ଦୂରେଇ ଗଲେ ୩ ପୁଅ; ବେସାହାରା ବୃଦ୍ଧ ଦମ୍ପତି, ପରିଣତ ବୟସରେ ପର ଭରସାରେ ପରୀ

The Sakala Picture
Published On

ପରିଣତ ବୟସରେ ବି ଯନ୍ତ୍ରଣା ପାଖ ଛାଡ଼ୁନି। ସ୍ୱାମୀ ୧୦ବର୍ଷ ହେବ ପକ୍ଷାଘାତର ଶିକାର ହୋଇ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି, ହେଲେ ଚିକତ୍ସା କରିବାକୁ ପାଖରେ ଅର୍ଥ ନାହିଁ। ବୃଦ୍ଧା ବୟସରେ ପର ହାତ ଟେକାରେ ପେଟକୁ ଦାନା ଯାଉଛି। ୩ପୁଅ ବୋହୂ ଓ ନାତି ନାତୁଣୀ ମେଳରେ ହସ ଖୁସିରେ ବାକି ଜୀବନ କଟିଯିବ ବୋଲି ଆଶା ଥିଲା। ହେଲେ ସବୁ ଆଶା ଅଧାରେ ରହିଗଲା ବୃଦ୍ଧ ଦମ୍ପତିଙ୍କର। ପୁଅମାନେ ନିଜ ବାଟରେ ଯିବା ପରେ […]

ପରିଣତ ବୟସରେ ବି ଯନ୍ତ୍ରଣା ପାଖ ଛାଡ଼ୁନି। ସ୍ୱାମୀ ୧୦ବର୍ଷ ହେବ ପକ୍ଷାଘାତର ଶିକାର ହୋଇ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି, ହେଲେ ଚିକତ୍ସା କରିବାକୁ ପାଖରେ ଅର୍ଥ ନାହିଁ। ବୃଦ୍ଧା ବୟସରେ ପର ହାତ ଟେକାରେ ପେଟକୁ ଦାନା ଯାଉଛି। ୩ପୁଅ ବୋହୂ ଓ ନାତି ନାତୁଣୀ ମେଳରେ ହସ ଖୁସିରେ ବାକି ଜୀବନ କଟିଯିବ ବୋଲି ଆଶା ଥିଲା। ହେଲେ ସବୁ ଆଶା ଅଧାରେ ରହିଗଲା ବୃଦ୍ଧ ଦମ୍ପତିଙ୍କର। ପୁଅମାନେ ନିଜ ବାଟରେ ଯିବା ପରେ ମରଣ ସହ ଲଢ଼େଇ କରୁଛନ୍ତି ବୃଦ୍ଧ ବାପା ମା’।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ବାତିଲ ନିଷ୍ପତ୍ତିର ପୁନଃବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତା ଷଡ଼ଙ୍ଗୀଙ୍କ ନିବେଦନ

ସ୍ଥାନୀୟ ଶୈଳଶ୍ରୀବିହାର ସେକ୍ଟର-୫ ନାରାୟଣୀ ବସ୍ତିରେ ରହୁଛନ୍ତି ରାମ ବେହେରା (୮୦) ଏବଂ ପତ୍ନୀ ପରୀ ବେହେରା(୭୫)। ରାମ ଦିନମଜୁରିଆ ଭାବେ କାମ କରି ଗୁଜୁରାଣ ମେଣ୍ଟାଇଥାନ୍ତି। ୧୦ବର୍ଷ ହେବ ରାମ ପକ୍ଷାଘାତରେ ଆକ୍ରାନ୍ତ ହୋଇ ଦିନ ରାତି ବିଛଣାରେ ଶୋଇ ରହୁଛନ୍ତି। ଖାଇବା, ପିଇବା, ନିତ୍ୟକର୍ମ ସବୁ ସେଇଠି। ପତ୍ନୀ ପରୀ ମଧ୍ୟ ବୟସର ଅପରାହ୍ଣରେ। ଚମ ଧୁଡୁ ଧୁଡୁ ସାଙ୍ଗକୁ ସଳଖି ଛିଡା ହୋଇ ପାରନ୍ତିନି। ତଥାପି ସକାଳୁ ରାତି ଯାଏ ସ୍ୱାମୀଙ୍କ ସେବା କରନ୍ତି। ପାଖ ପଡ଼ିଶା ଲୋକେ ଯାହା ଦିଅନ୍ତି ପ୍ରଥମେ ସ୍ୱାମୀଙ୍କୁ ଖାଇବାକୁ ଦେଇ ଯାହା ବଳେ ତାକୁ ଖାଆନ୍ତି ପରୀ। ବୃଦ୍ଧା ବୟସରେ ପୁଅମାନଙ୍କର କାହାର ଦେଖା ନାହିଁ। ସେମାନେ କେଉଁଠି ଅଛନ୍ତି ସେ ଖବର ବି କାହା ପାଖରେ ନାହିଁ। ପୁଅଙ୍କୁ ଝୁରିଝୁରି ଦିନ ରାତି ଆଖିରୁ ଲୁହ ଗଡ଼ାଉଛନ୍ତି ବୃଦ୍ଧ ଦମ୍ପତି। ହେଲେ ଦେଖିବାକୁ କେହି ନାହିଁ।

ଆହୁରି ପଢ଼ନ୍ତୁ: ଇଣ୍ଟର୍ନସିପ୍ କରାଇଦେବାକୁ ନେଇ ଜୋର୍ ଜବରଦସ୍ତି ଟଙ୍କା ଆଦାୟ କରୁଛନ୍ତି କଲେଜ କର୍ତ୍ତୃପକ୍ଷ

ସ୍ୱାମୀ ୧୦ବର୍ଷ ହେବ ବିଛଣାରେ ପଡ଼ିବା ଦିନରୁ ହାତ ପାତି ଚଳୁଛନ୍ତି ପରୀ। ପର ହାତଟେକା ଧନରେ ସ୍ୱାମୀଙ୍କୁ ପ୍ରତିପୋଷଣ କରୁଛନ୍ତି ସେ। ସରକାରୀ ସହାୟତା କହିଲେ ବାର୍ଦ୍ଧକ୍ୟ ଭତ୍ତା ବାବଦକୁ ଉଭୟଙ୍କୁ ୧ହଜାର ଟଙ୍କା ମିଳୁଛି, ଯାହା ସମୁଦ୍ରକୁ ଶଙ୍ଖେ। ରାମଙ୍କ ଚିକିତ୍ସା କରିବା ତ ଦୂରର କଥା ଚୂଲି ମୁଣ୍ଡକୁ ବି ନିଅଣ୍ଟ। କିନ୍ତୁ ଅର୍ଥାଭାବରୁ ଚିକିତ୍ସା ହୋଇ ନପାରି ରାମଙ୍କ ଅବସ୍ଥା ଦିନକୁ ଦିନ ଗୁରୁତର ହୋଇପଡ଼ୁଛି। ଏଭଳି ସ୍ଥିତିରେ କେବଳ ସରକାରୀ ସହାୟତା ହିଁ ପରୀଙ୍କ ପାଇଁ ଏକମାତ୍ର ଭରସା।

ଆହୁରି ପଢ଼ନ୍ତୁ: ଜଳିବ ଅଭ୍ୟନ୍ତର, ସିଝିବ ଉପକୂଳ; ୪୪ଡିଗ୍ରୀ ମଧ୍ୟ ଛୁଇଁପାରେ ଦିନ ତାପମାତ୍ରା

02 Jul 2021 By The Sakala

ଦୂରେଇ ଗଲେ ୩ ପୁଅ; ବେସାହାରା ବୃଦ୍ଧ ଦମ୍ପତି, ପରିଣତ ବୟସରେ ପର ଭରସାରେ ପରୀ

ପରିଣତ ବୟସରେ ବି ଯନ୍ତ୍ରଣା ପାଖ ଛାଡ଼ୁନି। ସ୍ୱାମୀ ୧୦ବର୍ଷ ହେବ ପକ୍ଷାଘାତର ଶିକାର ହୋଇ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି, ହେଲେ ଚିକତ୍ସା କରିବାକୁ ପାଖରେ ଅର୍ଥ ନାହିଁ। ବୃଦ୍ଧା ବୟସରେ ପର ହାତ ଟେକାରେ ପେଟକୁ ଦାନା ଯାଉଛି। ୩ପୁଅ ବୋହୂ ଓ ନାତି ନାତୁଣୀ ମେଳରେ ହସ ଖୁସିରେ ବାକି ଜୀବନ କଟିଯିବ ବୋଲି ଆଶା ଥିଲା। ହେଲେ ସବୁ ଆଶା ଅଧାରେ ରହିଗଲା ବୃଦ୍ଧ ଦମ୍ପତିଙ୍କର। ପୁଅମାନେ ନିଜ ବାଟରେ ଯିବା ପରେ ମରଣ ସହ ଲଢ଼େଇ କରୁଛନ୍ତି ବୃଦ୍ଧ ବାପା ମା’।

ସ୍ଥାନୀୟ ଶୈଳଶ୍ରୀବିହାର ସେକ୍ଟର-୫ ନାରାୟଣୀ ବସ୍ତିରେ ରହୁଛନ୍ତି ରାମ ବେହେରା (୮୦) ଏବଂ ପତ୍ନୀ ପରୀ ବେହେରା(୭୫)। ରାମ ଦିନମଜୁରିଆ ଭାବେ କାମ କରି ଗୁଜୁରାଣ ମେଣ୍ଟାଇଥାନ୍ତି। ୧୦ବର୍ଷ ହେବ ରାମ ପକ୍ଷାଘାତରେ ଆକ୍ରାନ୍ତ ହୋଇ ଦିନ ରାତି ବିଛଣାରେ ଶୋଇ ରହୁଛନ୍ତି। ଖାଇବା, ପିଇବା, ନିତ୍ୟକର୍ମ ସବୁ ସେଇଠି। ପତ୍ନୀ ପରୀ ମଧ୍ୟ ବୟସର ଅପରାହ୍ଣରେ। ଚମ ଧୁଡୁ ଧୁଡୁ ସାଙ୍ଗକୁ ସଳଖି ଛିଡା ହୋଇ ପାରନ୍ତିନି। ତଥାପି ସକାଳୁ ରାତି ଯାଏ ସ୍ୱାମୀଙ୍କ ସେବା କରନ୍ତି। ପାଖ ପଡ଼ିଶା ଲୋକେ ଯାହା ଦିଅନ୍ତି ପ୍ରଥମେ ସ୍ୱାମୀଙ୍କୁ ଖାଇବାକୁ ଦେଇ ଯାହା ବଳେ ତାକୁ ଖାଆନ୍ତି ପରୀ। ବୃଦ୍ଧା ବୟସରେ ପୁଅମାନଙ୍କର କାହାର ଦେଖା ନାହିଁ। ସେମାନେ କେଉଁଠି ଅଛନ୍ତି ସେ ଖବର ବି କାହା ପାଖରେ ନାହିଁ। ପୁଅଙ୍କୁ ଝୁରିଝୁରି ଦିନ ରାତି ଆଖିରୁ ଲୁହ ଗଡ଼ାଉଛନ୍ତି ବୃଦ୍ଧ ଦମ୍ପତି। ହେଲେ ଦେଖିବାକୁ କେହି ନାହିଁ।

ସ୍ୱାମୀ ୧୦ବର୍ଷ ହେବ ବିଛଣାରେ ପଡ଼ିବା ଦିନରୁ ହାତ ପାତି ଚଳୁଛନ୍ତି ପରୀ। ପର ହାତଟେକା ଧନରେ ସ୍ୱାମୀଙ୍କୁ ପ୍ରତିପୋଷଣ କରୁଛନ୍ତି ସେ। ସରକାରୀ ସହାୟତା କହିଲେ ବାର୍ଦ୍ଧକ୍ୟ ଭତ୍ତା ବାବଦକୁ ଉଭୟଙ୍କୁ ୧ହଜାର ଟଙ୍କା ମିଳୁଛି, ଯାହା ସମୁଦ୍ରକୁ ଶଙ୍ଖେ। ରାମଙ୍କ ଚିକିତ୍ସା କରିବା ତ ଦୂରର କଥା ଚୂଲି ମୁଣ୍ଡକୁ ବି ନିଅଣ୍ଟ। କିନ୍ତୁ ଅର୍ଥାଭାବରୁ ଚିକିତ୍ସା ହୋଇ ନପାରି ରାମଙ୍କ ଅବସ୍ଥା ଦିନକୁ ଦିନ ଗୁରୁତର ହୋଇପଡ଼ୁଛି। ଏଭଳି ସ୍ଥିତିରେ କେବଳ ସରକାରୀ ସହାୟତା ହିଁ ପରୀଙ୍କ ପାଇଁ ଏକମାତ୍ର ଭରସା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର