ଗୁଣି ଗାରେଡି ସନ୍ଦେହରେ ସ୍ୱାମୀ ସ୍ତ୍ରୀଙ୍କୁ ବିଭତ୍ସଭାବେ ହତ୍ୟା କଲେ ଦୁର୍ବୁତ୍ତ

The Sakala Picture
Published On

ମୋହନା: ଗୁଣି ସନ୍ଦେହରେ ସ୍ୱାମୀ ସ୍ତ୍ରୀଙ୍କୁ ବିଭତ୍ସ ହତ୍ୟା । ଗଜପତି ଜିଲ୍ଲା ଅଡବା ଥାନା ଘୋଡ଼ାପଙ୍କା ଗ୍ରାମରେ ଘଟିଛି ଏହି ହତ୍ୟାକାଣ୍ଡ । ମୃତକ ଘୋଡାପଙ୍କା ଗ୍ରାମର ସ୍ୱାମୀ କପିଳେନ୍ଦ୍ର ମଳିକ ଏବଂ ସ୍ତ୍ରୀ ଶଶୀତା ମଳିକ । ସ୍ୱାମୀକୁ ଘରେ ହତ୍ୟା କରିଥିବା ବେଳେ ସ୍ତ୍ରୀକୁ ଗୋଡେଇ ଗୋଡେଇ ହତ୍ୟା କରିଛନ୍ତି ଦୁର୍ବୁତ୍ତ । ମୃତଦେହ ଜବତ କରିବା ସହ ଅଡବା ପୋଲିସ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ଘୋଡାପଙ୍କା ଗ୍ରାମର […]

ମୋହନା: ଗୁଣି ସନ୍ଦେହରେ ସ୍ୱାମୀ ସ୍ତ୍ରୀଙ୍କୁ ବିଭତ୍ସ ହତ୍ୟା । ଗଜପତି ଜିଲ୍ଲା ଅଡବା ଥାନା ଘୋଡ଼ାପଙ୍କା ଗ୍ରାମରେ ଘଟିଛି ଏହି ହତ୍ୟାକାଣ୍ଡ । ମୃତକ ଘୋଡାପଙ୍କା ଗ୍ରାମର ସ୍ୱାମୀ କପିଳେନ୍ଦ୍ର ମଳିକ ଏବଂ ସ୍ତ୍ରୀ ଶଶୀତା ମଳିକ । ସ୍ୱାମୀକୁ ଘରେ ହତ୍ୟା କରିଥିବା ବେଳେ ସ୍ତ୍ରୀକୁ ଗୋଡେଇ ଗୋଡେଇ ହତ୍ୟା କରିଛନ୍ତି ଦୁର୍ବୁତ୍ତ । ମୃତଦେହ ଜବତ କରିବା ସହ ଅଡବା ପୋଲିସ ତଦନ୍ତ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: କାର୍‌ରେ ଆସିଲେ, ମିଠା କିଣିଲେ..ଆଉ ଦୋକାନୀଙ୍କ ଅସାବଧାନତାର ସୁଯୋଗ ନେଇ ଟଙ୍କା ଚୋରି କଲେ ମହିଳା

ସୂଚନା ଅନୁସାରେ, ଘୋଡାପଙ୍କା ଗ୍ରାମର କପିଳେନ୍ଦ୍ର ମଳିକ ଗୁଣି କରି ଲୋକଙ୍କୁ ମାରୁଥିବା ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗତ ଫେବୃଆରୀ ମାସରେ ମଧ୍ୟ କପିଳେନ୍ଦ୍ରଙ୍କୁ ହତ୍ୟା ଉଦ୍ୟମ ହୋଇଥିଲା । ସେ ବାଇକ୍‌ ଯୋଗେ ଗାଁକୁ ଆସୁଥିବା ବେଳେ ତାଙ୍କୁ ପଛପଟୁ କେହି ଗୁଳିମାଡ଼ କରିଥିଲେ । ସେତେବେଳେ ସେ ଗୁରୁତର ହୋଇଥିଲେ । ଚିକିତ୍ସା ପରେ ସେ ସୁସ୍ଥ ହୋଇଥିଲେ । ଗୁଣି ଗାରେଡି ସନ୍ଦେହରେ ତାଙ୍କୁ ଗୁଳି ମାଡ଼ କରାଯାଇଥିବା କପିଳେନ୍ଦ୍ର ଥାନା ଅଭିଯୋଗ କରିଥିଲେ ।

ଆହୁରି ପଢ଼ନ୍ତୁ: ବିଡିଓ ପରିଚୟ ଦେଇ ପ୍ରିନ୍ସିପାଲଙ୍କ ଆକାଉଣ୍ଟରୁ ୨୦ ହଜାର ଟଙ୍କା ଲୁଟିନେଲେ ସାଇବର ଠକ

ତେଵେ ସୋମବାର ସନ୍ଧ୍ୟାରେ କିଛି ଦୁର୍ବୃତ୍ତ କପିଳେନ୍ଦ୍ର ଏବଂ ତାଙ୍କ ସ୍ତ୍ରୀଙ୍କ ଉପରେ ମରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଘଟଣା ସ୍ଥଳରେ କପିଳେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ କୌଣସି ପ୍ରକାରେ ଘଟଣା ସ୍ଥଳରୁ ଖସି ଆସିଥିଲେ ସ୍ତ୍ରୀ ଶଶୀତା । ଘୋଡ଼ାପଙ୍କା ଉପର ସାହିରେ ଶଶୀତାଙ୍କୁ ରକ୍ତଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ତେଵେ ଘଟଣା ସମ୍ପର୍କରେ ଦାମଦୁଆ ସରପଞ୍ଚଙ୍କ ସ୍ୱାମୀ ଅବଗତ ଥିବା କହିଛନ୍ତି ଗ୍ରାମବାସୀ । ତେଵେ ଏନେଇ ଗ୍ରାମବାସୀ କୌଣସି ସଠିକ ତଥ୍ୟ ଦେଉନଥିବା ବେଳେ ଅଡବା ପୋଲିସ ଗ୍ରାମରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌କୁ ବିଜେଡିର ତୀବ୍ର ବିରୋଧ, ଓଡ଼ିଶାର ସ୍ୱାର୍ଥ ବିରୋଧୀ ବୋଲି କହିଲେ ସାଂସଦ ମାନସ ମଙ୍ଗରାଜ

26 Sep 2023 By The Sakala

ଗୁଣି ଗାରେଡି ସନ୍ଦେହରେ ସ୍ୱାମୀ ସ୍ତ୍ରୀଙ୍କୁ ବିଭତ୍ସଭାବେ ହତ୍ୟା କଲେ ଦୁର୍ବୁତ୍ତ

ମୋହନା: ଗୁଣି ସନ୍ଦେହରେ ସ୍ୱାମୀ ସ୍ତ୍ରୀଙ୍କୁ ବିଭତ୍ସ ହତ୍ୟା । ଗଜପତି ଜିଲ୍ଲା ଅଡବା ଥାନା ଘୋଡ଼ାପଙ୍କା ଗ୍ରାମରେ ଘଟିଛି ଏହି ହତ୍ୟାକାଣ୍ଡ । ମୃତକ ଘୋଡାପଙ୍କା ଗ୍ରାମର ସ୍ୱାମୀ କପିଳେନ୍ଦ୍ର ମଳିକ ଏବଂ ସ୍ତ୍ରୀ ଶଶୀତା ମଳିକ । ସ୍ୱାମୀକୁ ଘରେ ହତ୍ୟା କରିଥିବା ବେଳେ ସ୍ତ୍ରୀକୁ ଗୋଡେଇ ଗୋଡେଇ ହତ୍ୟା କରିଛନ୍ତି ଦୁର୍ବୁତ୍ତ । ମୃତଦେହ ଜବତ କରିବା ସହ ଅଡବା ପୋଲିସ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଘୋଡାପଙ୍କା ଗ୍ରାମର କପିଳେନ୍ଦ୍ର ମଳିକ ଗୁଣି କରି ଲୋକଙ୍କୁ ମାରୁଥିବା ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗତ ଫେବୃଆରୀ ମାସରେ ମଧ୍ୟ କପିଳେନ୍ଦ୍ରଙ୍କୁ ହତ୍ୟା ଉଦ୍ୟମ ହୋଇଥିଲା । ସେ ବାଇକ୍‌ ଯୋଗେ ଗାଁକୁ ଆସୁଥିବା ବେଳେ ତାଙ୍କୁ ପଛପଟୁ କେହି ଗୁଳିମାଡ଼ କରିଥିଲେ । ସେତେବେଳେ ସେ ଗୁରୁତର ହୋଇଥିଲେ । ଚିକିତ୍ସା ପରେ ସେ ସୁସ୍ଥ ହୋଇଥିଲେ । ଗୁଣି ଗାରେଡି ସନ୍ଦେହରେ ତାଙ୍କୁ ଗୁଳି ମାଡ଼ କରାଯାଇଥିବା କପିଳେନ୍ଦ୍ର ଥାନା ଅଭିଯୋଗ କରିଥିଲେ ।

ତେଵେ ସୋମବାର ସନ୍ଧ୍ୟାରେ କିଛି ଦୁର୍ବୃତ୍ତ କପିଳେନ୍ଦ୍ର ଏବଂ ତାଙ୍କ ସ୍ତ୍ରୀଙ୍କ ଉପରେ ମରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଘଟଣା ସ୍ଥଳରେ କପିଳେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ କୌଣସି ପ୍ରକାରେ ଘଟଣା ସ୍ଥଳରୁ ଖସି ଆସିଥିଲେ ସ୍ତ୍ରୀ ଶଶୀତା । ଘୋଡ଼ାପଙ୍କା ଉପର ସାହିରେ ଶଶୀତାଙ୍କୁ ରକ୍ତଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ତେଵେ ଘଟଣା ସମ୍ପର୍କରେ ଦାମଦୁଆ ସରପଞ୍ଚଙ୍କ ସ୍ୱାମୀ ଅବଗତ ଥିବା କହିଛନ୍ତି ଗ୍ରାମବାସୀ । ତେଵେ ଏନେଇ ଗ୍ରାମବାସୀ କୌଣସି ସଠିକ ତଥ୍ୟ ଦେଉନଥିବା ବେଳେ ଅଡବା ପୋଲିସ ଗ୍ରାମରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର