ଛତୁଆ ନେଲା ଦୁଇ ଶିଶୁ କନ୍ୟାଙ୍କ ଜୀବନ

The Sakala Picture
Published On

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ରା. ଉଦୟଗିରି ବ୍ଲକ୍‌ ରାମଗିରି ଗ୍ରାମ‌ରେ ଆଜି ଏକ ଦୁଃଖଦ ଘଟଣା ଘଟିଛି। ଛତୁଆ ଖାଇ ଦୁଇ ଶିଶୁ କନ୍ୟାଙ୍କ ମୃତ୍ୟୁ ଘଟିଛି। ରାମଗିରି ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଏବଂ ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ଅବସ୍ଥାରେ ଅନ୍ୟଜଣଙ୍କ ମୃତ୍ୟୁ ଘଟିଛି। ମୃତ ଶିଶୁ କନ୍ୟାଦ୍ବୟ ହେଲେ, ତୁଳସୀ ବଡ଼ମୁଣ୍ଡି ଏବଂ ଗୁଣବତୀ ବଡ଼ମୁଣ୍ଡି। ଏଥିସହ ଶିବଶଙ୍କର ବଡ଼ମୁଣ୍ଡିଙ୍କ ପରିବାରର ଅନ୍ୟ ତିନିଜଣ ଅସୁସ୍ଥ ଅଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇଜଣ ଅବସ୍ଥା […]

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ରା. ଉଦୟଗିରି ବ୍ଲକ୍‌ ରାମଗିରି ଗ୍ରାମ‌ରେ ଆଜି ଏକ ଦୁଃଖଦ ଘଟଣା ଘଟିଛି। ଛତୁଆ ଖାଇ ଦୁଇ ଶିଶୁ କନ୍ୟାଙ୍କ ମୃତ୍ୟୁ ଘଟିଛି। ରାମଗିରି ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଏବଂ ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ଅବସ୍ଥାରେ ଅନ୍ୟଜଣଙ୍କ ମୃତ୍ୟୁ ଘଟିଛି। ମୃତ ଶିଶୁ କନ୍ୟାଦ୍ବୟ ହେଲେ, ତୁଳସୀ ବଡ଼ମୁଣ୍ଡି ଏବଂ ଗୁଣବତୀ ବଡ଼ମୁଣ୍ଡି। ଏଥିସହ ଶିବଶଙ୍କର ବଡ଼ମୁଣ୍ଡିଙ୍କ ପରିବାରର ଅନ୍ୟ ତିନିଜଣ ଅସୁସ୍ଥ ଅଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇଜଣ ଅବସ୍ଥା ଗୁରୁତର ରହିଛି। ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ଅବସ୍ଥାରେ ସେମାନଙ୍କୁ ଚିକିତ୍ସା କରାଯାଉଛି।

ସୂଚନାନୁସାରେ, ରାମଗିରି ଗ୍ରାମର ତୁଳସୀ ନଗରରେ ରହୁଥିବା ଶିବଶଙ୍କରଙ୍କ ପରିବାରର ସମସ୍ତେ ରନ୍ଧା ଛତୁଆ ଖାଇଥିଲେ। ଶୁକ୍ରବାର ଦିନ ଅଙ୍ଗନବାଡ଼ି କେନ୍ଦ୍ରରେ ଏହି ଛତୁଆ ବଣ୍ଟନ କରାଯାଇଥିଲା। ଆଜି ସକାଳୁ ଛତୁଆ ଖାଇବା ପରେ ଜଣଙ୍କ ପରେ ଜଣେ ଅସୁସ୍ଥ ହୋଇ ପ୍ରଥମେ ରାମଗିରି ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ସେଠାରେ ଶିବ ଶଙ୍କରଙ୍କ ଝିଅ ତୁଳସୀଙ୍କ ମୃତ୍ୟୁ ହୋଇଥିବା ବେଳେ ଡାକ୍ତର ଗୁରୁତରଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ଗୁରୁତରଙ୍କ ମଧ୍ୟରେ ଶିବ ଶଙ୍କରଙ୍କ ପିତା ଅର୍ଜୁନ ବଡ଼ମୁଣ୍ଡି ଓ ଅନ୍ୟ ଜଣେ ଛୋଟ ଶିଶୁ ଗୁଣବତୀଙ୍କୁ ଚିକିତ୍ସା କରାଯାଉଥିଲା। ତେବେ ଗୁରୁତର ଥିବା ଗୁଣବତୀଙ୍କ ମୃତ୍ୟୁ ଘଟିଛି। ଆଉ ଜଣେ ୧୩ ବର୍ଷ ବୟସର ଝିଅ ସୁମିତ୍ରା ଅସୁସ୍ଥ ଥିବାର ଜଣାପଡ଼ିଛି।

24 Mar 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର