ଆସନ୍ତା ୨୦ ତାରିଖରୁ ରାଜଧାନୀରେ ମିଳିବନି କଞ୍ଚା ପରିବା, ଆନ୍ଦୋଳନକୁ ଓହ୍ଲାଇବେ କଞ୍ଚା ପରିବା ବ୍ୟବସାୟୀ ମହାସଂଘ

The Sakala Picture
Published On

ଭୁବନେଶ୍ବର : ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ମିଳିବନି କଞ୍ଚା ପରିବା। କାରଣ ଆସନ୍ତା ୨୦ ତାରିଖରୁ ରାଜଧାନୀର ସବୁଠୁ ବଡ଼ ପରିବା ମାର୍କେଟ ୟୁନିଟ୍ -୧ ହାଟ ବ୍ୟବସାୟୀ ମହାସଂଘ ଆନ୍ଦୋଳନକୁ ଓହ୍ଲାଇବେ। ଯାହା ଫଳରେ ରାଜଧାନୀରେ କଞ୍ଚା ପରିବା ମିଳିବନି। କାରଣ ରାଜଧାନୀଠୁ ଆରମ୍ଭ କରି ଏହାର ଆଖପାଖ୍‌ ଅଞ୍ଚଳକୁ ୟୁନିଟ୍ -୧ ହାଟରୁ ହିଁ ପରିବା ବିକ୍ରି ପାଇଁ ଛୋଟ ବ୍ୟବସାୟୀମାନେ ନେଇଥାନ୍ତି। ୟୁନିଟ୍ -୧ ହାଟକୁ ଲମ୍ବିଥିବା ରାସ୍ତାକୁ ବେଆଇନ୍ ଅବରୋଧକୁ କେନ୍ଦ୍ର […]

ଭୁବନେଶ୍ବର : ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ମିଳିବନି କଞ୍ଚା ପରିବା। କାରଣ ଆସନ୍ତା ୨୦ ତାରିଖରୁ ରାଜଧାନୀର ସବୁଠୁ ବଡ଼ ପରିବା ମାର୍କେଟ ୟୁନିଟ୍ -୧ ହାଟ ବ୍ୟବସାୟୀ ମହାସଂଘ ଆନ୍ଦୋଳନକୁ ଓହ୍ଲାଇବେ। ଯାହା ଫଳରେ ରାଜଧାନୀରେ କଞ୍ଚା ପରିବା ମିଳିବନି। କାରଣ ରାଜଧାନୀଠୁ ଆରମ୍ଭ କରି ଏହାର ଆଖପାଖ୍‌ ଅଞ୍ଚଳକୁ ୟୁନିଟ୍ -୧ ହାଟରୁ ହିଁ ପରିବା ବିକ୍ରି ପାଇଁ ଛୋଟ ବ୍ୟବସାୟୀମାନେ ନେଇଥାନ୍ତି।

ଆହୁରି ପଢ଼ନ୍ତୁ: ଶିଶୁ ଭବନ ଓଭର ବ୍ରିଜ ବ୍ୟାରିକେଡରେ଼ ପିଟି ତଳକୁ ଖସି ପଡିଲା କାର୍‌, ଅଳ୍ପେକେ ବଞ୍ଚିଲେ ଡ୍ରାଇଭର

ୟୁନିଟ୍ -୧ ହାଟକୁ ଲମ୍ବିଥିବା ରାସ୍ତାକୁ ବେଆଇନ୍ ଅବରୋଧକୁ କେନ୍ଦ୍ର କରି କଞ୍ଚା ପରିବା ବ୍ୟବସାୟୀ ମହାସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଜଣାପଡିଛି। ଏହା ସହ ଆହୁରି ୧୦ ଦଫା ଦାବିକୁ ନେଇ ମଧ୍ୟ ସଂଘ ଆନ୍ଦୋଳନ କରିବ । ରାଜମହଲରୁ ଷ୍ଟେଟ୍ ବ୍ୟାଙ୍କ କଡରେ ଥିବା ଇଲେକ୍ଟ୍ରି ଅଫିସ୍ ଗଳି ହେଉଛି ୟୁନିଟ୍ ୧ ହୋଲସେଲ୍ ମାର୍କେଟ ମଧ୍ୟକୁ ଯିବାର ଏକମାତ୍ର ରାସ୍ତା । ମାତ୍ର ସେଇ ରାସ୍ତାରେ ବେଆଇନ୍ ଅବରୋଧ ସହ ବିଭିନ୍ନ ପୂଜା ସମୟରେ ଲାଇଟ୍ ଗେଟ୍ ଏବଂ ତୋରଣ ଲାଗିବା, ମୂର୍ତ୍ତୀ ବିକ୍ରି କରାଯିବା, ଅସ୍ଥାୟୀ ଶୀତବସ୍ତ୍ର ବଜାର, ପ୍ଲାଷ୍ଟିକ ବଜାର ପଡିବା ଦ୍ୱାରା ମଣ୍ଡୀ ମଧ୍ୟକୁ ଭାରୀଯାନ ଚଳାଚଳରେ ଅସୁବିଧା ହେଉଛି ।

ଆହୁରି ପଢ଼ନ୍ତୁ: ସାନ ଭାଇର ମୃତ୍ୟୁ ଖବର ଶୁଣି ବଡ଼ ଭାଇର ହୃଦଘାତ, ଏକାଠି ଜଳିବ ଦୁଇ ଭାଇଙ୍କ ଜୁଇ

୧-ନମ୍ବର ହାଟରେ ୯ ମହାଲା ପରିବର୍ତ୍ତେ ୨ ମହଲା ମାର୍କେଟ ବିଲ୍ଡିଂ ନିର୍ମାଣ, ଏଜିରୁ ରାଜମହଲ ପର୍ଯ୍ୟନ୍ତ ଥିବା ସମସ୍ତ ବ୍ୟବସାୟୀଙ୍କୁ ୧ନମ୍ବର ହାଟରେ ଥଇଥାନ, ଭଗବାନପୁରୁରୁ ପରିବା ଯାତାୟତ ସମୟସୀମା ଧାର୍ଯ୍ୟ, ଅସ୍ଥାୟୀପ୍ଲାଷ୍ଟିକ୍ ବଜାର ଶୀତବସ୍ତ୍ର ବଜାର ବନ୍ଦ, ବିଭିନ୍ନ ପୂଜା ସମୟରେ ମୂର୍ତ୍ତୀ ବିକ୍ରି ବନ୍ଦ ଭଳି ପ୍ରମୁଖ ଦାବିକୁ ନେଇ ଆନ୍ଦୋଳନକୁ ଓହ୍ଲାଇବ ସଂଘ । ଆନ୍ଦୋଳନ ହେଲେ ଏହାର ପ୍ରଭାବ ଭୁବନେଶ୍ୱର ସହର ସମେତ ପୁରୀ,ବ୍ରହ୍ମଗିରୀ,ନିମାପଡ, ଅସ୍ତରଙ୍ଗ, କାକଟପୁର, ଖୋର୍ଦ୍ଧା, ଜଟଣୀ ଉପରେ ମଧ୍ୟ ପଡିବ । ଅନ୍ୟପଟେ ଆନ୍ଦୋଳନ ନକରିବାକୁ ଅନୁରୋଧ କରିଛନ୍ତି ବିଏମସି କମିଶନର । ପାର୍ବଣ ଋତୁ ଚାଲିଛି, ତେଣୁ ଯଦି କିଛି ସମସ୍ୟା ଅଛି ତେବେ ଆଲୋଚନା ମାଧ୍ୟମରେ ତାର ସମାଧାନ ହେବ । ଆବଶ୍ୟକ ପଡିଲେ ମହାସଂଘକୁ ଡକାଇ ଆଲୋଚନା କରାଯିବ ବୋଲି ବିଏମସି କମିଶନର କହିଛନ୍ତି ।

ଆହୁରି ପଢ଼ନ୍ତୁ: ରାଜ୍ୟର ୧୩ଟି ବିଶ୍ବବିଦ୍ୟାଳୟରେ ନାହାନ୍ତି କୁଳପତି, ସମସ୍ୟା ନେଇ ରାଜ୍ୟପାଳଙ୍କୁ ଭେଟିଲା ଯୁବ ଓ ଛାତ୍ର ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp