ସରକାରୀ କର୍ମଚାରୀଙ୍କୁ ଲଗାମ୍‌; କାର୍ଯ୍ୟାଳୟରେ ସାଢେ଼ ୭ ଘଣ୍ଟା କାର୍ଯ୍ୟ ବାଧ୍ୟତାମୂଳକ…

The Sakala Picture
Published On

ଭୁବନେଶ୍ୱର,: ଅଫିସକୁ ଆଉ ମନଇଚ୍ଛା ଆସିିପାରିବେ ନାହିଁ ସରକାରୀ କର୍ମଚାରୀ । ଠିକ୍‌ ସମୟରେ ଅଫିସରେ ପହଞ୍ଚି ବାୟୋମେଟ୍ରିକ୍‌ ଦେବାକୁ ପଡ଼ିବ ଓ ସାଢେ଼ ସାତଘଣ୍ଟା କାର୍ଯ୍ୟ କରିବାକୁ ହେବ। ସାଧାରଣ ପ୍ରଶାସନ ବିଭାଗ ଜାରି କରିଛି ଏ ସଂକ୍ରାନ୍ତ ନିର୍ଦ୍ଦେଶନାମା। ଏଥିରେ ସରକାରୀ କର୍ମଚାରୀମାନଙ୍କ ପାଇଁ ୭ଟି କାର୍ଯ୍ୟ ନିୟମ ଉଲ୍ଲେଖ କରାଯାଇଛି । ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଭିନ୍ନ ସବୁ ସରକାରୀ କର୍ମଚାରୀଙ୍କ ପାଇଁ ଏହି ନିୟମାବଳୀ ଲାଗୁ […]

ଭୁବନେଶ୍ୱର,: ଅଫିସକୁ ଆଉ ମନଇଚ୍ଛା ଆସିିପାରିବେ ନାହିଁ ସରକାରୀ କର୍ମଚାରୀ । ଠିକ୍‌ ସମୟରେ ଅଫିସରେ ପହଞ୍ଚି ବାୟୋମେଟ୍ରିକ୍‌ ଦେବାକୁ ପଡ଼ିବ ଓ ସାଢେ଼ ସାତଘଣ୍ଟା କାର୍ଯ୍ୟ କରିବାକୁ ହେବ। ସାଧାରଣ ପ୍ରଶାସନ ବିଭାଗ ଜାରି କରିଛି ଏ ସଂକ୍ରାନ୍ତ ନିର୍ଦ୍ଦେଶନାମା। ଏଥିରେ ସରକାରୀ କର୍ମଚାରୀମାନଙ୍କ ପାଇଁ ୭ଟି କାର୍ଯ୍ୟ ନିୟମ ଉଲ୍ଲେଖ କରାଯାଇଛି । ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଭିନ୍ନ ସବୁ ସରକାରୀ କର୍ମଚାରୀଙ୍କ ପାଇଁ ଏହି ନିୟମାବଳୀ ଲାଗୁ ହେବ ବୋଲି କୁହାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଭିନ୍ନ ବିଭାଗକୁ ପଠାଯାଇଥିବା ମାର୍ଗଦର୍ଶିକାରେ କୁହାଯାଇଛି ଯେ ବିଳମ୍ବିତ ଆସୁଥିବା କର୍ମଚାରୀଙ୍କ ଆଚରଣରେ ସୁଧାର ଆଣିବା ପାଇଁ ବିଭାଗ ଗୁଡ଼ିକ ନିଜ ନିଜର କାର୍ଯ୍ୟାଳୟରେ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା ତୁରନ୍ତ କାର୍ଯ୍ୟକାରୀ କରିବେ। ସେହିପରି ଯେଉଁଠାରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି ସେଠାରେ ଏହା ସଠିକ୍‌ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ ତାହାର ତନଖି କରାଯିବ। ସମସ୍ତ କର୍ମଚାରୀଙ୍କ ପାଇଁ ଅଫିସରେ ପ୍ରବେଶ ଏବଂ ପ୍ରସ୍ଥାନ ସମୟ ରେକର୍ଡ କରିବା ବାଧ୍ୟତାମୂଳକ ଓ ଯେଉଁ କର୍ମଚାରୀ ପ୍ରସ୍ଥାନ ସମୟକୁ ବାୟୋମେଟ୍ରିକ ସିଷ୍ଟମରେ ରେକର୍ଡ କରିବେ ନାହିଁ, ସେହି ଦିନଟିକୁ ଅନୁପସ୍ଥିତି ରୂପେ ବିଚାର କରାଯିବ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଗର୍ଜିଲେ ଅନଲାଇନ୍ ଗାଡ଼ି ଡ୍ରାଇଭର: ଆନ୍ଦୋଳନବେଳେ ପୋଲିସ ସହ ଧସ୍ତାଧସ୍ତି, ଘଟଣାସ୍ଥଳରେ ଖଣ୍ଡଯୁଦ୍ଧ ପରିସ୍ଥିତି

ପ୍ରତ୍ୟେକ କାର୍ଯ୍ୟାଳୟରେ ନିର୍ଦ୍ଧାରିତ ସମୟରେ ଅଫିସ ଆସିବା ବାଧ୍ୟତାମୂଳକ। ଯେଉଁଠାରେ କର୍ମଚାରୀଙ୍କୁ ରୋଷ୍ଟର ଡ୍ୟୁଟି ପ୍ରଦାନ କରାଯାଉଛି, ସେଠାରେ ବିଭାଗୀୟ ମୁଖ୍ୟ କର୍ମଚାରୀଙ୍କ ରୋଷ୍ଟର ଡ୍ୟୁଟି ପାଇଁ ନିର୍ଦ୍ଦିିଷ୍ଟ ସମୟସୀମା ଜାରି କରିବେ। ସେହିପରି କୌଣସି ମାସରେ ଯଦି କର୍ମଚାରୀଟିଏ ତିନିଦିନ ଧରି ୩୦ ମିନିଟ ବିଳମ୍ବରେ ଅଫିସ ଆଗମନକୁ ଗ୍ରହଣ କରାଯାଇ ପାରିବ। ଏହାପରେ ପ୍ରତି ତିନିଦିନ ୩୦ ମିନଟ ବିଳମ୍ବ ପାଇଁ ଗୋଟିିଏ ଲେଖାଏଁ ଛୁଟି କଟିବ। ତେବେ ଯେଉଁ କର୍ମଚାରୀଙ୍କୁ ଅତ୍ୟଧିକ କାର୍ଯ୍ୟଚାପ ଯୋଗୁଁ ବିଳମ୍ବିତ ସନ୍ଧ୍ୟା ଏପରିକି ଛୁଟି ଦିନରେ କାର୍ଯ୍ୟ କରିବାକୁ ପଡ଼ିଥାଏ; ସେମାନଙ୍କ ବିଳମ୍ବ ଆଗମନରେ କାର୍ଯ୍ୟାନୁଷ୍ଠାନ ହେବ ନାହିଁ।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ବନ୍ୟା ମୁକାବିଲାରେ ସରକାର ସମ୍ପୂର୍ଣ୍ଣ ବିଫଳ: ବିଜେଡି

ଅପରପକ୍ଷେ ସରକାରୀ କାର୍ଯ୍ୟାଳୟରେ ଉପସ୍ଥାନ ତଥ୍ୟ ରେକର୍ଡ ପାଇଁ ସରକାର ଏଆଇ ଏବଂ ଆରଏଫଆଇଡି ପରିଚୟ ପତ୍ର ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି। ଏହାକୁ ଅଗ୍ରାଧିକାର ଆଧାରରେ ପ୍ରଥମେ ଲୋକସେବା ଭବନ ଏବଂ ଖାରବେଳ ଭବନରେ ଲାଗୁ କରାଯିବ। ପରବର୍ତ୍ତୀ ସମୟରେ ଏହା ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଲାଗୁ କରାଯିବ।

ଆହୁରି ପଢ଼ନ୍ତୁ: ଜମି ପଞ୍ଜିକରଣରେ ଅନିୟମିତତା: ନୂଆପଡ଼ାର ୨ ରାଜସ୍ୱ ଅଧିକାରୀ ନିଲମ୍ବିତ

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର