ଆଜିଠୁ ବଢ଼ିବ ତାତି ସାଙ୍ଗକୁ ଗୁଳୁଗୁଳି, ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି…

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ଆଗକୁ ଆସୁଛି ଭୀଷଣ ତାତି। ବିଶେଷ କରି ୭ତାରିଖରୁ ୧୦ ତାରିଖ ମଧ୍ୟରେ ଭୀଷଣ ତାତି ଅନୁଭବ ହେବ। ଏହି ୩ ଦିନ ମଧ୍ୟରେ ପ୍ରାୟ ୫ ଡିଗ୍ରୀ ତାପମାତ୍ରା ବଢ଼ିବ । ଗୁରୁବାର ତାମିଲନାଡ଼ୁ ଓ ଆନ୍ଧ୍ର ପ୍ରଦେଶ ପଟେ ତାପମାତ୍ରା ବୃଦ୍ଧି ଆରମ୍ଭ ହୋଇଛି। ମଦୁରାଇରେ ଆଜି ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ବାକି ସ୍ଥାନଗୁଡ଼ିକରେ ତାପମାତ୍ରା ୪୦ ଡିଗ୍ରୀ ନିକଟତର ହୋଇଛି। ଆଇଏମ୍‌ଡି ପକ୍ଷରୁ ଜାରି ବିସ୍ତାରିତ […]

ଭୁବନେଶ୍ୱର: ରାଜ୍ୟରେ ଆଗକୁ ଆସୁଛି ଭୀଷଣ ତାତି। ବିଶେଷ କରି ୭ତାରିଖରୁ ୧୦ ତାରିଖ ମଧ୍ୟରେ ଭୀଷଣ ତାତି ଅନୁଭବ ହେବ। ଏହି ୩ ଦିନ ମଧ୍ୟରେ ପ୍ରାୟ ୫ ଡିଗ୍ରୀ ତାପମାତ୍ରା ବଢ଼ିବ । ଗୁରୁବାର ତାମିଲନାଡ଼ୁ ଓ ଆନ୍ଧ୍ର ପ୍ରଦେଶ ପଟେ ତାପମାତ୍ରା ବୃଦ୍ଧି ଆରମ୍ଭ ହୋଇଛି। ମଦୁରାଇରେ ଆଜି ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ବାକି ସ୍ଥାନଗୁଡ଼ିକରେ ତାପମାତ୍ରା ୪୦ ଡିଗ୍ରୀ ନିକଟତର ହୋଇଛି। ଆଇଏମ୍‌ଡି ପକ୍ଷରୁ ଜାରି ବିସ୍ତାରିତ ପରସର ଆକଳନ ରିପୋର୍ଟରେ ମଧ୍ୟ ଦେଶର ବିଭିନ୍ନ ରାଜ୍ୟରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବା ନେଇ ଆକଳନ କରାଯାଇଛି। ତେଣୁ ଆସନ୍ତା ୪ ଦିନ ଯାଏଁ ରାଜ୍ୟବାସୀ ଭୀଷଣ ତାତି ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେବେ ବୋଲି ଆକଳନ କରାଯାଇଛି। ଆସନ୍ତା ୧୨ ତାରିଖ ମଧ୍ୟରେ ମୌସୁମୀ ନିଷ୍କ୍ରିୟ ରହିବ ବୋଲି ଆଇଏମ୍‌ଡି ଆକଳନ କରିଛି।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଲିଙ୍ଗରାଜ ଥାନା ପୋଲିସ, ହତ୍ୟା ଅଭିଯୁକ୍ତର ଘରେ ଚାଲିଲା ବୁଲଡୋଜର

ତେଣୁ ୧୨ ତାରିଖ ମଧ୍ୟରେ ଦିନ ବେଳା ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେବ ଓ ଅପରାହ୍ଣରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ଯେ ୯ ତାରିଖ ଯାଏଁ ଅସହ୍ୟ ଗରମ ଓ ଗୁଳୁଗୁଳି ଅନୁଭବ ହେବ। ବିଶେଷ କରି ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଏହାର ପ୍ରଭାବ ଅଧିକ ରହିବ। ତେଣୁ ଗଞ୍ଜାମ ଗଜପତି, ଖୋର୍ଦ୍ଧା ନୟାଗଡ, ପୁରୀ, ଜଗତସିଂହପୁର, କଟକ, କେଦ୍ରାପଡ଼ା, ବାଲେଶ୍ୱର ଆଦି ଜିଲ୍ଲାପାଇଁ ସତର୍କ ସୂଚନା ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ଓମ୍‌ଫେଡ୍ ପକ୍ଷରୁ ନିଷ୍ପତ୍ତି, ସେପ୍ଟେମ୍ବର ୧୧ରୁ ଲାଗୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର