ଆଜି ‘୫-ଟି’ ଅଧ୍ୟକ୍ଷଙ୍କ ଗଜପତି ଜିଲ୍ଲା ଗସ୍ତ

The Sakala Picture
Published On

ପାରଳାଖେମୁଣ୍ଡି: ଆଜି ‘୫-ଟି’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଗଜପତି ଜିଲ୍ଲା ଗସ୍ତରେ ଆସୁଛନ୍ତି। ଏନେଇ ଉଭୟ ପ୍ରଶାସନ ଓ ବିଜେଡି ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଭୁବନେଶ୍ୱର ବିମାନବନ୍ଦରରୁ ପୂର୍ବାହ୍ନ ୧୦ଟା ସମୟରେ ହେଲିକପ୍ଟର୍‌ରେ ବାହାରି ପାରଳାଖେମୁଣ୍ଡିସ୍ଥିତ ସେଞ୍ଚୁରିୟାନ ପବ୍ଲିକ ସ୍କୁଲ ପଡ଼ିଆରେ ଦିନ ୧୧.୧୦ରେ ପହଞ୍ଚିବା ପରେ ଗଜପତି ଷ୍ଟାଡିୟମ୍‌ଠାରେ ‘ନୂଆ-ଓ’ କାର୍ଯ୍ୟକ୍ରମରେ ଯୋଗଦେବେ ‘୫-ଟି’ ଅଧ୍ୟକ୍ଷ। ଏହାପରେ ମଧ୍ୟାହ୍ନ ୧୨.୦୫ରେ କାଶୀନଗର ଯିବେ। ମଧ୍ୟାହ୍ନ ୧୨.୨୦ରେ କାଶୀନଗରସ୍ଥିତ ବାରାଣାସୀ ହାଇସ୍କୁଲ ପଡ଼ିଆରେ ଅବତରଣ […]

ପାରଳାଖେମୁଣ୍ଡି: ଆଜି ‘୫-ଟି’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଗଜପତି ଜିଲ୍ଲା ଗସ୍ତରେ ଆସୁଛନ୍ତି। ଏନେଇ ଉଭୟ ପ୍ରଶାସନ ଓ ବିଜେଡି ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଭୁବନେଶ୍ୱର ବିମାନବନ୍ଦରରୁ ପୂର୍ବାହ୍ନ ୧୦ଟା ସମୟରେ ହେଲିକପ୍ଟର୍‌ରେ ବାହାରି ପାରଳାଖେମୁଣ୍ଡିସ୍ଥିତ ସେଞ୍ଚୁରିୟାନ ପବ୍ଲିକ ସ୍କୁଲ ପଡ଼ିଆରେ ଦିନ ୧୧.୧୦ରେ ପହଞ୍ଚିବା ପରେ ଗଜପତି ଷ୍ଟାଡିୟମ୍‌ଠାରେ ‘ନୂଆ-ଓ’ କାର୍ଯ୍ୟକ୍ରମରେ ଯୋଗଦେବେ ‘୫-ଟି’ ଅଧ୍ୟକ୍ଷ। ଏହାପରେ ମଧ୍ୟାହ୍ନ ୧୨.୦୫ରେ କାଶୀନଗର ଯିବେ। ମଧ୍ୟାହ୍ନ ୧୨.୨୦ରେ କାଶୀନଗରସ୍ଥିତ ବାରାଣାସୀ ହାଇସ୍କୁଲ ପଡ଼ିଆରେ ଅବତରଣ କରିବେ। ସେଠାରୁ କାଶୀନଗର ସହରର ନୀଳମଣି ଦୁର୍ଗା ମନ୍ଦିର ପଡ଼ିଆରେ ସାଧାରଣ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହାପରେ ଦିନ ୧.୧୫ରେ ହେଲିକପ୍ଟର ଯୋଗେ ରା.ଉଦୟଗିରି ବ୍ଲକ ଅନ୍ତର୍ଗତ ରାମଗିର ଯିବେ। ରାମଗିରିରେ ସାଧାରଣ ସଭାରେ ଯୋଗ ଦେବା ପରେ ଦିନ ୨.୧୫ରେ ହେଲିକପ୍ଟର ଯୋଗେ ଭୁବନେଶ୍ୱର ଫେରିଯିବାର କାର୍ଯ୍ୟକ୍ରମ ରହିଛି।

ଆହୁରି ପଢ଼ନ୍ତୁ: ବେଙ୍ଗାଲୁରୁ-ଭୁବନେଶ୍ୱର ଟ୍ରେନରୁ ଜଗତସିଂହପୁରର ମହିଳା ଓ ୯ ମାସର ଶିଶୁପୁତ୍ର ନିଖୋଜ

ଶ୍ରୀ ପାଣ୍ଡିଆନଙ୍କ ଏହି ଗସ୍ତକୁ ନେଇ ଗଜପତି ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁନୀଲ ମହାନ୍ତି ଓ ପାରଳାଖେମୁଣ୍ଡି ଏସ୍‌‌ଡିପିଓ ମାଧବାନନ୍ଦ ନାୟକ ବରିଷ୍ଠ ପୁଲିସ ଅଧିକାରୀମାନଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି। ସେହିପରି ସାଧାରଣ ସଭା ଲାଗି ବିଜେଡି ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ଆହୁରି ପଢ଼ନ୍ତୁ: ଯାତ୍ରା ମଞ୍ଚରେ ଉତ୍ତେଜନା: ଅଭିନେତ୍ରୀ ନିଶା ମହାରଣାଙ୍କ ଉପରକୁ ଚେୟାର ଓ ପାଣି ବୋତଲ ମାଡ଼

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର