ରାଜଧାନୀରେ ଚାଞ୍ଚଲ୍ୟ: ହୋଟେଲ ମିସ୍ତ୍ରୀର ତଣ୍ଟି କାଟିଦେଲା ସହାୟକ

Madhusudan Das Picture
Published On

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ । ହୋଟେଲ ମିସ୍ତ୍ରୀର ତଣ୍ଟି କାଟିଦେଲା ହୋଟେଲ୍ ସହାୟକ । ଧାରୁଆ ଛୁରୀରେ ମିସ୍ତ୍ରୀର ତଣ୍ଟି କାଟିଦେଲା ହେଲ୍ପର। ଚନ୍ଦ୍ରଶେଖରପୁର ପଟିଆ ଷ୍ଟେସନ୍ ରୋଡରେ ଘଟିଛି ଘଟଣା। ଆହତ ମିସ୍ତ୍ରୀ ହେଲେ ଆଶିଷ ମହାନ୍ତି। ଆଶିଷଙ୍କୁ ଉଦ୍ଧାର କରି ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ପୋଲିସ ଭର୍ତ୍ତି କରିଥିବାବେଳେ ପରେ ତାଙ୍କୁ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ତଣ୍ଟି କଟିବାର କାରଣ ଏବେ ବି ଅସ୍ପଷ୍ଟ ରହିଛି । ହେଲ୍ପର ଜଣକ ହେଲେ କେ. ଲବ ରାଓ। ଖବର ପାଇ ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ପହଞ୍ଚି ତଦନ୍ତ କରିବା ସହ ଲବ ରାଓକୁ ଅଟକ ରଖି ପଚରାଉଚରା କରୁଛି । ଅଧିକ ତଦନ୍ତ ପାଇଁ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଂଚି ଆରମ୍ଭ କରିଛି ସର୍ଜମିନ ତଦନ୍ତ । ନିକଟରେ ଥିବା ସିସିଟିଭି ଯାଞ୍ଚ କରୁଛି ପୋଲିସ। ପାରିପାର୍ଶ୍ବିକ ପରିସ୍ଥିତିକୁ ନେଇ ଅଧିକ ଖୋଳତାଡ଼ ଚଳାଇଛି ସାଇଣ୍ଟିଫିକ ଟିମ୍ ।

ଆହୁରି ପଢ଼ନ୍ତୁ: ଓଡିଶା ମାଟି ତଳେ ରହିଛି ହୀରାର ଭଣ୍ଡାର, ନୂଆପଡାରେ ମିଳିଛି ହୀରା ଖଣିର ସନ୍ଧାନ: ମନ୍ତ୍ରୀ ବିଭୁତି ଭୂଷଣ ଜେନା

24 Mar 2026 By Madhusudan Das

ରାଜଧାନୀରେ ଚାଞ୍ଚଲ୍ୟ: ହୋଟେଲ ମିସ୍ତ୍ରୀର ତଣ୍ଟି କାଟିଦେଲା ସହାୟକ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ । ହୋଟେଲ ମିସ୍ତ୍ରୀର ତଣ୍ଟି କାଟିଦେଲା ହୋଟେଲ୍ ସହାୟକ । ଧାରୁଆ ଛୁରୀରେ ମିସ୍ତ୍ରୀର ତଣ୍ଟି କାଟିଦେଲା ହେଲ୍ପର। ଚନ୍ଦ୍ରଶେଖରପୁର ପଟିଆ ଷ୍ଟେସନ୍ ରୋଡରେ ଘଟିଛି ଘଟଣା। ଆହତ ମିସ୍ତ୍ରୀ ହେଲେ ଆଶିଷ ମହାନ୍ତି। ଆଶିଷଙ୍କୁ ଉଦ୍ଧାର କରି ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ପୋଲିସ ଭର୍ତ୍ତି କରିଥିବାବେଳେ ପରେ ତାଙ୍କୁ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ତଣ୍ଟି କଟିବାର କାରଣ ଏବେ ବି ଅସ୍ପଷ୍ଟ ରହିଛି । ହେଲ୍ପର ଜଣକ ହେଲେ କେ. ଲବ ରାଓ। ଖବର ପାଇ ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ପହଞ୍ଚି ତଦନ୍ତ କରିବା ସହ ଲବ ରାଓକୁ ଅଟକ ରଖି ପଚରାଉଚରା କରୁଛି । ଅଧିକ ତଦନ୍ତ ପାଇଁ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଂଚି ଆରମ୍ଭ କରିଛି ସର୍ଜମିନ ତଦନ୍ତ । ନିକଟରେ ଥିବା ସିସିଟିଭି ଯାଞ୍ଚ କରୁଛି ପୋଲିସ। ପାରିପାର୍ଶ୍ବିକ ପରିସ୍ଥିତିକୁ ନେଇ ଅଧିକ ଖୋଳତାଡ଼ ଚଳାଇଛି ସାଇଣ୍ଟିଫିକ ଟିମ୍ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର