ମୋହନା ପୋଲିସକୁ ବଡ ସଫଳତା; ବେଆଇନ ଅଳଙ୍କାର ଚାଲାଣ ବେଳେ ଗାଡିରୁ ସୁନା ଏବଂ ରୁପା ଅଳଙ୍କାର ଜବତ, ୨ ଅଟକ

The Sakala Picture
Published On

ଗଜପତି: ଗଜପତି ଜିଲ୍ଲା ମୋହନା ପୋଲିସ କାମଳପୁର ନାକା ପଏଣ୍ଟ ରେ ଚେକିଙ୍ଗ ବେଳେ ସ୍କୋର୍ପିଓ ସହ ୧୮୨ ଗ୍ରାମ ସୁନା ଏବଂ ୩ କେଜି ରୁପା ଜବତ କରିଛି । GST ଫାଙ୍କିବା ଅଭିଯୋଗରେ ୨ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ । ଅଟକ ଯୁବକ ମାନେ ହେଲେ ଗଞ୍ଜାମ ଜ଼ିଲ୍ଲା ପିତଳ ଅଂଚଳର କୃଷ୍ଣ ଚନ୍ଦ୍ର ସେନାପତି ଓ ଶତ୍ରୁଘନ ନାୟକ । ପୋଲିସର ସୂଚନା ଅନୁସାରେ ସକାଳ ପ୍ରାୟ ୭ଟା […]

ଗଜପତି: ଗଜପତି ଜିଲ୍ଲା ମୋହନା ପୋଲିସ କାମଳପୁର ନାକା ପଏଣ୍ଟ ରେ ଚେକିଙ୍ଗ ବେଳେ ସ୍କୋର୍ପିଓ ସହ ୧୮୨ ଗ୍ରାମ ସୁନା ଏବଂ ୩ କେଜି ରୁପା ଜବତ କରିଛି । GST ଫାଙ୍କିବା ଅଭିଯୋଗରେ ୨ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ । ଅଟକ ଯୁବକ ମାନେ ହେଲେ ଗଞ୍ଜାମ ଜ଼ିଲ୍ଲା ପିତଳ ଅଂଚଳର କୃଷ୍ଣ ଚନ୍ଦ୍ର ସେନାପତି ଓ ଶତ୍ରୁଘନ ନାୟକ ।

ଆହୁରି ପଢ଼ନ୍ତୁ: ଏଣିକି ଯୋଜନା ବୋର୍ଡ ବଦଳରେ ହେବ SITI ଓଡ଼ିଶା, ସରକାରଙ୍କ ଥିଙ୍କ ଟ୍ୟାଙ୍କ ଭାବରେ କାର୍ଯ୍ୟ କରିବ

ପୋଲିସର ସୂଚନା ଅନୁସାରେ ସକାଳ ପ୍ରାୟ ୭ଟା ସମୟରେ ମୋହନା ପୋଲିସ କାମଳପୁର ନାକା ପଏଣ୍ଟ ରେ ଚେକିଙ୍ଗ ଚଳାଇଥିଲା । ସେହି ସମୟରେ ବ୍ରହ୍ମପୁର ପଟରୁ ଆସୁଥିବା ସ୍କର୍ପିଓ ଗାଡିକୁ ଅଟକାଇ ଯାଞ୍ଚ ବେଳେ ସେଥିରୁ ୧୮୨ ଗ୍ରାମ ସୁନାର ଅଳଙ୍କାର ଓ ୩ କିଲୋ ରୁପାର ଅଳଙ୍କାର ଜବତ ହୋଇଥିଲା । ସେମାନଙ୍କ ପାଖରେ ଉପଯୁକ୍ତ କାଗଜ ପତ୍ର ନଥିବା ଯୋଗୁ ପୋଲିସ ସ୍କୋର୍ପିଓ ସହ ସୁନା ଏବଂ ରୁପା ସାମଗ୍ରୀ ଗୁଡିକୁ ଜବତ କରିଛି । ଉକ୍ତ ଅଳଙ୍କାର ଗୁଡିକ ଗଞ୍ଜାମ ଜ଼ିଲ୍ଲା ପିତଳ ଅଂଚଳରୁ ମୁନିଗୁଡା ଅଂଚଳକୁ ନେଉଥିବା ଜଣାପଡିଛି । ୨ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିଶିକା ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ସିଂହଦ୍ୱାର ଗୁମୁଟରେ ‘ଦଶାବତାର ମୂର୍ତ୍ତି’ ପୁନଃ ସଂସ୍ଥାପନ ପ୍ରସ୍ତାବ: ଜଗଦ୍‌ଗୁରୁଙ୍କ ମାର୍ଗଦର୍ଶନ ଲୋଡ଼ିଲା ଶ୍ରୀମନ୍ଦିର ପ୍ରଶାସନ

18 Nov 2022 By The Sakala

ମୋହନା ପୋଲିସକୁ ବଡ ସଫଳତା; ବେଆଇନ ଅଳଙ୍କାର ଚାଲାଣ ବେଳେ ଗାଡିରୁ ସୁନା ଏବଂ ରୁପା ଅଳଙ୍କାର ଜବତ, ୨ ଅଟକ

ଗଜପତି: ଗଜପତି ଜିଲ୍ଲା ମୋହନା ପୋଲିସ କାମଳପୁର ନାକା ପଏଣ୍ଟ ରେ ଚେକିଙ୍ଗ ବେଳେ ସ୍କୋର୍ପିଓ ସହ ୧୮୨ ଗ୍ରାମ ସୁନା ଏବଂ ୩ କେଜି ରୁପା ଜବତ କରିଛି । GST ଫାଙ୍କିବା ଅଭିଯୋଗରେ ୨ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ । ଅଟକ ଯୁବକ ମାନେ ହେଲେ ଗଞ୍ଜାମ ଜ଼ିଲ୍ଲା ପିତଳ ଅଂଚଳର କୃଷ୍ଣ ଚନ୍ଦ୍ର ସେନାପତି ଓ ଶତ୍ରୁଘନ ନାୟକ ।

ପୋଲିସର ସୂଚନା ଅନୁସାରେ ସକାଳ ପ୍ରାୟ ୭ଟା ସମୟରେ ମୋହନା ପୋଲିସ କାମଳପୁର ନାକା ପଏଣ୍ଟ ରେ ଚେକିଙ୍ଗ ଚଳାଇଥିଲା । ସେହି ସମୟରେ ବ୍ରହ୍ମପୁର ପଟରୁ ଆସୁଥିବା ସ୍କର୍ପିଓ ଗାଡିକୁ ଅଟକାଇ ଯାଞ୍ଚ ବେଳେ ସେଥିରୁ ୧୮୨ ଗ୍ରାମ ସୁନାର ଅଳଙ୍କାର ଓ ୩ କିଲୋ ରୁପାର ଅଳଙ୍କାର ଜବତ ହୋଇଥିଲା । ସେମାନଙ୍କ ପାଖରେ ଉପଯୁକ୍ତ କାଗଜ ପତ୍ର ନଥିବା ଯୋଗୁ ପୋଲିସ ସ୍କୋର୍ପିଓ ସହ ସୁନା ଏବଂ ରୁପା ସାମଗ୍ରୀ ଗୁଡିକୁ ଜବତ କରିଛି । ଉକ୍ତ ଅଳଙ୍କାର ଗୁଡିକ ଗଞ୍ଜାମ ଜ଼ିଲ୍ଲା ପିତଳ ଅଂଚଳରୁ ମୁନିଗୁଡା ଅଂଚଳକୁ ନେଉଥିବା ଜଣାପଡିଛି । ୨ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିଶିକା ସୂଚନା ଦେଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର