ଅଗଷ୍ଟ ୧୬ରୁ ୩୦ ସାରା ରାଜ୍ୟରେ ହେଲମେଟ୍ ଯାଞ୍ଚ ଅଭିଯାନ: ହେଲମେଟ୍ ନଥିଲେ ୩ ମାସ ଲାଇସେନ୍ସ୍ ବାତିଲ, ୧ ହଜାର ଟଙ୍କା ଜରିମାନା

The Sakala Picture
Published On

ଭୁବନେଶ୍ବର : ରାଜ୍ୟ ପରିବହନ ବିଭାଗ ଆସନ୍ତା ୧୬ ତାରିଖରୁ ହେଲମେଟ ଚେକିଂ ପାଇଁ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରୁଛି। ଏଣିକି ବିନା ହେଲମେଟରେ ରାସ୍ତାକୁ ଆସୁଥିବା ଖିଲାପୀ ବାଇକ୍ ଚାଳକଙ୍କୁ କ୍ଷମା ମିଳିବ ନାହିଁ। ହେଲମେଟ୍ ପିନ୍ଧି ନଥିଲେ ୩ ମାସ ଯାଏ ଡ୍ରାଇଭିଂ ଲାଇସେନ୍ସ ବାତିଲ୍ ଏବଂ ଡ୍ରାଇଭିଂ ଲାଇସେନ୍ସ ନଥିଲେ ଗାଡ଼ି ଜବତ କରିବାକୁ ରାଜ୍ୟର ସମସ୍ତ ଆରଟିଓକୁ ନିର୍ଦ୍ଦେଶ ଦିଆଯାଇଛି। ଏଥି ସହିତ ବିନା ହେଲମେଟରେ ଗାଡ଼ି ଚଳାଉଥିବା ବ୍ୟକ୍ତି […]

ଭୁବନେଶ୍ବର : ରାଜ୍ୟ ପରିବହନ ବିଭାଗ ଆସନ୍ତା ୧୬ ତାରିଖରୁ ହେଲମେଟ ଚେକିଂ ପାଇଁ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରୁଛି। ଏଣିକି ବିନା ହେଲମେଟରେ ରାସ୍ତାକୁ ଆସୁଥିବା ଖିଲାପୀ ବାଇକ୍ ଚାଳକଙ୍କୁ କ୍ଷମା ମିଳିବ ନାହିଁ। ହେଲମେଟ୍ ପିନ୍ଧି ନଥିଲେ ୩ ମାସ ଯାଏ ଡ୍ରାଇଭିଂ ଲାଇସେନ୍ସ ବାତିଲ୍ ଏବଂ ଡ୍ରାଇଭିଂ ଲାଇସେନ୍ସ ନଥିଲେ ଗାଡ଼ି ଜବତ କରିବାକୁ ରାଜ୍ୟର ସମସ୍ତ ଆରଟିଓକୁ ନିର୍ଦ୍ଦେଶ ଦିଆଯାଇଛି। ଏଥି ସହିତ ବିନା ହେଲମେଟରେ ଗାଡ଼ି ଚଳାଉଥିବା ବ୍ୟକ୍ତି ଏବଂ ତାଙ୍କ ପଛରେ ବସୁଥିବା ସହଯାତ୍ରୀ ହେଲମେଟ୍ ନ ପିନ୍ଧିଥିଲେ ୧ ହଜାର ଟଙ୍କା ଜରିମାନା ଏବଂ ୩ ମାସ ପର୍ୟ୍ୟନ୍ତ ଗାଡ଼ି ଲାଇସେନ୍ସ ବାତିଲ୍ କରିବାର ବ୍ୟବସ୍ଥା ମୋଟର ଯାନ ଆଇନରେ ଥିବା ବେଳେ ଏହାକୁ କଡ଼ାକଡ଼ି ପାଳନ କରିବାକୁ ପରିବହନ କମିସନର ନିଷ୍ପତ୍ତି ନେଇଛନ୍ତି।

ଆହୁରି ପଢ଼ନ୍ତୁ: ନୂଆଁଖାଇ ପାଇଁ ପଶ୍ଚିମ ଓଡ଼ିଶାରେ ଚାଲିଛି ଜୋରଦାର ପ୍ରସ୍ତୁତି, ମା’ଙ୍କ ପାଖରେ ଲାଗିହେବ ନବାନ୍ନ

ଆହୁରି ପଢ଼ନ୍ତୁ: ଭାଇକୁ ବଞ୍ଚାଇବାକୁ ଯାଇ ପାଣି ସୁଅରେ ଭାସିଗଲେ ଦିବ୍ୟାଙ୍ଗ ଭଉଣୀ: କେନାଲରେ ବୁଡ଼ି ଉଭୟଙ୍କ ମୃତ୍ୟୁ

ଏକ ସର୍ଭେରୁ ଜଣାପଡ଼ିଛି ଯେ ୩୩ ପ୍ରତିଶତ ବାଇକ ଚାଳକଙ୍କ ମୃତ୍ୟୁ କେବଳ ବିନା ହେଲମେଟ୍ ଯୋଗୁ ହିଁ ହୋଇଛି। ଦିନକୁ ଦିନ ବାଇକ୍ ଚାଳକଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ବଢ଼ିବାରେ ଲାଗିଥିବାରୁ ଏହା ରାଜ୍ୟ ପାଇଁ ଏକ ଉଦବେଗଜନ ପ୍ରସଂଗ ହୋଇଛି। ଏଣୁ ଆସନ୍ତା ଅଗଷ୍ଟ ୧୬ ତାରିଖରୁ ୩୦ ତାରିଖ ପର୍ୟ୍ୟନ୍ତ ରାଜ୍ୟରେ ହେଲମେଟ୍ ଚେକିଂ କଡ଼ାକଡ଼ି କରାଯିବାକୁ ପରିବହନ କମିସନର ରାଜ୍ୟର ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଚଢ଼ଉ ସକାଳ ୯ଟାରୁ ଦିନ ୨ଟା ଏବଂ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ। ଏହି ଚଢ଼ଉ ଜାତୀୟ ରାଜପଥ, ରାଜ୍ୟ ରାଜପଥ, ବ୍ଲାକ୍ ସ୍ପଟ୍ ଚିହ୍ନଟ ହୋଇଥିବା ସ୍ଥାନ ମାନଙ୍କରେ କରାଯିବ। ଯଦି ଆବଶ୍ୟକ ପଡ଼େ ତେବେ ଆରଟିଓ ପୁଲିସ ସହାୟତା ପାଇଁ ଜିଲ୍ଲା ସ୍ତରରେ ଏସପିଙ୍କୁ ଏ ସଂକ୍ରାନ୍ତରେ ଅବଗତ କରିବେ।

ଆହୁରି ପଢ଼ନ୍ତୁ: ଆସନ୍ତା ୨୦ ବେଳକୁ ପୁଣି ଏକ ଲଘୁଚାପ ଆଶଙ୍କା, ୧୮ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷାର ପ୍ରଭାବ

ଏହି ଚଢ଼ଉ କାର୍ଯ୍ୟକ୍ରମରେ ଅତିରିକ୍ତ ଆରଟିଓ(ଏନଫୋର୍ସମେଣ୍ଟ)/ଅତିରିକ୍ତ ଏମଭିଆଇ/କନିଷ୍ଠ ଏମଭିଆଇ/ଟ୍ରାଫିକ ଇନସ୍ପେକ୍ଟର/ଟ୍ରାଫିକ ଏସଆଇ ସାମିଲ ହେବେ। ଆରଟିଓ ଏବଂ ଏମଭିଆଇ ଏହି ଚଢ଼ଉକୁ ଅନୁଧ୍ୟାନ କରିବେ। ଧାର୍ୟ୍ୟ ତାରିଖ ପରେ ଆରଟିଓ ଵାରି ଏକ ନିର୍ଦ୍ଦିଷ୍ଟ ଫର୍ମାଟରେ କେତେ ସଂଖ୍ୟାର ଖିଲାପୀ କେଉଁ ସ୍ଥାନରେ ଧରାପଡ଼ିଲେ, କେଉଁମାନଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ୍ ହୋଇଛି, କେତେ ଜଣଙ୍କ ବିରୋଧରେ ଚାଲାଣ ଜାରି କରାଯାଇଛି, ସେ ସମ୍ପର୍କିତ ଏକ ରିପୋର୍ଟ କମିସନରଙ୍କ ନିକଟରେ ଦାଖଲ କରିବାକୁ ପରିବହନ କମିସନରଙ୍କ କାର୍ୟ୍ୟାଳୟରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର