ଶିକ୍ଷିତ ବେକାରୀଙ୍କୁ ନିଯୁକ୍ତି ଆଳରେ ଠକେଇ, ଅଫଲାଇନ୍‍ ଓ ଅନ୍‍ଲାଇନ୍‌ରେ ସକ୍ରିୟ ଠକ

The Sakala Picture
Published On

ଭୁବନେଶ୍ୱର : ସରକାରୀ ସଂସ୍ଥାରେ ମିଳିବ ନିଯୁକ୍ତି। ମାସକୁ ମିଳିବ ମୋଟା ଅଙ୍କର ବେତନ। ଏହିଭଳି ଲୋଭନୀୟ ଜାଲ୍‍ ନିଯୁକ୍ତିର ଆଳ ଦେଖାଇ ରାଜଧାନୀରେ ମାତିଛନ୍ତି ଠକେଇ ରାକେଟ୍‍। ସେମାନେ ଚାକିରି ଜାଲ ବିଛାଇ ବେକାର ଯୁବଗୋଷ୍ଠୀଙ୍କୁ ଟାର୍ଗେଟ୍‍ କରୁଛନ୍ତି ଓ ଲକ୍ଷ ଲକ୍ଷ ଟଙ୍କା ଚଳୁ କରି ନେଉଛନ୍ତି। ଚାକିରି ହରାଇଥିବା କିମ୍ବା ବେକାରୀଙ୍କୁ ନିଯୁକ୍ତି ଫାସରେ ଫସାଉଛନ୍ତି। କାହାକୁ ପୁଲିସ ତ ଆଉ କାହାକୁ ରେଳବାଇରେ ଚାକିରି ଦେବାକୁ କହି ଠକୁଛନ୍ତି ତ ଆଉ କାହାକୁ […]

ଭୁବନେଶ୍ୱର : ସରକାରୀ ସଂସ୍ଥାରେ ମିଳିବ ନିଯୁକ୍ତି। ମାସକୁ ମିଳିବ ମୋଟା ଅଙ୍କର ବେତନ। ଏହିଭଳି ଲୋଭନୀୟ ଜାଲ୍‍ ନିଯୁକ୍ତିର ଆଳ ଦେଖାଇ ରାଜଧାନୀରେ ମାତିଛନ୍ତି ଠକେଇ ରାକେଟ୍‍। ସେମାନେ ଚାକିରି ଜାଲ ବିଛାଇ ବେକାର ଯୁବଗୋଷ୍ଠୀଙ୍କୁ ଟାର୍ଗେଟ୍‍ କରୁଛନ୍ତି ଓ ଲକ୍ଷ ଲକ୍ଷ ଟଙ୍କା ଚଳୁ କରି ନେଉଛନ୍ତି। ଚାକିରି ହରାଇଥିବା କିମ୍ବା ବେକାରୀଙ୍କୁ ନିଯୁକ୍ତି ଫାସରେ ଫସାଉଛନ୍ତି। କାହାକୁ ପୁଲିସ ତ ଆଉ କାହାକୁ ରେଳବାଇରେ ଚାକିରି ଦେବାକୁ କହି ଠକୁଛନ୍ତି ତ ଆଉ କାହାକୁ ଡାକ୍ତର ଓ କେନ୍ଦ୍ରୀୟ ସଂସ୍ଥାରେ ନିଯୁକ୍ତି ଦେବାକୁ କହି ଠକୁଛନ୍ତି। ଏମିତିକି ନକଲି ଆଇଏଏସ୍‍, ଆଇପିଏସ୍‍, ସରକାରୀ ଅଧିକାରୀ ଓ ବ୍ୟୁରୋକ୍ରାଟ୍‍ଙ୍କ ପରିଚୟ ଦେଇ ଏବେ ଠକେଇ ଘଟଣା ସାମ୍‍ନାକୁ ଆସିଥିଲା।

ଆହୁରି ପଢ଼ନ୍ତୁ: ମହିମା ଅଲେଖ ବାବାଙ୍କୁ ପଥରରେ ଛେଚି ବୀଭତ୍ସ ହତ୍ୟା !

କେବଳ ରାଜ୍ୟ ଭିତରେ ନିଯୁକ୍ତିର ଜାଲ ସୀମିତ ନାହିଁ, ବିଦେଶରେ ଆଶାୟୀ ନିଯୁକ୍ତି ଦେବାର ପ୍ରଲୋଭନ ଦେଖାଉଛନ୍ତି ସାଇବର୍‍ ଠକ। ଦୁବାଇ, ଜର୍ମାନୀ, ସିଙ୍ଗାପୁର, ନାଇଜେରିଆ, ବ୍ରାଜିଲ ଭଳି ବିଦେଶରେ ଚାକିରି ଦେବାକୁ କହି ଟଙ୍କା ଠକି ନେଉଛନ୍ତି। ନିଯୁକ୍ତିର ଆଳ ଦେଖାଇ ଠକସଂସ୍ଥାଗୁଡ଼ିକ ସହରରେ ଅଫିସ ଖୋଲୁଛନ୍ତି। ଆଉ ଚାକିରି ନାଁରେ ଅଫିସ ଆଗରେ ହୋର୍ଡିଂ ଲଗାଉଛନ୍ତି। ହୋର୍ଡିଂ ଓ ଆକର୍ଷଣୀୟ ନିଯୁକ୍ତି ସୁଯୋଗର ବିଜ୍ଞାପନ ଦେଖି ବେକାର ଯୁବକ-ଯୁବତୀ ଆବେଦନ କରୁଛନ୍ତି। ଅନ୍‍ଲାଇନ୍‍ କିମ୍ବା ଅଫ୍‍ଲାଇନ୍‍ରେ ସାକ୍ଷାତକାର ମଧ୍ୟ ନିଆଯାଉଛି। ଦରମା ମଧ୍ୟ ଚୂଡ଼ାନ୍ତ କରାଯାଉଛି। ଏବାବଦରେ ଅର୍ଥ ଆଦାୟ କରାଯାଉଛି। ଚାକିରି ଆବେଦନ କରିଥିବା ଆଶାୟୀଙ୍କ ଠାରୁ ରେଜିଷ୍ଟ୍ରେସନ୍‍ ଫି’ ବାବଦରେ ଟଙ୍କା ନିଆଯାଉଛି। ଏଭଳି ଶତାଧିକ ବ୍ୟକ୍ତିଙ୍କ ଠାରୁ ଲକ୍ଷାଧିକ ଟଙ୍କା ନେଇଯାଉଛି। ନିଯୁକ୍ତି ଦେବାର ସମୟ ଆସିଲେ ଅଫିସରେ ତାଲା ଝୁଲାଇବା ସହ ଅଫିସ ଭାଙ୍ଗି ପଳାଉଛି।

ଆହୁରି ପଢ଼ନ୍ତୁ: ବଲାଙ୍ଗୀରରେ ଅଭାବନୀୟ ଘଟଣା: ବିବାହ ଶୋଭାଯାତ୍ରାରେ ଡିଜେର ପ୍ରଚଣ୍ଡ ଶବ୍ଦ ନେଲା ମହିଳାଙ୍କ ଜୀବନ

ନିଯୁକ୍ତି ଦେଉଛନ୍ତି ଅଦୃଶ୍ୟ ଠକ

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜର ପାହାଡ଼ପୁରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, ରାଷ୍ଟ୍ରପତିଙ୍କ ଜନ୍ମଦିନରେ ହେବେ ସାମିଲ

ପାଠ ପଢ଼଼ି ଘରେ ବସିଥିବା ଯୁବଗୋଷ୍ଠୀଙ୍କୁ ଟାର୍ଗେଟ କରୁଛନ୍ତି ସାଇବର୍‍ ଠକ। ଫେସ୍‍ବୁକ୍‍, ହ୍ୱାଟ୍ସଆପ୍‍ ଓ ଇନ୍‍ଷ୍ଟାଗ୍ରାମ୍‍ ଭଳି ସୋସିଆଲ ମିଡିଆରେ ନିଯୁକ୍ତିର ବିଜ୍ଞାପନ ଦେଉଛନ୍ତି। ସଂସ୍ଥାଗୁଡ଼ିକ ବିଭିନ୍ନ ଅଞ୍ଚଳରେ କଲ୍‍ସେଣ୍ଟରମାନ ଖୋଲି ନିଯୁକ୍ତି ଆଶାୟୀଙ୍କୁ ଫୋନ୍‍ କରୁଛନ୍ତି। ବାୟୋଡାଟା ମଗାଇ ସେମାନଙ୍କ ଯୋଗ୍ୟତା ଅନୁଯାୟୀ ସରକାରୀ, ବେସରକାରୀ ଆଦିରେ ଚାକିରି ଦେବାକୁ କହି ଜାଲ ବିଛାଉଛନ୍ତି। ପରେ ସେମାନଙ୍କ ଠାରୁ ଟଙ୍କା ନେଇ ଚମ୍ପଟ ହୋଇ ଯାଉଛନ୍ତି ଅଦୃଶ୍ୟ ଠକ।

ବର୍ଷକରେ ୩ କୋଟି ଠକେଇ; ୧୮ ଗିରଫ ହୋଇଛନ୍ତି

୨୦୨୧ରେ ରାଜଧାନୀରେ ନିଯୁକ୍ତି ଆଳରେ ୩ କୋଟି ଟଙ୍କା ଠକେଇ ହୋଇଥିଲା। ଜାନୁଆରୀ ମାସରେ ୯୪, ୭୩୧ ଟଙ୍କା, ଫେବୃଆରୀରେ ୧୧ ଲକ୍ଷ ୯୩ହଜାର, ମାର୍ଚ୍ଚରେ ୫ ଲକ୍ଷ ୫୬ ହଜାର, ଏପ୍ରିଲରେ ୨୧ ଲକ୍ଷ ୯ହଜାର ୭୦୦ ଟଙ୍କା, ମେ’ରେ ୩ ଲକ୍ଷ ୮୨ହଜାର, ଜୁନ୍‍ରେ ୧୭ ଲକ୍ଷ ୪୫ ହଜାର, ଜୁଲାଇରେ ୪୨ ଲକ୍ଷ ୨୦ହଜାର, ସେପ୍ଟେମ୍ବରରେ ୪ଲକ୍ଷ, ଅକ୍ଟୋବରରେ ୪୨ ଲକ୍ଷ ୫୦ହଜାର ଓ ନଭେମ୍ବର ମାସରେ ୧୨ ଲକ୍ଷ ୪୦ହଜାର ଟଙ୍କା ଠକେଇ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଏଭଳି ଭାବେ ମୋଟ୍‍ ୩ କୋଟି ଠକେଇ ହୋଇଥିବା ବେଳେ ପୁଲିସ ୧୮ଜଣ ଠକଙ୍କୁ ଗିରଫ କରିଥିଲା। ଚଳିତବର୍ଷ ଏହି ସଂଖ୍ୟା ୫ କୋଟି ପାର୍‍ ହେବ ବୋଲି କୁହାଯାଇଛି।

ଘଟିଥିବା କିଛି ଘଟଣା

  • ନିଯୁକ୍ତି ଦେବାକୁ କହି ୪ଜଣ ଯୁବକଙ୍କ ଠାରୁ ଆଶିଷ୍‍ କୁମାର ମାଝି ନାମକ ଜଣେ ବ୍ୟକ୍ତି ଓ ସଂସ୍ଥାର ମାଲିକ ବିରଞ୍ଚି ନାରାୟଣ ଆଚାର୍ଯ୍ୟ ସାଢ଼େ ୩ଲକ୍ଷ ଟଙ୍କା ନେଇଥିଲେ। ପରେ ସେମାନଙ୍କୁ ଗିରଫ କରିବା ସହ ଜାଲ୍‌ କାଗଜପତ୍ର ଜବତ ହୋଇଥିଲା।
  • ପୁଲିସରେ ନିଯୁକ୍ତି ଦେବାକୁ କହି ୧କୋଟି ୪୭ ଲକ୍ଷ ଟଙ୍କାର ଏକ ବଡ଼ଧରଣର ଠକେଇ ପଦାକୁ ଆସିଥିଲା। ସବ୍‍ଇନ୍ସପେକ୍ଟର ଓ ସୁବେଦାର ନିଯୁକ୍ତି ଦେବାକୁ ପ୍ରାୟ ୩୦ଜଣଙ୍କ ଠାରୁ ଗୃହ ବିଭାଗର ନକଲି ଆସିଷ୍ଟାଣ୍ଡ୍‍ ସେକ୍ସନ ଅଫିସର (ଏଏସ୍‍ଓ) ସାଜି ଏତେ ଟଙ୍କା ଚଳୁ କରିଥିବା ବୈକୁଣ୍ଠନାଥ ନାୟକ ଓ ଭୀମସେନ୍‍ ମହାରଣାଙ୍କୁ କ୍ରାଇମ୍‍ବ୍ରାଞ୍ଚର ଇଓଡବ୍ଲ୍ୟୁ ଗିରଫ କରିଥିଲା।
  • ଭାରତୀୟ ଡାକ ବିଭାଗରେ ନିଯୁକ୍ତି ଦେବାକୁ କହି ୨୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ପୁଲିସ ଦେବୀପ୍ରସାଦ ବିଶ୍ୱାଳ ଓରଫ ବିକି ଓ ଇନ୍‍ଫୋସିଟିର ଶୁଭେନ୍ଦ୍ର ଜେନାଙ୍କ୍‍ୁ ଗିରଫ କରିଥିଲା।
  • ଉଦ୍ୟାନ ବିଭାଗରେ ଚାକିରି ଦେବାକୁ କହି ୬୦ଲକ୍ଷ ଟଙ୍କା ଠକେଇ କରିଥିଲା ଅନୀଲ ସାହୁ। ସେ ଆଶାୟୀଙ୍କୁ ଛାତ୍ରଛାତ୍ରୀଙ୍କ ଠାରୁ ଟଙ୍କା ନେଇ ଚଳୁକରି ଦେଇଥିଲା। ଅନୀଲ ମଞ୍ଚେଶ୍ୱର ଥାନା ଶବରସାହିରେ ଏକ ସଂସ୍ଥା ଖୋଲି ଠକେଇର ଜାଲ ବିଛାଇଥିଲା।
  • ନିଯୁକ୍ତି ଦେବା ଆଳରେ ପ୍ରେମୀଯୁଗଳ ମଙ୍ଗୁଳି ସାହୁ ଓ ହେମାଦ୍ରୀ ବେହେରା ରାଜଧାନୀରେ ନିଯୁକ୍ତିର ଜାଲ ବିଛାଇ ଲକ୍ଷାଧିକ ଟଙ୍କା ଠକେଇ କରିଥିଲେ। ଅଭିଯୋଗକୁ ଭିତ୍ତିକରି ସେମାନଙ୍କୁ ପୁଲିସ ଗିରଫ କରିଥିଲା।
  • ଶିକ୍ଷିତ ନିଯୁକ୍ତି ଆଳରେ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଠକ ଦିଲ୍ଲୀପ କୁମାର ବେହେରାକୁ ପୁଲିସ ଗିରଫ କରିଥିଲା। ତା’ ଠାରୁ ୫୧ ହଜାର ଟଙ୍କା, ୩ଟି ମୋବାଇଲ ଫୋନ୍‍ ଓ କାଗଜପତ୍ର ଜବତ କରାଯାଇଥିଲା।
  • ରେଳବାଇରେ ନିଯୁକ୍ତି ଦେବାକୁ କହି ଶଳା-ଭିଣୋଇ ସମରଜିତ ରାଉତ ଓ ସୌମ୍ୟରଞ୍ଜନ ରାଉତ ଠକେଇର ଜାଲ ବିଛାଇଥିଲେ। ସେମାନେ ୫ଜଣ ଯୁବକଙ୍କ ଠାରୁ ୨୧ଲକ୍ଷ ଟଙ୍କା ନେଇଥିଲେ। ଏଥିରେ ଶଳା, ଭିଣୋଇକୁ ପୁଲିସ ଗିରଫ କରିଥିଲା।
    ଖୋର୍ଦ୍ଧା ଜିଲ୍ଲା ବେଗୁନିଆର ସଦାନନ୍ଦ ବେହେରା ନିଜକୁ ଶିକ୍ଷକ ପରିଚୟ ଦେଇ କିଛି ନିଯୁକ୍ତି ଲାଗି ଆଶାୟୀ ଯୁବକଙ୍କୁ ଫସାଇଥିଲା। ସେ ୨ଜଣ ଯୁବକଙ୍କୁ ପୁଲିସରେ ନିଯୁକ୍ତି ଦେବାକୁ କହି ୩ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ସଦାନନ୍ଦକୁ ପୁଲିସ ଗିରଫ କରିଥିଲା।
  • ଖଣ୍ଡଗିରି ଥାନା ଅଞ୍ଚଳରେ ଥିବା ଏକ ହସ୍ପିଟାଲରେ ନର୍ସ ଚାକିରି ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ଜଣାପଡ଼ିଥିଲା। ତଦନ୍ତ ପରେ ଏଥିରେ ସମ୍ପୃକ୍ତି ରହିଥିବା ୩ଜଣଙ୍କୁ ପୁଲିସ ଗିରଫ କରିଥିଲା।
  • ବିଏମ୍‍ସିରେ ନିଯୁକ୍ତି ଦେବାକୁ କହି ଏୟାରଫିଲ୍ଡ ଥାନା ଅଞ୍ଚଳର କିଛି ଯୁବକଙ୍କୁ ଚୂନ ଲଗାଇଥିଲେ ଠକ। ଏଥରେ ପୁଲିସ ୨ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଜାଲ୍‍ ଦସ୍ତାବିଜ୍‍କୁ ପୁଲିସ ଜବତ କରିଥିଲା।
  • ଡାକ୍ତର ନିଯୁକ୍ତି ଦେବାକୁ କହି ରାଜ୍ୟ ତଥା ବାହାରେ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଠକ ରମେଶ ସ୍ୱାଇଁକୁ ପୁଲିସ ଗିରଫ କରିଥିଲା। ଉକ୍ତ ଟଙ୍କାରେ ସେ ମଉଜ କରିବା ସହ ୧୪ରୁ ଊର୍ଦ୍ଧ୍ବ ପତ୍ନୀଙ୍କୁ ବିବାହ କରିଥିଲା।
  • ଟାଟା ମୋଟର୍ସରେ ନିଯୁକ୍ତି ଦେବା ଆଳରେ ଆକାଶ ପାଠକଙ୍କୁ ଗିରଫ କରାଯାଇଥିଲା। ଆକାଶକୁ ପଚରାଉଚରା ପରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସମ୍ପୃକ୍ତି ପଦାକୁ ଆସିଥିଲା।
  • କ୍ୟାପିଟାଲ ଥାନା ଅଞ୍ଚଳରେ ମୋଡ଼ି ବାପା-ପୁଅ ରେଳବାଇରେ ନିଯୁକ୍ତି ଦେବାକୁ କହି ୫୦ଲକ୍ଷ ଟଙ୍କା ଠକିନେଇଥିଲେ। ପରେ ଉଭୟଙ୍କୁ ପୁଲିସ ଗିରଫ ଜାଲ ଦସ୍ତାବିଜ ଜବତ କରିଥିଲା।
27 Jul 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର