ଶ୍ରୀମନ୍ଦିର ଗରିବ ସେବାୟତଙ୍କୁ ମିଳିବ ଘର, ଆସନ୍ତା ଶିକ୍ଷାବର୍ଷରୁ ଆରମ୍ଭ ହେବ ଗୁରୁକୁଳ

The Sakala Picture
Published On

ପୁରୀ : ଶ୍ରୀମନ୍ଦିର ଗରିବ ସେବାୟତଙ୍କୁ ମିଳିବ ଘର । ପ୍ରାଥମିକ ପର୍ୟ୍ୟାୟରେ ୪୦୦ ସେବାୟତଙ୍କୁ ମିଳିବ ଘର । ଆର୍ଥିକ ସ୍ଥିତି ଦୁର୍ବଳ ଥିବା ସେଵକଙ୍କ ଘର ପାଇଁ ନୂଆ ପରିଚାଳନା କମିଟିର ପ୍ରଥମ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର । ପ୍ରାୟ ୪ଶହ ପରିବାରକୁ ଘର ଦିଆଯିବା ନେଇ ନିଷ୍ପତ୍ତି ହୋଇଛି । ୮ଏକର ଜମିରେ ଘର ନିର୍ମାଣ ହେବ। ଲ୍ୟାଣ୍ଡ ସବକମିଟି ଏହାକୁ […]

ପୁରୀ : ଶ୍ରୀମନ୍ଦିର ଗରିବ ସେବାୟତଙ୍କୁ ମିଳିବ ଘର । ପ୍ରାଥମିକ ପର୍ୟ୍ୟାୟରେ ୪୦୦ ସେବାୟତଙ୍କୁ ମିଳିବ ଘର । ଆର୍ଥିକ ସ୍ଥିତି ଦୁର୍ବଳ ଥିବା ସେଵକଙ୍କ ଘର ପାଇଁ ନୂଆ ପରିଚାଳନା କମିଟିର ପ୍ରଥମ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର । ପ୍ରାୟ ୪ଶହ ପରିବାରକୁ ଘର ଦିଆଯିବା ନେଇ ନିଷ୍ପତ୍ତି ହୋଇଛି । ୮ଏକର ଜମିରେ ଘର ନିର୍ମାଣ ହେବ। ଲ୍ୟାଣ୍ଡ ସବକମିଟି ଏହାକୁ ଅନୁମୋଦନ କରିବ । ଘର ନିର୍ମାଣ ପାଇଁ ପ୍ରତି ସେବାୟତଙ୍କୁ ୬ ଶହ ବର୍ଗଫୁଟ ଜମି ଓ ଦୁଇଲକ୍ଷ ଟଙ୍କା ଦିଆଯିବ।

ଆହୁରି ପଢ଼ନ୍ତୁ: ଆଜି ମା'ଙ୍କ ଭସାଣି: ସୁରକ୍ଷା ପାଇଁ ଭୁବନେଶ୍ୱରରେ ମୁତୟନ ହେବେ ୪୮ ପ୍ଲାଟୁନ୍ ପୋଲିସ, DJ ଉପରେ କଟକଣା

ସେହିପରି ଆସନ୍ତା ବର୍ଷଠାରୁ ଶ୍ରୀମନ୍ଦିର ଗୁରୁକୁଳ ଆରମ୍ଭ ହେବ । ଗଠନ ହେବ ଶ୍ରୀମନ୍ଦିର ଆଦର୍ଶ ଗୁରୁକୂଳ ସୋସାଇଟି । ପରିଚାଳନା କମିଟି ଅଧିନରେ ସୋସାଇଟି ଗଠନ ହେବ । ଶ୍ରୀମନ୍ଦିର ଗୁରୁକୂଳ ଫଣ୍ଡ ଗଠନ ହେବ। ଫଣ୍ଡ ମାଧ୍ୟମରେ ହେବ ଗୁରୁକୂଳର ବିକାଶ। ୧୭ ଏକର ଜମି ମାଟିତୋଟାରେ ଗୁରୁକୂଳ ପାଇଁ ବ୍ୟବହାର ହେବ। ସୋସାଇଟିର ଚେୟାରମ୍ୟାନ ଗଜପତି ମହାରାଜା ରହିବେ। ଗୋଟିଏ ସଂସ୍ଥା ସହ ଗୁରୁକୂଳ ପାଇ ଏମଓୟୁ ହେବ।। ଆଦର୍ଶ ଗୁରୁକୂଳ ପାଇଁ ଓଡିଶା ସରକାର ପ୍ରାୟ ୨୦ କୋଟି ଟଙ୍କା ଖର୍ଚ୍ଚ କରିବେ ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ଭୟ: ଓଡ଼ିଶା ମୁହାଁ ହେବ କି ଘୂର୍ଣ୍ଣିବଳୟ?

ଆହୁରି ପଢ଼ନ୍ତୁ: ଯାଜପୁରରେ ଅଘଟଣ: ନଦୀ ପାର ସମୟରେ ବୁଡିଗଲା ଡଙ୍ଗା; ଦୁଇ ନିଖୋଜ, ଦୁଇ ଉଦ୍ଧାର

ଏହାବାଦ୍ ଶ୍ରୀମନ୍ଦିର ରକ୍ଷାଣବେକ୍ଷଣ ପାଇଁ ୫ ବର୍ଷିୟା ପ୍ଲାନିଂ ହେବ । ଏହା ବାବଦରେ ଏଏସଆଇ ଠାରୁ ପ୍ଲାନ ଆହ୍ୱାନ କରାଯିବ । ମନ୍ଦିର ପ୍ରଶାସନ ସହ ମିଶି ମନ୍ଦିର ରକ୍ଷାଣବେକ୍ଷଣ ନେଇ ନିଷ୍ପତ୍ତି ନେବ ଏଏସଆଇ । ରକ୍ଷଣାବେକ୍ଷଣ ପାଇଁ ଅଧିକ ଅର୍ଥ ଦରକାର ହେଲେ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ଦେବେ। ରଥଯାତ୍ରା ପରେ ରଥର ଚକକୁ ମାଗଣାରେ ଯୋଗାଇ ଦିଆଯିବ। ଏନେଇ ସବକମିଟିକୁ ଦାୟିତ୍ୱ ଦିଆଯାଇଛି। ଅର୍ଥ ସବକମିଟି ବଜେଟ୍ ଆସନ୍ତା ପରିଚାଳନା କମିଟିରେ ହେବ। ହେରିଟେଜ କରିଡର୍ ପାଇଁ ଅନେକ ଅନୁମୋଦନ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର