ଚିକିଟି ମଦମୃତ୍ୟୁ ଘଟଣା : ଏଯାଏ ଦାଖଲ ହୋଇନି ରିପୋର୍ଟ, ବଜେଟ୍‌‌ ଅଧିବେଶନରେ ସରକାରଙ୍କୁ ଘେରିବେ ବିରୋଧୀ

The Sakala Picture
Published On

ବ୍ରହ୍ମପୁର : ତଦନ୍ତ କମିସନ୍‌ ଗଠନ ଆଳରେ ଗଂଜାମ ଜିଲ୍ଲା ଚିକିଟି ମଦମୃତ୍ୟୁ ଘଟଣାକୁ ଚାପିଦେଲେ ସରକାର। ଘଟଣାକୁ ୫ମାସରୁ ଊର୍ଦ୍ଧ୍ବ ସମୟ ବିତିଯାଇଥିଲେ ହେଁ ଏଯାଏ ପ୍ରକୃତ ଦୋଷୀଙ୍କୁ ଧରିବା ତ ଦୂରର କଥା, କମିସନ୍‌ଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ସରଜମିନ୍‌ ତଦନ୍ତ ହୋଇନାହିଁ ବୋଲି ଅଭିଯୋଗ ହୋଇଛି। ୨ ମାସ ମଧ୍ୟରେ ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ କରିବାକୁ ସମୟସୀମା ଧାର୍ଯ୍ୟ ହୋଇଥିବା ବେଳେ କଣ୍ଟ ପୂରଣ ହୋଇ ଅଧିକ ଦୁଇମାସ ବିତିଗଲାଣି। କିନ୍ତୁ ଏ […]

ବ୍ରହ୍ମପୁର : ତଦନ୍ତ କମିସନ୍‌ ଗଠନ ଆଳରେ ଗଂଜାମ ଜିଲ୍ଲା ଚିକିଟି ମଦମୃତ୍ୟୁ ଘଟଣାକୁ ଚାପିଦେଲେ ସରକାର। ଘଟଣାକୁ ୫ମାସରୁ ଊର୍ଦ୍ଧ୍ବ ସମୟ ବିତିଯାଇଥିଲେ ହେଁ ଏଯାଏ ପ୍ରକୃତ ଦୋଷୀଙ୍କୁ ଧରିବା ତ ଦୂରର କଥା, କମିସନ୍‌ଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ସରଜମିନ୍‌ ତଦନ୍ତ ହୋଇନାହିଁ ବୋଲି ଅଭିଯୋଗ ହୋଇଛି। ୨ ମାସ ମଧ୍ୟରେ ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ କରିବାକୁ ସମୟସୀମା ଧାର୍ଯ୍ୟ ହୋଇଥିବା ବେଳେ କଣ୍ଟ ପୂରଣ ହୋଇ ଅଧିକ ଦୁଇମାସ ବିତିଗଲାଣି। କିନ୍ତୁ ଏ ପର୍ଯ୍ୟନ୍ତ ରିପୋର୍ଟ ଆସିପାରିନାହିଁ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ସୂଚନାନୁଯାୟୀ, ଗତ ୨୦୨୪ମସିହା ଅଗଷ୍ଟରେ ବିଷାକ୍ତ ମଦମୃତ୍ୟୁ ଘଟଣାରେ ଚିକିଟି ଅଞ୍ଚଳର ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ରୁ ଅଧିକ ଆକ୍ରାନ୍ତ ହୋଇଥିଲେ। ଏହି ଘଟଣା ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ବିରୋଧୀଙ୍କ ଗର୍ଜନ ପରେ ରାଜ୍ୟ ସରକାର ମଧ୍ୟ ଉଦ୍‌‌ବେଗ ପ୍ରକାଶ କରିଥିଲେ। ଖୋଦ୍‌ ଆଇନ ମନ୍ତ୍ରୀ ତଥା ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବ୍ରହ୍ମପୁର ମେଡିକାଲ ଓ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୨୦୨୪ ମସିହା ସେପ୍ଟେମ୍ବର ୨୫ ତାରିଖରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରି ରାଜସ୍ୱ ପର୍ଷଦ ସଦସ୍ୟଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଥିଲା। ବିଜ୍ଞପ୍ତି ପ୍ରକାଶର ଦୁଇ ମାସ ମଧ୍ୟରେ ତଦନ୍ତ କରି ଘଟଣାର ପ୍ରକୃତ କାରଣ, ଦୋଷୀ କିଏ, ଉଭୟ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ କିଛି ଅବହେଳା ହୋଇଛି କି ଏବଂ ଘଟଣାର ପୁନରାବୃତ୍ତି ନ ହେବା ପାଇଁ ପରାମର୍ଶ ଦେବାକୁ ଜାରି ହୋଇଥିବା ବିଜ୍ଞପ୍ତିରେ ସ୍ପଷ୍ଟ ଉଲ୍ଲେଖ କରାଯାଇଥିଲା। ଘଟଣାକୁ ନେଇ ଶୀତକାଳୀନ ଅଧିବେଶନରେ ବିରୋଧୀଙ୍କ ପକ୍ଷରୁ ପ୍ରବଳ ହୋହାଲ୍ଲା ମଧ୍ୟ ହୋଇଥିଲା।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

କିନ୍ତୁ ସରକାର ତଦନ୍ତ କମିସନ ଗଠନ ଆଳରେ ପୂରା ମାମଲାକୁ ଚାପି ଦେଇଥିବା ନେଇ ଅଭିଯୋଗ ହୋଇଛି। କାରଣ, ତଦନ୍ତ କମିସନଙ୍କୁ ଦିଆଯାଇଥିବା ୨ ମାସର ସମୟସୀମା ଶେଷ ହୋଇ ଇତିମଧ୍ୟରେ ଅଧିକ ଦୁଇମାସ ବିତି ସାରିଲାଣି। କିନ୍ତୁ ଏବେ ସୁଦ୍ଧା କମିସନଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ ସରଜମିନ ତଦନ୍ତ ହୋଇନଥିବା ଅଭିଯୋଗ ହୋଇଛି। ସେପଟେ ତଦନ୍ତର ଦିଗ ଓ ରିପୋର୍ଟରୁ କ’ଣ ତଥ୍ୟ ମିଳିଲା, ତାହାକୁ ସର୍ବସାଧାରଣରେ ମଧ୍ୟ ପ୍ରକାଶ କରାଯାଇନଥିବାରୁ ବିରୋଧୀ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

ଅପରପକ୍ଷେ, ଫେବ୍ରୁଆରୀ ୧୩ରୁ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ବିଧାନସଭାର ବଜେଟ ଅଧିବେଶନ ପାଇଁ ଦିନ ଧାର୍ଯ୍ୟ ହୋଇଛି। ତେଣୁ, ବଜେଟ୍‌ ଅଧିବେଶନରେ ଚିକିଟି ମଦମୃତ୍ୟୁ ଘଟଣାକୁ ପୁଣିଥରେ ବିରୋଧୀ ପ୍ରସଙ୍ଗ କରିପାରନ୍ତି ବୋଲି କୁହାଯାଉଛି। ବଡ଼ କଥା ହେଲା, ତଦନ୍ତ କମିଶନଙ୍କ ତଦନ୍ତ ଦିଗ କେଉଁଆଡ଼େ ଗଲା ଓ କେବେ ସରିବ, ତାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ମୃତକଙ୍କ ପରିବାରକୁ ଏପର୍ଯ୍ୟନ୍ତ ସରକାରୀ ସହାୟତା ପ୍ରଦାନ କରାଯାଇନଥିବା ସମସ୍ତଙ୍କୁ ଚକିତ କରିଛି। ସେତେବେଳେ ଘଟଣାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଉଦ୍‌‌ବେଗ ପ୍ରକାଶ କରିବା ସହ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ପଠାଇଥିଲେ। ଏପରିକି, ପୂର୍ବତନ ମନ୍ତ୍ରୀ ତଥା ଚିକିଟି ରାଣୀ ଉଷା ଦେବୀ ଓ ତାଙ୍କ ପୁଅ ତଥା ଗତ ସାଧାରଣ ନିର୍ବାଚନରେ ବିଜେଡିର ପ୍ରାର୍ଥୀ ହୋଇଥିବା ଚିନ୍ମୟାନନ୍ଦ ସ୍ୱରୂପଦେବ ପ୍ରତ୍ୟେକ ମୃତକଙ୍କ ପରିବାରକୁ ନିଜ ହାତରୁ ଏକ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।

24 Jan 2025 By The Sakala

ଚିକିଟି ମଦମୃତ୍ୟୁ ଘଟଣା : ଏଯାଏ ଦାଖଲ ହୋଇନି ରିପୋର୍ଟ, ବଜେଟ୍‌‌ ଅଧିବେଶନରେ ସରକାରଙ୍କୁ ଘେରିବେ ବିରୋଧୀ

ବ୍ରହ୍ମପୁର : ତଦନ୍ତ କମିସନ୍‌ ଗଠନ ଆଳରେ ଗଂଜାମ ଜିଲ୍ଲା ଚିକିଟି ମଦମୃତ୍ୟୁ ଘଟଣାକୁ ଚାପିଦେଲେ ସରକାର। ଘଟଣାକୁ ୫ମାସରୁ ଊର୍ଦ୍ଧ୍ବ ସମୟ ବିତିଯାଇଥିଲେ ହେଁ ଏଯାଏ ପ୍ରକୃତ ଦୋଷୀଙ୍କୁ ଧରିବା ତ ଦୂରର କଥା, କମିସନ୍‌ଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ସରଜମିନ୍‌ ତଦନ୍ତ ହୋଇନାହିଁ ବୋଲି ଅଭିଯୋଗ ହୋଇଛି। ୨ ମାସ ମଧ୍ୟରେ ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ କରିବାକୁ ସମୟସୀମା ଧାର୍ଯ୍ୟ ହୋଇଥିବା ବେଳେ କଣ୍ଟ ପୂରଣ ହୋଇ ଅଧିକ ଦୁଇମାସ ବିତିଗଲାଣି। କିନ୍ତୁ ଏ ପର୍ଯ୍ୟନ୍ତ ରିପୋର୍ଟ ଆସିପାରିନାହିଁ।

ସୂଚନାନୁଯାୟୀ, ଗତ ୨୦୨୪ମସିହା ଅଗଷ୍ଟରେ ବିଷାକ୍ତ ମଦମୃତ୍ୟୁ ଘଟଣାରେ ଚିକିଟି ଅଞ୍ଚଳର ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ରୁ ଅଧିକ ଆକ୍ରାନ୍ତ ହୋଇଥିଲେ। ଏହି ଘଟଣା ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ବିରୋଧୀଙ୍କ ଗର୍ଜନ ପରେ ରାଜ୍ୟ ସରକାର ମଧ୍ୟ ଉଦ୍‌‌ବେଗ ପ୍ରକାଶ କରିଥିଲେ। ଖୋଦ୍‌ ଆଇନ ମନ୍ତ୍ରୀ ତଥା ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବ୍ରହ୍ମପୁର ମେଡିକାଲ ଓ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୨୦୨୪ ମସିହା ସେପ୍ଟେମ୍ବର ୨୫ ତାରିଖରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରି ରାଜସ୍ୱ ପର୍ଷଦ ସଦସ୍ୟଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଥିଲା। ବିଜ୍ଞପ୍ତି ପ୍ରକାଶର ଦୁଇ ମାସ ମଧ୍ୟରେ ତଦନ୍ତ କରି ଘଟଣାର ପ୍ରକୃତ କାରଣ, ଦୋଷୀ କିଏ, ଉଭୟ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ କିଛି ଅବହେଳା ହୋଇଛି କି ଏବଂ ଘଟଣାର ପୁନରାବୃତ୍ତି ନ ହେବା ପାଇଁ ପରାମର୍ଶ ଦେବାକୁ ଜାରି ହୋଇଥିବା ବିଜ୍ଞପ୍ତିରେ ସ୍ପଷ୍ଟ ଉଲ୍ଲେଖ କରାଯାଇଥିଲା। ଘଟଣାକୁ ନେଇ ଶୀତକାଳୀନ ଅଧିବେଶନରେ ବିରୋଧୀଙ୍କ ପକ୍ଷରୁ ପ୍ରବଳ ହୋହାଲ୍ଲା ମଧ୍ୟ ହୋଇଥିଲା।

କିନ୍ତୁ ସରକାର ତଦନ୍ତ କମିସନ ଗଠନ ଆଳରେ ପୂରା ମାମଲାକୁ ଚାପି ଦେଇଥିବା ନେଇ ଅଭିଯୋଗ ହୋଇଛି। କାରଣ, ତଦନ୍ତ କମିସନଙ୍କୁ ଦିଆଯାଇଥିବା ୨ ମାସର ସମୟସୀମା ଶେଷ ହୋଇ ଇତିମଧ୍ୟରେ ଅଧିକ ଦୁଇମାସ ବିତି ସାରିଲାଣି। କିନ୍ତୁ ଏବେ ସୁଦ୍ଧା କମିସନଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ ସରଜମିନ ତଦନ୍ତ ହୋଇନଥିବା ଅଭିଯୋଗ ହୋଇଛି। ସେପଟେ ତଦନ୍ତର ଦିଗ ଓ ରିପୋର୍ଟରୁ କ’ଣ ତଥ୍ୟ ମିଳିଲା, ତାହାକୁ ସର୍ବସାଧାରଣରେ ମଧ୍ୟ ପ୍ରକାଶ କରାଯାଇନଥିବାରୁ ବିରୋଧୀ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ଅପରପକ୍ଷେ, ଫେବ୍ରୁଆରୀ ୧୩ରୁ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ବିଧାନସଭାର ବଜେଟ ଅଧିବେଶନ ପାଇଁ ଦିନ ଧାର୍ଯ୍ୟ ହୋଇଛି। ତେଣୁ, ବଜେଟ୍‌ ଅଧିବେଶନରେ ଚିକିଟି ମଦମୃତ୍ୟୁ ଘଟଣାକୁ ପୁଣିଥରେ ବିରୋଧୀ ପ୍ରସଙ୍ଗ କରିପାରନ୍ତି ବୋଲି କୁହାଯାଉଛି। ବଡ଼ କଥା ହେଲା, ତଦନ୍ତ କମିଶନଙ୍କ ତଦନ୍ତ ଦିଗ କେଉଁଆଡ଼େ ଗଲା ଓ କେବେ ସରିବ, ତାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ମୃତକଙ୍କ ପରିବାରକୁ ଏପର୍ଯ୍ୟନ୍ତ ସରକାରୀ ସହାୟତା ପ୍ରଦାନ କରାଯାଇନଥିବା ସମସ୍ତଙ୍କୁ ଚକିତ କରିଛି। ସେତେବେଳେ ଘଟଣାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଉଦ୍‌‌ବେଗ ପ୍ରକାଶ କରିବା ସହ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ପଠାଇଥିଲେ। ଏପରିକି, ପୂର୍ବତନ ମନ୍ତ୍ରୀ ତଥା ଚିକିଟି ରାଣୀ ଉଷା ଦେବୀ ଓ ତାଙ୍କ ପୁଅ ତଥା ଗତ ସାଧାରଣ ନିର୍ବାଚନରେ ବିଜେଡିର ପ୍ରାର୍ଥୀ ହୋଇଥିବା ଚିନ୍ମୟାନନ୍ଦ ସ୍ୱରୂପଦେବ ପ୍ରତ୍ୟେକ ମୃତକଙ୍କ ପରିବାରକୁ ନିଜ ହାତରୁ ଏକ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।

https://www.thesakala.in/latest-odisha-news/ganjam/chikiti-alcohol-related-death-incident-report-not-yet-submitted/article-38191
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର