ମନୋରଞ୍ଜନ

"ଭଲ ଝିଅର ଛବି ଏକ ଛଳନା..." ଦୀପିକା ପାଦୁକୋନଙ୍କୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟ ଉପରେ ସ୍ପଷ୍ଟୀକରଣ ଦେଲେ ନିର୍ଦ୍ଦେଶକ ଇମତିଆଜ୍ ଅଲୀ
ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ

ଗଣଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି : ଶିକ୍ଷାଦାନ ଛଡା ଅନ୍ୟ କୌଣସି କାମରେ ଆଉ ନିୟୋଜିତ ହେବେନି ପ୍ରଧାନଶିକ୍ଷକ

The Sakala Picture
Published On

ଭୁବନେଶ୍ୱର : ଗଣଶିକ୍ଷା ବିଭାଗ ଅଧୀନସ୍ଥ ଶିକ୍ଷାନୁଷ୍ଠାନଗୁଡ଼ିକରେ ବ୍ୟାପକ ପରିବର୍ତ୍ତନ କରାଯିବ। ଏଣିକି ସରକାରୀ ସ୍କୁଲର ପ୍ରଧାନ ଶିକ୍ଷକମାନେ ସ୍ୱାଧୀନ ଭାବେ ଦାୟିତ୍ୱ ନିର୍ବାହ କରିବେ। କୌଣସି କାମ ପାଇଁ ତାଙ୍କୁ ଆଉ ଅନୁମତି ନେବାକୁ ହେବନି କି ବ୍ଲକ ଶିକ୍ଷାଧିକାରୀ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଦୌଡିବାକୁ ପଡ଼ିବନି। ଶିକ୍ଷାଦାନ ଛଡା ଅନ୍ୟ କୌଣସି କାମରେ ସେମାନେ ଆଉ ନିୟୋଜିତ ହେବେନି। ବିଦ୍ୟାଳୟଗୁଡ଼ିକର ରୂପାନ୍ତରଣ ପରେ ଏବେ ସ୍କୁଲ ପରିଚାଳନା କ୍ଷେତ୍ରରେ ନବକଳେବର ପାଇଁ ବିଭାଗ […]

ଭୁବନେଶ୍ୱର : ଗଣଶିକ୍ଷା ବିଭାଗ ଅଧୀନସ୍ଥ ଶିକ୍ଷାନୁଷ୍ଠାନଗୁଡ଼ିକରେ ବ୍ୟାପକ ପରିବର୍ତ୍ତନ କରାଯିବ। ଏଣିକି ସରକାରୀ ସ୍କୁଲର ପ୍ରଧାନ ଶିକ୍ଷକମାନେ ସ୍ୱାଧୀନ ଭାବେ ଦାୟିତ୍ୱ ନିର୍ବାହ କରିବେ। କୌଣସି କାମ ପାଇଁ ତାଙ୍କୁ ଆଉ ଅନୁମତି ନେବାକୁ ହେବନି କି ବ୍ଲକ ଶିକ୍ଷାଧିକାରୀ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଦୌଡିବାକୁ ପଡ଼ିବନି। ଶିକ୍ଷାଦାନ ଛଡା ଅନ୍ୟ କୌଣସି କାମରେ ସେମାନେ ଆଉ ନିୟୋଜିତ ହେବେନି। ବିଦ୍ୟାଳୟଗୁଡ଼ିକର ରୂପାନ୍ତରଣ ପରେ ଏବେ ସ୍କୁଲ ପରିଚାଳନା କ୍ଷେତ୍ରରେ ନବକଳେବର ପାଇଁ ବିଭାଗ ଯୋଜନା ପ୍ରସ୍ତୁତ କରୁଛି। ଏନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଛାତ୍ରୀଙ୍କୁ ୨୪ ଘଣ୍ଟିଆ ସୁରକ୍ଷା ଦେବ ‘ଶକ୍ତିଶ୍ରୀ’ ଆପ୍, ମୋବାଇଲ୍‌ରେ ଇନଷ୍ଟଲ କରିବାକୁ ଉଚ୍ଚଶିକ୍ଷା ବିଭାଗର ପରାମର୍ଶ

ଗଣଶିକ୍ଷା ବିଭାଗ ପକ୍ଷରୁ ବିଦ୍ୟାଳୟଗୁଡ଼ିକରେ ସ୍ୱଚ୍ଛତା ଉପରେ ଅଧିକ ଗୁରୁତ୍ୱ ଦିଆଯିବ। ସରକାରୀ ସ୍କୁଲରେ ପରିଷ୍କାର ପରିଚ୍ଛନ୍ନତା ଓ ପିଲାଙ୍କ ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯିବ। ଆଉଟସୋର୍ସିଂ ମାଧ୍ୟମରେ ପିଲାଙ୍କ ପାଇଁ ସ୍କୁଲରେ ଜଗୁଆଳି ରହିବେ। ଯେଉଁମାନେ କି ପିଲାଙ୍କ ସୁରକ୍ଷା ଭାର ମୁଣ୍ଡାଇବେ। ଓଡିଆ ସହ ପିଲାଙ୍କ ଦକ୍ଷତା ବିକାଶ ଓ ଆତ୍ମବିଶ୍ୱାସ ବଢ଼଼ାଇବା ପାଇଁ ସ୍ପୋକନ୍‍ ଇଂରାଜୀ ଶିକ୍ଷା ଉପରେ ବିଭାଗ ଗୁରୁତ୍ୱ ଦେବ। ତାଲିମପ୍ରାପ୍ତ ଅଭିଜ୍ଞ ତାଲିମଦାତାଙ୍କ ଦ୍ୱାରା ଶିକ୍ଷକ/ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ଇଂରାଜୀ ଶିକ୍ଷା ଦିଆଯିବ। ସେହିପରି ମଧ୍ୟାହ୍ନ ଭୋଜନ ଦାୟିତ୍ୱ ସ୍କୁଲ ପ୍ରଧାନ ଶିକ୍ଷକ ବା ସହକାରୀ ଶିକ୍ଷକଙ୍କ ହାତରୁ ଆଣି ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଦିଆଯିବ। ପ୍ରତିବର୍ଷ ପିଲାଙ୍କ ଦକ୍ଷତା ବିକାଶ ଓ ବିଜ୍ଞାନ ସମ୍ବନ୍ଧିତ ଜ୍ଞାନ ବୃଦ୍ଧି ପାଇଁ ସେମାନଙ୍କୁ ଷ୍ଟଡିଟୁରରେ ନିଆଯିବ।

ଆହୁରି ପଢ଼ନ୍ତୁ: ୩ଟି ଛୁଆଙ୍କୁ ଛାଡି ପ୍ରେମିକ ସହ ସ୍ତ୍ରୀ ଛୁ ! ସ୍ତ୍ରୀକୁ ଫେରାଇ ଆଣିବାକୁ ଏସପିଙ୍କ ଦ୍ୱାରସ୍ଥ ସ୍ୱାମୀ...

ସେହିପରି ପିଲାମାନଙ୍କ ସାର୍ଟିଫିକେଟ୍‍ ଓ ବିଭିନ୍ନ ତଥ୍ୟ ସମ୍ବଳିତ ଡାଟାବେସ୍‍ ଗୋଟିଏ ପ୍ଲାଟଫର୍ମରେ ରହିବ। ଏଥିପାଇଁ ନାଡ୍‌ର ବ୍ୟବସ୍ଥା ରହିବ। ଏହାଛଡା ପ୍ରତି ସପ୍ତାହରେ ପିଲାଙ୍କ ପାଇଁ ‘ଜିରୋ ପିରିୟଡ ଆକ୍ଟିଭିଟି’ ନାମରେ ଏକ କ୍ଲାସ୍‍ ରହିବ। ଯେଉଁଥିରେ ପିଲାମାନେ ନିଜ ସୃଜନଶୀଳତାକୁ ପରୀକ୍ଷାନିରୀକ୍ଷା କରିବା ସହ ନିଜର ଦକ୍ଷତାକୁ ଚିହ୍ନିବାର ସୁଯୋଗ ପାଇବେ। ରାଜ୍ୟ ସରକାରଙ୍କ ‘ମୋ ସରକାର’ ଯୋଜନାରେ ଶିକ୍ଷା ବିଭାଗ ସାମିଲ ହେଲା ପରେ ଏଣିକି ପିଲା ଓ ଅଭିଭାବକଙ୍କ ନିକଟକୁ ଭେରିଫିକେସନ୍‍ କଲ ଯିବ। ଫଳରେ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ସିଧାସଳଖ ଭାବେ ଶିକ୍ଷାଦାନ ଓ ବିଦ୍ୟାଳୟ ସମ୍ପର୍କରେ ସେମାନଙ୍କ ମତାମତ ଦେଇ ପାରିବେ। ଅସୁବିଧା ବାବଦରେ ମଧ୍ୟ ଅଭିଯୋଗ କରିପାରିବେ। ସମସ୍ତ ଆଦର୍ଶ ବିଦ୍ୟାଳୟରେ ହଷ୍ଟେଲ କାର୍ଯ୍ୟକ୍ଷମ ପାଇଁ ଗୁରୁତ୍ୱ ଦିଆଯିବ। ନିୟମିତ ବ୍ୟବଧାନରେ ସବୁ ସରକାରୀ ଓ ଆଦର୍ଶ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଓରିଏଣ୍ଟେସନ୍‍ କାର୍ଯ୍ୟକ୍ରମ କରାଯିବ।

ଆହୁରି ପଢ଼ନ୍ତୁ: ଓଡ଼ିଶା ତାପଜ ବିଦ୍ୟୁତ୍‌ ନୀତି-୨୦୦୮ରେ ସଂଶୋଧନ: ଗ୍ରାହକଙ୍କୁ ୨୦୦ କୋଟିର ବୋଝ !

20 Jun 2022 By The Sakala

ଗଣଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି : ଶିକ୍ଷାଦାନ ଛଡା ଅନ୍ୟ କୌଣସି କାମରେ ଆଉ ନିୟୋଜିତ ହେବେନି ପ୍ରଧାନଶିକ୍ଷକ

ଭୁବନେଶ୍ୱର : ଗଣଶିକ୍ଷା ବିଭାଗ ଅଧୀନସ୍ଥ ଶିକ୍ଷାନୁଷ୍ଠାନଗୁଡ଼ିକରେ ବ୍ୟାପକ ପରିବର୍ତ୍ତନ କରାଯିବ। ଏଣିକି ସରକାରୀ ସ୍କୁଲର ପ୍ରଧାନ ଶିକ୍ଷକମାନେ ସ୍ୱାଧୀନ ଭାବେ ଦାୟିତ୍ୱ ନିର୍ବାହ କରିବେ। କୌଣସି କାମ ପାଇଁ ତାଙ୍କୁ ଆଉ ଅନୁମତି ନେବାକୁ ହେବନି କି ବ୍ଲକ ଶିକ୍ଷାଧିକାରୀ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଦୌଡିବାକୁ ପଡ଼ିବନି। ଶିକ୍ଷାଦାନ ଛଡା ଅନ୍ୟ କୌଣସି କାମରେ ସେମାନେ ଆଉ ନିୟୋଜିତ ହେବେନି। ବିଦ୍ୟାଳୟଗୁଡ଼ିକର ରୂପାନ୍ତରଣ ପରେ ଏବେ ସ୍କୁଲ ପରିଚାଳନା କ୍ଷେତ୍ରରେ ନବକଳେବର ପାଇଁ ବିଭାଗ ଯୋଜନା ପ୍ରସ୍ତୁତ କରୁଛି। ଏନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଗଣଶିକ୍ଷା ବିଭାଗ ପକ୍ଷରୁ ବିଦ୍ୟାଳୟଗୁଡ଼ିକରେ ସ୍ୱଚ୍ଛତା ଉପରେ ଅଧିକ ଗୁରୁତ୍ୱ ଦିଆଯିବ। ସରକାରୀ ସ୍କୁଲରେ ପରିଷ୍କାର ପରିଚ୍ଛନ୍ନତା ଓ ପିଲାଙ୍କ ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯିବ। ଆଉଟସୋର୍ସିଂ ମାଧ୍ୟମରେ ପିଲାଙ୍କ ପାଇଁ ସ୍କୁଲରେ ଜଗୁଆଳି ରହିବେ। ଯେଉଁମାନେ କି ପିଲାଙ୍କ ସୁରକ୍ଷା ଭାର ମୁଣ୍ଡାଇବେ। ଓଡିଆ ସହ ପିଲାଙ୍କ ଦକ୍ଷତା ବିକାଶ ଓ ଆତ୍ମବିଶ୍ୱାସ ବଢ଼଼ାଇବା ପାଇଁ ସ୍ପୋକନ୍‍ ଇଂରାଜୀ ଶିକ୍ଷା ଉପରେ ବିଭାଗ ଗୁରୁତ୍ୱ ଦେବ। ତାଲିମପ୍ରାପ୍ତ ଅଭିଜ୍ଞ ତାଲିମଦାତାଙ୍କ ଦ୍ୱାରା ଶିକ୍ଷକ/ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ଇଂରାଜୀ ଶିକ୍ଷା ଦିଆଯିବ। ସେହିପରି ମଧ୍ୟାହ୍ନ ଭୋଜନ ଦାୟିତ୍ୱ ସ୍କୁଲ ପ୍ରଧାନ ଶିକ୍ଷକ ବା ସହକାରୀ ଶିକ୍ଷକଙ୍କ ହାତରୁ ଆଣି ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଦିଆଯିବ। ପ୍ରତିବର୍ଷ ପିଲାଙ୍କ ଦକ୍ଷତା ବିକାଶ ଓ ବିଜ୍ଞାନ ସମ୍ବନ୍ଧିତ ଜ୍ଞାନ ବୃଦ୍ଧି ପାଇଁ ସେମାନଙ୍କୁ ଷ୍ଟଡିଟୁରରେ ନିଆଯିବ।

ସେହିପରି ପିଲାମାନଙ୍କ ସାର୍ଟିଫିକେଟ୍‍ ଓ ବିଭିନ୍ନ ତଥ୍ୟ ସମ୍ବଳିତ ଡାଟାବେସ୍‍ ଗୋଟିଏ ପ୍ଲାଟଫର୍ମରେ ରହିବ। ଏଥିପାଇଁ ନାଡ୍‌ର ବ୍ୟବସ୍ଥା ରହିବ। ଏହାଛଡା ପ୍ରତି ସପ୍ତାହରେ ପିଲାଙ୍କ ପାଇଁ ‘ଜିରୋ ପିରିୟଡ ଆକ୍ଟିଭିଟି’ ନାମରେ ଏକ କ୍ଲାସ୍‍ ରହିବ। ଯେଉଁଥିରେ ପିଲାମାନେ ନିଜ ସୃଜନଶୀଳତାକୁ ପରୀକ୍ଷାନିରୀକ୍ଷା କରିବା ସହ ନିଜର ଦକ୍ଷତାକୁ ଚିହ୍ନିବାର ସୁଯୋଗ ପାଇବେ। ରାଜ୍ୟ ସରକାରଙ୍କ ‘ମୋ ସରକାର’ ଯୋଜନାରେ ଶିକ୍ଷା ବିଭାଗ ସାମିଲ ହେଲା ପରେ ଏଣିକି ପିଲା ଓ ଅଭିଭାବକଙ୍କ ନିକଟକୁ ଭେରିଫିକେସନ୍‍ କଲ ଯିବ। ଫଳରେ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ସିଧାସଳଖ ଭାବେ ଶିକ୍ଷାଦାନ ଓ ବିଦ୍ୟାଳୟ ସମ୍ପର୍କରେ ସେମାନଙ୍କ ମତାମତ ଦେଇ ପାରିବେ। ଅସୁବିଧା ବାବଦରେ ମଧ୍ୟ ଅଭିଯୋଗ କରିପାରିବେ। ସମସ୍ତ ଆଦର୍ଶ ବିଦ୍ୟାଳୟରେ ହଷ୍ଟେଲ କାର୍ଯ୍ୟକ୍ଷମ ପାଇଁ ଗୁରୁତ୍ୱ ଦିଆଯିବ। ନିୟମିତ ବ୍ୟବଧାନରେ ସବୁ ସରକାରୀ ଓ ଆଦର୍ଶ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଓରିଏଣ୍ଟେସନ୍‍ କାର୍ଯ୍ୟକ୍ରମ କରାଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର