ନିଆରା ବାହାଘର : ନବଦମ୍ପତିଙ୍କୁ ଆଶିର୍ବାଦ ଦେଲେ ମୁଖ୍ୟମନ୍ତ୍ରୀ, କନ୍ୟାଦାନ କଲେ ଜିଲ୍ଲାପାଳ

The Sakala Picture
Published On

ବ୍ରହ୍ମପୁର : ଏକ ନିଆରା ବିବାହ । ଯେଉ ବାହାଘରରେ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ଜରିଆରେ ଉପସ୍ଥିତ ରହି ନବଦମ୍ପତିଙ୍କୁ ଆଶିର୍ବାଦ ଦେଇଛନ୍ତି ଏବଂ କନ୍ୟାଦାନ କରିଛନ୍ତି ଜିଲାର ଜିଲ୍ଲାପାଳ। ଏପରି ଏକ ବାହାଘର ଅନୁଷ୍ଠିତ ହୋଇଛି ବ୍ରହ୍ମପୁର ସହରର ସଞ୍ଜିବନୀ ଡେ କେୟାର ହୋମରେ । ଆଉ ବିବାହ ବନ୍ଧନରେ ଆବନ୍ଧ ହୋଇଛନ୍ତି ଦୁଇଜଣ ଏଚଆଇଭି ସଂକ୍ରମିତ। ସମାଜରେ ଏଚଆଇଭି ସଂକ୍ରମିତଙ୍କୁ ଯେପରି ଭିନ୍ନ ଦୃଷ୍ଟିରେ ଦେଖାଯାଉଛି ତାହାର ଦୂରିକରଣ କରିବା ପାଇଁ […]

ବ୍ରହ୍ମପୁର : ଏକ ନିଆରା ବିବାହ । ଯେଉ ବାହାଘରରେ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ଜରିଆରେ ଉପସ୍ଥିତ ରହି ନବଦମ୍ପତିଙ୍କୁ ଆଶିର୍ବାଦ ଦେଇଛନ୍ତି ଏବଂ କନ୍ୟାଦାନ କରିଛନ୍ତି ଜିଲାର ଜିଲ୍ଲାପାଳ। ଏପରି ଏକ ବାହାଘର ଅନୁଷ୍ଠିତ ହୋଇଛି ବ୍ରହ୍ମପୁର ସହରର ସଞ୍ଜିବନୀ ଡେ କେୟାର ହୋମରେ । ଆଉ ବିବାହ ବନ୍ଧନରେ ଆବନ୍ଧ ହୋଇଛନ୍ତି ଦୁଇଜଣ ଏଚଆଇଭି ସଂକ୍ରମିତ।

ଆହୁରି ପଢ଼ନ୍ତୁ: ଫାଇନ ଆଦାୟ ନାଁରେ ଜନତାଙ୍କ ଠାରୁ ଜିଜିଆ କର ଆଦାୟ କରୁଛନ୍ତି ସରକାର: ବିଜେଡି

ଆହୁରି ପଢ଼ନ୍ତୁ: ତିରିଂରେ ଡବଲ ମର୍ଡର: ନିଶାଶକ୍ତ ଅବସ୍ଥାରେ ଶାବଳରେ ନୃଶଂସ ହତ୍ୟା

ସମାଜରେ ଏଚଆଇଭି ସଂକ୍ରମିତଙ୍କୁ ଯେପରି ଭିନ୍ନ ଦୃଷ୍ଟିରେ ଦେଖାଯାଉଛି ତାହାର ଦୂରିକରଣ କରିବା ପାଇଁ ଏବଂ ଲୋକମାନଙ୍କ ମଧ୍ୟରେ ଘୃଣାଭାବକୁ ପରିବର୍ତ୍ତନ  କରିବା ପାଇଁ ଏହି ବିବାହ ଉତ୍ସବକୁ ବେଶ ଧୁମଧାମରେ ଆୟୋଜନ କରାଯାଇଥିଲା। ସଞ୍ଜିବନୀ ଡେ କେୟାର ହୋମରେ ଦୁଇ ଏଚଆଇଭି ସଂକ୍ରମିତଙ୍କ ବିବାହ ସମ୍ପୂର୍ଣ୍ଣ ବୈଦିକ ରିତିନୀତି ଅନୁଯାୟୀ କରାଯାଇଥିଲା।  ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କନ୍ୟାଦାନ କରିଥିବା ବେଳେ, ଜିଲ୍ଲା ପ୍ରଶାସନର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ ।

ଆହୁରି ପଢ଼ନ୍ତୁ: ନିଟ୍ ୟୁଜି-୨୦୨୬ ପରୀକ୍ଷା ବାତିଲ ପ୍ରସଙ୍ଗ: ବିଜେପିର ନୂଆ ପରିଚୟ ‘ଲିକ୍‌ ଇଣ୍ଡିଆ’ବୋଲି କହିଲା ବିଜେଡି

ଏହି ବିବାହ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ଭି କେ ପାଣ୍ଡିୟାନ୍‌ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଯୋଡ଼ି ହୋଇଥିଲେ । ମୁଖ୍ୟମନ୍ତ୍ରୀ ନବଦମ୍ପତିଙ୍କୁ ଆଶୀର୍ବାଦ ଦେବା ସହ ଏହା ସଭିଙ୍କ ପାଇଁ ଏକ ଆଦର୍ଶ ବିବାହ ପାଲଟିବ ବୋଲି ମତ ରଖିଥିଲେ। ଏଚ୍‌ଆଇଭି ସଂକ୍ରମିତ ଶିଶୁମାନଙ୍କୁ ଆଣି ସେମାନଙ୍କର ଯତ୍ନ ନେଇ ସମାଜର ମୁଖ୍ୟସ୍ରୋତରେ ସାମିଲ୍‌ କରିବା କାର୍ଯ୍ୟରେ ନିୟୋଜିତ ଶ୍ରଦ୍ଧାସଞ୍ଜୀବନୀ ଦୁଇ ସଂକ୍ରମିତଙ୍କ ବିବାହ ପରି ଏକ ମହତ୍‌କାର୍ଯ୍ୟ କରିଥିବାରୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ ।  ଏହି ବିବାହ ସମାଜ ପାଇଁ ଉଦାହରଣ ସୃଷ୍ଟି କରିବା ସହ, ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଇବ ବୋଲି ୫ଟି ସଚିବ ଭି.କେ ପାଣ୍ଡିଆନ୍ କହିଥିଲେ । ନବଦମ୍ପତ୍ତିଙ୍କୁ ଭୁବନେଶ୍ବର ଆସିଲେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ନିମନ୍ତ୍ରଣ ଦେଇଥିଲ ୫ଟି ସଚିବ ଭି.କେ ପାଣ୍ଡିଆନ୍ ।

ଏଚଆଇଭି ସଂକ୍ରମିତ ପଦ୍ମା ଓ ରବୀନ୍ଦ୍ର ପିଲାଟି ଦିନରୁ ଶ୍ରଦ୍ଧାସଞ୍ଜୀବନୀ ଶିଶୁ ଗୃହରେ ରହି ଆସୁଥିଲେ। ସେମାନେ ସାବାଳକ ହେବା ପରେ ଉଚ୍ଚ ଶିକ୍ଷା ଲାଭ କରି ହାଇଦ୍ରାବାଦ୍‌ରେ ଚାକିରି ପାଇଥିଲେ। ପିଲାଟି ଦିନରୁ ପରସ୍ପରଙ୍କୁ ଜାଣିଥିବା ପଦ୍ମା ଓ ରବୀନ୍ଦ୍ର ବଡ଼ ହୋଇ ବିବାହ କରିବାକୁ ନିଷ୍ପତ୍ତି ନେଲେ। ଆଜି ସେମାନଙ୍କ ଇଚ୍ଛା ପୂରଣ ହୋଇଛି। ଗଞ୍ଜାମ ଜିଲ୍ଳା ପ୍ରଶାସନ ଓ ଶ୍ରଦ୍ଧାସଞ୍ଜୀବନୀ ପକ୍ଷରୁ ସମସ୍ତ ପ୍ରକାରର ସହଯୋଗ ପରେ ଦୁହେଁ ଦୁହିଁଙ୍କୁ ବିବାହ କରିଛନ୍ତି। ସେମାନଙ୍କ ପରିବାର ଓ ସଂପର୍କୀୟଙ୍କଠାରୁ ସେମାନଙ୍କ ବିବାହ ସକାଶେ ଅନୁମତି ନିଆଯାଇଥିଲା।

ଏଠାରେ ସୂଚନାଯୋଗ୍ୟ ବର୍ତ୍ତମାନର ୫ଟି ସଚିବ ଭି.କେ ପାଣ୍ଡିଆନ୍ ଯେତେବେଳେ ଗଞ୍ଜାମ ଜିଲ୍ଲାପାଳ ଥିଲେ ସେହି ସମୟରେ ତାଙ୍କ ପ୍ରଚେଷ୍ଟାରେ  ବ୍ରହ୍ମପୁର ସହରରେ  ସଞ୍ଜିବନୀ ଡେ କେୟାର ହୋମରେ ପ୍ରତିଷ୍ଠା କରାଯାଇଥିଲା। ଏଠାରେ ଏଚଆଇଭିରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରୁଥିବା ଦମ୍ପତିଙ୍କ ପିଲା ଏବଂ ଏଚଆଇଭି ସଂକ୍ରମିତ ଅସୁରକ୍ଷିତ ପିଲା ମାନଙ୍କୁ ରଖାଯାଇଥାଏ। ଗଞ୍ଜାମ ଜିଲ୍ଲାପାଳ ଥିବା ସମୟରେ ଭି.କେ ପାଣ୍ଡିଆନ୍ ପ୍ରାୟତ ସଞ୍ଜିବନୀ ଡେ କେୟାର ହୋମ ଯାଇ ଏଠାକାର ଅନ୍ତେବାସୀମାନଙ୍କ ସହିତ କଥାବାର୍ତ୍ତା କରନ୍ତି। ସେମାନଙ୍କ ଭଲମନ୍ଦ ବୁଝନ୍ତି।

27 Feb 2021 By The Sakala

ନିଆରା ବାହାଘର : ନବଦମ୍ପତିଙ୍କୁ ଆଶିର୍ବାଦ ଦେଲେ ମୁଖ୍ୟମନ୍ତ୍ରୀ, କନ୍ୟାଦାନ କଲେ ଜିଲ୍ଲାପାଳ

ବ୍ରହ୍ମପୁର : ଏକ ନିଆରା ବିବାହ । ଯେଉ ବାହାଘରରେ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ଜରିଆରେ ଉପସ୍ଥିତ ରହି ନବଦମ୍ପତିଙ୍କୁ ଆଶିର୍ବାଦ ଦେଇଛନ୍ତି ଏବଂ କନ୍ୟାଦାନ କରିଛନ୍ତି ଜିଲାର ଜିଲ୍ଲାପାଳ। ଏପରି ଏକ ବାହାଘର ଅନୁଷ୍ଠିତ ହୋଇଛି ବ୍ରହ୍ମପୁର ସହରର ସଞ୍ଜିବନୀ ଡେ କେୟାର ହୋମରେ । ଆଉ ବିବାହ ବନ୍ଧନରେ ଆବନ୍ଧ ହୋଇଛନ୍ତି ଦୁଇଜଣ ଏଚଆଇଭି ସଂକ୍ରମିତ।

ସମାଜରେ ଏଚଆଇଭି ସଂକ୍ରମିତଙ୍କୁ ଯେପରି ଭିନ୍ନ ଦୃଷ୍ଟିରେ ଦେଖାଯାଉଛି ତାହାର ଦୂରିକରଣ କରିବା ପାଇଁ ଏବଂ ଲୋକମାନଙ୍କ ମଧ୍ୟରେ ଘୃଣାଭାବକୁ ପରିବର୍ତ୍ତନ  କରିବା ପାଇଁ ଏହି ବିବାହ ଉତ୍ସବକୁ ବେଶ ଧୁମଧାମରେ ଆୟୋଜନ କରାଯାଇଥିଲା। ସଞ୍ଜିବନୀ ଡେ କେୟାର ହୋମରେ ଦୁଇ ଏଚଆଇଭି ସଂକ୍ରମିତଙ୍କ ବିବାହ ସମ୍ପୂର୍ଣ୍ଣ ବୈଦିକ ରିତିନୀତି ଅନୁଯାୟୀ କରାଯାଇଥିଲା।  ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କନ୍ୟାଦାନ କରିଥିବା ବେଳେ, ଜିଲ୍ଲା ପ୍ରଶାସନର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ ।

ଏହି ବିବାହ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ଭି କେ ପାଣ୍ଡିୟାନ୍‌ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଯୋଡ଼ି ହୋଇଥିଲେ । ମୁଖ୍ୟମନ୍ତ୍ରୀ ନବଦମ୍ପତିଙ୍କୁ ଆଶୀର୍ବାଦ ଦେବା ସହ ଏହା ସଭିଙ୍କ ପାଇଁ ଏକ ଆଦର୍ଶ ବିବାହ ପାଲଟିବ ବୋଲି ମତ ରଖିଥିଲେ। ଏଚ୍‌ଆଇଭି ସଂକ୍ରମିତ ଶିଶୁମାନଙ୍କୁ ଆଣି ସେମାନଙ୍କର ଯତ୍ନ ନେଇ ସମାଜର ମୁଖ୍ୟସ୍ରୋତରେ ସାମିଲ୍‌ କରିବା କାର୍ଯ୍ୟରେ ନିୟୋଜିତ ଶ୍ରଦ୍ଧାସଞ୍ଜୀବନୀ ଦୁଇ ସଂକ୍ରମିତଙ୍କ ବିବାହ ପରି ଏକ ମହତ୍‌କାର୍ଯ୍ୟ କରିଥିବାରୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ ।  ଏହି ବିବାହ ସମାଜ ପାଇଁ ଉଦାହରଣ ସୃଷ୍ଟି କରିବା ସହ, ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଇବ ବୋଲି ୫ଟି ସଚିବ ଭି.କେ ପାଣ୍ଡିଆନ୍ କହିଥିଲେ । ନବଦମ୍ପତ୍ତିଙ୍କୁ ଭୁବନେଶ୍ବର ଆସିଲେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ନିମନ୍ତ୍ରଣ ଦେଇଥିଲ ୫ଟି ସଚିବ ଭି.କେ ପାଣ୍ଡିଆନ୍ ।

ଏଚଆଇଭି ସଂକ୍ରମିତ ପଦ୍ମା ଓ ରବୀନ୍ଦ୍ର ପିଲାଟି ଦିନରୁ ଶ୍ରଦ୍ଧାସଞ୍ଜୀବନୀ ଶିଶୁ ଗୃହରେ ରହି ଆସୁଥିଲେ। ସେମାନେ ସାବାଳକ ହେବା ପରେ ଉଚ୍ଚ ଶିକ୍ଷା ଲାଭ କରି ହାଇଦ୍ରାବାଦ୍‌ରେ ଚାକିରି ପାଇଥିଲେ। ପିଲାଟି ଦିନରୁ ପରସ୍ପରଙ୍କୁ ଜାଣିଥିବା ପଦ୍ମା ଓ ରବୀନ୍ଦ୍ର ବଡ଼ ହୋଇ ବିବାହ କରିବାକୁ ନିଷ୍ପତ୍ତି ନେଲେ। ଆଜି ସେମାନଙ୍କ ଇଚ୍ଛା ପୂରଣ ହୋଇଛି। ଗଞ୍ଜାମ ଜିଲ୍ଳା ପ୍ରଶାସନ ଓ ଶ୍ରଦ୍ଧାସଞ୍ଜୀବନୀ ପକ୍ଷରୁ ସମସ୍ତ ପ୍ରକାରର ସହଯୋଗ ପରେ ଦୁହେଁ ଦୁହିଁଙ୍କୁ ବିବାହ କରିଛନ୍ତି। ସେମାନଙ୍କ ପରିବାର ଓ ସଂପର୍କୀୟଙ୍କଠାରୁ ସେମାନଙ୍କ ବିବାହ ସକାଶେ ଅନୁମତି ନିଆଯାଇଥିଲା।

ଏଠାରେ ସୂଚନାଯୋଗ୍ୟ ବର୍ତ୍ତମାନର ୫ଟି ସଚିବ ଭି.କେ ପାଣ୍ଡିଆନ୍ ଯେତେବେଳେ ଗଞ୍ଜାମ ଜିଲ୍ଲାପାଳ ଥିଲେ ସେହି ସମୟରେ ତାଙ୍କ ପ୍ରଚେଷ୍ଟାରେ  ବ୍ରହ୍ମପୁର ସହରରେ  ସଞ୍ଜିବନୀ ଡେ କେୟାର ହୋମରେ ପ୍ରତିଷ୍ଠା କରାଯାଇଥିଲା। ଏଠାରେ ଏଚଆଇଭିରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରୁଥିବା ଦମ୍ପତିଙ୍କ ପିଲା ଏବଂ ଏଚଆଇଭି ସଂକ୍ରମିତ ଅସୁରକ୍ଷିତ ପିଲା ମାନଙ୍କୁ ରଖାଯାଇଥାଏ। ଗଞ୍ଜାମ ଜିଲ୍ଲାପାଳ ଥିବା ସମୟରେ ଭି.କେ ପାଣ୍ଡିଆନ୍ ପ୍ରାୟତ ସଞ୍ଜିବନୀ ଡେ କେୟାର ହୋମ ଯାଇ ଏଠାକାର ଅନ୍ତେବାସୀମାନଙ୍କ ସହିତ କଥାବାର୍ତ୍ତା କରନ୍ତି। ସେମାନଙ୍କ ଭଲମନ୍ଦ ବୁଝନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର