ମନୋରଞ୍ଜନ

ଗଞ୍ଜାମରେ ଅଭାବନୀୟ ଘଟଣା: ଲିଫ୍ଟ ନଦେବାରୁ ଯୁବକଙ୍କ ବେକ କାଟିଲେ ଦୁର୍ବୃତ୍ତ

Madhusudan Das Picture
Published On

ଗଞ୍ଜାମ: ଲିଫ୍ଟ ନଦେବାରୁ ଯୁବକଙ୍କ ବେକ କାଟିଦେଲେ ଦୁର୍ବୃତ୍ତ । ଗଞ୍ଜାମ ଜିଲ୍ଲାରେ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଖଣ୍ଡୁର ଛକ ନିକଟରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା । ବାଇକରେ ଲିଫ୍ଟ ନଦେବାରୁ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ଛୁରୀରେ ଆକ୍ରମଣ କରି ବେକ କାଟି ଦେଇଛନ୍ତି। ଗୁରୁତର ଅବସ୍ଥାରେ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ଯୁବକ ଜଣକ ହେଉଛନ୍ତି ଖଣ୍ଡୁର ଗାଁର ଉଦ୍ଧବ ପାଢ଼ୀ। 

ଆହୁରି ପଢ଼ନ୍ତୁ: ରାୟଗଡ଼ା ସ୍କୁଲରେ ରାଗିଂ: ଜୁନିଅର ପିଲାଙ୍କୁ ଆକ୍ରମଣ ଘଟଣାରେ ୭ ଜଣ ଦଶମ ଶ୍ରେଣୀ ଛାତ୍ର ବହିଷ୍କୃତ

ମିଳିଥିବା ସୂଚନା ଅନୁଯାୟୀ, ଉଦ୍ଧବ ରାତିରେ ନିଜ ବାଇକରେ ଗାଁରୁ ହିଞ୍ଜିଳିକାଟୁ ଅଭିମୁଖେ ଯାଉଥିବା ସମୟରେ କିଛି ଦୁର୍ବୃତ୍ତ ତାଙ୍କୁ ଅଟକାଇ ଲିଫ୍ଟ ମାଗିଥିଲେ। ତେବେ ଉଦ୍ଧବ ଲିଫ୍ଟ ଦେବାକୁ ମନା କରିବାରୁ ଦୁର୍ବୃତ୍ତମାନେ ଉତକ୍ଷିପ୍ତ ହୋଇ ତାଙ୍କ ବେକକୁ ଏକ ଛୁରୀରେ କାଟି ଦେଇଥିଲେ।

ଆହୁରି ପଢ଼ନ୍ତୁ: କୋରାପୁଟର କାଲାଡି ପ୍ରାଥମିକ ବିଦ୍ୟାଳୟର ଫାଟକ ଓ ପାଚେରି କାନ୍ଥ ଭୁଶୁଡ଼ି ୨ ଛାତ୍ର ଆହତ

ରକ୍ତାକ୍ତ ତଥା ଗୁରୁତର ଅବସ୍ଥାରେ ଉଦ୍ଧବଙ୍କୁ ପ୍ରଥମେ ହିଞ୍ଜିଳିକାଟୁ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ତୁରନ୍ତ ବ୍ରହ୍ମପୁର ଏମକେସିଜି (MKCG) ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୋଲିସ ହସ୍ପିଟାଲରେ ପହଞ୍ଚି ପରିବାର ଲୋକଙ୍କ ସହ ଆଲୋଚନା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ବିଲରେ କାମ କରୁଥିବା ବେଳେ ବଜ୍ରପାତ; ୨ ମୃତ, ୩ ଗୁରୁତର

08 Aug 2026 By Madhusudan Das

ଗଞ୍ଜାମରେ ଅଭାବନୀୟ ଘଟଣା: ଲିଫ୍ଟ ନଦେବାରୁ ଯୁବକଙ୍କ ବେକ କାଟିଲେ ଦୁର୍ବୃତ୍ତ

ଗଞ୍ଜାମ: ଲିଫ୍ଟ ନଦେବାରୁ ଯୁବକଙ୍କ ବେକ କାଟିଦେଲେ ଦୁର୍ବୃତ୍ତ । ଗଞ୍ଜାମ ଜିଲ୍ଲାରେ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଖଣ୍ଡୁର ଛକ ନିକଟରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା । ବାଇକରେ ଲିଫ୍ଟ ନଦେବାରୁ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ଛୁରୀରେ ଆକ୍ରମଣ କରି ବେକ କାଟି ଦେଇଛନ୍ତି। ଗୁରୁତର ଅବସ୍ଥାରେ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ଯୁବକ ଜଣକ ହେଉଛନ୍ତି ଖଣ୍ଡୁର ଗାଁର ଉଦ୍ଧବ ପାଢ଼ୀ। 

ମିଳିଥିବା ସୂଚନା ଅନୁଯାୟୀ, ଉଦ୍ଧବ ରାତିରେ ନିଜ ବାଇକରେ ଗାଁରୁ ହିଞ୍ଜିଳିକାଟୁ ଅଭିମୁଖେ ଯାଉଥିବା ସମୟରେ କିଛି ଦୁର୍ବୃତ୍ତ ତାଙ୍କୁ ଅଟକାଇ ଲିଫ୍ଟ ମାଗିଥିଲେ। ତେବେ ଉଦ୍ଧବ ଲିଫ୍ଟ ଦେବାକୁ ମନା କରିବାରୁ ଦୁର୍ବୃତ୍ତମାନେ ଉତକ୍ଷିପ୍ତ ହୋଇ ତାଙ୍କ ବେକକୁ ଏକ ଛୁରୀରେ କାଟି ଦେଇଥିଲେ।

ରକ୍ତାକ୍ତ ତଥା ଗୁରୁତର ଅବସ୍ଥାରେ ଉଦ୍ଧବଙ୍କୁ ପ୍ରଥମେ ହିଞ୍ଜିଳିକାଟୁ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ତୁରନ୍ତ ବ୍ରହ୍ମପୁର ଏମକେସିଜି (MKCG) ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୋଲିସ ହସ୍ପିଟାଲରେ ପହଞ୍ଚି ପରିବାର ଲୋକଙ୍କ ସହ ଆଲୋଚନା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର