୨୦୨୧ର ଶ୍ବେତପତ୍ର ଜାରିକଲା ଗୃହ ବିଭାଗ : ରାଜ୍ୟରେ ଆଇନଶୃଙ୍ଖଳା ଶାନ୍ତିପୂର୍ଣ୍ଣ

The Sakala Picture
Published On

ଭୁବନେଶ୍ୱର : ରାଜ୍ୟରେ ଆଇନଶୃଙ୍ଖଳା ଶାନ୍ତିପୂର୍ଣ୍ଣ। ରାଜ୍ୟରେ ସାମ୍ପ୍ରଦାୟିକ ପରିସ୍ଥିତି ସୌହାର୍ଦ୍ଦ୍ୟପୂର୍ଣ୍ଣ ଓ ଉପନିର୍ବାଚନଗୁଡ଼ିକ ଶୃଙ୍ଖଳିତ ଭାବରେ ଶେଷ ହୋଇଛି। ବିଧାନସଭାରେ ଗୃହ ବିଭାଗର ଖର୍ଚ୍ଚ ଦାବି ପୂର୍ବରୁ ବିଧାୟକମାନଙ୍କୁ ପ୍ରଦାନ କରାଯାଇଥିବା ଗୃହ ବିଭାଗର ଶ୍ୱେତପତ୍ରରେ ଏହା ଉଲ୍ଲେଖ ରହିଛି। ଶ୍ୱେତପତ୍ରରେ ପ୍ରଦତ୍ତ ତଥ୍ୟ ଅନୁସାରେ ଗତ ୨୦୨୧ ମସିହାରେ ୧୩୦୨୪ଟି ଚୋରି, ୫୧୩୮ଟି ପ୍ରତାରଣା, ୨୨୨୦ ମାରପିଟ୍‍ ଏବଂ ୩୩୨୭ଟି ଦୁଷ୍କର୍ମ ମାମଲା ପଞ୍ଜିକରଣ ହୋଇଛି। ତନ୍ମଧ୍ୟରୁ ଯଥାକ୍ରମେ ୧୨,୭୪୭ଟି ଚୋରି, ୪୮୬୭ ପ୍ରତାରଣା, […]

ଭୁବନେଶ୍ୱର : ରାଜ୍ୟରେ ଆଇନଶୃଙ୍ଖଳା ଶାନ୍ତିପୂର୍ଣ୍ଣ। ରାଜ୍ୟରେ ସାମ୍ପ୍ରଦାୟିକ ପରିସ୍ଥିତି ସୌହାର୍ଦ୍ଦ୍ୟପୂର୍ଣ୍ଣ ଓ ଉପନିର୍ବାଚନଗୁଡ଼ିକ ଶୃଙ୍ଖଳିତ ଭାବରେ ଶେଷ ହୋଇଛି। ବିଧାନସଭାରେ ଗୃହ ବିଭାଗର ଖର୍ଚ୍ଚ ଦାବି ପୂର୍ବରୁ ବିଧାୟକମାନଙ୍କୁ ପ୍ରଦାନ କରାଯାଇଥିବା ଗୃହ ବିଭାଗର ଶ୍ୱେତପତ୍ରରେ ଏହା ଉଲ୍ଲେଖ ରହିଛି। ଶ୍ୱେତପତ୍ରରେ ପ୍ରଦତ୍ତ ତଥ୍ୟ ଅନୁସାରେ ଗତ ୨୦୨୧ ମସିହାରେ ୧୩୦୨୪ଟି ଚୋରି, ୫୧୩୮ଟି ପ୍ରତାରଣା, ୨୨୨୦ ମାରପିଟ୍‍ ଏବଂ ୩୩୨୭ଟି ଦୁଷ୍କର୍ମ ମାମଲା ପଞ୍ଜିକରଣ ହୋଇଛି। ତନ୍ମଧ୍ୟରୁ ଯଥାକ୍ରମେ ୧୨,୭୪୭ଟି ଚୋରି, ୪୮୬୭ ପ୍ରତାରଣା, ୨୧୫୫ ମାରପିଟ୍‍ଏବଂ ୩୨୪୪ଟି ଦୁଷ୍କର୍ମ ମାମଲା ସତ୍ୟ ବୋଲି ପ୍ରମାଣିତ ହୋଇଛି। ଚୋରି ମାମଲାରେ ୫୪୫୮, ପ୍ରତାରଣାରେ ୧୪୦୬, ମାରପିଟ୍‍ରେ ୧୩୭୭ଟି ଏବଂ ଦୁଷ୍କର୍ମରେ ୨୩୩୫ଟି ମାମଲାର ଚାର୍ଜସିଟ୍‍ ଦାଖଲ ହୋଇଛି।

ଆହୁରି ପଢ଼ନ୍ତୁ: ଲଗାଣ ବର୍ଷା ଯୋଗୁଁ ମାଟିକାନ୍ଥ ପଡି ମହିଳା ମୃତ

ସେହିପରି ଗତବର୍ଷ ୧୦,୯୮୩ ମୋଟରଯାନ ଦୁର୍ଘଟଣା ରୁଜୁ ହୋଇଛି ଓ ତନ୍ମଧ୍ୟରୁ ୭୧୦୮ଟି ମାମଲାରେ ଚାର୍ଜସିଟ୍‍ ଦାଖଲ କରାଯାଇଛି। ସାମଗ୍ରିକ ଭାବେ ରାଜ୍ୟରେ ୧,୫୫,୪୨୦ଟି ଧର୍ତ୍ତବ୍ୟ ଅପରାଧ ରୁଜୁ କରାଯାଇଛି। ଏହା ମଧ୍ୟରେ ୧୩୯୪ଟି ହତ୍ୟା, ୫୫୨ଟି ଡକାୟତି, ୨୮୨୬ଟି ଲୁଣ୍ଠନ, ୫୧୩୩ଟି ସିନ୍ଧିଚୋରି, ୧୩୦୨୪ଟି ଚୋରି, ୫୧୩୮ଟି ପ୍ରତାରଣା, ୨୨୨୦ ଦଙ୍ଗା, ୩୩୨୭ ଧର୍ଷଣ, ୧୦୯୮୩ ମୋଟରଯାନ ଦୁର୍ଘଟଣା ଓ ୧୧୦୮୨୩ଟି ବିବିଧ ମାମଲା ରହିଛି। ସାମଗ୍ରିକ ଭାବେ ରୁଜୁ ହୋଇଥିବା ମାମଲା ମଧ୍ୟରୁ ୧,୪୯,୨୩୨ ସତ୍ୟ ବୋଲି ଜଣାପଡ଼ିଛି। ତନ୍ମଧ୍ୟରୁ ୧୦୬୨୮୩ଟି ମାମଲାରେ ଚାର୍ଜସିଟ୍‍ ଦାଖଲ କରାଯାଇଛି। ରାଜ୍ୟରେ ୪୯୪୯ ଯୌତୁକ ନିର୍ଯ୍ୟାତନା ମାମଲା ମଧ୍ୟରୁ ୧୦୯୬ଟି ମକଦ୍ଦମା ତଦନ୍ତାଧିନ ରହିଛି। ସେହିପରି ୭୬୬ଟି ମକଦ୍ଦମା ଅଣ ଯୌତୁକଜନିତ ତଦନ୍ତାଧିନ ରହିଛି। ଗତବର୍ଷ ୧୬ଟି ମାନବ ଚାଲାଣ ମାମଲାରେ ଚାର୍ଜସିଟ୍‍ ଦାଖଲ କରାଯାଇଛି।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି ହେବେ ମହାପ୍ରଭୁ, ସାଢେ଼ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଅନ୍ୟପଟେ ମାଓବାଦୀ କାର୍ଯ୍ୟକଳାପ ସମ୍ପର୍କରେ ଶ୍ବେତପତ୍ରରେ କୁହାଯାଇଛି, ୨୦୨୧ରେ ମାଓ କାର୍ୟ୍ୟକଳାପ ସାମଗ୍ରିକ ଭାବେ ନିୟନ୍ତ୍ରଣାଧୀନ ଅଛି। ମାଓବାଦୀ ପ୍ରଭାବିତ ୧୦ଟି ଜିଲ୍ଲା ମଧ୍ୟରୁ ପ୍ରଭାବୀ ଢଙ୍ଗରେ ପୁଲିସ ଓ ପ୍ରଶାସନିକ କାର୍ୟ୍ୟାନୁଷ୍ଠାନ ଯୋଗୁ ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳ ଓ କଳାହାଣ୍ଡି-ରାୟଗଡ଼ା-କନ୍ଧମାଳ ଜିଲ୍ଲା ସମେତ ଅଧିକାଂଶ ଅଞ୍ଚଳର ପରିସ୍ଥିତିରେ ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହୋଇଥିଲା। ଏହି ବର୍ଷ ମାଓବାଦୀମାନଙ୍କ ସହିତ ସଂଗଠିତ ୨୧ଟି ଗୁଳି ବିନିମୟ ଘଟଣା ସମେତ ରାଜ୍ୟରେ ମୋଟ୍‌ ୨୮ଟି ଘଟଣା ଘଟିଥିଲା। ଏଥିରେ ଦୁଇ ଜଣ ସାଧାରଣ ବ୍ୟକ୍ତିଙ୍କର ପ୍ରାଣହାନୀ ହୋଇଥିଲା ଓ ଜଣେ ସୁରକ୍ଷାକର୍ମୀ ସହିଦ ହୋଇଥିଲେ। ପୁଲିସ ସହ ପୃଥକ ପୃଥକ ଗୁଳି ବିନିମୟ ଘଟଣାରେ ୭ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଥିଲା ବେଳେ ୩୬ ଜଣଙ୍କୁ ଗିରଫ କରାଯାଇଥିଲା। ୨୧ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିଲେ।କରୋନା ମହାମାରୀ ପରିପ୍ରେକ୍ଷୀରେ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ମାର୍ଗଦର୍ଶିକା ଉଲ୍ଲଂଘନକାରୀଙ୍କୁ ଗିରଫ କରାଯାଇ ଆଇନଶୃଙ୍ଖଳା ପରିସ୍ଥିତିକୁ ସୁଚାରୁରୂପେ ପୁଲିସ ନିୟନ୍ତ୍ରଣ କରିବରେ ସଫଳ ହୋଇଛି ବୋଲି ଶ୍ବେତପତ୍ରରେ କୁହାଯାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପୁଣି ବନ୍ୟା ସ୍ଥିତି: ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ବୈତରଣୀ, ଅନେକ ଗାଁ ଜଳମଗ୍ନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର