ବିବାହର ୧୦ଦିନରେ ବାପା ଘରକୁ ଲେଉଟାଣିରେ ଆସିଥିଲା ଝିଅ, ସ୍ଵାମୀକୁ ଛାଡି ପ୍ରେମିକ ସହ ହେଲା ଫେରାର

Madhusudan Das Picture
Published On

ବଲାଙ୍ଗୀର: ବିବାହର ୧୦ଦିନ ପରେ ନିଜ ସ୍ୱାମୀକୁ ଛାଡି ପ୍ରେମିକ ସହ ଫେରାର ହୋଇଗଲା ଯୁବତୀ । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରର ଏହି ଘଟଣା ସାରା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଗତ ଫେବୃଆରୀ ମାସ ୮ ତାରିଖରେ ହିନ୍ଦୁ ରୀତି ନୀତିରେ ମୁରିବାହଲ ଥାନା କର୍ଲା ଗାଁର ମୁକେଶ ବିଶ୍ୱାଳ (ମିଲନ) କଣ୍ଟାବାଞ୍ଜି ସହରର ଧୋବାପଡାର ବଳଦେବ ବେହେରାଙ୍କ ଝିଅ ବିନୀ ବେହେରା ସହ ବିବାହ କରିଥିଲେ । ତେବେ ଗତ ୧୮ ତାରିଖ ଦିନ ଝିଅର ଦୁଇ ଭାଇ କଣ୍ଟାବାଞ୍ଜିକୁ ଲେଉଟାଣି ପାଇଁ ଆଣି ଆସିଥିଲେ । ଏହା ପରେ ଗତ ୨୨ ତାରିଖ ଦିନ ବିନି ନିଜ ପ୍ରେମିକା ସହ ଫେରାର ମାରିଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ।  

ଆହୁରି ପଢ଼ନ୍ତୁ: ବାପ-ପୁଅଙ୍କ ମିଥ୍ୟା ଅଭିଯୋଗକୁ ଖଣ୍ଡନ କଲେ ଗ୍ରାମବାସୀ: ନ୍ୟାୟ ନମିଳିଲେ ସାମୂହିକ ଆତ୍ମହତ୍ୟା ଚେତାବନୀ

ନବ ବିବାହ କରିଥିବା ମିଲନ ଙ୍କ ପରିବାର ଏବେ ଦୁଃଖ ରେ ଅଛନ୍ତି। ଲକ୍ଷାଧିକ ଟଙ୍କାର ସୁନା ଗହଣା ଟଙ୍କା ନେଇ ଫେରାର ମାରିଥିବା ନେଇ ମୁରିବାହାଲ ଥାନାରେ ଲିଖିତ ଭାବେ ଜଣାଇଛନ୍ତି। ତେବେ ଉଭୟ ଯୁବକ ଓ ଯୁବତୀଙ୍କ ପରିବାରବର୍ଗ କଣ୍ଟାବାଞ୍ଜି ଥାନାରେ ଏକ ଘୋଷଣାପତ୍ର ମଧ୍ୟ ଦସ୍ତଖତ କରିଛନ୍ତି ଯେଉଁଥିରେ ବିବାହ ସମୟରେ ପୁଅ ପକ୍ଷରୁ ଦିଆଯାଇଥିବା ସୁନା ଅଳଙ୍କାର ମଧ୍ୟ ଯୁବତୀ ସାଙ୍ଗରେ ନେଇ ଯାଇଥିବା ଜଣାପଡିଛି । ପ୍ରାୟ ୩ ଲକ୍ଷ ଟଙ୍କାର ସୁନା ଓ ୨୦ ହଜାର ଟଙ୍କା ସାଙ୍ଗରେ ନେଇ ଯୁବତୀ ଫେରାର ହୋଇଥିବା ଘୋଷଣାପତ୍ରରୁ ଜଣାପଡିଛି । ଝିଅଙ୍କ ପରିବାର ଲୋକେ କଣ୍ଟାବାଞ୍ଜି ଥାନାରେ ଯୁବତୀଙ୍କ ନିଖୋଜ ହୋଇଯାଇଥିବା ନେଇ ଏତଲା ଦେବା ସହ ପଡାର ପ୍ରଶାନ୍ତ ମଜଖଣ୍ଡ ନାମକ ଜଣେ ଯୁବକ ନେଇଯାଇଥିବା ନେଇ ଏତଲା ଦେଇଛନ୍ତି ଯୁବତୀଙ୍କ ପରିବାର।

ଆହୁରି ପଢ଼ନ୍ତୁ: ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ 'ରୁଷିଆନ୍ ଗ୍ରାଣ୍ଡ୍ ସ୍ୟାଣ୍ଡ ମାଷ୍ଟର କପ୍-୨୦୨୬'

25 Feb 2026 By Madhusudan Das

ବିବାହର ୧୦ଦିନରେ ବାପା ଘରକୁ ଲେଉଟାଣିରେ ଆସିଥିଲା ଝିଅ, ସ୍ଵାମୀକୁ ଛାଡି ପ୍ରେମିକ ସହ ହେଲା ଫେରାର

ବଲାଙ୍ଗୀର: ବିବାହର ୧୦ଦିନ ପରେ ନିଜ ସ୍ୱାମୀକୁ ଛାଡି ପ୍ରେମିକ ସହ ଫେରାର ହୋଇଗଲା ଯୁବତୀ । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରର ଏହି ଘଟଣା ସାରା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଗତ ଫେବୃଆରୀ ମାସ ୮ ତାରିଖରେ ହିନ୍ଦୁ ରୀତି ନୀତିରେ ମୁରିବାହଲ ଥାନା କର୍ଲା ଗାଁର ମୁକେଶ ବିଶ୍ୱାଳ (ମିଲନ) କଣ୍ଟାବାଞ୍ଜି ସହରର ଧୋବାପଡାର ବଳଦେବ ବେହେରାଙ୍କ ଝିଅ ବିନୀ ବେହେରା ସହ ବିବାହ କରିଥିଲେ । ତେବେ ଗତ ୧୮ ତାରିଖ ଦିନ ଝିଅର ଦୁଇ ଭାଇ କଣ୍ଟାବାଞ୍ଜିକୁ ଲେଉଟାଣି ପାଇଁ ଆଣି ଆସିଥିଲେ । ଏହା ପରେ ଗତ ୨୨ ତାରିଖ ଦିନ ବିନି ନିଜ ପ୍ରେମିକା ସହ ଫେରାର ମାରିଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ।  

ନବ ବିବାହ କରିଥିବା ମିଲନ ଙ୍କ ପରିବାର ଏବେ ଦୁଃଖ ରେ ଅଛନ୍ତି। ଲକ୍ଷାଧିକ ଟଙ୍କାର ସୁନା ଗହଣା ଟଙ୍କା ନେଇ ଫେରାର ମାରିଥିବା ନେଇ ମୁରିବାହାଲ ଥାନାରେ ଲିଖିତ ଭାବେ ଜଣାଇଛନ୍ତି। ତେବେ ଉଭୟ ଯୁବକ ଓ ଯୁବତୀଙ୍କ ପରିବାରବର୍ଗ କଣ୍ଟାବାଞ୍ଜି ଥାନାରେ ଏକ ଘୋଷଣାପତ୍ର ମଧ୍ୟ ଦସ୍ତଖତ କରିଛନ୍ତି ଯେଉଁଥିରେ ବିବାହ ସମୟରେ ପୁଅ ପକ୍ଷରୁ ଦିଆଯାଇଥିବା ସୁନା ଅଳଙ୍କାର ମଧ୍ୟ ଯୁବତୀ ସାଙ୍ଗରେ ନେଇ ଯାଇଥିବା ଜଣାପଡିଛି । ପ୍ରାୟ ୩ ଲକ୍ଷ ଟଙ୍କାର ସୁନା ଓ ୨୦ ହଜାର ଟଙ୍କା ସାଙ୍ଗରେ ନେଇ ଯୁବତୀ ଫେରାର ହୋଇଥିବା ଘୋଷଣାପତ୍ରରୁ ଜଣାପଡିଛି । ଝିଅଙ୍କ ପରିବାର ଲୋକେ କଣ୍ଟାବାଞ୍ଜି ଥାନାରେ ଯୁବତୀଙ୍କ ନିଖୋଜ ହୋଇଯାଇଥିବା ନେଇ ଏତଲା ଦେବା ସହ ପଡାର ପ୍ରଶାନ୍ତ ମଜଖଣ୍ଡ ନାମକ ଜଣେ ଯୁବକ ନେଇଯାଇଥିବା ନେଇ ଏତଲା ଦେଇଛନ୍ତି ଯୁବତୀଙ୍କ ପରିବାର।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର