ନିୟମ ମାନୁନାହାନ୍ତି ଘରୋଇ ସିକ୍ୟୁରିଟି ସଂସ୍ଥା : ଗାଇଡ୍‌ଲାଇନ ଆଣିବ ଗୃହବିଭାଗ

The Sakala Picture
Published On

ଭୁବନେଶ୍ୱର : ଅନ୍ୟ ସେବାଭଳି ଘରୋଇ ସିକ୍ୟୁରିଟ୍‍ ସଂସ୍ଥା ଏବେ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ତାଲିକାରେ ସାମିଲ ହୋଇଛି। ଏହାକୁ ନଜରରେ ରଖି ରାଜଧାନୀରେ ଛତୁ ଫୁଟିଲା ପରି ଘରୋଇ ସିକ୍ୟୁରିଟି ସଂସ୍ଥା ଖୋଲୁଛି। ଏହି ସଂସ୍ଥା ଗୁଡ଼ିକ କେବଳ ଅର୍ଥ ରୋଜଗାର ଲୋଭରେ ସବୁ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରିଦେଇଛନ୍ତି। ନା ସେମାନେ ସରକାରଙ୍କ ନିୟମକୁ ପାଳନ କରୁଛନ୍ତ ନା ଗାର୍ଡମାନଙ୍କୁ ଶାରୀରିକ ପ୍ରଶିକ୍ଷଣ ଦେଉଛନ୍ତି। ଏହି ସଂସ୍ଥାଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ […]

ଭୁବନେଶ୍ୱର : ଅନ୍ୟ ସେବାଭଳି ଘରୋଇ ସିକ୍ୟୁରିଟ୍‍ ସଂସ୍ଥା ଏବେ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ତାଲିକାରେ ସାମିଲ ହୋଇଛି। ଏହାକୁ ନଜରରେ ରଖି ରାଜଧାନୀରେ ଛତୁ ଫୁଟିଲା ପରି ଘରୋଇ ସିକ୍ୟୁରିଟି ସଂସ୍ଥା ଖୋଲୁଛି। ଏହି ସଂସ୍ଥା ଗୁଡ଼ିକ କେବଳ ଅର୍ଥ ରୋଜଗାର ଲୋଭରେ ସବୁ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରିଦେଇଛନ୍ତି। ନା ସେମାନେ ସରକାରଙ୍କ ନିୟମକୁ ପାଳନ କରୁଛନ୍ତ ନା ଗାର୍ଡମାନଙ୍କୁ ଶାରୀରିକ ପ୍ରଶିକ୍ଷଣ ଦେଉଛନ୍ତି। ଏହି ସଂସ୍ଥାଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଗାଇଡ୍ ଲାଇନ ସ୍ଥିର କରାଯିବା ସହ ସେହି ଆଧାରରେ ନିଜର ସ୍ବତନ୍ତ୍ର ଗାଇଡ୍ ଲାଇନ ପ୍ରସ୍ତୁତ କରିବାକୁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଖୁବ ଶୀଘ୍ର ରାଜ୍ୟ ଗୃହବିଭାଗ ଏହି ଘରୋଇ ସୁରକ୍ଷା ସଂସ୍ଥାଗୁଡ଼ିକ ପାଇଁ ସ୍ବତନ୍ତ୍ର ଗାଇଡ୍ ଲାଇନ ପ୍ରସ୍ତୁତ କରିବାକୁ ଯାଉଥିବା କୁହାଯାଉଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ବଙ୍ଗୋମୁଣ୍ଡା ତହସିଲ୍‌ ଅମିନ, ୧୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ମାଡିବସିଲା ଭିଜିଲାନ୍ସ

ପ୍ରଥମ ଏହି ଘରୋଇ ସିକ୍ୟୁରିଟ୍‍ ସଂସ୍ଥାକୁ କ୍ରାଇମ୍‍ବ୍ରାଞ୍ଚ ନିୟନ୍ତ୍ରଣ କରୁଥିଲା। ପରେ ଏହାକୁ ଷ୍ଟେଟ୍‍ ସ୍ପେଶାଲ ଆର୍ମ ପୁଲିସ ଫୋର୍ସ କାର୍ଯ୍ୟାଳୟ ନିୟନ୍ତ୍ରଣ କରୁଥିଲା। ଶେଷରେ ଏବେ ଏହାକୁ ଗୃହ ବିଭାଗ ନିୟନ୍ତ୍ରଣ କରୁଥିବା ଜଣାପଡ଼ିଛି। ରାଜ୍ୟରେ ପାଖାପାଖି ୨୫୦ରୁ ଊର୍ଦ୍ଧ୍ବ ଘରୋଇ ସିକ୍ୟୁରିଟି ସଂସ୍ଥା ପଞ୍ଜିକୃତ ହୋଇଛନ୍ତି। କିନ୍ତୁ ସେମାନଙ୍କୁ ଦିଆଯାଇଥିବା ଏସଓପିକୁ ଠିକ୍‍ଠାକ ପାଳନ କରୁଛନ୍ତି କି ନାହିଁ, ତାହା ନିୟମିତ ଯାଞ୍ଚ କରାଯାଉନାହିଁ। ଅନେକ ସଂସ୍ଥା ପଞ୍ଜୀକରଣ ସମୟରେ ଅଫିସର ଯେଉଁ ଠିକଣା ଦେଇଥିଲେ ତାହା ବର୍ତ୍ତମାନ ବଦଳି ଗଲାଣି। ନିୟମ ଅନୁସାରେ ଯଦି କେହି ସଂସ୍ଥାର ଅଫିସ ବଦଳାନ୍ତି ସେମାନେ ପୁଣି ଗୃହବିଭାଗକୁ ଏନେଇ ଅବଗତ କରିବା ଜରୁରୀ। କିନ୍ତୁ ତାହା ଏବେ କରାଯାଉ ନାହିଁ।

ଆହୁରି ପଢ଼ନ୍ତୁ: ନକଲି ପୋଲିସ ସାଜି ଲୋକଙ୍କୁ ଲୁଟୁଥିଲେ, ଠକ ବାପା-ପୁଅଙ୍କୁ ବାନ୍ଧିଲା ଅସଲି ପୋଲିସ

ପ୍ରଥମେ ଜଣେ ବ୍ୟକ୍ତି ଘରୋଇ ସିକ୍ୟୁରିଟ୍‍ ସଂସ୍ଥା ଖୋଲିବାକୁ ଚାହୁଁଥିଲେ ଜିଲ୍ଲା ପୁଲିସ ମୁଖ୍ୟଙ୍କ ଠାରୁ ଭେରିଫିକେସନ୍‍ ସିର୍ଟିଫିକେଟ ଆଣିବେ। ଏହାସହ ଗାର୍ଡମାନଙ୍କୁ କିଭଳି ତାଲିମ ଦିଆଯିବ ସେନେଇ ମଧ୍ୟ ଏକ ଟ୍ରେନିଂ ପାଠ୍ୟକ୍ରମ ପଞ୍ଜୀକରଣ ହେଉଥିବା ସ୍ଥାନରେ ପ୍ରଦାନ କରିବେ। ସେମାନେ ଯେଉଁଠି ପିଲାଙ୍କୁ ତାଲିମ ଦେବେ ଉକ୍ତ ଘରର ସମସ୍ତ ବିବରଣୀ ଗୃହବିଭାଗକୁ ଦେବେ। ଏହାପରେ ସମସ୍ତ ପ୍ରମାଣପତ୍ର ଦେବା ପରେ ଗୃହବିଭାଗ ତାଙ୍କୁ ଘରୋଇ ସିକ୍ୟୁରିଟି ସଂସ୍ଥା ଖୋଲିବା ପାଇଁ ଅନୁମତି ଦେବେ। କିନ୍ତୁ ବର୍ତ୍ତମାନ ଅନେକ ଘରୋଇ ସିକ୍ୟୁରିଟି ସଂସ୍ଥା ସେମାନଙ୍କ ଗାର୍ଡମାନଙ୍କୁ ସ୍ୱତନ୍ତ୍ର କ୍ଲାସ୍‍ ଦେଉନାହାଁନ୍ତି। ୧୦ଘଣ୍ଟାର ଏକ କ୍ଲାସ ରୁମ୍‍ ଥିଓରି ଏବଂ ୬୦ ଘଣ୍ଟାର ଫିଲ୍ଡ ଟ୍ରେନିଂ ଦିଆଯିବା ନିୟମ ରହିଛି। ଏହା ସହିତ ଜଣେ ଅବସରପ୍ରାପ୍ତ ସେନା କିମ୍ବା ପୁଲିସ ଅଧିକାରୀ ସେମାନଙ୍କୁ ତାଲିମ ଦେବେ।

ଆହୁରି ପଢ଼ନ୍ତୁ: ଓଡ଼ିଶା ଉପକୂଳରେ ଭାରତର ପ୍ରଥମ ସ୍ୱଦେଶୀ ଗ୍ଲାଇଡ୍ ଅସ୍ତ୍ର ‘ତାରା’ର ସଫଳ ପରୀକ୍ଷଣ

ସେମାନେ ଜନଗହଳି ନିୟନ୍ତ୍ରଣ, ନିଆଁଲିଭା ତାଲିମ ନେବା ଆବଶ୍ୟକ। ଅତି କମରେ ମାଟ୍ରିକ ପାସ୍ କରିଥିବା ଜରୁରୀ। ଆଇପିସି ପଢ଼ିବେ, ଏଫଆଇର କେମିତି କରାଯିବ ସେ ସମ୍ପର୍କରେ ମଧ୍ୟ ସୁରକ୍ଷାକର୍ମୀମାନଙ୍କୁ ତାଲିମ ଦିଆଯିବ। ଗ୍ରାଜୁଏସନ୍‍ ପାଠ ପଢିଥିବା ଜଣେ ବ୍ୟକ୍ତିଙ୍କୁ ସୁପରଭାଇଜର ଭାବେ ରଖାଯିବ। ଗାର୍ଡମାନଙ୍କ ମଧ୍ୟରୁ କେତେ ଜଣ ଡ୍ରାଇଭଂ ଶିକ୍ଷା ଜାଣିଥିବେ। ସେମାନଙ୍କୁ ବନ୍ଧୁକ ଚାଳନା, ଆର୍ମିଟ୍ରେନିଂ ଭଳି ଡ୍ରିଲ୍‍ କରାଯିବା ପାଇଁ ବ୍ୟବସ୍ଥା ରହିଛି। କିନ୍ତୁ ଏହି ନିମୟକୁ କୌଣସି ସଂସ୍ଥା ଏହାକୁ ପାଳନ କରୁନାହିଁନ୍ତି। ଗାର୍ଡମାନେ ମନଇଛା କାର୍ଯ୍ୟ କରୁଛନ୍ତି। ଏପରିକି ଏହାକୁ ନିୟମିତ ଭାବେ ଯାଞ୍ଚ କରାଯାଇ ଯେଉଁମାନେ ନିୟମକୁ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବାର ବ୍ୟବସ୍ଥା ରହିଛି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ଘରୋଇ ସିକ୍ୟୁରିଟି ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।

ଗାର୍ଡମାନଙ୍କୁ ୧୨ଘଣ୍ଟା ଘଟାଇ ସ୍ୱଳ୍ପ ଦରମା ଦେଉଛନ୍ତି ଘରୋଇ ସିକ୍ୟୁରିଟି ସଂସ୍ଥାର ମାଲିକମାନେ। ଯାହା ଗାଇଡ ଲାଇନର ଖୋଲାଖୋଲି ଉଲ୍ଲଂଘନ। ତେଣୁ ଖୁବ୍‍ ଶୀଘ୍ର ରାଜ୍ୟ ଗୃହବିଭାଗ ଏକ ସ୍ୱତନ୍ତ୍ର ଗାଇଡ୍‍ଲାଇନ୍‍ ଆଣିବାକୁ ଯାଉଥିବା ଜଣାପଡ଼ିଛି। ଯେଉଁ ଗାଇଡ ଲାଇନ୍‍ ଆଧାରରେ ଏହି ସଂସ୍ଥା ଗୁଡିକ ଉପରେ ଲଗାମ ଲାଗିବ ବୋଲି ଜଣେ ଅଧିକାରୀ କହିଛନ୍ତି।

ଏନେଇ ରାଜେଶ ସାହୁ ନାମକ ଜଣେ ଗାର୍ଡ କହଛନ୍ତି ଯେ, ଆମେ ସିକ୍ୟୁରିଟ୍‍ ଗାର୍ଡରେ ଯୋଗଦେବା ପରେ ପ୍ରଥମେ କିଭଳି ଲୋକଙ୍କୁ ବ୍ୟବହାର କରିବ ଶିକ୍ଷା ଦିଆଯାଇଥିଲା। କିନ୍ତୁ ଆମକୁ କୌଣସି ଶାରିରୀକ ପ୍ରଶିକ୍ଷଣ କିମ୍ବା ବନ୍ଧୁକ ଚାଳନା ଶିକ୍ଷା ଦିଆଯାଇନାହିଁ। ଏନେଇ ଷ୍ଟେଟ୍‍ ସ୍ପେଶାଲ ଆର୍ମ ପୁଲିସ ଫୋର୍ସର ମୁଖ୍ୟ ମନୋଜ ଛାବ୍ରାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଏହାକୁ ପ୍ରଥମେ କ୍ରାଇମ୍‍ବ୍ରାଞ୍ଚ ନିୟନ୍ତ୍ରଣ କରୁଥିଲା। ପରେ ଆର୍ମ ଫୋର୍ସ ବିଭାଗ ତଦାରଖ କରୁଥିଲା। କିନ୍ତୁ ଏବେ ଗୃହବିଭାଗ ପକ୍ଷରୁ ବୁଝାଯାଉଛି। ସେମାନେ ନିୟମିତ ଏହା ଉପରେ ପଦେକ୍ଷପ ନେଉଛନ୍ତି।

17 Mar 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର