ସମୁଦ୍ରରେ ଗାଧୋଇବାବେଳେ ଭାସିଗଲେ ଦୁଇ ଛାତ୍ରୀ : ଜଣେ ମୃତ, ଅନ୍ୟ ଜଣେ ନିଖୋଜ

The Sakala Picture
Published On

ଛତ୍ରପୁର: ସମୁଦ୍ରରେ ଗାଧୋଇବା ହେଲା କାଳ । ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅନ୍ତର୍ଗତ ଆର୍ଯ୍ୟପଲ୍ଲି ଗ୍ରାମରେ ଆଜି ସକାଳେ ସମୁଦ୍ରରେ ଗାଧୋଇବାବେଳେ ପାଣିରେ ଭାସିଯାଇଥିଲେ । ଏମାନଙ୍କ ଭିତରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଜ ଥିବା ଜଣାଯାଇଛି। ମୃତ ଛାତ୍ରୀ ହେଲେ କନିଷିର ସ୍ୱପ୍ନାରାଣୀ ପଣ୍ଡିତ ଏବଂ ନିଖୋଜ ଛାତ୍ରୀ ହେଲେ ଶେରଗଡ଼ର ଗୁଡିଲି ମିଶ୍ର। ସ୍ୱପ୍ନାରାଣୀ ଯୁକ୍ତ ତିନି ପଢୁଥିଲା ବେଳେ ଗୁଡଲି ଯୁକ୍ତ ଦୁଇ କଳାରେ ପଢ଼ୁଥିଲେ। ସୂଚନା […]

ଛତ୍ରପୁର: ସମୁଦ୍ରରେ ଗାଧୋଇବା ହେଲା କାଳ । ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅନ୍ତର୍ଗତ ଆର୍ଯ୍ୟପଲ୍ଲି ଗ୍ରାମରେ ଆଜି ସକାଳେ ସମୁଦ୍ରରେ ଗାଧୋଇବାବେଳେ ପାଣିରେ ଭାସିଯାଇଥିଲେ । ଏମାନଙ୍କ ଭିତରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଜ ଥିବା ଜଣାଯାଇଛି। ମୃତ ଛାତ୍ରୀ ହେଲେ କନିଷିର ସ୍ୱପ୍ନାରାଣୀ ପଣ୍ଡିତ ଏବଂ ନିଖୋଜ ଛାତ୍ରୀ ହେଲେ ଶେରଗଡ଼ର ଗୁଡିଲି ମିଶ୍ର। ସ୍ୱପ୍ନାରାଣୀ ଯୁକ୍ତ ତିନି ପଢୁଥିଲା ବେଳେ ଗୁଡଲି ଯୁକ୍ତ ଦୁଇ କଳାରେ ପଢ଼ୁଥିଲେ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହ: ସମସ୍ତଙ୍କ ସାମ୍ନାରେ ସ୍ତ୍ରୀକୁ ଛୁରାମାଡ଼ କଲା ନୃଶଂସ ସ୍ୱାମୀ

ସୂଚନା ଅନୁସାରେ, ଉଭୟେ ଯାତ୍ରା ଦେଖିବା ପାଇଁ ନିଜ ମାମୁଙ୍କ ଘରକୁ ଆସିଥିବା ବେଳେ ଆଜି ସକାଳ ୭ଟା ବେଳେ ୫ଜଣ ସାଙ୍ଗଙ୍କ ସହ ମିଶି ସମୁଦ୍ରକୁ ଗାଧୋଇବା ପାଇଁ ଯାଇଥିଲେ। ସେଠାରେ ସ୍ନାନ କରିବା ବେଳେ ଅସାବଧାନତା ହେତୁ ପାଣିରେ ଭାସିଯାଇଥିଲେ। ସେମାନଙ୍କ ମଧ୍ୟରୁ ୩ଜଣ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ବେଳେ ଜଣେ ମୃତ ଏବଂ ଜଣେ ନିଖୋଜ ହୋଇଛନ୍ତି। ଖବର ପାଇ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍ ପହଞ୍ଚି ଖୋଜାଖୋଜି କରି ସ୍ୱପ୍ନାରାଣୀଙ୍କ ମୃତଦେହ ଉଦ୍ଧାର କରିଥିଲେ। ହେଲେ ଏବେବି ଗୁଡଲି ନିଖୋଜ ଅଛନ୍ତି। ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍ ଗୁଡଲିଙ୍କୁ ଖୋଜାଖୋଜି ଜାରି ରଖିଛନ୍ତି।

ଆହୁରି ପଢ଼ନ୍ତୁ: ଖରା ଛୁଟିରେ ପିଲାଙ୍କୁ ସମର ଲର୍ଣ୍ଣିଂ ବ୍ୟବସ୍ଥା, ବାପା-ମା'ଙ୍କ ହ୍ୱାଟ୍ସଆପ୍‌ରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆସାଇନ୍‌ମେଣ୍ଟ: ଓସେପା

01 Jun 2023 By The Sakala

ସମୁଦ୍ରରେ ଗାଧୋଇବାବେଳେ ଭାସିଗଲେ ଦୁଇ ଛାତ୍ରୀ : ଜଣେ ମୃତ, ଅନ୍ୟ ଜଣେ ନିଖୋଜ

ଛତ୍ରପୁର: ସମୁଦ୍ରରେ ଗାଧୋଇବା ହେଲା କାଳ । ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅନ୍ତର୍ଗତ ଆର୍ଯ୍ୟପଲ୍ଲି ଗ୍ରାମରେ ଆଜି ସକାଳେ ସମୁଦ୍ରରେ ଗାଧୋଇବାବେଳେ ପାଣିରେ ଭାସିଯାଇଥିଲେ । ଏମାନଙ୍କ ଭିତରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଜ ଥିବା ଜଣାଯାଇଛି। ମୃତ ଛାତ୍ରୀ ହେଲେ କନିଷିର ସ୍ୱପ୍ନାରାଣୀ ପଣ୍ଡିତ ଏବଂ ନିଖୋଜ ଛାତ୍ରୀ ହେଲେ ଶେରଗଡ଼ର ଗୁଡିଲି ମିଶ୍ର। ସ୍ୱପ୍ନାରାଣୀ ଯୁକ୍ତ ତିନି ପଢୁଥିଲା ବେଳେ ଗୁଡଲି ଯୁକ୍ତ ଦୁଇ କଳାରେ ପଢ଼ୁଥିଲେ।

ସୂଚନା ଅନୁସାରେ, ଉଭୟେ ଯାତ୍ରା ଦେଖିବା ପାଇଁ ନିଜ ମାମୁଙ୍କ ଘରକୁ ଆସିଥିବା ବେଳେ ଆଜି ସକାଳ ୭ଟା ବେଳେ ୫ଜଣ ସାଙ୍ଗଙ୍କ ସହ ମିଶି ସମୁଦ୍ରକୁ ଗାଧୋଇବା ପାଇଁ ଯାଇଥିଲେ। ସେଠାରେ ସ୍ନାନ କରିବା ବେଳେ ଅସାବଧାନତା ହେତୁ ପାଣିରେ ଭାସିଯାଇଥିଲେ। ସେମାନଙ୍କ ମଧ୍ୟରୁ ୩ଜଣ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ବେଳେ ଜଣେ ମୃତ ଏବଂ ଜଣେ ନିଖୋଜ ହୋଇଛନ୍ତି। ଖବର ପାଇ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍ ପହଞ୍ଚି ଖୋଜାଖୋଜି କରି ସ୍ୱପ୍ନାରାଣୀଙ୍କ ମୃତଦେହ ଉଦ୍ଧାର କରିଥିଲେ। ହେଲେ ଏବେବି ଗୁଡଲି ନିଖୋଜ ଅଛନ୍ତି। ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍ ଗୁଡଲିଙ୍କୁ ଖୋଜାଖୋଜି ଜାରି ରଖିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର