ବିଡିଓ ପରିଚୟ ଦେଇ ପ୍ରିନ୍ସିପାଲଙ୍କ ଆକାଉଣ୍ଟରୁ ୨୦ ହଜାର ଟଙ୍କା ଲୁଟିନେଲେ ସାଇବର ଠକ

Madhusudan Das Picture
Published On

ଉଦଳା: ବିଡିଓ ପରିଚୟ ଦେଇ ପ୍ରିନ୍ସିପାଲଙ୍କୁ ଠକିଲେ ସାଇବର ଲୁଟେରା। ପ୍ରିନ୍ସିପାଲଙ୍କ ଆକାଉଣ୍ଟରୁ ୨୦ ହଜାର ଟଙ୍କା ଲୁଟିନେଲେ ସାଇବର ଠକ । ସୂଚନା ଅନୁସାରେ, ଖୁଣ୍ଟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରିନ୍ସିପାଲ ନନ୍ଦ କିଶୋର ପଟ୍ଟନାୟକଙ୍କ ନିକଟକୁ ଜଣେ ବ୍ୟକ୍ତି ଫୋନ୍ କରି ନିଜକୁ ବିଡିଓ ବୋଲି ପରିଚୟ ଦେଇଥିଲେ। କଲେଜରେ ଏକ ସୋଲାର ପ୍ରୋଜେକ୍ଟ ଲଗାଯିବ ବୋଲି କହି ଆକାଉଣ୍ଟରୁ ୨୦ ହଜାର ଟଙ୍କା କାଟି ନେଇଥିବା ଅଭିଯୋଗ ହୋଇଛି । 

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ସୂଚନା ଅନୁଯାୟୀ, ପ୍ରିନ୍ସିପାଲଙ୍କୁ ଏକ ଅଜଣା ନମ୍ବରରେ ଫୋନ ଆସିଥିଲା । ଫୋନ କରିଥିବା ବ୍ୟକ୍ତି ନିଜକୁ ବିଡ଼ିଓର ପରିଚୟ ଦେଇ କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବା ପାଇଁ କହିଥିଲେ । ଏହି ପ୍ରୋଜେକ୍ଟ ବସାଇବା ପାଇଁ ସରକାରଙ୍କ ତରଫରୁ ପ୍ରାଥମିକ ଭାବେ ୪୦ ହଜାର ଟଙ୍କା ଦିଆଯିବ । ସେଥିପାଇଁ ପ୍ରିନ୍ସିପାଲଙ୍କୁ ଆକାଉଣ୍ଟ ନମ୍ବର ସହିତ ନେଟ ବ୍ୟାଙ୍କିଙ୍ଗର ନମ୍ବର ମାଗିଥିଲେ । ବିଡିଓ ମାଗୁଥିବା ଭାବି ଲୁଟେରାଙ୍କୁ ନମ୍ବର ଦେଇଥିଲେ ପ୍ରିନ୍ସିପାଲ । କିଛି ସମୟ ପରେ ଟଙ୍କା ଆକାଉଣ୍ଟକୁ ଆସିବା ପରିବର୍ତ୍ତେ ଆକାଉଣ୍ଟରୁ ୨୦ ହଜାର ଟଙ୍କା ଲୁଟ ହୋଇଥିବା ଜାଣିବାକୁ ପାଇଥିଲେ ପ୍ରିନ୍ସିପାଲ । ଏବେ ପ୍ରିନ୍ସିପାଲଙ୍କ ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ କରିବା ସହ ସାଇବର ଲୁଟେରାଙ୍କ ପରିଚୟ ଓ ଠକେଇର ସମ୍ପୂର୍ଣ୍ଣ ତରିକା ଖୋଜୁଛି ।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର