ଦେଶର ଗର୍ବ 'କଳିଙ୍ଗ ଷ୍ଟାଡ଼ିଅମ': ପ୍ରଥମଥର ପାଇଁ ଭାରତ ୨୦୨୮ରେ ଆୟୋଜନ କରିବ ବିଶ୍ୱ ଆଥଲେଟିକ୍ ଚମ୍ପିଆନସିପ୍
ଭୁବନେଶ୍ୱର: ବିଶ୍ୱ ଆଥଲେଟିକ୍ ଚମ୍ପିଆନସିପ୍ର ୧୧୫ ବର୍ଷର ଇତିହାସରେ ପ୍ରଥମଥର ପାଇଁ ଭାରତ ୨୦୨୮ରେ ଏହାର ଆୟୋଜନ ପାଇଁ ସୁଯୋଗ ପାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଚମ୍ପିଆନସିପ୍ ୨୦୨୮ ମାର୍ଚ୍ଚ ୩ ତାରିଖରୁ କଳିଙ୍ଗ ଷ୍ଟାଡ଼ିଅମରେ ଅନୁଷ୍ଠିତ ହେବ। ‘କଳିଙ୍ଗ’ରେ ଉଭୟ ପୁରୁଷ ଓ ମହିଳା ବିଭାଗରେ ୨୨ଟି ପ୍ରତିଯୋଗିତା ଆୟୋଜନ ପାଇଁ ଆନ୍ତର୍ଜାତୀୟ ଆଥଲେଟିକ୍ ସଙ୍ଗଠନ ନିଷ୍ପତ୍ତି ନେଇଛି। ସାରା ଭାରତର ପ୍ରମୁଖ ସହରଗୁଡ଼ିକରେ ଅନେକ ଷ୍ଟାଡ଼ିଅମକୁ ବିଶ୍ୱ ଆଥଲେଟିକ୍ ସଂଗଠନ ଯାଞ୍ଚ ପରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ନିମନ୍ତେ ‘କଳିଙ୍ଗ’କୁ ଏହି ସମ୍ମାନଜନକ ପ୍ରତିଯୋଗିତା ନିମନ୍ତେ ମନୋନୀତ କରିଛି। ନବୀନ ସରକାରଙ୍କ ମହାତ୍ୱାକାଂକ୍ଷୀ ‘୫-ଟି’ ରୂପାନ୍ତରଣର ସର୍ବୋତ୍ତମ ସାକ୍ଷୀ ଓ ତତ୍କାଳୀନ ‘୫-ଟି’ ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କ ସ୍ୱପ୍ନର ପ୍ରକଳ୍ପ କୁହାଯାଉଥିବା ‘କଳିଙ୍ଗ’ର ଏହ ମର୍ଯ୍ୟାଦା ଆନ୍ତର୍ଜାତୀୟସ୍ତରରେ ଓଡ଼ିଶାକୁ ଗୌରବାନ୍ୱିତ କରିଛି। ଯାହାକୁ ନେଇ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଖୁସି ବ୍ୟକ୍ତ ସହ ଓଡ଼ିଶାକୁ ଧନ୍ୟବାଦ ଜଣାଇଛନ୍ତି ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା।
ଶ୍ରୀ ମହିନ୍ଦ୍ରା କହିଛନ୍ତି ଯେ ୨୦୨୮ ବିଶ୍ୱ ଆଥଲେଟିକ୍ସ ଇଣ୍ଡୋର ଚାମ୍ପିଅନସିପର ଆୟୋଜକ ଭାବରେ ମନୋନୀତ ହୋଇ ଆମକୁ ଗର୍ବିତ କରିଥିବାରୁ ଓଡ଼ିଶା ଏବଂ ଭୁବନେଶ୍ୱରକୁ ଧନ୍ୟବାଦ। ‘କଳିଙ୍ଗ’ର ଏହି ସଫଳତା ପୃଥକ୍ ନୁହେଁ; ମାତ୍ର ସମୟ ସହ କାର୍ଯ୍ୟକାରୀ ହୋଇଥିବା ରଣନୀତିର ଏହା ଏକ ବାସ୍ତବ ଉଦାହରଣ। ପ୍ରତିଯୋଗିତାମୂଳକ ରଣନୀତିର ଗୁରୁ କୁହାଯାଉଥିବା ମାଇକେଲ ପୋର୍ଟରଙ୍କ ଅନୁସାରେ ଭିତ୍ତିଭୂମି, ପ୍ରତିଭା, ପ୍ରତିଷ୍ଠାନ ଓ ଆବଶ୍ୟକତା ପରସ୍ପରକୁ ଶକ୍ତିଶାଳୀ କରିଥାଏ ଓ ଏକ ସଘନ ଇକୋ ସିଷ୍ଟମ ପ୍ରସ୍ତୁତ କରିଥାଏ। ଏହି ବ୍ୟବସ୍ଥା ଏକ ବିଶ୍ୱସନୀୟତା ସୃଷ୍ଟି କରେ, ଏହି ବିଶ୍ୱନୀୟତା କାର୍ଯ୍ୟାନ୍ୱୟନ ଦ୍ୱାରା ନିବେଶକୁ ଆକୃଷ୍ଟ କରିଥାଏ। ଓଡ଼ିଶା ଠିକ୍ ଏହା ହିଁ କରିବାରେ ସକ୍ଷମ ହୋଇଛି। କୌଣସି ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ବା ଇଭେଣ୍ଟ ପାଇଁ ପ୍ରତିଯୋଗିତା କରିବା ଆବଶ୍ୟକ ନାହିଁ, ଏଥିପାଇଁ ଏକ ଇକୋ ସିଷ୍ଟମ ପ୍ରସ୍ତୁତ କରିପାରିଲେ, ବିଶ୍ୱ ଆପଣଙ୍କ ପାଖକୁ ଆସିବ ବୋଲି ଶ୍ରୀ ମହିନ୍ଦ୍ରା କହିଛନ୍ତି।
ବାସ୍ତବରେ ଆନନ୍ଦ ମହିିନ୍ଦ୍ରାଙ୍କ କଥା ଅନେକ ଦୃଷ୍ଟିରୁ ସତ୍ୟ ସାବ୍ୟସ୍ତ ହୋଇଛି। ନବୀନ ପଟ୍ଟନାୟକ ସରକାର ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମି ବିକାଶ ପାଇଁ କରିଥିବା ଯୋଜନାର ଅଂଶସ୍ୱରୂପ ଭୁବନେଶ୍ୱରରେ କଳିଙ୍ଗ ଷ୍ଟାଡ଼ିଅମକୁ ନୂତନ ରୂପରେ ରୂପାନ୍ତରିତ କରିବାକୁ ନିଷ୍ପତ୍ତି ନେଇଥିଲେ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶାନୁସାରେ ତାଙ୍କର ବ୍ୟକ୍ତିଗତ ତଥା ‘୫-ଟି’ ସଚିବ ଭି.କେ. ପାଣ୍ଡିଆନ କଳିଙ୍ଗ ଷ୍ଟାଡ଼ିଅମକୁ ବିଶ୍ୱସ୍ତରୀୟ ବହୁମୁଖୀ କ୍ରୀଡ଼ା କଂପ୍ଲେକ୍ସରେ ରୂପାନ୍ତରଣ ପାଇଁ କରିଥିବା ପରିଶ୍ରମର ଫଳ ଆଜି ଓଡ଼ିଶାକୁ ସାରା ଦେଶ ଓ ବିଶ୍ୱରେ ଗର୍ବିତ କରିଛି। ସେତେବେଳେ ଯେଉଁମାନେ କଳିଙ୍ଗ ଷ୍ଟାଡ଼ିଅମର ବିକାଶ କରାଯିବା ସମୟରେ ଯେଉଁ ବିରୋଧୀ ତତ୍କାଳୀନ ସରକାରଙ୍କୁ ଆକ୍ଷେପ କରୁଥିଲେ; ସେହି ବିରୋଧୀ ଏବେ କଳିଙ୍ଗ ଷ୍ଟାଡ଼ିଅମର ରଙ୍ଗ ବଦଳାଇ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନର ବାହା ବା ନେବାକୁ ଉଦ୍ୟମ କରୁଛନ୍ତି।
ସମ୍ପ୍ରତି କଳିଙ୍ଗ ଷ୍ଟାଡ଼ିଅମରେ ପ୍ରଥମ ଜାତୀୟ ଇନ୍ଡେ଼ାର ଆଥଲେଟିକ୍ ଚମ୍ପିଆନସିପ୍ ଆୟୋଜନ କରାଯାଇଛି। ଏଥିରେ ୨୬ଟି ଟ୍ରାକ୍ ଓ ଫିଲ୍ଡ ଇଭେଣ୍ଟରେ ପାଖାପାଖି ୩୦୦ ଜାତୀୟ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିଛନ୍ତି। କେବଳ ଟ୍ରାକ ଓ ଫିଲ୍ଡ ଇଭେଣ୍ଟ ନୁହେଁ; ଅନେକ ଦୃଷ୍ଟିରୁ କଳିଙ୍ଗ ସାରା ଦେଶର ଷ୍ଟାଡ଼ିଅମଗୁଡ଼ିକଠାରୁ ଯଥେଷ୍ଟ ଉନ୍ନତ। କଳିଙ୍ଗର ହକି ଷ୍ଟାଡ଼ିଅମ ଅନେକ ବିଶ୍ୱସ୍ତରୀୟ ହକି ଲିଗ୍ ଆୟୋଜନ କରିଛି। ୧୫୦୦୦ ଆସନ ବିଶିଷ୍ଟ ଏହି ହକି ଷ୍ଟାଡ଼ିଅମରେ ବିଶ୍ୱକପ୍ ହକି ଓ ପ୍ରୋ-ଲିଗ୍ ଅନୁଷ୍ଠିତ ହୋଇଛି। ଦକ୍ଷିଣ ଏସିଆର ସର୍ବବୃହତ୍ ଇଣ୍ଡୋର ଆଥଲେଟିକ୍ସ ଷ୍ଟାଡ଼ିଅମ ଭାବରେ କଳିଙ୍ଗ ମାନ୍ୟତା ପାଇଛି। ୨୦୦ ମିଟର ଦୈର୍ଘ୍ୟର ୮ ଲେନ୍ ସିନ୍ଥେଟିକ୍ ଟ୍ରାକ୍ ସହ ୨ହଜାର ଦର୍ଶକଙ୍କ ବସିବା ବ୍ୟବସ୍ଥା କଳିଙ୍ଗ ଷ୍ଟାଡ଼ିଅମକୁ ଦେଶର ଅନ୍ୟ ଷ୍ଟାଡ଼ିଅମଠାରୁ ଯଥେଷ୍ଟ ଊର୍ଦ୍ଧ୍ବରେ ରଖିଛି।
ଏହାବ୍ୟତୀତ ବିଜୁ ପଟ୍ଟନାୟକ ସ୍ୱିମିଂ ପୁଲ, କ୍ରୀଡ଼ା ବିଜ୍ଞାନ କେନ୍ଦ୍ର, ଜିମ୍ନାଷ୍ଟିକ ଓ ବ୍ୟାଡ଼ମିଣ୍ଟନ ଉକ୍ରର୍ଷ କେନ୍ଦ୍ର ସାରା ବିଶ୍ୱରେ କଳିଙ୍ଗ ଷ୍ଟାଡ଼ିଅମ ପ୍ରତି ଆକର୍ଷଣ ଓଡ଼ିଶାକୁ ଗର୍ବିତ କରିଛି। ଆନନ୍ଦ ମହିନ୍ଦ୍ରା ତାଙ୍କ ଟ୍ୱିଟ୍ରେ ଯାହା ଉଲ୍ଲେଖ କରିଛନ୍ତି, ତାହା ଯଥାର୍ଥ ସାବ୍ୟସ୍ତ ହୋଇଛି। ଆପଣ ଭିତ୍ତିଭୂମି ପ୍ରସ୍ତୁତ କରନ୍ତୁ, ସାରା ବିଶ୍ୱ ଆପଣଙ୍କ ପାଖକୁ ଆସିବ। ତାହା କ୍ରୀଡ଼ା, ହେଉ ଅବା ନିବେଶ। ଆଜି ନବୀନ କ୍ଷମତାରେ ନାହାନ୍ତି, ମାତ୍ର ‘କଳିଙ୍ଗ’ର ଭିତ୍ତିଭୂମି ବିକାଶ ପାଇଁ ତାଙ୍କର ଦୂରଦୃଷ୍ଟି ଏବେ ଓଡ଼ିଶାକୁ ସାରା ବିଶ୍ୱରେ ଗର୍ବିତ କରିଛି। ସାରା ଦେଶର ପ୍ରଥମ ଷ୍ଟାଡ଼ିଅମ ଭାବରେ ଭାରତରେ ପ୍ରଥମ ବିଶ୍ୱ ଆଥଲେଟିକ୍ ଚମ୍ପିଆନସିପ୍ ଆୟୋଜନର ସୁଯୋଗ ପାଇଛି।