ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଋଷିକୂଲ୍ୟା ମୁହାଣରେ ଡଲଫିନ୍

The Sakala Picture
Published On

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ମୁହାଣ ଅଞ୍ଚଳରେ ଡଲଫିନମାନଙ୍କ ବଂଶ ବୃଦ୍ଧି ଘଟୁଥିବା ଲକ୍ଷ୍ୟ କରାଯାଇଛି। ଗଞ୍ଜାମ ବ୍ଲକ ଅନ୍ତର୍ଗତ କଣ୍ଟିଆଗଡ଼଼ ଗ୍ରାମ ନିକଟସ୍ଥ ବଟେଶ୍ୱର ଶୈବପୀଠକୁ ଆସି ସମୁଦ୍ର ବେଳାଭୂମିରେ ପ୍ରାକୃତିକ ପରିବେଶର ମଜା ନେଉଥିବା ପର୍ଯ୍ୟଟକଙ୍କ ଆକର୍ଷଣ ପାଲଟିଛି ଡଲଫିନ୍। ବିଭିନ୍ନ ସମୟରେ ବେଳାଭୂମିରୁ ସମୁଦ୍ର ଜଳ ମଧ୍ୟରେ ଜଳ କ୍ରୀଡା କରୁଥିବା ଡଲଫିନ ଦଳକୁ ଦେଖି ବିଭୋର ହୋଇ ଉଠନ୍ତି ପର୍ଯ୍ୟଟକ। ଜଳକ୍ରୀଡ଼ା କରୁଥିବା ଡଲଫିନଙ୍କ ଫଟୋ ମୋବାଇଲ କ୍ୟାମେରାରେ କଏଦ କରିଥାନ୍ତି। […]

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ମୁହାଣ ଅଞ୍ଚଳରେ ଡଲଫିନମାନଙ୍କ ବଂଶ ବୃଦ୍ଧି ଘଟୁଥିବା ଲକ୍ଷ୍ୟ କରାଯାଇଛି। ଗଞ୍ଜାମ ବ୍ଲକ ଅନ୍ତର୍ଗତ କଣ୍ଟିଆଗଡ଼଼ ଗ୍ରାମ ନିକଟସ୍ଥ ବଟେଶ୍ୱର ଶୈବପୀଠକୁ ଆସି ସମୁଦ୍ର ବେଳାଭୂମିରେ ପ୍ରାକୃତିକ ପରିବେଶର ମଜା ନେଉଥିବା ପର୍ଯ୍ୟଟକଙ୍କ ଆକର୍ଷଣ ପାଲଟିଛି ଡଲଫିନ୍। ବିଭିନ୍ନ ସମୟରେ ବେଳାଭୂମିରୁ ସମୁଦ୍ର ଜଳ ମଧ୍ୟରେ ଜଳ କ୍ରୀଡା କରୁଥିବା ଡଲଫିନ ଦଳକୁ ଦେଖି ବିଭୋର ହୋଇ ଉଠନ୍ତି ପର୍ଯ୍ୟଟକ। ଜଳକ୍ରୀଡ଼ା କରୁଥିବା ଡଲଫିନଙ୍କ ଫଟୋ ମୋବାଇଲ କ୍ୟାମେରାରେ କଏଦ କରିଥାନ୍ତି।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ଋଷିକୂଲ୍ୟା ମୁହାଣ ସମ୍ମୁଖ ସମୁଦ୍ରରେ ବିଶାଳ ଗଣ୍ଡ ମଧ୍ୟରେ ପାହାଡ଼ ରହିଥିବା ସମୁଦ୍ର ବିଜ୍ଞାନୀମାନଙ୍କଠାରୁ ଶୁଣିବାକୁ ମିଳେ। ଅନ୍ୟପଟେ ଋଷିକୁଲ୍ୟା ନଦୀର ମଧୁର ଜଳ ପ୍ରଭାବରେ ଉକ୍ତ ସ୍ଥାନକୁ ବିରଳ ପ୍ରଜାତିର ଜଳଜୀବ ଆକୃଷ୍ଟ ହୋଇଥାନ୍ତି। ଯାହାକୁ ନେଇ ଏଠାକୁ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ ସାଙ୍ଗକୁ ଇରାୱାଡି ପ୍ରଜାତିର ଡଲଫିନ୍ ଦେଖିବାକୁ ମିଳେ। ବିଭିନ୍ନ ସମୟରେ ପାଟ୍ରୋଲିଂ ସମୟରେ ବନ ବିଭାଗ କର୍ମଚାରୀ, ସ୍ଥାନୀୟ ମତ୍ସ୍ୟଜୀବୀ ମାଛ ମାରୁଥିବା ସମୟରେ ସମୁଦ୍ରରେ ଏମାନଙ୍କୂ ଜଳକ୍ରୀଡ଼ା କରୁଥିବା ଦେଖିବାକୁ ପାଇଥାନ୍ତି। ଏମାନେ ଦୁଇରୁ ତିନି ବର୍ଷରେ ଥରେ ଛୁଆ ଜନ୍ମ କରିଥାନ୍ତି। ଡିସେମ୍ୱରରୁ ଜୁନ୍ ମାସ ମଧ୍ୟରେ ଏମାନଙ୍କ ମିଳନ ହୋଇଥାଏ। ଏମାନଙ୍କ ଗର୍ଭ ଧରଣର ସମୟ ୧୪ ମାସ ବୋଲି ଜଣାଯାଏ। ଦୁଇରୁ ତିନି ବର୍ଷରେ ଥରେ ଗୋଟିଏ ଲେଖାଏଁ ଛୁଆ ଜନ୍ମ କରିଥାନ୍ତି। ଜନ୍ମ ସମୟରେ ଏମାନଙ୍କ ଲମ୍ୱ ପ୍ରାୟ ଏକ ମିଟର ହୋଇଥାଏ। ଏମାନଙ୍କ ଜୀବନ କାଳ ପ୍ରାୟ ୩୦ ବର୍ଷ ହୋଇଥାଏ ବୋଲି ଜଣାଯାଏ। ଏମାନେ ସାଧାରଣତଃ ମାଛ, କ୍ରୋଟାସିଆନ ଏବଂ ସେଫାଲୋପୋଡ଼କୁ ଖାଦ୍ୟ ରୂପେ ଗ୍ରହଣ କରିଥାନ୍ତି। ବର୍ତ୍ତମାନ ଏମାନଙ୍କ ସୁରକ୍ଷାର ଆବଶ୍ୟକତା ରହିଛି। ସମୁଦ୍ର ମଧ୍ୟରେ ଆନ୍ଧ୍ରପ୍ରଦେଶର ଟ୍ରଲର ଋଷିକୂଲ୍ୟା ମୁହାଣ ଅଞ୍ଚଳରେ ମାଛ ମାରିବା ଓ ରିଙ୍ଗ୍ ଜାଲ ବ୍ୟବହାର କରୁଥିବାରୁ ବିରଳ ପ୍ରଜାତିର ସାମୁଦ୍ରିକ ଜୀବମାନଙ୍କ ପାଇଁ ବିପଦ ସୃଷ୍ଟି କରୁଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

16 Feb 2022 By The Sakala

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଋଷିକୂଲ୍ୟା ମୁହାଣରେ ଡଲଫିନ୍

ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ମୁହାଣ ଅଞ୍ଚଳରେ ଡଲଫିନମାନଙ୍କ ବଂଶ ବୃଦ୍ଧି ଘଟୁଥିବା ଲକ୍ଷ୍ୟ କରାଯାଇଛି। ଗଞ୍ଜାମ ବ୍ଲକ ଅନ୍ତର୍ଗତ କଣ୍ଟିଆଗଡ଼଼ ଗ୍ରାମ ନିକଟସ୍ଥ ବଟେଶ୍ୱର ଶୈବପୀଠକୁ ଆସି ସମୁଦ୍ର ବେଳାଭୂମିରେ ପ୍ରାକୃତିକ ପରିବେଶର ମଜା ନେଉଥିବା ପର୍ଯ୍ୟଟକଙ୍କ ଆକର୍ଷଣ ପାଲଟିଛି ଡଲଫିନ୍। ବିଭିନ୍ନ ସମୟରେ ବେଳାଭୂମିରୁ ସମୁଦ୍ର ଜଳ ମଧ୍ୟରେ ଜଳ କ୍ରୀଡା କରୁଥିବା ଡଲଫିନ ଦଳକୁ ଦେଖି ବିଭୋର ହୋଇ ଉଠନ୍ତି ପର୍ଯ୍ୟଟକ। ଜଳକ୍ରୀଡ଼ା କରୁଥିବା ଡଲଫିନଙ୍କ ଫଟୋ ମୋବାଇଲ କ୍ୟାମେରାରେ କଏଦ କରିଥାନ୍ତି।

ଋଷିକୂଲ୍ୟା ମୁହାଣ ସମ୍ମୁଖ ସମୁଦ୍ରରେ ବିଶାଳ ଗଣ୍ଡ ମଧ୍ୟରେ ପାହାଡ଼ ରହିଥିବା ସମୁଦ୍ର ବିଜ୍ଞାନୀମାନଙ୍କଠାରୁ ଶୁଣିବାକୁ ମିଳେ। ଅନ୍ୟପଟେ ଋଷିକୁଲ୍ୟା ନଦୀର ମଧୁର ଜଳ ପ୍ରଭାବରେ ଉକ୍ତ ସ୍ଥାନକୁ ବିରଳ ପ୍ରଜାତିର ଜଳଜୀବ ଆକୃଷ୍ଟ ହୋଇଥାନ୍ତି। ଯାହାକୁ ନେଇ ଏଠାକୁ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ ସାଙ୍ଗକୁ ଇରାୱାଡି ପ୍ରଜାତିର ଡଲଫିନ୍ ଦେଖିବାକୁ ମିଳେ। ବିଭିନ୍ନ ସମୟରେ ପାଟ୍ରୋଲିଂ ସମୟରେ ବନ ବିଭାଗ କର୍ମଚାରୀ, ସ୍ଥାନୀୟ ମତ୍ସ୍ୟଜୀବୀ ମାଛ ମାରୁଥିବା ସମୟରେ ସମୁଦ୍ରରେ ଏମାନଙ୍କୂ ଜଳକ୍ରୀଡ଼ା କରୁଥିବା ଦେଖିବାକୁ ପାଇଥାନ୍ତି। ଏମାନେ ଦୁଇରୁ ତିନି ବର୍ଷରେ ଥରେ ଛୁଆ ଜନ୍ମ କରିଥାନ୍ତି। ଡିସେମ୍ୱରରୁ ଜୁନ୍ ମାସ ମଧ୍ୟରେ ଏମାନଙ୍କ ମିଳନ ହୋଇଥାଏ। ଏମାନଙ୍କ ଗର୍ଭ ଧରଣର ସମୟ ୧୪ ମାସ ବୋଲି ଜଣାଯାଏ। ଦୁଇରୁ ତିନି ବର୍ଷରେ ଥରେ ଗୋଟିଏ ଲେଖାଏଁ ଛୁଆ ଜନ୍ମ କରିଥାନ୍ତି। ଜନ୍ମ ସମୟରେ ଏମାନଙ୍କ ଲମ୍ୱ ପ୍ରାୟ ଏକ ମିଟର ହୋଇଥାଏ। ଏମାନଙ୍କ ଜୀବନ କାଳ ପ୍ରାୟ ୩୦ ବର୍ଷ ହୋଇଥାଏ ବୋଲି ଜଣାଯାଏ। ଏମାନେ ସାଧାରଣତଃ ମାଛ, କ୍ରୋଟାସିଆନ ଏବଂ ସେଫାଲୋପୋଡ଼କୁ ଖାଦ୍ୟ ରୂପେ ଗ୍ରହଣ କରିଥାନ୍ତି। ବର୍ତ୍ତମାନ ଏମାନଙ୍କ ସୁରକ୍ଷାର ଆବଶ୍ୟକତା ରହିଛି। ସମୁଦ୍ର ମଧ୍ୟରେ ଆନ୍ଧ୍ରପ୍ରଦେଶର ଟ୍ରଲର ଋଷିକୂଲ୍ୟା ମୁହାଣ ଅଞ୍ଚଳରେ ମାଛ ମାରିବା ଓ ରିଙ୍ଗ୍ ଜାଲ ବ୍ୟବହାର କରୁଥିବାରୁ ବିରଳ ପ୍ରଜାତିର ସାମୁଦ୍ରିକ ଜୀବମାନଙ୍କ ପାଇଁ ବିପଦ ସୃଷ୍ଟି କରୁଛି।

https://www.thesakala.in/latest-odisha-news/ganjam/growing-number-of-dolphins-in-rishikulia-is-attracting-tourists/article-9307
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର