ଭଡ଼ା ଘର ଦେଖିବାକୁ ଯାଇଥିବା ଦମ୍ପତିଙ୍କୁ ଆକ୍ରମଣ କଲା ପିଟ୍‌ବୁଲ୍ କୁକୁର, ଭିଡିଓ ଭାଇରାଲ୍

Madhusudan Das Picture
Published On

ପଞ୍ଜାବ: ପଞ୍ଜାବର ପଟିଆଲା ଅନ୍ତର୍ଗତ ଘୁମନ ନଗର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ଭଡ଼ା ଘର ଦେଖିବାକୁ ଯାଇଥିବା ବେଳେ ଏକ ଦମ୍ପତିଙ୍କୁ ଖୁଙ୍ଖାର କୁକୁର ପିଟ୍‌ବୁଲ୍ ଆକ୍ରମଣ କରିଛି। ଏହି ଆକ୍ରମଣର ସିସିଟିଭି ଫୁଟେଜ୍ ସୋସିଆଲ ମିଡିଆରେ ବ୍ୟାପକ ଭାବେ ଭାଇରାଲ୍ ହେବା ସହ ସାଧାରଣ ଲୋକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ମିଳିଥିବା ସୂଚନା ଅନୁଯାୟୀ, ଅଙ୍କିତ ସଭରୱାଲ ଏବଂ ତାଙ୍କ ପତ୍ନୀ ଶିଫାଲି ଏକ ପ୍ରପର୍ଟି ଡିଲରଙ୍କ ସହ ଘୁମନ ନଗରକୁ ଏକ ଭଡ଼ା ଘର ଦେଖିବାକୁ ଯାଇଥିଲେ। ଅଙ୍କିତଙ୍କ ଅଭିଯୋଗ ଅନୁଯାୟୀ, ଘରର ଗେଟ୍ ଖୋଲିବା ମାତ୍ରେ ଏକ ପିଟ୍‌ବୁଲ୍ କୁକୁର ହଠାତ୍ ବାହାରକୁ ଆସି ତାଙ୍କ ପତ୍ନୀଙ୍କ ଉପରେ ଆକ୍ରମଣ କରିଥିଲା। କୁକୁରଟି ତାଙ୍କ ହାତ ଏବଂ ଶରୀରର ଅନ୍ୟାନ୍ୟ ଅଙ୍ଗକୁ ଏକାଧିକ ଥର କାମୁଡ଼ି ଗୁରୁତର ଖଣ୍ଡିଆଖାବରା କରିଦେଇଥିଲା। ତାଙ୍କୁ ତୁରନ୍ତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ସେଠାରେ ତାଙ୍କର ଅସ୍ତ୍ରୋପଚାର କରାଯାଇଛି। ପତ୍ନୀଙ୍କୁ ରକ୍ଷା କରିବାକୁ ଯାଇ ଅଙ୍କିତ ମଧ୍ୟ ଆହତ ହୋଇଛନ୍ତି। ତାଙ୍କ ଗୋଡ଼ ଏବଂ ପିଠିରେ କୁକୁର କାମୁଡ଼ି ଦେଇଛି।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ଭାଇରାଲ୍ ହେଉଥିବା ସିସିଟିଭି ଫୁଟେଜରେ କୁକୁରଟି ଦମ୍ପତିଙ୍କୁ ଅତି ଆକ୍ରମଣାତ୍ମକ ଭାବେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି। ଘର ଭିତରୁ ଜଣେ ମହିଳା ଏକ ବାଡ଼ି ଧରି ବାହାରି ଆସିଥିଲେ ମଧ୍ୟ ଆକ୍ରମଣ ରୋକିବାରେ ବିଫଳ ହୋଇଥିଲେ। ପରେ ସ୍ଥାନୀୟ ଲୋକମାନେ ଠେଙ୍ଗା ବାଡ଼ି ଧରି କୁକୁରଟିକୁ ଘଉଡ଼ାଇବାରେ ସଫଳ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ଏହି ଘଟଣା ଉପରେ ପ୍ରତିକ୍ରିୟା ରଖି ପଟିଆଲା ମେୟର କୁନ୍ଦନ ଗୋଗିଆ କହିଛନ୍ତି ଯେ, ସହର ଭିତରେ ଏଭଳି ହିଂସ୍ର ପ୍ରଜାତିର କୁକୁର ପାଳିବା ଉପରେ କଟକଣା ଲଗାଇବାକୁ ମ୍ୟୁନିସିପାଲ୍ କର୍ପୋରେସନ ବିଚାର କରୁଛି। ଆଗାମୀ ବୈଠକରେ ଏହି ପ୍ରସଙ୍ଗ ଉଠାଯିବ ଏବଂ ଏକ ସ୍ୱତନ୍ତ୍ର ପ୍ରସ୍ତାବ ଆଗତ କରାଯାଇପାରେ। ଅନ୍ୟପକ୍ଷରେ, ନିଜ କୁକୁରକୁ ନିୟନ୍ତ୍ରଣରେ ରଖିବାରେ ବିଫଳ ହୋଇଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଅଙ୍କିତ ପୋଲିସରେ ଅଭିଯୋଗ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର