ମନୋରଞ୍ଜନ
ଓଡ଼ିଶା
କୋଭିଡ କଟକଣା ମଧ୍ଯରେ ଆରମ୍ଭ ହେଲା ମା‘ ତାରାତାରିଣୀଙ୍କ ଚୈତ୍ର ଯାତ୍ରା
ପୁରୁଷୋତ୍ତମପୁର: ଆଜି ଚୈତ୍ର ମାସର ପ୍ରଥମ ମଙ୍ଗଳବାର। ଆଜିଠୁ ଆରମ୍ଭ ହେଉଛି ଦକ୍ଷିଣ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ତାରାତାରିଣୀଙ୍କ ଚୈତ୍ର ଯାତ୍ରା । ମାଆଙ୍କ ପୀଠରେ ପାଞ୍ଚଟି ମଙ୍ଗଳବାରରେ ପାଳନ ହେବ ଏହି ପର୍ବ । ଶ୍ରଦ୍ଧାଳୁମାନେ ମାଆଙ୍କ ନିକଟରେ ମାନସିକ ରଖିବା ସହିତ ଦର୍ଶନ କରିବେ। ତେବେ କରୋନା ସଂକ୍ରମଣ ବଢୁଥିବାରୁ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ଗାଇଡଲାଇନ୍ ଜାରି କରିଛି। ପାହାଡ଼ ଉପରେ ମାଆଙ୍କ ନିକଟରେ ମୁଣ୍ଡନକୁ ବାରଣ କରାଯାଇଥିବା ବେଳେ କେବଳ ଦର୍ଶନକୁ […]
ପୁରୁଷୋତ୍ତମପୁର: ଆଜି ଚୈତ୍ର ମାସର ପ୍ରଥମ ମଙ୍ଗଳବାର। ଆଜିଠୁ ଆରମ୍ଭ ହେଉଛି ଦକ୍ଷିଣ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ତାରାତାରିଣୀଙ୍କ ଚୈତ୍ର ଯାତ୍ରା । ମାଆଙ୍କ ପୀଠରେ ପାଞ୍ଚଟି ମଙ୍ଗଳବାରରେ ପାଳନ ହେବ ଏହି ପର୍ବ । ଶ୍ରଦ୍ଧାଳୁମାନେ ମାଆଙ୍କ ନିକଟରେ ମାନସିକ ରଖିବା ସହିତ ଦର୍ଶନ କରିବେ। ତେବେ କରୋନା ସଂକ୍ରମଣ ବଢୁଥିବାରୁ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ଗାଇଡଲାଇନ୍ ଜାରି କରିଛି। ପାହାଡ଼ ଉପରେ ମାଆଙ୍କ ନିକଟରେ ମୁଣ୍ଡନକୁ ବାରଣ କରାଯାଇଥିବା ବେଳେ କେବଳ ଦର୍ଶନକୁ ଅନୁମତି ମିଳିଛି । ଦର୍ଶନ ବେଳେ ସାମାଜିକ ଗୁରୁତ୍ବ ସହ ମାସ୍କ ବ୍ୟବହାରକୁ କଡ଼ାକଡ଼ି କରାଯାଇଛି ।
ଏହା ସହ ଯାତ୍ରା ଶାନ୍ତିଶୃଙ୍ଖଳାରେ କରିବା ପାଇଁ ୩ ଜଣ ଆଡିସିନାଲ ଏସ୍.ପି, ୩ଜଣ ଡି.ଏସ୍.ପି, ୧୨ଜଣ ଆଇ.ଆଇ.ସି ନିୟୋଜିତ ହୋଇଛନ୍ତି । ୧୪ ସବ୍ ଇନ୍ସପେକ୍ଟର, ୬୨ ଏ.ଏସ୍.ଆଇଙ୍କ ସମେତ ୯ ପ୍ଳାଟୁନ୍ ପୋଲିସ ଫୋର୍ସ ଓ ୧୮୦ ହୋମଗାର୍ଡଙ୍କୁ ନିୟୋଜିତ କରାଯାଇଛି ।
ସୂଚନା ଅନୁଯାୟୀ, ଗତବର୍ଷ କରୋନାର ପ୍ରକୋପ ଲାଗି ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଦୁଇ ପାଳି ପରେ ଆଉ ହୋଇପାରି ନ ଥିଲା। ଭକ୍ତଙ୍କ ବିନା କେବଳ ମାଆଙ୍କ ନୀତିକାନ୍ତି ପାଳିତ ହୋଇଥିଲା। ଚଳିତ ବର୍ଷ ମଧ୍ୟ କୋଭିଡ଼ର ଦ୍ବିତୀୟ ସଂକ୍ରମଣ ଆରମ୍ଭ ହୋଇ ଯାଇଥିବାବେଳେ ମାଆଙ୍କ ଯାତ୍ରା କୋଭିଡ କଟକଣା ଭିତରେ ପାଳନ ହେଉଛି। ଭୋର ୪ଟା ରେ ମନ୍ଦିର ଖୋଲି ମାଆଙ୍କ ସ୍ୱତନ୍ତ୍ର ନୀତି ପରେ ଦର୍ଶନ ଆରମ୍ଭ ହୋଇଛି। ଭକ୍ତ ବ୍ୟାରିକେଡ଼ରେ ଯାଇ ଦର୍ଶନ କରୁଛନ୍ତି ।