ଗ୍ରାମାଞ୍ଚଳ ଚାଷୀଙ୍କ ପାଇଁ ଖୁସି ଖବର : ପଞ୍ଚାୟତ ସ୍ତରରେ ପ୍ରତିଷ୍ଠା ହେବ ସୌରଚାଳିତ ଶୀତଳଭଣ୍ଡାର

The Sakala Picture
Published On

ଭୁବନେଶ୍ୱର : ରାଜ୍ୟର ସବୁ ଜିଲ୍ଲାର ଗ୍ରାମ ପଞ୍ଚାୟତରେ ପ୍ରତିଷ୍ଠା ହେବ ସୌର ଚାଳିତ ଶୀତଳ ଭଣ୍ଡାର। ‘୫-ଟି’ ଉପକ୍ରମ ଅଧୀନରେ ଜିଲ୍ଲାୱାରୀ ଗ୍ରାମ ପଞ୍ଚାୟତରେ ଶୀତଳ ଭଣ୍ଡାର ସ୍ଥାପନ କରିବା ପାଇଁ କୃଷି ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି। ଚଳିତ ଆର୍ଥିକ ବର୍ଷରେ ସମୁଦାୟ ୧୦୦୦ ସୌରଚାଳିତ ଶୀଳତଭଣ୍ଡାର ସ୍ଥାପନ କରିବା ପାଇଁ ପଦକ୍ଷେପ ନିଆଯିବ। ଏହି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ହେଲେ ସେଥିରେ ଫଳ ଓ ପନିପରିବା ସଂରକ୍ଷିତ ହେବ। ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ […]

ଭୁବନେଶ୍ୱର : ରାଜ୍ୟର ସବୁ ଜିଲ୍ଲାର ଗ୍ରାମ ପଞ୍ଚାୟତରେ ପ୍ରତିଷ୍ଠା ହେବ ସୌର ଚାଳିତ ଶୀତଳ ଭଣ୍ଡାର। ‘୫-ଟି’ ଉପକ୍ରମ ଅଧୀନରେ ଜିଲ୍ଲାୱାରୀ ଗ୍ରାମ ପଞ୍ଚାୟତରେ ଶୀତଳ ଭଣ୍ଡାର ସ୍ଥାପନ କରିବା ପାଇଁ କୃଷି ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି। ଚଳିତ ଆର୍ଥିକ ବର୍ଷରେ ସମୁଦାୟ ୧୦୦୦ ସୌରଚାଳିତ ଶୀଳତଭଣ୍ଡାର ସ୍ଥାପନ କରିବା ପାଇଁ ପଦକ୍ଷେପ ନିଆଯିବ। ଏହି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ହେଲେ ସେଥିରେ ଫଳ ଓ ପନିପରିବା ସଂରକ୍ଷିତ ହେବ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ସ୍କ୍ରବ୍ ଟାଇଫସ୍ ଆତଙ୍କ! ଅନୁଗୁଳରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା,୧୦ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ

ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ଦିଆଯାଇ ଥିବା ସୂଚନା ଅନୁସାରେ ପ୍ରତ୍ୟେକ ଜିଲ୍ଲାର ନିର୍ଦ୍ଧିଷ୍ଟ ଗ୍ରାମ ପଞ୍ଚାୟତରେ ଶୀଳତ ଭଣ୍ଡାର ନିର୍ମାଣ ପାଇଁ ଜମି ଚିହ୍ନଟ ହେବ। ପ୍ରତ୍ୟେକ ଶୀତଳ ଭଣ୍ଡାରର କ୍ଷମତା ୧୦ ମେଟ୍ରିକ୍‍ ଟନ୍‍ର ହେବ। ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଜରିଆରେ ଜାତୀୟ ଉଦ୍ୟାନ କୃଷି ମିଶନ୍‍ ଏବଂ ଅମଳ ପରବର୍ତ୍ତି ପରିଚାଳନା ଓ ବଜାର ସହାୟତା ନାମରେ ଦୁଇଟି ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ଏଥିରେ ସାଧାରଣ ଅଞ୍ଚଳ ପାଇଁ ୩୫% ଏବଂ ଅନୁସୂଚିତ ଅଞ୍ଚଳ ପାଇଁ ୫୦% ଆର୍ଥିକ ସହାୟତା ପ୍ରଦାନ ବ୍ୟବସ୍ଥା ଅଛି। ଏହା ଉପରେ ଅତିରିକ୍ତ ୨୦% ସବ୍‍ସିଡି ପ୍ରଦାନ କରାଯାଉଛି। ଏହି ପାଣ୍ଠିରୁ ଶୀତଳ ଭଣ୍ଡାର ନିର୍ମାଣ କରାଯିବ। ଅବଶିଷ୍ଟ ୩୦-୪୦% ପାଣ୍ଠି ଗ୍ରାମ ପଞ୍ଚାୟତର ଉନ୍ନୟନ ପାଣ୍ଠିରୁ ବହନ କରାଯିବ। ସୌର ଚାଳିତ ଶୀତଳ ଭଣ୍ଡାର ନିର୍ମାଣ ସମ୍ପର୍କିତ ନିଷ୍ପତ୍ତି ନେଇ ଉଦ୍ୟାନ କୃଷି ନିର୍ଦ୍ଦେଶକ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଅବଗତ କରିଛନ୍ତି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

ବିଭାଗୀୟ ଅଧିକାରୀ କହିଛନ୍ତି, ପରିବା ଓ ଫଳ ଚାଷ ହେଉଥିବା ଅଞ୍ଚଳକୁ ଦୃଷ୍ଟିରେ ରଖି କ୍ଲଷ୍ଟର ହିସାବରେ ସୌର ଚାଳିତ ଶୀତଳ ଭଣ୍ଡାର ନିର୍ମାଣ କରାଯିବ। ଉଦ୍ୟାନ କୃଷି ବିଭାଗ ସହାୟତାରେ ମିଶନ୍‍ ଫର ଇଣ୍ଟିଗ୍ରେଟେଡ୍‍ ଡେଭଲପମେଣ୍ଟ ଅଫ୍‍ ହର୍ଟିକଲଚର୍‍ (ଏମ୍‍ଆଇଡିଏଚ୍‍) ଏବଂ ରାଜ୍ୟ ଯୋଜନା ଅଧୀନରେ କରାଯାଉ ଥିବା ପନିପରିବା ଓ ଫଳ ଚାଷ ହେଉଥିବା ଅଞ୍ଚଳରେ ଶୀତଳ ଭଣ୍ଡାର ନିର୍ମାଣ କରାଯିବ। ସମ୍ପୃକ୍ତ ଅଞ୍ଚଳର ଚାଷୀ ଚାହିଦା ନଥିବା ସମୟରେ ନିଜର ଫଳ ଓ ପନିପରିବା ଶୀତଳ ଭଣ୍ଡାରରେ ରଖିବା ସୁବିଧା ପାଇବେ।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

ଏହା ଦ୍ୱାରା ଚାଷୀ ମାନଙ୍କୁ ଅଭାବୀ ବିକ୍ରି ସମସ୍ୟାରୁ ନିସ୍ତାର ମିଳିବ। ଶୀତଳ ଭଣ୍ଡାର ସୁବିଧା ମିଳିଲେ ଗ୍ରାମାଞ୍ଚଳର ଚାଷୀମାନଙ୍କୁ ଆର୍ଥିକ କ୍ଷତିରୁ ସୁରକ୍ଷା ଦେଇ ହେବ। ଶୀତଳ ଭଣ୍ଡାର ନିର୍ମାଣ ପାଇଁ ଜମି ଚିହ୍ନଟ ଦାୟିତ୍ୱ ସମ୍ପୃକ୍ତ ବିଡିଓଙ୍କ ଉପରେ ନ୍ୟସ୍ତ କରାଯାଇଛି। ତେବେ ଜମି ଚିହ୍ନଟ ପୂର୍ବରୁ ସ୍ଥାନୀୟ ସହକାରୀ ଉଦ୍ୟାନକୃଷି ଅଧିକାରୀଙ୍କ ପରାମର୍ଶ ନେବା ଜରୁରୀ ହେବ। ଏହା ଦ୍ୱାରା ଅଧିକରୁ ଅଧିକ ଚାଷୀ ଶୀତଳ ଭଣ୍ଡାର ଦ୍ୱାରା ଉପକୃତ ହୋଇପାରିବେ। ଜିଲ୍ଲା କୃଷି ଅଧିକାରୀଙ୍କ ଜରିଆରେ ବିଡିଓଙ୍କୁ ସବ୍‍ସିଡି ପାଣ୍ଠି ଯୋଗାଇ ଦିଆଯିବ। ଶୀତଳ ଭଣ୍ଡାର ନିର୍ମାଣରେ ପଞ୍ଚାୟତ ଅଧିକାରୀଙ୍କର ମଧ୍ୟ ଭାଗିଦାରୀ ରହିବ। ଜମି ଚିହ୍ନଟ ପରେ ପରବର୍ତ୍ତି ପ୍ରକ୍ରିୟା ସମ୍ପର୍କରେ ଜିଲ୍ଲା ଅଧିକାରୀଙ୍କୁ ଅବଗତ କରାଯିବ।

ସୂଚନାଯୋଗ୍ୟ ଯେ ରାଜ୍ୟରେ ବୃହତ ଓ ମଧ୍ୟମ ଧରଣର ଶତାଧିକ ଶୀତଳ ଭଣ୍ଡାର ନିର୍ମାଣ ହୋଇଛି। ଆଳୁ ମିଶନ୍‍ ଜରିଆରେ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ଆର୍ଥିକ ସହାୟତା ଦିଆଯାଇ ଥିଲା ଏବଂ ବିଦ୍ୟୁତ୍‍ ବିଲ୍‍ ଉପରେ ମଧ୍ୟ ସବସିଡି ଦେବା ପ୍ରାବଧାନ ରହିଥିଲା। ତେବେ ପରିଚାଳନାଗତ ତ୍ରୁଟି ଏବଂ ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ହେତୁ ସିଂହଭାଗ ଶୀତଳ ଭଣ୍ଡାର ଏବେ ଅକାମୀ ହୋଇ ପଡ଼ିଛି। ବିଦ୍ୟୁତ ବିଲ୍‍ ବୋଝ ଶୀତଳ ଭଣ୍ଡାର ଅଚଳ ହେବା ପଛରେ ମୁଖ୍ୟ କାରଣ ବୋଲି କୁହାଯାଉଛି। ଏପରିସ୍ଥଳେ ସୌର ଚାଳିତ ଶୀତଳ ଭଣ୍ଡାର ନିର୍ମାଣ ହେଲେ ଆଗ ଭଳି ଆଉ ବିଦ୍ୟୁତ ଦେୟ ସମସ୍ୟା ରହିବ ନାହିଁ। ତେଣୁ ଏହି ଯୋଜନା ସଫଳ ହେବ ବୋଲି ବିଭାଗୀୟ କର୍ତ୍ତୃପକ୍ଷ ଆଶାବାଦୀ ଅଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର