୟ ହେଉଛି । ଏସବୁ ହେଲେ ପିତାମାତା ମାନେ ଭୟଭିତ ହୁଅନ୍ତୁ ନାହିଁ। ପିଲାଙ୍କ ମଧ୍ୟ ହସ୍ପିଟାଲ ଆଣିବା ଆବଶ୍ୟକ ନାହିଁ। ଏମିତିରେ ବି  ପିଲାମାନେ କେବେ ବି ହସ୍ପିଟାଲରେ ରହିବାକୁ ଚାହାଁନ୍ତି ନାହିଁ । ସେମାନେ ଘରେ ସଙ୍ଗରୋଧରେ ରହିପାରିବେ । ତେବେ ଏହି ଅବସ୍ଥାରେ ତାଙ୍କୁ ଜ୍ୱର ହେଲେ ସେମାନଙ୍କୁ ସାଧାରଣ ପାରାସିଟାମଲ ଟାବଲେଟ୍ ଦେଇହେବ ।

ପିଲାଙ୍କ ପାଇଁ ମଧ୍ୟ ସଙ୍ଗରୋଧ ଦିନ ୭ ଦିନ ରହିଛି । ୬ ବର୍ଷରୁ କମ୍ ବୟସର ପିଲା ମା ସହିତ ସଙ୍ଗରୋଧରେ ରହିବା ଉଚିତ୍ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି ।ତା ସହିତ କୁନି ପିଲାମାନେ ଗୃହ ସଙ୍ଗରୋଧରେ ଥିବାବେଳେ, ସାଧାରଣ ଖାଦ୍ୟ ଖାଇପାରିବେ । ସେମାନେ ଘରେ ବାନ୍ଧି ହୋଇ ରହିପାରିବେ ନାହିଁ । ଭଲକରି ପାଣି ପିଇବାକୁ, ଜୁସ୍ ପିଇବାକୁ ଦିଅନ୍ତୁ । ଅନ୍ୟପଟେ କେବଳ ୫ ବର୍ଷରୁ ଅଧିକ ବୟସର ଶିଶୁ ମାସ୍କ ପିନ୍ଧିବା ହିଁ ଭଲ । ଅନ୍ୟପଟେ ୫ ବର୍ଷରୁ କମ୍ ବୟସର ଶିଶୁଙ୍କୁ ବାପା ମା ମାନେ ମାସ୍କ ପିନ୍ଧାନ୍ତୁ ନାହିଁ ବୋଲି ସେ ପରାମର୍ଶ ଦେଇଛନ୍ତି ଶିଶୁରୋଗ ବିଶେଷଜ୍ଞ ସୁନୀଲ ଅଗ୍ରୱାଲ୍।

19 Jan 2022 By The Sakala

୧୫ ବର୍ଷରୁ କମ୍ ପିଲାଙ୍କୁ କରୋନା ହେଲେ କିପରି ଯତ୍ନ ନେବେ, କଣ ମେଡିସିନ୍‌ ଦେବେ? ପଢନ୍ତୁ କଣ କହୁଛନ୍ତି ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡକ୍ଟର ସୁନିଲ କୁମାର ଅଗ୍ରୱାଲ

ଭୁବନେଶ୍ବର :ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା।  ଦେଶ ତଥା ରାଜ୍ୟ ସବୁଠି ଏବେ କରୋନା କାୟା ମେଲାଇ ଚାଲିଛି। କରୋନାର ପ୍ରକୋପ ଦେଖି ଟିକାକରଣକୁ ପ୍ରାଧ୍ୟାନ୍ୟ ଦିଆଯାଉଛି। ଦୁଇଟି ଡୋଜ୍ ଟିକା ପରେ ଏବେ ବୁଷ୍ଟର ଡୋଜ ଦିଆଯିବା ମଧ୍ୟ ଆରମ୍ଭ ହୋଇଛି। ୧୫ ବର୍ଷରୁ ଅଧିକ ବୟସର ପିଲାଙ୍କଠାରୁ ଆରମ୍ଭ କରି ପ୍ରତିଟି ନାଗରିକ ଟିକା ନେଉଛନ୍ତି । ହେଲେ ଏବେ ବି ଦେଶରେ ୧୫ ବର୍ଷରୁ କମ ବୟସର ପିଲାଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇନାହିଁ । ଏପରି ସ୍ଥିତିରେ ପିଲାଙ୍କ ପାଇଁ କେଉଁ କେଉଁ ସମସ୍ୟା ଉପୁଜିପାରେ ଏବଂ କରୋନା ହେଲେ ପିଲାମାନେ ନିଜକୁ କେମିତି ସୁରକ୍ଷିତ ରଖିବେ ସେନେଇ ସୂଚନା ଦେଇଛନ୍ତି ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡକ୍ଟର ସୁନିଲ କୁମାର ଅଗ୍ରୱାଲ । ବୁଧବାର ରାଜ୍ୟ ସରକାରଙ୍କ କୋଭିଡ୍ ସଚେତନତା ସମ୍ପର୍କୀତ କାର୍ଯ୍ୟକ୍ରମରେ ସାମିଲ ହୋଇ ସେ ଏନେଇ ବିସ୍ତୃତ ସୂଚନା ଦେଇଛନ୍ତି ।

ଓମିକ୍ରନର ସଂକ୍ରମଣଶୀଳତା ବହୁ ଅଧିକ । କିନ୍ତୁ ଏହାର ପ୍ରଭାବ କମ୍ ରହିଛି । ପ୍ରଥମ ଓ ଦ୍ୱିତୀୟ ଲହରରେ ମୋଟ ୧୫ ପ୍ରତିଶତ ପିଲା କୋରୋନା ସଂକ୍ରମିତ ହୋଇଛନ୍ତି । ଏବେ ରାଜ୍ୟରେ ୧୦ରୁ ୨୦ ପ୍ରତିଶତ ପିଲା ସଂକ୍ରମିତ ହେଉଛନ୍ତି ।୧୦ ବର୍ଷ ଯାଏ ପିଲା ୫ ପ୍ରତିଶତ ଓ ୧୦ରୁ ୨୦ ବର୍ଷ ଯାଏଁ ୧୦ ପ୍ରତିଶତ ଆକ୍ରାନ୍ତ ହୋଇଛନ୍ତି । ୯୫ ପ୍ରତିଶତ ପିଲାଙ୍କର ଲକ୍ଷଣ ସାମାନ୍ୟ ରହିଛି । ଚାରି ପ୍ରତିଶତ ପିଲା କେବଳ ଡାକ୍ତରଖାନା ଆସିଛନ୍ତି । ମାତ୍ର ୧ ପ୍ରତିଶତ ପିଲାଙ୍କୁ ଆଡମିସନ କରିବାକୁ ପଡୁଛି ବୋଲି ରାଜ୍ୟ ସରକାରଙ୍କ କୋରୋନା ପ୍ରେସମିଟରେ ସୂଚନା ଦେଇଛନ୍ତି ଶିଶୁରୋଗ ବିଶେଷଜ୍ଞ ସୁନୀଲ ଅଗ୍ରୱାଲ୍।

ତାଙ୍କ କହିବା ମୁତାବକ, ବର୍ତ୍ତମାନ ଓମିକ୍ରନ୍ ଯୋଗୁ ସଂକ୍ରମଣ ବୃଦ୍ଧି ପାଉଛି । ହେଲେ ଏହାର ଭୟାବହତା ଖୁବ୍ କମ୍ । ଲୋକମାନେ ବିଲକୁଲ୍ ଆତଙ୍କିତ ହୁଅନ୍ତୁ ନାହିଁ । ପିଲାମାନଙ୍କ କ୍ଷେତ୍ର କୋଭିଡ୍ ସଂକ୍ରମଣ ହେବାର ସମ୍ଭାବନା ଖୁବ କମ୍ ବୋଲି ଦେଖିବାକୁ ମିଳୁଛି ।ଅନ୍ୟପଟେ ପିଲାମାନଙ୍କ କ୍ଷେତ୍ରରେ କୋଭିଡର କି କି ଲକ୍ଷଣ ଦେଖିବାକୁ ମିଳୁଛି ପ୍ରଶ୍ନରେ ଉତ୍ତର ରଖି ସେ କହିଥିଲେ । କିଛି ପିଲାଙ୍କ କ୍ଷେତ୍ରରେ ଲକ୍ଷଣ ଆଦୌ ଦେଖିବାକୁ ମିଳୁନି । ଯେଉଁମାନଙ୍କର ଲକ୍ଷଣ ଦେଖିବାକୁ ମିଳୁଛି ସେମାନଙ୍କର ସଂଖ୍ୟା ବହୁତ କମ୍ । ତେବେ ଗତ କିଛି ଦିନ ହେଲା କୋଭିଡ୍ ସଂକ୍ରମିତ ପିଲାଙ୍କର ଝାଡା ହେଉଥିବା ଦେଖିବାକୁ ମିଳୁଛି । ତା ସହିତ କିଛି ପିଲାଙ୍କ ଜ୍ୱର ଓ ମୁଣ୍ଡବିନ୍ଧା ମଧ୍ୟ ହେଉଛି । ଏସବୁ ହେଲେ ପିତାମାତା ମାନେ ଭୟଭିତ ହୁଅନ୍ତୁ ନାହିଁ। ପିଲାଙ୍କ ମଧ୍ୟ ହସ୍ପିଟାଲ ଆଣିବା ଆବଶ୍ୟକ ନାହିଁ। ଏମିତିରେ ବି  ପିଲାମାନେ କେବେ ବି ହସ୍ପିଟାଲରେ ରହିବାକୁ ଚାହାଁନ୍ତି ନାହିଁ । ସେମାନେ ଘରେ ସଙ୍ଗରୋଧରେ ରହିପାରିବେ । ତେବେ ଏହି ଅବସ୍ଥାରେ ତାଙ୍କୁ ଜ୍ୱର ହେଲେ ସେମାନଙ୍କୁ ସାଧାରଣ ପାରାସିଟାମଲ ଟାବଲେଟ୍ ଦେଇହେବ ।

ପିଲାଙ୍କ ପାଇଁ ମଧ୍ୟ ସଙ୍ଗରୋଧ ଦିନ ୭ ଦିନ ରହିଛି । ୬ ବର୍ଷରୁ କମ୍ ବୟସର ପିଲା ମା ସହିତ ସଙ୍ଗରୋଧରେ ରହିବା ଉଚିତ୍ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି ।ତା ସହିତ କୁନି ପିଲାମାନେ ଗୃହ ସଙ୍ଗରୋଧରେ ଥିବାବେଳେ, ସାଧାରଣ ଖାଦ୍ୟ ଖାଇପାରିବେ । ସେମାନେ ଘରେ ବାନ୍ଧି ହୋଇ ରହିପାରିବେ ନାହିଁ । ଭଲକରି ପାଣି ପିଇବାକୁ, ଜୁସ୍ ପିଇବାକୁ ଦିଅନ୍ତୁ । ଅନ୍ୟପଟେ କେବଳ ୫ ବର୍ଷରୁ ଅଧିକ ବୟସର ଶିଶୁ ମାସ୍କ ପିନ୍ଧିବା ହିଁ ଭଲ । ଅନ୍ୟପଟେ ୫ ବର୍ଷରୁ କମ୍ ବୟସର ଶିଶୁଙ୍କୁ ବାପା ମା ମାନେ ମାସ୍କ ପିନ୍ଧାନ୍ତୁ ନାହିଁ ବୋଲି ସେ ପରାମର୍ଶ ଦେଇଛନ୍ତି ଶିଶୁରୋଗ ବିଶେଷଜ୍ଞ ସୁନୀଲ ଅଗ୍ରୱାଲ୍।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର